1 ଆବାୟା ! କୁସ ଦେସ୍ତି ଗାଡେଙ୍ଗାଣି ଆୟାପାଡ଼ିଦି ପଟିଦି ରେକାଦି ଆଉଲି ଆଜିନାତ୍ । 2 ଆୟା ଦେସ୍ କାବୁର୍ ସିତିମାନି ଲୋକୁ ମାତା ନାଡ଼ାଦାନ୍ ତିଆର୍ଆତି ଡଙ୍ଗାଁଦୁ ୱାରିଙ୍ଗ୍ ସାମ୍ଦୁର୍ତୁ ୱାରିଙ୍ଗ୍ ପୋକ୍ତିମାନି । ମାତର୍ ଦାପ୍ରେ କାବୁର୍ ସିଜିମାନି ଲୋକାଙ୍ଗ୍ ପୋକ୍ଆ, ଆମାକାର୍ ସାକ୍ତି ନି ସିକ୍ସିକା ମାରି ଜିଣାନି ଲୋକୁ ମାରି ଆମାୱାନି ଦେସ୍ ଗାଡେଣାନ୍ ବାଗ୍ ଆତାମାନାତ୍, ଆମାୱାରିଙ୍ଗ୍ ୱିଜୁତରିନ୍ ତିଲାଜିନିଦେର୍ ୱାରି ଲାକ୍ତୁ ଇୟା କାବୁର୍ ୱେର୍ତୁ !
3 ଏ ବାସାତିମାନି ଲୋକୁ; ଏ ଦୁନିଆଦି ଲୋକ୍ ୱିଜିଦେରେ, ଗରନ୍କା ମୁସୁକୁ ଜେଣ୍ତା ନିଙ୍ଗିଁନି ୱାଲେ ମିରୁ ସୁଡ଼ୁଦୁ ମାରି ମରିଦି ଆଉଲି ଅଡ଼ନି ୱାଲେ ମିରୁ ୱେନ୍ଡ଼୍ରୁ । 4 ଇର୍ରିଙ୍ଗ୍ ସଦାପ୍ରବୁ ମାଙ୍ଗିଁ ଇୟାୱାଜା ଇର୍ହାମାନାନ୍, "ଜେଟା ବେଡ଼ାତୁ ନେଗି ତାତି ୱାଜା, ପାସି କୋୟ୍ନି କାଡ଼ାଦି ତାତି ବେଡ଼ାଦୁ ମାସୁଦି ବାଦଡ଼ ୱାଜା ମାପ୍ ୱାନ୍ଦ୍ନିକା ମାରି ନିଜେଦି ଇଣ୍ଡ୍ରମାନ୍ଜି ସୁଡ଼ୁନିକା ।" 5 ଏଣ୍ତେସ୍ ଅଙ୍ଗୁର୍ ଉଣ୍ତା କିନି ଆଗ୍ଡ଼ି ଡୁଣ୍ତି ଆତି ୱେନ୍କା ମାରି ପୁଙ୍ଗୁଁ ଅଙ୍ଗୁର୍ପଲ୍ ଆଜି ପାଣ୍ଡ୍ନି ବେଡ଼ାତୁ ୱାନ୍ କଏର୍ ଅସି ଆବେଣି କାଇତିକା କୋଇନା ପୋକ୍ନାର୍ ମାରି ଆବେଣି ସାରିତି କମେଙ୍ଗ୍ ୱିଜୁ କାତ୍ନା ପୋକ୍ନାନ୍ । 6 ୱାରି ସନ୍ୟରି ସାତି ମେନ୍ଦଲ୍ତିଙ୍ଗ୍ ଗରତି ଡେଗା ପଟିଙ୍ଗ୍ ମାରି ଦୁନିଆଦି ଜାତୁଙ୍ଗାଁ ଉଣ୍ତିଙ୍ଗ୍ ଆୟା ୱିଜୁ ମାଡ଼େଙ୍ଗ୍ ପୋକାଇ ଆନେ; ବନ୍ତି ପଟିଙ୍ଗ୍ ଆୟା ଜେଟା କାଡ଼ାଦୁ ତିନେ ମାରି ଦୁନିଆଦି ଜାତୁଙ୍ଗ୍ ୱିଜୁ ଆୟା ପିନି କାଡ଼ାଦୁ ତିନ୍ଜିନେ ।
7 ଆୟା ବେଡ଼ାଦୁ ପେରିକାନ୍ ମାରି ସୁନ୍ଦର୍ ମାରି ପୁର୍ବେଦି ପେରି ଉନ୍ଡ୍ରି କୁଟୁମ୍ଦି ଅରେନ୍ ଲୋକୁ; ଆମାକାର୍ ଇସାବ୍ କିନାର୍ ମାରି ପାଦାମ୍ ଆଡ୍ଗି ମାଟ୍ନାର୍, ଆମାୱାରି ଦେସ୍ ଗାଡେଣାନ୍ ବାଗ୍, ଇୟାୱାଜା ଉନ୍ଡ୍ରି ନାଣ୍ଡ୍ ଲୋକାଦି ସଦାପ୍ରବୁଦି ଉପହାର୍ ୱାଜା ସଦାପ୍ରବୁଦି ପେରି ଦରୁଦି ବାଡି ସିୟୋନ ଗରନତୁ ତାନାନ୍ ।