1 ପେରି ୱେୟୁଦାନ୍ ଆଉଲି ଆଜି ୱେର୍ଆ, ବଲୁ ଉଣା କିମା, ମୋରି ୱାଜା ନିଜେଦି ବଲୁ ପେର୍ଆ, ନା ଲୋକାଙ୍ଗ୍ ୱାରି ଅଦାର୍ମୁ ମାରି ଜାକୁବ କୁଟୁମ୍ତିଙ୍ଗ୍ ୱାରି ପାପ୍ ୱିଜୁ ୱେର୍ତୁ । 2 ମାରିବା ୱାର୍ ଦିନାମି ନାଙ୍ଗି ପୋଇନାର୍ ମାରି ନା ସାରି ବିସୟ୍ ନେସ୍ତେଙ୍ଗ୍ ବଦାକିନାର୍; ଆମା କୁଡ଼ାଦି ଲୋକୁ ଦାର୍ମୁଦି ପାଣି କିନାର୍ ମାରି ନିଜେଦି ମାପୁରୁଦି ନିୟମ୍ ଡ଼ିସ୍ଏର୍, ୱାରିୱାଜା ୱାର୍ ଦାର୍ମୁ ନିୟମ୍ ବିସୟ୍ ନାଙ୍ଗି ୱେନ୍ବାନାର୍ ମାରି ମାପୁରୁଦି ଲାକ୍ତୁ ୱାଦେଙ୍ଗ୍ ୱେଡ଼ିକା ଆନାର୍ ।
3 ୱାର୍ ଇଜିନାର୍, "ମାଡ୍ ଏନ୍ଦା ଉପାସ୍ କିତାମାନାଟ୍ ମାରି ମିର୍ ସୁଡ଼ୁଇଦେର୍ ?" ମାପ୍ ଏନ୍ଦା ନିଜେ ନିଜେଦି ଜିବନ୍ତିଙ୍ଗ୍ କାସ୍ଟୁ ସିଜିନାଟ୍ ମାରି ନିନ୍ ମୋନ୍ଦିୟାନ୍ ସିଏଜିନି ? ସୁଡ଼ୁଦୁ, ମିର୍ ଉପାସ୍ଦି ଦିନ୍ତୁ ନିଜେଦି ସୁକ୍ କିଜିନି ମାରି ସାକ୍ତିଦି ୱିଜୁ ପାଣି କିଜିନି । 4 ସୁଡ଼ୁଦୁ, ମିର୍ ଜାଟିଙ୍ଗ୍ ମାରି ଆଉଲି ଉଣ୍ତିଙ୍ଗ୍, ମାରି ତାଗ୍ଇରୁପ୍ ମୁଟିଦାନ୍ ଡାକ୍ନି ଉଣ୍ତିଙ୍ଗ୍ ଉପାସ୍ କିଜିନିଦେର୍; ମି ମାଟା ମୁସ୍କୁପୁର୍ତୁ ଏଣ୍ତେସ୍ ୱେନାଇଆନାତ୍, ଇୟାୱାଜା ଉପାସ୍ ନେରୁ ମିର୍ କିଇଦେର୍ । 5 ଇୟା ୱାଜା ଉପାସ୍, ଲୋକୁ ନିଜେଦି ଜିବନ୍ତିଙ୍ଗ୍ କାସ୍ଟୁ ସିନି ଉଣ୍ତିଙ୍ଗ୍ ଇୟାୱାଜାଦି ଦିନ୍, ମାଡ୍ ଇନିକା ମୋନ୍କିତା ମାନାଟ୍ ? ନାଡ଼ା ମାରାକୁ ୱାଜା ତାଲା ୱାକ୍ନିକା, ମାରି ବାସ୍ତା ଆଙ୍ଗିଁ ମାରି ନିରୁ ନିଜେଦି ଆଡ୍ଗି ପାର୍ନିକା, ଦେନିଙ୍ଗ୍ ମିର୍ ଉପାସ୍ ମାରି ପ୍ରବୁଦି ଉଦେସ୍ତାନ୍ ଡ଼ିସ୍ନି ଦିନ୍ ଇଜି ଇନିଦେର୍ ?
6 ଆମା ଉପାସ୍ ୱେଡ଼ିକା ଆନାତ୍, ଆକା ଇନିକା ଇକା ଆଏତ୍ ? ତାଗ୍ଇୱାନି ଗାଟି କୁତ୍ତେଙ୍ଗ୍, ପୁନ୍ଦିଦି ଗାଟି କୁତ୍ତେଙ୍ଗ୍ ମାରି ବଜୁଦୁ ମାନି ଲୋକାଙ୍ଗ୍ ମୁକୁଡ଼ା କିଜି ଡ଼ିସ୍ତେଙ୍ଗ୍, ମାରି ୱିଜୁ ପୁନ୍ଦିଙ୍ଗ୍ ରୁକ୍ନି ଉଣ୍ତିଙ୍ଗ୍, 7 ବାଙ୍ଗାଦି ଲୋକାଙ୍ଗ୍ ମି କାଦି ବାଟା କିଦେଙ୍ଗ୍, ମାରି ଇଣ୍ଡ୍ରଣାନ୍ ପେରିତି ଦୁଃକ୍ତି ଲୋକାଙ୍ଗ୍ ନିଜେଦି ଇଣ୍ଡ୍ର ତାନିକା, ମିର୍ ଡୁମୁଡାଦି ଲୋକାଙ୍ଗ୍ ସୁଡ଼ୁତିଙ୍ଗା, ୱାନିଙ୍ଗ୍ ଆଙ୍ଗିଁ ଆରିସ୍ତେଙ୍ଗ୍ ମାରି ମି ନିଜେ କୁଟୁମ୍ଦି ଲୋକା ମାଣାନ୍ ନିଜେଦିଙ୍ଗ୍ ମାର୍କ୍ଏଣ୍ଡା, ଇୟା ୱାଜାଦି ଉପାସ୍ ନାନ୍ ଗି ମୋନ୍ କିଏ ?
8 ଇକା କିତିଙ୍ଗା, ୱେଡ଼ା ୱାଜା ମି ଜାୟ୍ ତର୍ନାତ୍ ମାରି ମି ପାଡ଼ୁ ଦାପ୍ରେ ନେର୍ନାତ୍; ମାରି, ମି ଦାର୍ମୁ ମି ଆଗ୍ଡ଼ି ଆଗ୍ଡ଼ି ଆନାତ୍; ସଦାପ୍ରବୁଦି ଜାୟ୍ ମି ୱେନ୍କା ୱାନାତ୍ । 9 ନାସ୍ତିୱାଲେ ମିର୍ କୁକୁନିଦେର୍ ମାରି ପ୍ରବୁ ୱେର୍ନାନ୍; ମିର୍ ସାହାଜ୍ୟଦି ଉଣ୍ତିଙ୍ଗ୍ ଆଡ଼୍ବାଜି କୁକୁନିଦେର୍, ମାରି ୱାନ୍ ଇନାନ୍, "ନାନ୍ ମାନା ।" ଜଦି ମିର୍ ନିଜେଦି ମାଣାନ୍ ପୁନ୍ଦି, ଡ଼ାସ୍କାଦାନ୍ ଜୁଟ୍ସି ମାରି ଅଦାର୍ମୁ ବାକ୍ୟ ଆକ କିଦୁ; 10 ମାରି, ଜଦି ବାଙ୍ଗାଁଦି ଲୋକା ଉଣ୍ତିଙ୍ଗ୍ ମି ଜିବନ୍ନୋନାତ୍ ମାରି ଦୁଃକ୍ତି ଲୋକା ଜିବନ୍ତିଙ୍ଗ୍ ଉଟ୍ପିସ୍ କିଦୁ, ଆଦେଙ୍ଗ୍ ସିକାଟିଦୁ ମି ଦିୱା ତର୍ନାତ୍ ମାରି ମି ସିକାଟି ୱେଡ଼େରି ଜାୟ୍ ସମାନ୍ ଆନାତ୍; 11 ମାରି, ପ୍ରବୁ ସତ୍ନେ ମିଙ୍ଗିଁ ସାରି ତର୍ପ୍ସି ଅନାନ୍ ମାରି ବାଲିବାଟାଦିବୁମିଦୁ ମି ଜିବନ୍ତିଙ୍ଗ୍ ଉଟ୍ପିସ୍ କିନାନ୍ ମାରି ମି ପେଡ଼େକ୍ ୱିଜୁ ବପୁ କିନାନ୍; ଆବେନୁ ମିରୁ ଏରୁ ୱାକ୍ତିମାନି ଡଡିଦି ୱାଜା ମାରି ଏରୁ ଉଣା ଆଇ ଜଲାଦି ଏରୁ ୱାଜା ଆନିକା । 12 ମାରି, ମି କୁଡ଼ାଦି ଲୋକୁ ପାଡ଼ିଇ ରୁଙ୍ଗିତିମାନି ବାଡି ୱିଜୁ ପୁନା ତିୟାର୍ କିନାର୍; ମିରୁ ପୁର୍ବେ କାଡ଼ାଦି ନାଣ୍ଡ୍ ମୁଲ୍କୁନାଦି ମୁସୁକୁ ତିୟାର୍ କିନିଦେର୍; ମାରି, "ରୁଙ୍ଗିତି କାତିଙ୍ଗ୍ ତିୟାର୍ କିନିକାର୍ ମାରି ତେବାନି ବାଡି ଉଣ୍ତିଙ୍ଗ୍ ପୁନି ସାରି ତିୟାର୍ କିନିକାର୍ ଇଜି ୱେଙ୍ଗିଁନିଦେର୍ ।"
13 ମିର୍ ଜଦି ରୋମନି ଦିନ୍ତିଙ୍ଗ୍ ମାନାଇ ଉଣ୍ତିଙ୍ଗ୍, ନା ପବିତ୍ର ଦିନ୍ତୁ ନିଜେଦି ଆସାଦି ସେସ୍ଟାଦାନ୍ ନିଜେଦି ପାଦ୍ ଡ଼େପ୍ତୁ; ମାରି, ରୋମନି ଦିନ୍ତିଙ୍ଗ୍ ସୁକ୍ତିକା ମାରି ସଦାପ୍ରବୁଦି ପବିତ୍ର ଦିନ୍ତିଙ୍ଗ୍ ୱେଡ଼ିକାଦିକା ଇଜି ଇଣ୍ଡ୍ରୁ; ମାରି, ନିଜେଦି ପାଣି କିଏଣ୍ଡା ମାରି ନିଜେଦି ଆସାଦି ସେସ୍ଟା କିଏଣ୍ଡା ମାରି ନିଜେଦି ମାଟା ଇନ୍ଏଣ୍ଡା ୱାନିଙ୍ଗ୍ ଜିବନ୍ନୋନିକା: 14 ଆଦେଙ୍ଗ୍ ମିରୁ ପ୍ରବୁଦିମାନୁ ୱେଡ଼ିକା କିନିଦେର୍; ମାରି, ନାନ୍ ମିଙ୍ଗିଁ ପୃଥିବିଦି ଉଚାବାଡିଦୁ ଅନା; ମାରି, ମି ବୁବା ଜାକୁବଦି ଅଦିକାର୍ ମିଙ୍ଗିଁ ସିନି ଉଣ୍ତିଙ୍ଗ୍ : ଇର୍ରିଙ୍ଗ୍ ପ୍ରବୁ ଇକା ଇର୍ହାମାନାନ୍ ।