1 ନାନ୍ ନିଜେଦି ଜିବନ୍ନୋନି ସଙ୍ଗ୍ ଉଣ୍ତିଙ୍ଗ୍, ୱାନି ଅଙ୍ଗୁର୍ କିଡ଼ିଇ ବିସୟ୍ତାନ୍ ନା ଜିବନ୍ନୋନି ସଙ୍ଗ୍ତି ଉଣ୍ତିଙ୍ଗ୍ ଉଣ୍ତ୍ରି ପାଟା ପାର୍ନା । ନାଣ୍ତ ନେଗି ବୁମିଦୁ ଉନ୍ଡ୍ରି ଗରନ୍ତୁ ନା ଜିବନ୍ନୋନି ସଙ୍ଗ୍ତି ଉନ୍ଡ୍ରି ଅଙ୍ଗୁର୍ କିଡ଼ିଇ ମାର୍ହାତ୍; 2 ମାରି, ୱାନ୍ ଆକା କାର୍ଜି କାଲୁକୁ ୱିଜୁ ସୋପ୍ତାନ୍ ମାରି ନାଣ୍ଡ୍ ନେଗି ଅଙ୍ଗୁର୍ ମାରାନ୍ ଆବେନୁ ଉର୍ତାନ୍ ମାରି ଆବେଣି ନାଣିମି ବାଡିଦୁ ଉନ୍ଡ୍ରି ଉଚା ଇଲୁ ତିଆର୍ କିଜି ଅଙ୍ଗୁର୍ରସ୍ କିନି କୁଣ୍ତ୍ କାରିତାନ୍, ମାରି ଅଙ୍ଗୁର୍ କୋଡ଼ି ଆସ୍ନାତ୍ ଇଜି କାପ୍କିଜି ତେବାତାନ୍, ମାତର୍ ଆବେନୁ ସଇନି ଅଙ୍ଗୁର୍ କୋଡ଼ି ଆସ୍ତାତ୍ ।
3 ଆଦେଙ୍ଗ୍ ଇଲେଇ ଏ ଜିରୁସାଲମ୍ତୁ ବାସାତିମାନିକାର୍ ମାରି ଜିହୁଦାଦି ଲୋକୁ, ନାନ୍ ମିଙ୍ଗିଁ ମାଡ଼ିସ୍ କିଜିନା, ମିର୍ ନାଦି ମାରି ନା ଅଙ୍ଗୁର୍ କିଡ଼ିଇଦି ଲୋଇ ବା ବିସାର୍ କିଦୁ । 4 ନାନ୍ ନା ଅଙ୍ଗୁର୍ କିଡ଼ିଇଦୁ ଆମାକା କିଏ, ଇୟାୱାଜା ଆମା ନାଣ୍ଡ୍ ପାଣି ଆୟା ଉଣ୍ତିଙ୍ଗ୍ କିଆଇ ଆଦେଙ୍ଗ୍ ଆଟ୍ତାତ୍ମାନ୍ଦି ? ଇୟାଉଣ୍ଡିଙ୍ଗ୍ ନାନ୍ ଅଙ୍ଗୁର୍ କୋଡ଼ି ଆସ୍ନାତ୍ ଇଜି କାପ୍କିତା, ଆବେନୁ ସଇନି ଅଙ୍ଗୁର୍ କୋଡ଼ି ଆସ୍ତାତ୍ ଏନ୍ଦା ?
5 ଆଦେଙ୍ଗ୍ ଇଲେଇ ୱେଣ୍ତୁରୁ; ନାନ୍ ନା ଅଙ୍ଗୁର୍ କିଡ଼ିଇ ଉଣ୍ତିଙ୍ଗ୍ ଆମାକା କିନା, ଆକା ମିଙ୍ଗିଁ ନେସ୍ପିସ୍ କିନା; ନାନ୍ ଆବେଣି କୋଅଟି କୁତୁନା ପୋକ୍ନା, ଆବେନୁ ଆକା ନାସ୍ଟୁକିନା ପୋକ୍ନା; ନାନ୍ ଆବେଣି କୋଅଟି ରୁକୁନା ପୋକ୍ନା, ଆବେନୁ ଆକା ପାଦାମ୍ତାନ୍ ମାଟାନାତ୍ । 6 ମାରି, ନାନ୍ ଆକା କୁତୁନା ପୋକନା; ଆୟାଦାନି ଆକୁ କାତାଇ ଆଏତ୍ ବୁମି ଡ଼ୁୟାଇ ଆଏତ୍; ମାତର୍ ଆକା କାଟାକୋଡ଼ି ମାରି ସାମ୍ ମାରାକା ବର୍ତି ଆନାତ୍; ଆୟା ମୁସୁକୁ ପିରୁ ରେଇ ଉଣ୍ତିଙ୍ଗ୍ ନାନ୍ ବାଦଡ଼୍ଦିଙ୍ଗ୍ ଆଦେସ୍ କିନା । 7 ଇୟା ଉଣ୍ତିଙ୍ଗ୍ ଇସ୍ରାଏଲ କୁଟୁମ୍ ପେରିସାକ୍ତି ସଦାପ୍ରବୁଦି ଅଙ୍ଗୁର୍ କିଡ଼ିଇ ମାରି ଜିହୁଦାଦି ଲୋକୁ ୱାନି ୱେଡ଼ିକା ପାଡ଼ା; ୱାନ୍ ନ୍ୟାୟ୍ କାପ୍କିତାନ୍, ମାତର୍ ସୁଡ଼ୁଦୁ, ସେଇକା; ଦାର୍ମୁ କାପ୍କିତାନ୍, ମାତର୍ ସୁଡ଼ୁଦୁ, ଆଡ଼୍ବାନିକା ଆତାତ୍ ।
8 ଦେସ୍ତୁ ଏଣ୍ଡେସ୍ଗି ମାରି ବାଡି ସିଲେଣ୍ତ୍ ଆନାତ୍ ମାରି ମିର୍ ଏଣ୍ଡେସ୍ଗି ଆବେନୁ ଅରେନ୍ନେ ବାସାକିନିଦେର୍, ଇୟାଉଣ୍ଡିଙ୍ଗ୍ ଇଲୁଦିଙ୍ଗ୍ ଇଲୁ, କିଡ଼ିଇଦିଙ୍ଗ୍ କିଡ଼ିଇ ମିସା କିଜିନିଦେର୍ ଜେ ମିର୍, ଦୁଃକ୍କାସ୍ଟୁ ପଇଦେଙ୍ଗ୍ ସୋଲ୍ସିମାନି ଲୋକୁ ! 9 ପେରିସାକ୍ତି ସଦାପ୍ରବୁ ନା ଗିତଣିଦୁ ଇର୍ହାମାନାନ୍, ସତ୍ନେ ନାଣ୍ଡ୍ ଇଲ୍କୁ ଦଂସ ଆତି ବାଡି, ବା ପେରିକେଙ୍ଗ୍ ମାରି ସୁନ୍ଦର୍ ଇଲ୍କୁ ୱିଜୁ ୱାରିକା ଆନାତ୍ । 10 ଇରିଙ୍ଗ୍ ଦାସ୍ ଏକର୍ ଅଙ୍ଗୁର୍ କିଡ଼ିଇଦୁ ଉଣ୍ତ୍ରେ ଅଡି ଅଙ୍ଗୁର୍ରସ ଆନାତ୍ ମାରି ଦାସ୍ ଅଡି ୱିତୁଦାନ୍ କେବଲ ୧୮ କେଜି ପାସି ସନାତ୍ ।
11 ଆମାକାର୍ କାଡ଼ୁ ଉଣ୍ଡେଙ୍ଗ୍ ସାଲ୍ଦିନେ ନିଙ୍ଗିନାର୍; ଅଙ୍ଗୁର୍ରସ୍ଦାନ୍ ସୋସ୍ନି ସାନ୍ଦି ନାଡ଼ାକା ୱେଡ଼ା କିନାର୍, ୱାର୍ ଅବିସାପ୍ ପଇଦେଙ୍ଗ୍ ସୋଲ୍ସିମାନି ଲୋକୁ ! 12 ୱାରି ବଜିଦୁ ଟଇଲା, ମୋରି, ଡାପୁ, ପିରଡ଼ି ମାରି ଅଙ୍ଗୁର୍ରସ୍ ମାନ୍ଜିନାତ୍; ମାତର ୱାର୍ ସଦାପ୍ରବୁଦି ପାଣିଦିଙ୍ଗ୍ ସୁଡ଼ୁଏର୍ ଇର୍ରିଙ୍ଗ୍ବା ୱାରି କିୟୁଦି ପାଣି ୱାର୍ ଚିନ୍ତା କିଏର୍ । 13 ଇୟାଉଣ୍ଡିଙ୍ଗ୍ ନା ଲୋକୁ ଉଣା ବୁଦି ଉଣ୍ତିଙ୍ଗ୍ ବନ୍ଦି ଆତା ମାନାର୍; ମାରି, ୱାରି ୱିଙ୍ଗିଁତି ଲୋକୁ ବାଙ୍ଗାଁ ଆଜିନାର୍ ମାରି ୱାରି ଲୋକୁ ୱିଜେରେ ଏର୍କିଦାନ୍ ୱାର୍ତା ସଲ୍ସିନାର୍ । 14 ଇୟାଉଣ୍ଡିଙ୍ଗ୍ ପାତାଲ୍ ନିଜେଦିଙ୍ଗ୍ ପେରିକା କିଜିନାତ୍ ମାରି ନିଜେଦି ୱେୟୁ ନାଣ୍ତ କାକ୍ତା ମାନାତ୍; ମାରି, ୱାରି ଗୌରବ୍, ୱାରି ଲୋକୁ ୱିଜେରେ, ୱାରି ଆଉଲି ମାରି ୱାରି ମାଣାନ୍ ୱେଡ଼ିକାଦି ଲୋକୁ ଆୟା ଲୋଇ ରେସି ସୋନାର୍ ।
15 ମାରି, ଆଇ ଲୋକାଙ୍ଗ୍ ଇସ୍ରିକା କିନାର୍ ମାରି ପେରି ଲୋକୁ ଆଡିଗି ଆନାର୍, ମାରି ଆକାର୍ଆନିୱାରି ସୁଡ଼ୁନିକା ଉଣା ଆନାତ୍; 16 ମାତର୍ ପେରିସାକ୍ତି ସଦାପ୍ରବୁ ବିସାର୍ଦୁ ମୁସ୍କୁ ପେରାଇଆନାନ୍, ମାରି, ଦାର୍ମୁଦି ମାପୁରୁ ଦାର୍ମୁଦାନ୍ ପବିତ୍ର ୱାଜା ମାନାନାନ୍ । 17 ଆୟା ବେଡ଼ାଦୁ ମେଣ୍ଡେଙ୍ଗ୍ ସାରା କିନିକାର୍ ନିଜେଦି ସାରାକିନି ବାଡ଼ିଦୁ ସାରାନି ୱାଜା ସାରାକିନାର୍, ମାରି, ବୁଲାନିକାର୍ ମୋଟାରଟାଦି ଲୋକାଦି ସାନି ବାଡ଼ିଦୁ ପୋଇନାର୍ ।
18 ଆମାକାର୍ ବାଣାକିନି ୱାଜା ନାସୁ ପାପ୍ତିଙ୍ଗ୍ ମାରି କଡିଦିଙ୍ଗ୍ ତର୍ନି ନାସୁ ଅଦାର୍ମୁଦି ବିସୟ୍ତିଙ୍ଗ୍ ଆସ୍ସି ଇଡ୍ନାମାନାର୍, ୱାର୍ ଅବିସାପ୍ ଆପିର୍ ! 19 ୱାର୍ ଇନାର୍, "ମାପ୍ ଏଣ୍ଡେସ୍ ରେବାଦେଙ୍ଗ୍ ଆଟ୍ନାପ୍, ଇୟାଉଣ୍ଡିଙ୍ଗ୍ ୱାନ୍ ଦାନ୍ଧା କିପିନ୍, ୱାନ୍ ନିଜେଦି ପାଣି ଦାପ୍ରେ କିପିନ୍; ମାରି, ମାପ୍ ଏଣ୍ଡେସ୍ ନେସ୍ତେଙ୍ଗ୍ ଆଟ୍ନାପ୍, ଇୟାଉଣ୍ଡିଙ୍ଗ୍ ଇସ୍ରାଏଲଦି ଦାର୍ମୁଦିୱାଜା ଉପାୟ୍ ଇଗା ୱାଜି ଗୋଟାପିତ୍ ।"
20 ଆମାକାର୍ ସେଇଦାନିଙ୍ଗ୍ ନେଗେଣ୍ଡ୍ ମାରି ନେଗିଦାନିଙ୍ଗ୍ ସେଇକା ଇନାର୍; ଆମାକାର୍ ସିକାଟିଦିଙ୍ଗ୍ ଜାୟ୍ ମାରି ଜାଇଦିଙ୍ଗ୍ ସିକାଟି ଇଜି ଅଡ଼୍ବିନାର୍; ଆମାକାର୍ କେଇନିଦାନିଙ୍ଗ୍ ମିଟା ମାରି ମିଟାଦିଙ୍ଗ୍ କେଇନାତ୍ ଇଜି ଅଡ଼୍ବିନାର୍, ୱାର୍ ଅବିସାପ୍ ଆପିର୍ !
21 ଆମାକାର୍ ନିଜେ ନିଜେ ମାଣାନ୍ ଗ୍ୟାନବାନ୍ ମାରି ନିଜେ ନିଜେଦି ମାଣାନ୍ ବୁଦିମାନ୍, ୱାର୍ ଅବିସାପ୍ ଆପିର୍ !
22 ଆମାକାର୍ ଅଙ୍ଗୁର୍ରସ୍ ଉଣ୍ଡେଙ୍ଗ୍ ସାକ୍ତିମାନାତ୍ ମାରି କାଡ଼ୁ ମିସା କିଦେଙ୍ଗ୍ ସାକ୍ତି; 23 ଆମାକାର୍ ଲାଞ୍ଚଦି ଉଣ୍ତିଙ୍ଗ୍ ତାଗ୍ଇ ଲୋକାଙ୍ଗ୍ ଦସ୍ ସିଲିକା କିନାର୍ ଦାର୍ମୁଦି ଲୋକାଙ୍ଗ୍ ଦାର୍ମୁ ୱାନିମାଣାନ୍ ଆକ କିନାର୍, ୱାର୍ ଅବିସାପ୍ ଆପିର୍ ! 24 ଇୟାଉଣ୍ଡିଙ୍ଗ୍ ସିସୁଡ଼ିବୁ ଏଣ୍ଡେସ୍ ପିରିନାଡ଼ା ୱିଜୁ କାସ୍ନାତ୍ ମାରି ୱାର୍ତି ଲାଟା ଏଣ୍ଡେସ୍ ସିସୁଦୁ ୱେନାତ୍, ଆୟାୱାଜା ୱାରି ମଦଲ୍ ସାବ୍ନା ସୋନାତ୍ ମାରି ୱାରି ପୁଙ୍ଗୁଁ ଦୁଡ଼ି ୱାଜା ଇମ୍ନାସୋନାତ୍; ଇର୍ରିଙ୍ଗ୍ ୱାର୍ ପେରିସାକ୍ତି ସଦାପ୍ରବୁଦି ବ୍ୟବସ୍ଥା ମାନାଏତା ମାନାର୍ ମାରି ଇସ୍ରାଏଲଦି ପବିତ୍ର ବାକ୍ୟ ୱେନ୍ଏତା ମାନାର୍ । 25 ଇୟାଉଣ୍ଡିଙ୍ଗ୍ ସଦାପ୍ରବୁଦି ରିସା ୱାନି ଲୋକା ବିରୁଦ୍ତାନ୍ ନିଙ୍ଗିଁତା ମାନାତ୍ ମାରି ୱାନ୍ ୱାରି ବିରୁଦ୍ତାନ୍ ନିଜେଦି କିୟୁ ପେରେଜି ୱାରିଙ୍ଗ୍ ଡାକ୍ତାମାନାନ୍, ମାରି, ଇସ୍ରିଗରକୁ ଦୁଙ୍ଗିଁତେ ମାରି ଲୋକା ମାଡ଼େଙ୍ଗ୍ ରାସ୍ତାଦୁ କାସ୍ରା ୱାଜା ଆତାତ୍ । ଇୟା ୱିଜୁ ଆତିଙ୍ଗ୍ବା ୱାନି ରିସା ସାନ୍ତି ଆଏତ୍, ମାତର୍ ୱାନି କିୟୁ ଆଗ୍ଡ଼ିରି ୱାଜା ପେରାଇଆତା ମାନାତ୍ ।
26 ମାରି, ୱାନ୍ ଆଇ ଦେସ୍ତି ଲୋକା କୁଟୁମ୍ତି ଉଣ୍ତିଙ୍ଗ୍ ଉଣ୍ତ୍ରି ଜେଣ୍ତା ନିକ୍ନାନ୍ ମାରି ପୃଥିବିଦି ସାନ୍ଦିଦାନ୍ ୱାରି ଉଣ୍ତିଙ୍ଗ୍ ଶିସଡ଼ି ଉକ୍ସି କୁକ୍ତାନ୍, ମାରି, ସୁଡ଼ୁଦୁ, ୱାର୍ ଦାପ୍ରେନେ ୱାନାର୍; 27 ୱାରି ମାଣାନ୍ ଆମାକାନ୍ ୱାନ୍ଦ୍ଏନ୍, ଗି ତାକାଏର୍; ଆମାକାନ୍ କରଏନ୍ ଗି ସୁଜ୍ଏନ୍; ମାରି, ୱାରି ଜୁକିଦୁ ତରାନି ବେଲୁଟୁ କୁଦାଏତ୍ ଗି ୱାରି ପାଦାମ୍ତି ଗାଟି ତେୱେଏତ୍; 28 ୱାରି ସର୍ ଦାରା ମାରି ୱାରି ଦନୁ ୱିଜୁ ନେଗିକେଙ୍ଗ୍; ୱାରି ଗଡ଼େଙ୍ଗାଣି କୁରା ଜିଗ୍ଜାଗ୍ କାଲୁଦି ୱାଜା ମାରି ୱାରି ରତଦି ସକା ନାଣ୍ତଗାଲିଦି ୱାଜା ତର୍ଜିନେ; 29 ୱାରି ଆଉଲି ପାର୍ଟାନରେସ୍ଦି ଆଉଲି ୱାଜା, ୱାର୍ ମୁରୁଲି ନରେସ୍ ୱାଜା ଆଉଲି କିନାର୍; ମାରିବା, ୱାର୍ ଆଉଲି କିଜି ମାରି ଡାକ୍ସି ଆସ୍ସି ନେଗେଣ୍ଡ୍ତାନ୍ ଆକା ଅନାର୍ ମାରି ଉଦାର୍ କିଦେଙ୍ଗ୍ ଏନ୍ବା ସିଲେନ୍ ।
30 ମାରି, ୱାର୍ ଆୟା ନାଣ୍ତିଙ୍ଗ୍ ସାମ୍ଦୁର୍ତି ଆଉଲି ୱାଜା ଲୋକା ମୁସୁକୁ ଆଉଲି ଆନାର୍; ଆବେନୁ ଜଦି ଏନ୍ ଦେସ୍ତି ଉଣ୍ତିଙ୍ଗ୍ ସୁଡ଼ୁନାନ୍; ଆର୍ତିଙ୍ଗ୍ ସୁଡ଼ୁଦୁ, ସିକାଟି ମାରି କାସ୍ଟୁ, ମାରି, ଆୟା ବାଡ଼ିଦି ଜାୟ୍ ବାଦଡ଼୍ତାନ୍ ସିକାଟି ଆନାତ୍ ।