1 ହିଜକିୟ ରାଜାଦି ସାସନ୍ କିନି ସଉଦ ବାର୍ସେକ୍ଦୁ ଅସୁରଦି ରାଜା ସନ୍ହେରିବ ଜିହୁଦାଦି କାତି ପେର୍ତିମାନି ଗାଡ଼୍କା ୱିଜୁ ବିରୁଦ୍ତାନ୍ ୱାଜି ଆକାୱିଜୁ ଅଦିକାର୍ କିତାନ୍ । 2 ଆବେଟ୍ ଅସୁରଦି ରାଜା ରବ୍ସାକିଦିଙ୍ଗ୍ ନାଣ୍ତ ସନ୍ୟରି ୱାଲେ ଲାକିସ୍ଦି ମାଣାନ୍ ଜିରୁସାଲମତୁ ହିଜକିୟ ରାଜା ଲାକ୍ତୁ ପୋକ୍ତାନ୍ । ମାରି, ୱାନ୍ ଦବାରି କିଡ଼ିଇଦି ସାରିଦି ମୁସୁକୁରି ବାନ୍ଦୁଦି ନାଡ଼ୁ ଲାକ୍ତୁ ନିଲ୍ତାନ୍ । 3 ଆର୍ତିଙ୍ଗ୍ ହିଲ୍କିୟଦି ମାରିନ୍ ଇଲିୟାକିମ୍ ଦର୍ତିକାନ୍ ରାଜାଦି ଇଣ୍ଡ୍ରଣି ପେରିକାନ୍, ସିବ୍ନ ରାସ୍ନିକାନ୍ ମାରି ଆସପଦି ମାରିନ୍ ଜୋୟାହ ଦର୍ତିକାନ୍ ଇତିଆସ୍ ରାସ୍ନିକାନ୍ ସୋସି ୱାନି ଲାକ୍ତୁ ୱାତାର୍ । 4 ଆବେନୁ ରବ୍ସାକି ୱାରିଙ୍ଗ୍ ଇର୍ହାନ୍, "ଇଲେଇ ମିର୍ ହିଜକିୟଙ୍ଗ୍ ଇଣ୍ଡ୍ରୁ, ପେରିରାଜା ଅସୁରଦି ରାଜା ଇୟା ମାଟା ଇନାନ୍, ମିରୁ ଇୟା ଆମା ବିସ୍ବାସ୍ କିଜିନିଦେର୍, ଆକା ଏଣ୍ଡେସ୍ ୱାଜାଦି ବିସ୍ବାସ୍ ? 5 ନାନ୍ ଇଜିନା, ଜୁଦ୍ କିନି ଉଣ୍ତିଙ୍ଗ୍ ମି ଉପାୟ୍ ମାରି ବପୁ କେବଲ ବେକାର୍ତି ମାଟା; ମିର୍ ଆମାଲୋକା ମୁସୁକୁ ଆସା କିଜି ନା ବିରଦ୍ ଆତିମାନିଦେର୍ ? 6 ସୁଡ଼ୁଦୁ, ମିର୍ ଇୟା କୁଟୁକାଟା ବାଡିଗାଦି ୱାଜା ମିସର ମୁସୁକୁ ଆସା କିଜିନିଦେର୍; ମାତର୍ ଏନ୍ ଆୟା ମୁସୁକୁ ଗେକାତିଙ୍ଗା, ଆକା ୱାନି କିୟୁଦୁ ଡ଼ୁଗ୍ଜି ୱେପିସ୍ନା ପୋକ୍ନାତ୍; ଆମାକାର୍ ମିସ୍ରିୟ ରାଜା ପାର ମୁସୁକୁ ଆସା କିନାର୍, ଆୟା ୱିଜେରି ଉଣ୍ତିଙ୍ଗ୍ ୱାନ୍ ନେ ଇୟାୱାଜା ।"
7 ମାତର୍ ଜଦି ମିର୍ ନାଙ୍ଗି ଇନିଦେର୍, "ମାପ୍ ସଦାପ୍ରବୁ ନିଜେଦି ମାପୁରୁଦି ମୁସୁକୁ ଆସା ଇଡ୍ଜିନାପ୍; ଆର୍ତିଙ୍ଗ୍ ହିଜକିୟ ଆମାୱାନି ଉଚା ବାଡି ମାରି ଆମାୱାନି ଜଜ୍ଞବେଦି ୱିଜୁ ଆକ କିତା ମାନାନ୍, ମାରି ଜିହୁଦାଦିଙ୍ଗ୍ ମାରି ଜିରୁସାଲମଦିଙ୍ଗ୍ ଇଜିନାନ୍, ମିର୍ ଇୟା ଜଜ୍ଞବେଦି ଆଗ୍ଡ଼ି ମାଡ଼ିସ୍ କିନିଦେର୍, ୱାନ୍ ଇନିକା ଆୟାକାନ୍ ଆଏନ୍ ?" 8 ଇୟାଉଣ୍ଡିଙ୍ଗ୍ ନାନ୍ ମାଡ଼ିସ୍ କିଜିନା, ନା ମାପୁରୁ ଅସୁରଦି ରାଜା ୱାଲେ ରାଜିନାମା କିଆ, ନାନ୍ ମିଙ୍ଗିଁ ଦୁଇ ଅଜାର୍ ଗଡ଼େଙ୍ଗ୍ ସିନା, ଜଦି ମିରୁ ଆଟ୍ତିଙ୍ଗା, ଆଦେଙ୍ଗ୍ ୱାନିକା ମୁସୁକୁ ଏକ୍ନି ଉଣ୍ତିଙ୍ଗ୍ ମି ତରଟାନ୍ ଲୋକାଙ୍ଗ୍ ତାଗାଟ୍ । 9 ଆର୍ତିଙ୍ଗ୍ ଏଣ୍ଡେସ୍ ମିର୍ ନା ମାପୁରୁଦି ସାକର୍କା ମାଣାନ୍ ଅରେନ୍ ଇସ୍ରି ସେନାପତିଙ୍ଗ୍ ୱେରେଏ କିଦେଙ୍ଗ୍ ଆଟ୍ନି, ମାରି ରତ୍ ନି ଗଡ଼େଙ୍ଗ୍ ସାଲାକିନି ଉଣ୍ତିଙ୍ଗ୍ ମିସର ମୁସୁକୁ ଆସା କିଜିନି ? 10 ନାନ୍ ଇନିକା ସଦାପ୍ରବୁ ସିଲେଣ୍ଡା ଇୟା ବାଡି ଦ୍ୱଂସ କିଦେଙ୍ଗ୍ ୱାତାମାନା ? ସଦାପ୍ରବୁ ନାଙ୍ଗିଁ ଇର୍ହାନ୍, ଇୟା ଦେସ୍ ବିରୁଦ୍ତାନ୍ ସୋଲ୍ସି ଆକା ଦ୍ୱଂସ କିଆ ।
11 ଇବେନୁ ଇଲିୟାକିମ୍ ସିବ୍ନ ମାରି ଜୋୟାହ ରବ୍ସାକିଦିଙ୍ଗ୍ ଇର୍ହାର୍, "ମାଡ଼ିସ୍ କିଜିନାପ୍ ନିଜେଦି ଅରାମିୟ ବାସାଦାନ୍ ନିଜେଦି ଦାସ୍ରିଙ୍ଗ୍ ୱାର୍ଗିଆ ଇରିଙ୍ଗ୍ ମାପ୍ ଆକା ବୁଜାଜିନାପ୍ ମାରି କାତିଦି ମୁସୁକୁମାନି ଲୋକା ଗିତଣିଦୁ ମାଙ୍ଗିଁ ଜିହୁଦି ବାସାଦାନ୍ ଇନ୍ମାକିର୍ ।"
12 ମାତର୍ ରବ୍ସାକି ୱାରିଙ୍ଗ୍ ଇର୍ହାନ୍, ନା ପ୍ରବୁ ନ ମି ପ୍ରବୁଦିଙ୍ଗ୍ ମାରି ମିଙ୍ଗିଁ ଇୟା ୱିଜୁ ମାଟା ୱେର୍ନି ଉଣ୍ତିଙ୍ଗ୍ ନାଙ୍ଗି ପୋକ୍ତା ମାନାନ୍ ? ଇୟା ଆମା ଲୋକୁ ମି ୱାଲେ ନିଜେ ନିଜେଦି ଗାତ୍ରା ତିନ୍ଣ୍ଡ୍ରେଙ୍ଗ୍ ମାରି କୁସ୍କିଙ୍ଗ୍ ଉଣ୍ଡେଙ୍ଗ୍ ଗଡା ମୁସୁକୁ ବାସ୍ତା ମାନାର୍, ୱାରି ଲାକ୍ତୁ ଇନିକା ନାଙ୍ଗିଁ ପୋକ୍ଏନ୍ ?
13 ଆବେଟ୍ ରବ୍ସାକି ନିଲ୍ଜି ନାଣ୍ଡ୍ ଆଉଲି ଆଜି ଜିହୁଦି ବାସାଦାନ୍ ଇୟା ମାଟା ଇର୍ହାନ୍, ମିର୍ ପେରି ରାଜା ଅସୁର ରାଜାଦି ମାଟା ୱେଣ୍ଡ୍ରୁ । 14 ରାଜା ଇୟା ମାଟା ଇନାନ୍, ମିଙ୍ଗିଁ ବାଣାକିନି ଉଣ୍ତିଙ୍ଗ୍ ହିଜକିୟଙ୍ଗ୍ ସିମାଟ୍; ଇରିଙ୍ଗ୍ ୱାନ୍ ମିଙ୍ଗିଁ ଉଦାର୍ କିଦେଙ୍ଗ୍ ଆଟ୍ଏନ୍; 15 ମାରିବା "ପ୍ରବୁ ସତ୍ନେ ମାଙ୍ଗିଁ ଉଦାର୍ କିନାନ୍ ମାରି ଇୟା ଗାଡ଼୍ ଅସୁରୀୟ ରାଜାଦି କିୟୁଦୁ ସର୍ପେ ଆଏତ୍ ।" ଇୟା ମାଟା ଇଜି ହିଜକିୟ ମିଙ୍ଗିଁ ସଦାପ୍ରବୁଦି ମାନୁ ବିସ୍ବାସ୍ କିମାକିନ୍ । 16 ହିଜକିୟଦି ମାଟା ୱେନ୍ମାଟ୍; ଇରିଙ୍ଗ୍ ଅସୁରିୟ ରାଜା ଇୟା ମାଟା ଇନାନ୍, ମିର୍ ନା ୱାଲେ ସାନ୍ଦି କିଦୁ ମାରି ନା ତରିନ୍ ସୋସି ରାଦୁ ମାରି ୱିଜେରେ ନିଜେ ନିଜେଦି ଅଙ୍ଗୁର୍ ପଲ୍ ମାରି ତଗା ପଲ୍ ତିଣ୍ଡ୍ରୁ, ମାରି ୱିଜେରେ ନିଜେ ନିଜେଦି କୁଇଦି ଏରୁ ଉଣ୍ଡୁ; 17 ୱିଜ୍ନି ୱେଡ଼ାଦୁ ନାନ୍ ୱାଜି ମି ନେଗି ଦେସ୍ତି ୱାଜା ଉନ୍ଡ୍ରି ଦେସ୍ତୁ, ଇର୍ରିଙ୍ଗ୍, ପାସି ମାରି ଅଙ୍ଗୁର୍ପଲ୍ମାନି ଦେସ୍, ମାରି କାଦି ନି ଅଙ୍ଗୁର୍ କିଡ଼ିଇଦି ଦେସ୍ତୁ ମିଙ୍ଗିଁ ଅନା । 18 ସଦାପ୍ରବୁ ମାଙ୍ଗିଁ ଉଦାର୍ କିନାନ୍ ଇଜି ହିଜକିୟ ଏଣ୍ଡେସ୍ ମିଙ୍ଗିଁ ବେମ୍ରି କିଏନ୍, ଇୟାଉଣ୍ଡିଙ୍ଗ୍ ଜାଗାର୍ତା ଆଦୁ । ନାଣ୍ତ କୁଡ଼ାଦିୱାରି ଦେୟାମ୍କା ମାଣାନ୍ ଏମେବା ଦେୟାମ୍ ଇନିକା ଅସୁରିୟ ରାଜା କିୟୁଦାନ୍ ନିଜେଦି ଦେସ୍ ଉଦାର୍ କିତାମାନାନ୍ ? 19 ହମାତଦି ମାରି ଅର୍ପଦତି ଦେୟାମ୍କୁ ଏମେ ? ସପର୍ବୟିମତି ଦେୟାମ୍କୁ ଏମେ ? ମାରି ୱାକ୍ ଇନିକା ନା କିୟୁଦାନ୍ ସମରିୟାଦିଙ୍ଗ୍ ଉଦାର୍ କିତାମାନାନ୍ ? 20 ଇୟାୱିଜୁ ଦେସ୍ତି ଦେୟାମ୍କା ମାଣାନ୍ ଆମା ଦିୟାମ୍ ନା କିୟୁଦାନ୍ ମି ଦେସ୍ ଉଦାର୍ କିତେମାନେ ଜେ, ସଦାପ୍ରବୁ ନା କିୟୁଦାନ୍ ଜିରୁସାଲମତିଙ୍ଗ୍ ଉଦାର୍ କିନାନ୍ ?
21 ମାତର୍ ଲୋକୁ ଆଲେତା ମାର୍ହାର୍, ୱାନିଙ୍ଗ୍ ଉନ୍ଡ୍ରି ପଦ୍ବା ଇନ୍ଏତାନ୍; ଇରିଙ୍ଗ୍ ୱାନିଙ୍ଗ୍ ଡ଼େସି ଇନ୍ମାଟ୍ ଇଜି ରାଜାଦି ମାଟା ମାର୍ହାତ୍ । 22 ଆବେନୁ ହିଲ୍କିୟଦି ମାରିନ୍ ଇଲିୟାକିମ୍ ଦର୍ତିକାନ୍ ରାଜା ଇଣ୍ଡ୍ରଣି ପେରିକାନ୍ ମାରି ସିବ୍ନ ରାସ୍ନିକାନ୍ ମାରି ଆସପଦି ମାରିନ୍ ଜୋୟାହ ଦର୍ତିକାନ୍ ଇତିଆସ୍ ରାସ୍ନିକାନ୍ ନିଜେ ନିଜେଦି ଆଙ୍ଗିଁପାସିଆ କିସ୍ସି ହିଜକିୟ ଲାକ୍ତୁ ୱାଜି ରବ୍ସାକିଦି ମାଟା ୱିଜୁ ୱାନିଙ୍ଗ୍ ୱେର୍ତାନ୍ ।