1 ଏ ଦେସ୍ତି ଲୋକୁ, ଲାକ୍ତୁ ୱାଜି ୱେଣ୍ଡ୍ରୁ, ଏ କୁଡ଼ାଦି ଲୋକୁ, ମିରୁ ମନ୍ ଦିୟାନ୍ ସିଦୁ; ଦୁନିଆଦୁ ମାନି ୱିଜୁ ଲୋକୁ ୱେଣ୍ଡ୍ରୁ; ଦୁନିଆ ମାରି ଇବେନୁ ତିୟାର୍ ଆତି ୱିଜୁ ଜିନିସ୍କୁ ୱେନିୟି । 2 ଇରିଙ୍ଗ୍ ଦେସ୍ତି ୱିଜେରି ବିରୁଦ୍ତାନ୍ ପ୍ରବୁଦି ରିସା ମାରି ୱାରି ୱିଜୁ ସନ୍ୟରି ବିରୁଦ୍ତାନ୍ ୱାନି ନାଣ୍ଡ୍ ରିସା ମାନାତ୍; ୱାନ୍ ୱାରିଙ୍ଗ୍ ପୁରା ସାପିସ୍ କିତାମାନାନ୍, ୱାନ୍ ୱାରିଙ୍ଗ୍ ସାନି ଉଣ୍ତିଙ୍ଗ୍ ସର୍ପେ କିତାମାନାନ୍ । 3 ୱାରି ସାତି ଲୋକୁ ଆତ୍ରେ ପୋକାଇ ଆନାର୍, ୱାରି ମାଡ଼େଙ୍ଗାଣାନ୍ କାପୁ ଆନାତ୍ ମାରି ୱାରି ନେତେର୍ଦାନ୍ ୱାଗ୍ଜି ସୋଲ୍ସି ବର୍ତି ଆନାତ୍ । 4 ମାରି, ବାଦଡ଼୍ତି ୱେଡ଼ା, ଲେଜୁ, ସୁକେଙ୍ଗ୍ ୱିଜୁ ନାସ୍ଟୁ ଆନେ ସନେ ମାରି ବାଦଡ଼୍ ଗୁଡ଼ୁବେଲିଦି ବଇ ୱାଜା ତେରାବାନାତ୍; ମାରି, ଏଣ୍ତେସ୍ ଅଙ୍ଗୁର୍ତିୱାଦି ୱାର୍ତି ଆକୁ ମାରି ତଗା ମାରାତି ୱାର୍ତି ଆକୁ, ଆୟାୱାଜା ୱାରି ସନ୍ୟର୍ ୱିଜେରେ ସାନା ସନାର୍ ।
5 ଇରିଙ୍ଗ୍ ମା କାଣ୍ଡା ମୁସ୍କୁପୁରୁତୁ ତିଆର୍ କିଆତା ମାନାତ୍; ସୁଡ଼ୁଦୁ, ବିସାର୍ ପୁରା ଆଦେଙ୍ଗ୍ ଆକା ଇଦମତି ମାରି ମା ଆନାଦୁରିଆଦି ଲୋକା ମୁସୁକୁ ଆର୍ନାତ୍ । 6 ପ୍ରବୁଦି କାଣ୍ଡା ନେତେର୍ଦାନ୍ ପାଜିତା ମାନାତ୍, କଣ୍ୱେସ୍ଦାନ୍ ମାରି ଗରିଆଦି କଣ୍ୱେସ୍ଦାନ୍ ବାଲ୍ସ୍ତା ମାନାତ୍; ଇରିଙ୍ଗ୍ ବସ୍ରାଦୁ ପ୍ରବୁଦି ଉନ୍ଡ୍ରି ଜଜ୍ଞ ମାରି ଇଦୋମ ଦେସ୍ତୁ ଉନ୍ଡ୍ରି ପେରି ଜୁଦ୍ ଲୋକୁ କାତ୍ସିସାନିକା ଆନାତ୍ । 7 ମାରି, ୱାନିକା ୱାଲେ ବନୁକଡିଙ୍ଗ୍, ଡ଼ାନୁଦି ୱାଲେ ସଣ୍ତ ଡ଼ାନୁ ୱାନେ; ଆବେନୁ ୱାରି ଦେସ୍ ନେତେର୍ଦାନ୍ ବର୍ତି ଆନାତ୍ ମାରି ୱାରି ଦୁଡ଼ି କଣ୍ୱେସ୍ଦାନ୍ ପୁରା ଆନାତ୍ । 8 ଇରିଙ୍ଗ୍ ଇକା ପ୍ରବୁଦି ବାଦ୍ଲୁ ଅନି ଦିନ୍, ଇକା ସିୟୋନଦି ସାତ୍ରୁରିଙ୍ଗ୍ ବାଦ୍ଲୁ ସିନି ବାର୍ସେକ୍ ।
9 ମାରି, ଇଦମତି ଜଲାଦି ଏରୁ ୱିଜୁ ଦୁପ୍ଣିଦାନ୍, ଆବେଣି ଦୁଡ଼ି ଗନ୍ଧକଦାନ୍ ମିସାନାତ୍ ମାରି ଆବେଣି ବୁମି ସିସୁକାସ୍ନି ଦୁପ୍ଣି ଆନାତ୍ । 10 ଆୟା ଦୁପ୍ଣି ନାଡ଼ାୱେଡ଼େ ଏସାଙ୍ଗ୍ବା ନାମ୍ଏତ୍ନି; ଆବେଣି ଗଇ ୱିଜୁୱେଡ଼ାଦୁ ନିଙ୍ଗ୍ନାତ୍; କାଡ଼ାକାଡ଼ା ସାନ୍ଦି ଆକା ବାଲିବାଟାବୁମି ଆଜି ମାନ୍ଜିନାତ୍; ଏସାଙ୍ଗ୍ବା ଆୟା ନାଣିମିରାନ୍ ଏନ୍ ବୁଲାଏର୍ । 11 ମାତର୍ ନିରୁନୁକୁଡ଼ି ମାରି ସୋଇଁ ଆକା ଅଦିକାର୍ କିନେ; ମାରି, କସ ପଟି ମାରି କାକି ଆୟା ଲୋଇ ବାସା କିନେ; ମାରି, ୱାନ୍ ଆୟା ମୁସୁକୁ ଇନିଜିନିସ୍ ସିଲି ୱାଜା ଇସାବ୍ କିନି ନାସୁ ୱାରିଇବାଡିଦି ଉଲୁମ୍ ରେନାନ୍ । 12 ୱାର୍ ଆବେଣି ପେରିୱାରିଙ୍ଗ୍ ସାସନ୍ କିଦେଙ୍ଗ୍ କୁକୁନାର୍; ମାତର୍ ଏନ୍ ଆବେନୁ ମାନ୍ଏର୍ ମାରି ଆବେଣି ଅଦିପତିରି ୱିଜେରେ ସିଲେଣ୍ଡା ଆନାର୍ । 13 ଆବେଣି ମେଡ଼୍ ଇଲୁକୁ ୱିଜୁ ସାମ୍କୁ ଆନେ ମାରି ଆବେଣି ନିର୍ଇ କାତିଙ୍ଗ୍ ୱିଜୁ ସେକ୍ନି ଦଲ୍କୁ, ସାମ୍କୁ ତିୱା ପିର୍ନେ, ଆକା ଗଲୁଙ୍ଗା ତେବାନି ବାଡି ମାରି କୋସ ପଟିଙ୍ଗାଣି ସାରାନି ବାଡି ଆନାତ୍ । 14 ମାରି, ଆବେନୁ ବନୁଦି ଜାତୁଙ୍ଗ୍ କାର୍ନୁକୁଡ଼ିଙ୍ଗା ୱାଲେ ମିସାନେ ମାରି ଗରିଆ ନିଜେଦି ସାଙ୍ଗ୍ତିଙ୍ଗ୍ କୁକୁନାତ୍; ମାରିବା, ନାଡ଼ା ଦୁବେଙ୍ଗ୍ ଆବେନୁ ବାସା କିଜି ରୋମ୍ନି ବାଡି ପୋଇନେ । 15 ଆୟା ବାଡିଦୁ ଡାଟ୍ନି କସ ନିଜେଦି ଗୁଡ଼ୁ କିଜି ଗୁଡୁଙ୍ଗ୍ ସିନାତ୍ ମାରି ପିଲେକ୍ ପାଟ୍ସି ନିଜେଦି ନିଡ଼ା ଆଡ୍ଗି ଉଣ୍ଡ୍ରେବାନୁ କିନାତ୍; ମାରିବା, ଗିଦ୍ ପଟିଙ୍ଗ୍ ୱିଜୁ ନିଜେ ନିଜେଦି ସାଙ୍ଗ୍ଦି ୱାଲେ ଉଣ୍ଡାନେ ।
16 ମିରୁ ସଦାପ୍ରବୁଦି ବଇଦୁ ରେବାଜି ପଡ଼ାଦୁ; ୱେରିମାଡ଼ାନ୍କୁ ଏନ୍ ତେବାଏର୍; ଏନ୍ ନିଜେଦି ସଙ୍ଗ୍ତି ୱାଲେ ୱେର୍ଏ ଆଏର୍; ଇରିଙ୍ଗ୍ ନା ମୋକମ୍ ଦାନ୍ ୱାନ୍ ଇକା ଇର୍ହା ମାନାନ୍ ମାରି ୱାନିକା ଆତ୍ମା ୱାରିଙ୍ଗ୍ ଉଣ୍ଡାକିତାମାନାତ୍ । 17 ମାରି, ପ୍ରବୁ ୱାରି ଉଣ୍ତିଙ୍ଗ୍ କୁଡ଼ୁକୁଡ଼ି କିତାମାନାନ୍ ମାରି ୱାନି କିୟୁଦି ଇସାବ୍କିନି ନାସୁ ଦାନ୍ ଆକା ବାଗ୍ କିଜି ୱାରିଙ୍ଗ୍ ସିତାମାନାନ୍; ୱାର୍ ଆକା ୱିଜୁ ୱେଡ଼ାଦୁ ଅଦିକାର୍ କିନାର୍, ୱାର୍ କାଡ଼ାକାଡ଼ାଦୁ ଆବେନୁ ବାସା କିନାର୍ ।