1 ଆମାକାର୍ ସାହାଜ୍ୟ ଉଣ୍ତିଙ୍ଗ୍ ମିସରତୁ ସୋନାର୍ ମାରି ଗଡ଼େଙ୍ଗା ମୁସୁକୁ ଆସା କିନାର୍ ମାରି ରତ୍କୁ ନାଣ୍ଡ୍ ଆତିଙ୍ଗ୍, ମାରି ଗଡ଼େଙ୍ଗ୍ ସାଲାକିନିକାର୍ ନାଣ୍ତ ସାକ୍ତି ଆତିଙ୍ଗ୍ ୱାରି ମୁସୁକୁ ବିସ୍ବାସ୍ କିନାର୍; ମାତର୍ ଇସ୍ରାଏଲତି ଦାର୍ମୁଦି ମାପୁରୁ ଉଣ୍ତିଙ୍ଗ୍ ସୁଡ଼ୁଏର୍, ମାରି ସଦାପ୍ରବୁଙ୍ଗ୍ ରେବାଏର୍, ୱାର୍ ଦଣ୍ତ୍ ପୋଇନି ଲୋକୁ ! 2 ଇରିଙ୍ଗ୍ ୱାନ୍ ବା ବୁଦିଦିକାନ୍ ମାରି ୱାନ୍ ସେଇକା ଗୋଟାକିନାନ୍, ମାରି, ନିଜେଦି ମାଟା ମାରିସ୍ କିଏନ୍; ମାତର୍ ୱାନ୍ ସେଇପାଣିକିନି କୁଟୁମ୍ଦି ଲୋକା ବିରୁଦ୍ତାନ୍ ମାରି ଅଦାର୍ମୁଦିୱାରି ସାକାକିନି ଲୋକା ବିରୁଦ୍ତାନ୍ ନିଙ୍ଗ୍ନାନ୍ । 3 ମିସ୍ରିୟଦି ଲୋକୁ, ମାତର୍ ମାପୁରୁ ଆଏର୍ ମାରି ୱାରି ଗଡ଼େଙ୍ଗ୍ କାଣ୍ଡା, ମାତର୍ ଆତ୍ମା ଆଏତ୍; ମାରି ସଦାପ୍ରବୁ ନିଜେଦି କିୟୁ ସାର୍ପ୍ତିଙ୍ଗ୍, ସାହାଜ୍ୟକିନିକାର୍ ତାକାଜି ମେଡ଼୍ନାର୍ ମାରି ସାହାଜ୍ୟ ପୋଇତିକାନ୍ ମେଡ଼୍ନାନ୍, ମାରି ରିଏର୍ ଅର୍ସେ ନାସ୍ଟୁ ଆନାର୍ ।
4 ଇରିଙ୍ଗ୍ ସଦାପ୍ରବୁ ମାଙ୍ଗିଁ ଇୟା ମାଟା ଇଜିନାନ୍, "ଏଣ୍ଡେସ୍ ପାର୍ଟାନରେସ୍ ମାରି ମୁରୁଲି ନରେସ୍ ନିଜେଦି ତିନି ଉଣ୍ତିଙ୍ଗ୍ ଆଉଲି କିନାତ୍, ନାଣ୍ତ ନାଣ୍ଡ ଗାଉଡ଼ୁଙ୍ଗ୍ ଦାନି ବିରୁଦ୍ତାନ୍ କୁକାଇ ଆତିଙ୍ଗ୍ବା ୱାଦ୍ ୱାରି ଆଉଲିଦିଙ୍ଗ୍ ତିଲାଏତ୍, ମାରିବା ୱାରି ସେଉଡ଼ୁଦିଙ୍ଗ୍ ନିଜେଦିଙ୍ଗ୍ ଆଡ୍ଗି କିଆଏତ୍, ଆୟାୱାଜା ପେରିସାକ୍ତିଦି ପ୍ରବୁ ସିୟନ ଗରନ୍ତୁ ମାରି ଆବେଣି ଇସ୍ରି ଗରନ୍ତୁ ଜୁଦ୍ କିନି ଉଣ୍ତିଙ୍ଗ୍ ରେସି ୱାନାନ୍ । 5 ଏଣ୍ତେସ୍ ପଟିଙ୍ଗ୍ ଇମ୍ଜି ଇମ୍ଜି ରକିୟା କିନେ, ଆୟାୱାଜା ପେରିସାକ୍ତିଦି ପ୍ରବୁ ଜିରୁସାଲମତିଙ୍ଗ୍ ରକିୟା କିନାନ୍; ୱାନ୍ ଦାନିଙ୍ଗ୍ ରକିୟା କିଜି ଉଦାର୍ କିନାନ୍, ୱାନ୍ ଦାନିଙ୍ଗ୍ କେମା କିଜି ରକିୟା କିନାନ୍ ।"
6 ଏ ଇସ୍ରାଏଲତି ଲୋକୁ, ମିର୍ ନାଣ୍ତ ସେଇକା କିଜି ଆମାୱାନି ମାଣାନ୍ ୱେର୍ଏ ଆତିମାନିଦେର୍, ୱାନି ଲାକ୍ତୁ ଡ଼େସି ରାଦୁ । 7 ଇରିଙ୍ଗ୍ ଆୟା ନାଣ୍ତିଙ୍ଗ୍ ମି ୱିଜୁ ଲୋକୁ ନିଜେ ନିଜେଦି କିୟୁଦାନ୍ ତିୟାର୍କିତି ୱେଣ୍ତିଦି ବମା ମାରି ବାଙ୍ଗାରାମ୍ତି ବମେଙ୍ଗାଣି ପାପ୍ ଜିନିସ୍ ପୋକ୍ନା ସିନାନ୍ । 8 ଆୟା ବେଡ଼ାଦୁ ଅସୁରିୟ କାଣ୍ତାଦାନ୍ ଦ୍ୱଂସ ଆନାତ୍, ମାତର୍ ଲୋକାଦି କାଣ୍ତାଦାନ୍ ସିଲେ; ମାରି କାଣ୍ତା ୱାନିଙ୍ଗ୍ ନାସ୍ଟୁ କିନାତ୍ ମାରି ମାତର୍ ଲୋକାଦି କାଣ୍ତାଦାନ୍ ସିଲେ; ୱାନ୍ କାଣ୍ତା ଆଗ୍ଡ଼ିରାନ୍ ଉରୁକୁନାନ୍ ମାରି ୱାନି ମୁରୁଲିର୍ ଆରାନାର୍ । 9 ମାରି, ତିଲାନି ୱାନି କାଲୁ ମାୟା ଆନାତ୍ ମାରି ୱାନି ଅଦିପତିର୍ ଜେଣ୍ତା ସୁଡ଼ୁଜି ତିଲାନାର୍, ସିୟନଦୁ ଆମାୱାନି ସିସୁ ମାରି ଜିରୁସାଲମତୁ ଆମାୱାନି ସିସୁ କୁଣ୍ତୁ ମାନାତ୍, ଆୟା ପ୍ରବୁ ଇୟା ମାଟା ଇଜିନାନ୍ ।