1 ମାପୁରୁ ପ୍ରବୁଦି ଆତ୍ମା ନାବାନୁ ମାନାତ୍; ଇର୍ରିଙ୍ଗ୍ ସାନ୍ତିଦି ଲୋକା ଲାକ୍ତୁ ନେଗିକାବୁର୍ ୱେର୍ତେଙ୍ଗ୍ ପ୍ରବୁ ନାଙ୍ଗି ଦାଇତ୍ ସିତା ମାନାନ୍; ଦୁକ୍ତି ଜିବନ୍ତି ଲୋକାଦି ଗାଉ ତର୍ତେଙ୍ଗ୍, ତରାତିମାନି ଲୋକା ଉଣ୍ତିଙ୍ଗ୍ ମୁକ୍ଡ଼ାକିନିକା ମାରି ଜଇଲ୍ତୁ ମାନି ଲୋକା ଉଣ୍ତିଙ୍ଗ୍ ଜଇଲ୍ତାନ୍ ମୁକୁଡ଼ା ଆନିକା ମାଟା ୱେର୍ତେଙ୍ଗ୍; 2 ପ୍ରବୁଦି ୱାଜିନି ଦିନ୍ ମାରି ମା ମାପୁରୁଦି ବାଦ୍ଲୁ ଅନି ନାଣ୍ତିଙ୍ଗ୍ ୱେର୍ନି ଉଣ୍ତିଙ୍ଗ୍; ଆଡ଼୍ବାନି ଲୋକାଙ୍ଗ୍ ୱିଜେରିଙ୍ଗ୍ ସାନ୍ତି ସିଦେଙ୍ଗ୍; 3 ସିୟୋନଦି ଆଡ଼୍ବାନି ଲୋକା ତାଲେକ୍, ନିରୁଦି ବାଦ୍ଲୁ ଟପି, ଦୁକ୍ତି ବାଦ୍ଲୁ ୱେଡ଼ିକାଦି ନିୟୁ, ଦୁକ୍ତି ଆତ୍ମାଦି ବାଦ୍ଲୁ ପ୍ରସଂସା ୱାଜା ଆଙ୍ଗିଁ ସିଦେଙ୍ଗ୍ ୱାନ୍ ନାଙ୍ଗିଁ ପୋକ୍ତାମାନାନ୍; ଆବେନୁ ପ୍ରବୁ ଏଣ୍ତେସ୍ ଗୌରବ୍ ଆନାନ୍, ଇୟା ଉଣ୍ତିଙ୍ଗ୍ ୱାର୍ ଦାର୍ମୁଦି ଅଲନ୍ ମାରାନୁ ମାରି ୱାନି ଡଡି ଇଜି ୱିଙ୍ଗିଁନାର୍ । 4 ମାରି, ୱାର୍ ପୁର୍ବେ ଦଂସଆତି ବାଡିଙ୍ଗ୍ ୱିଜୁ ତିଆର୍ କିନାର୍, ଆଗ୍ଡ଼ିରି କାଡ଼ାଦୁ ନାସ୍ଟୁ ଆତି ବାଡିଙ୍ଗ୍ ୱିଜୁ ନିକ୍ନାର୍, ମାରି ୱାର୍ ଦଂସ ଆତିକା ମାରି ନାଣ୍ଡ ଦେସ୍କୁ ନାସ୍ଟୁଆତି ଗାଡ଼୍କୁ ୱିଜୁ ପୁନା ତିଆର୍ କିନାର୍ । 5 ମାରି, ନେସ୍ଇ ଲୋକୁ ମି ମାନ୍ଦା ସାରାକିନି ଉଣ୍ତିଙ୍ଗ୍ ନିଙ୍ଗ୍ନାର୍ ମାରି ଆଇ ଦେସ୍ତି ଲୋକୁ ମି ପାସି କିଡ଼ିଇଦୁ ମାରି ଅଙ୍ଗୁର୍ କିଡ଼ିଇଦି ପାଣି କିନିକାର୍ ଆନାର୍ । 6 ମାତର୍ ମିରୁ ପ୍ରବୁଦି ଜାଜକର୍ ଇଜି ୱେଙ୍ଗ୍ନିଦେର୍; ଲୋକୁ ମିଙ୍ଗିଁ ମା ମାପୁରୁଦି ସେବାକିନିକାନ୍ ଇଜି କୁକୁନାର୍; ମିର୍ ଆଇଦେସ୍ତି ଲୋକା ଦନ୍ ସମ୍ପତି ତିନିଦେର୍ ମାରି ୱାରି ଜିପିକାଦୁ ମିର୍ ବଣ୍ପନ୍ କିନିଦେର୍ । 7 ମିର୍ ସେମାର୍ତି ବାଦ୍ଲୁ ଦୁଇ ଗୁଣ୍ ସନ୍ମାନ୍ ପଇନିଦେର୍; ମାରି, ନିନ୍ଦାଦି ବାଦ୍ଲୁ ୱାର୍ ନିଜେ ନିଜେଦି ଅଦିକାର୍ତୁ ୱେଡ଼ିକା କିନାର୍; ଇୟାଉଣ୍ଡିଙ୍ଗ୍ ୱାର୍ ନିଜେଦି ଦେସ୍ତୁ ଦୁଇ ଗୁଣ୍ ବାଗ୍ ପଇନାର୍; ୱାରିଙ୍ଗ୍ ଏସେଙ୍ଗ୍ୱିଜ୍ଇ ୱେଡ଼ିକା ପୋଇନାର୍ ।
8 ଇର୍ରିଙ୍ଗ୍ ନାନ୍ ପ୍ରବୁ ନିୟାଇ ବିସାର୍ତିଙ୍ଗ୍ ଜିବନ୍ନୋନା, ନାନ୍ ଅନ୍ୟାୟ୍ତିଙ୍ଗ୍ ମାରି ଡଙ୍ଗାଁକିନିକା କାଡ଼୍ନା; ମାରି, ନାନ୍ ସତ୍ତାନ୍ ୱାରିଙ୍ଗ୍ ଦଣ୍ତ୍ ସିନା ମାରି ୱାରି ୱାଲେ ଏସେଙ୍ଗ୍ୱିଜ୍ଇ ଉନ୍ଡ୍ରି ରାଜିନାମା ନିୟମ୍ କିନା । 9 ମାରି, ୱାରି କୁଟୁମ୍ ଆଇ ଦେସ୍ତି ଲୋକାବାନୁ ମାରି ୱାରି କଡ଼ର୍ କୁଡ଼ାଦି ମାଣାନ୍ ପେରି ଲୋକୁ ଆନାର୍; ୱାର୍ ପ୍ରବୁଦି ଆର୍ସିବାଦ୍ ପଇତି କୁଟୁମ୍ ଇଜି ୱାରିଙ୍ଗ୍ ସୁଡ଼ୁଜି ଲୋକୁ ୱିଜେରେ ମାନାନାର୍ । 10 ନାନୁ ପ୍ରବୁଦି ଲାକ୍ତୁ ନାଣ୍ଡ ୱେଡ଼ିକା କିନା; ନା ଜିବନ୍ ନା ମାପୁରୁଦି ଲାକ୍ତୁ ୱେଡ଼ିକା ଆନାତ୍; ଇର୍ରିଙ୍ଗ୍ ପେଡ଼ି ମୁରୁଲି ଏଣ୍ତେସ୍ ଆଙ୍ଗିଁ ନିଜେଦିଙ୍ଗ୍ ଆରାନାନ୍ ମାରି କାନ୍ୟା ରିପା ଏଣ୍ତେସ୍ ନିଜେଦିଙ୍ଗ୍ ବାଙ୍ଗାରାମ୍ତାନ୍ ନିଜେଦିଙ୍ଗ୍ ତିଆର୍ଆନାତ୍, ଆୟାୱାଜା ୱାନ୍ ରକିୟାଦି ଆଙ୍ଗିଁଦାନ୍ ନାଙ୍ଗି ଆରିସ୍କିତା ମାନାନ୍ ମାରି ଦାର୍ମୁଦି ରାଜା ଆଙ୍ଗିଁଦାନ୍ ନାଙ୍ଗି ଆରିସ୍କିତା ମାନାନ୍ । 11 ଇର୍ରିଙ୍ଗ୍ ବୁମି ଏଣ୍ତେସ୍ ନିଜେଦି ପାଡ଼ୁ ଗାଜା ନେରିସ୍ କିନାତ୍ ମାରି ଡଡି ଏଣ୍ତେସ୍ ନିଜେଦିବାନୁ ୱିତୁ ଜିନିସ୍ ୱିଜୁ ନେରିସ୍ କିନାତ୍, ଆୟାୱାଜା ମାପୁରୁ ପ୍ରବୁ ୱିଜୁ ଦେସ୍ତି ଲୋକା ଆଗ୍ଡ଼ି ଦାର୍ମୁ ମାରି ୱେଡ଼ିକା ନେରିସ୍ କିନାନ୍ ।