1 ଜିହୁଦାଦି ରାଜା ଉସିୟଦି ନାତି ଯୋଥମ୍ଦି ମାରିନ୍ ଆହସ୍ଦି ସମୟତୁ ଅରାମଦି ରତ୍ସିନ ରାଜା ମାରି ରମଲିୟଦି ମାରିନ୍ ପେକହ ଦର୍ତାନ୍ ଇସ୍ରାଏଲଦି ରାଜା ଜିରୁସାଲମଦି ବିରୁଦ୍ଧତାନ୍ ଜୁଦ୍ କିନିଉଣ୍ଡିଙ୍ଗ୍ ଆବେନୁ ସର୍ହାନ୍; ମାତର୍ ଆକା ଆରାକିଦେଙ୍ଗ୍ ଆଟ୍ଏତାନ୍ ।
2 ଇୟାୱେନ୍କା ଦାଉଦକୁଟୁମ୍ଦିଙ୍ଗ୍ ୱେରାଇଆତାତ୍ ଜେ, ଅରାମ ଇପ୍ରୟିମଦି ସାକା ଆତାମାନାର୍ । ଇବେନୁ ୱାରି ଜିବନ୍ ମାରି ୱାନି ଲୋକା ଜିବନ୍ ଗାଲିଦାନ୍ ଦୁଙ୍ଗିଁତାତ୍ ମାରି ବନୁଦି ମାରାକା ୱାଜା ଦୁଙ୍ଗିଁତାତ୍ ।
3 ନାସ୍ତିୱାଲେ ସଦାପ୍ରବୁ ଜିସାଇୟଦିଙ୍ଗ୍ ଇର୍ହାନ୍, ନିନ୍ ମାରି ନି ମାରିନ୍ ଶାର-ଯାଶୁବ, ୱାତିଙ୍ଗ୍ ନର୍ବାନିଦବାରି କିଡ଼ିଇଦି ରାଜା ସାରିଦି ମିଗଣି ସେରୁଦି ନାଡ଼ୁଦି ତାଲାଦୁ ଆହସ୍ଦି ୱାଲେ ବେଟ୍ଆଦେଙ୍ଗ୍ ସାଙ୍ଗ୍ଆ । 4 ମାରି ୱାନିଙ୍ଗ୍ ଇନ୍ଆ, ଜାଗାର୍ତା ମାରି ତିର୍ ଆଜି ମାନ୍ଆ; ଇୟା ଗୋଇଆନି ୱେର୍ଗୁଦି ରୁଣ୍ଡି ତକେଙ୍ଗ୍, ଇର୍ରିଙ୍ଗ୍, ରତ୍ସିନ, ଅରାମଦି ମାରି ରମଲିୟଦି ମାରିନ୍ଦି ନାଣ୍ଡ୍ ରିସାଦି ଉଣ୍ତିଙ୍ଗ୍ ତିଲାମାଟ୍, ମାରିବା ନିଜେଦି ଜିବନ୍ତିଙ୍ଗ୍ ନିରାସ୍ ଆଦେଙ୍ଗ୍ ସିମାଟ୍ । 5 ଇର୍ରିଙ୍ଗ୍ ଅରାମ, ବା ଇପ୍ରୟିମ ମାରି ରମଲିୟଦି ମାରିନ୍ ମି ବିରୁଦ୍ତାନ୍ ସେଇମାଟା ଉପାୟ୍ କିଜି ଇଜିନାନ୍, 6 ରାଦୁ, ମାଡୁ ଜିହୁଦା ବିରୁଦ୍ତାନ୍ ସୋଲ୍ସି ଦାନିଙ୍ଗ୍ ବାଗ୍ କିନାଟ୍ ମାରି ମା ଉଣ୍ତିଙ୍ଗ୍ ଆବେନୁ ବାଗ୍ ବାଗ୍ କିଜି ବାଡ଼ି ତିୟାର୍ କିଜି ଅରେନ୍ ରାଜାଦିଙ୍ଗ୍, ଇର୍ରିଙ୍ଗ୍, ଟାବେଲଦି ମାରିନ୍ତିଙ୍ଗ୍ ନିଲ୍ପିନାଟ୍ ।
7 ସଦାପ୍ରବୁ ଇୟା ମାଟା ଇଜିନାନ୍, "ଆକା ତିର୍ ଆଏତ୍ ମାରି ପୁରା ନେ ଆଏତ୍ ।" 8 ଇରିଙ୍ଗ୍ ଅରାମଦି ମୁକ୍ୟ ଦମେସକ ମାରି ଦମେସକଦି ପେରିକାନ୍ ରତ୍ସିନ; ମାରି, ସାଟେ ପାସ୍ ବାର୍ସେକ୍ଦି ଲୋଇ ଇପ୍ରୟିମ ଇୟାୱାଜା ମୁକା ମୁକା ଆଜି ଇୟାୱାଜା ରୁଙ୍ଗୁନା ସନାତ୍ ଜେ, ୱାନ୍ ମାରି ଉନ୍ଡ୍ରି କୁଟୁମ୍ ଆଜି ମାନ୍ଏନ୍; 9 ମାରି, ଇପ୍ରୟିମଦି ମୁକ୍ୟ ସମରିୟା ମାରି ସମରିୟାଦି ପେରିକାନ୍ ରମଲିୟଦି ମାରିନ୍ । "ଜଦି ମିରୁ ବିସ୍ବାସ୍ କିଇଦେର୍, ଆର୍ତିଙ୍ଗ୍ ତିର୍ ଆଇଦେର୍, ଇକା ସତ୍ନେ ।"
10 ତାନିୱେନ୍କା ସଦାପ୍ରବୁ ଆହସ୍ଦିଙ୍ଗ୍ ମାରି ଇର୍ହାନ୍, 11 "ମିର୍ ସଦାପ୍ରବୁ ନିଜେଦି ମାପୁରୁଦିଙ୍ଗ୍ ଉନ୍ଡ୍ରି ସିନା ଲୋସ୍ତୁ; ଦୁନିଆଦି ଲୋକାଙ୍ଗ୍ ଗି ମୁସ୍କୁପୁର୍ତି ଲୋକାଙ୍ଗ୍ ଆପିତ୍, ଲୋସ୍ତୁ ।"
12 ମାତର୍ ଆହସ୍ ଇର୍ହାନ୍, "ନାନ୍ ଲୋସ୍ଏ ଗି ସଦାପ୍ରବୁଙ୍ଗ୍ ପରିକା କିଏ ।"
13 ଇବେନୁ ୱାନ୍ ଇର୍ହାନ୍, "ଏ ଦାଉଦଦି କୁଟୁମ୍, ମିର୍ ଇଲେଇ ୱେଣ୍ଡ୍ରୁ; ଲୋକାଦି ସାସ୍ତିଙ୍ଗ୍ ପରିକା କିନି ଉଣ୍ତିଙ୍ଗ୍ ମି ଉଣ୍ତିଙ୍ଗ୍ ଇସ୍ରି ବିସୟ୍ ଇଜି କି ମିର୍ ନା ମାପୁରୁଦିଙ୍ଗ୍ ସାସ୍ ବା ପରିକା କିନିଦେର୍ ? 14 ଇୟାଉଣ୍ଡିଙ୍ଗ୍ ପ୍ରବୁ ନିଜେ ମିଙ୍ଗିଁ ଉନ୍ଡ୍ରି ସିନା ସିନାନ୍; ସୁଡ଼ୁଦୁ ଅରେତ୍ ରିପାଆଇଲି ଗାର୍ବୁଦୁ ଆଜି ଅରେନ୍ କଡ଼ଦିଙ୍ଗ୍ ଜନମ୍ କିନାତ୍ ମାରି ୱାନି ଦର୍ ଇମ୍ମାନୁୟେଲ ମା ୱାଲେ ମାପୁରୁ ଇଡ୍ନିଦେର୍ । 15 ସେଇଦାନିଙ୍ଗ୍ ଆକ ମାରି ନେଗିଦାନିଙ୍ଗ୍ ଜିବନ୍ନୋନିକା ନେସ୍ନି ୱାଲେ ୱାନ୍ ଦଇ ମାରି ପୁକି ତିନାନ୍ । 16 ଇରିଙ୍ଗ୍ କୋଡ଼ ସେଇଦାନିଙ୍ଗ୍ ଡ଼ିସ୍ନାନ୍ ମାରି ନେଗିଦାନିଙ୍ଗ୍ ଆସ୍କିନି ନେସ୍ନି ପୁର୍ବେ ଆମା ଦେସ୍ତି ରିଏର୍ ରାଜାରିଙ୍ଗ୍ ମିର୍ କାଡ଼୍ଜିନିଦେର୍, ଆୟା ଦେସ୍ ଆକ ଆନାତ୍ ।"
17 "ଇପ୍ରୟିମ ଜିହୁଦାଦିମାଣାନ୍ ଅଲଗା ଆତି ଦିନ୍ତାନ୍ ଆମାୱାଜା ବେଡ଼ା ଏସେଙ୍ଗ୍ ଆଏଣ୍ଡ୍ ମାର୍ହାତ୍, ଆୟାୱାଜା ବେଡ଼ା ସଦାପ୍ରବୁ ମି ଉଣ୍ତିଙ୍ଗ୍ ମାରି ମି ଲୋକା ଉଣ୍ତିଙ୍ଗ୍ ମାରି ମି ବୁବାଦି କୁଟୁମ୍ଦି ଉଣ୍ତିଙ୍ଗ୍ ଗଟେକିନାନ୍; ଇରିଙ୍ଗ୍, ଅସୁରଦି ରାଜାଦିଙ୍ଗ୍ ତାନାନ୍ ।"
18 ମାରି, ଆୟା ନାଣ୍ତିଙ୍ଗ୍ ସଦାପ୍ରବୁ ମିସର ଦେସ୍ତି ଗାଡେଙ୍ଗ୍ ୱିଜୁ ବାଡିଦି ୱିଜେଙ୍ଗ୍ ଉଣ୍ତିଙ୍ଗ୍ ମାରି ଅସୁର ଦେସ୍ତି ପୁକି ୱିଜେଙ୍ଗା ଉଣ୍ତିଙ୍ଗ୍ ସିସଡ଼ି ଉକ୍ସି କୁକ୍ନାନ୍ । 19 ଆବେନୁ ଆୟାୱିଜୁ ୱାଜି ଇସ୍ରି ଗରକା ବାଡିଦୁ ୱିଜୁଦୁ ମାରି ପିଡ଼ିପିଙ୍ଗା ବର ବାଡ଼ିଦୁ ମାରି ନାଣ୍ଡ୍ ସାମ୍ବନୁଦୁ ମାରି ପାଡ଼ିଆ ବୁମି ୱିଜୁଦୁ ବାସ୍ନେ ।
20 ଆୟା ନାଣ୍ତିଙ୍ଗ୍ ପ୍ରବୁ ପରାତ୍ ଗାଡାଦି ଆୟାପାଡ଼ାକାରି ବାଡ଼ାଦି ବାଣ୍ତାରି ମାଣାନ୍, ଇର୍ରିଙ୍ଗ୍, ଅସୁରଦି ରାଜାଦି ମାଣାନ୍ ତାଲାଦି କୁକୁଟି, କାଲୁଦି ବୁରୁବୁସେଙ୍ଗ୍ କୁରେ କିନାନ୍ ମାରି ଦାନିମାଣାନ୍ ମେସାମ୍କୁ ବା କୁରେ କିନାନ୍ ।
21 ଆୟା ନାଣ୍ତିଙ୍ଗ୍ ଅରେନ୍ ଲୋକ୍ ଉନ୍ଡ୍ରି ପାଡା ମାରି ରୁଣ୍ଡି ମେଣ୍ଡେଙ୍ଗ୍ ପସା କିତାନ୍, 22 ୱାନିକା ସିନି ପାଲୁଦି ସାକ୍ତିଦାନ୍ ୱାନ୍ ଦଇ ଉଣାନ୍; ଇରିଙ୍ଗ୍ ଆୟା ଦେସ୍ତୁ ଏଜିତିମାନି ୱିଜୁ ଲୋକୁ ଦଇ ମାରି ପୁକି ତିନାର୍ ।
23 ମାରିବା, ଆମା ଆମା ବାଡ଼ିଦୁ ଆଜାର୍ଗଟା ୱେଣ୍ତି ଅଦ୍ଲି ଦାରାଦି ଅଙ୍ଗୁର୍ପାଡ଼ା ମାର୍ହାତ୍, ଆୟା ନାଣ୍ତିଙ୍ଗ୍ ୱାନ୍ ୱିଜୁ ବାଡ଼ିଦୁ କାଟାକୋଡ଼ି ମାରି ସାମୁ ମାରାକୁ ଆନେ । 24 ମାରି, ୱିଜୁ ଦେସ୍ତୁ କାଟାକୋଡ଼ି ମାରି ସାମ୍କୁ ମାରାକୁ ଆତିଙ୍ଗ୍ ଲୋକୁ ଇଟା ମାରି ଦନୁ ଆସ୍ସି ଆୟାବାଡିଦୁ ସୋନାର୍ । 25 ମାରି, ଆମାୱିଜୁ ଗରନ୍କୁ କାଣିସିଦାନ୍ କାରାଇ ଆତାମାର୍ହାତ୍, ମିର୍ କାଟାକୋଡ଼ି ମାରି ସାମ୍କା ବନୁଦି ତିୟେଲ୍ଦାନ୍ ଆୟା ବାଡ଼ିଦୁ ସୋଲ୍ଇଦେର୍, ମାତର୍ ଆକା କଡିଙ୍ଗା ସାରାନି ବାଡି ମାରି ମେଣ୍ଡେଙ୍ଗ୍ ମାଟ୍ସି ସାରାନି ବାଡି ଆନାତ୍ ।