24 ତେନିଙ୍ଗ୍ଁ ଉନ୍ଣ୍ତ୍ରି କାତା ୱାଜା ଆସ୍ତେଙ୍ଗ୍ଁ ଆନାତ୍ । ଇୟା ରୁଣ୍ତି ଆଇମେକ୍ ରୁଣ୍ତି ନିୟମ୍ତି ୱାଜା । ଆମାତାନି ମାରିସି ଦାସ୍ତି ଗାଟିଦାନ୍ ଜନମ୍ ଆତାମାର୍ହାନ୍, ଆୟା ହାଗାର୍, ସିନୟ ଗରନ୍ତାନ୍ ୱାତିମାନି ନିୟମ୍ତି ସିନା ୱାଜା । 25 ଆରବ ଦେସ୍ତୁ ମାନି ସିନୟ ଗରନ୍ତି ୱାଜା ହାଗାର୍ ଇଲେଇତି ଜିରୁସାଲାମ୍ ଗାଡ଼୍ ୱାଜା । ହାଗାର୍ ୱାଜା ଜିରୁସାଲାମ୍ ନି ଆବେଣି ଲୋକୁ ଇଲେଇ ଦାସ୍ତି ଗାଟିଦୁ ତରାୟ୍ ଆତାମାନାର୍ । 26 ମାତର୍ ମୁସ୍କୁପୁର୍ତି ଜିରୁସାଲାମ୍ ମୁକୁଡ଼ାତାମାନାତ୍ ମାରି ଆକା ମା ୟାୟା,