1 ସୁଡ଼ୁଦୁ, ପ୍ରବୁ, ପେରିସାକ୍ତି ସଦାପ୍ରବୁ ଜିରୁସାଲମ ମାରି ଜିହୁଦାଦି ମାଣାନ୍ କାଦି, ଏରୁ ମାରି, ୱିଜୁ ବିସୟ୍ ଆକ କିତା ମାନାନ୍; 2 ବିର, ସାକ୍ତିଦିକାନ୍; ବିସାର୍ କିନିକାନ୍, ବବିସ୍ୟଦ୍ବକ୍ତା, ଗୁଣିଆର୍, ପେରିଲୋକୁ; 3 ପସାସ୍ ଲୋକା ପେରିକାନ୍, ୱେଙ୍ଗିତି ଲୋକୁ, ମନ୍ତ୍ରିର୍, ନେଗେଣ୍ଡ୍ ତିଆର୍କିନିକାର୍ ମାରି ନେଗେଣ୍ଡ୍ ପାଞ୍ଜି ସୁଣିକାର୍ ଆକୋ ଆନାର୍ । 4 ମାପ୍ ମୁରୁଲିକୋଡ଼ରିଙ୍ଗ୍ ୱାରି ପେରିନେତା କିନାପ୍ ମାରି ଇସ୍ରି କୋଡ଼ର୍ ୱାରି ମୁସୁକୁ ସାସନ୍ କିନାର୍ । 5 ମାରି, ଲୋକୁ ଅରେନ୍ ଲୋକୁ ଆଇ ଲୋକା ମାଣାନ୍ ମାରି ୱିଜେରେ ଲୋକୁ ଲାକ୍ତୁରି ଲୋକା ମାଣାନ୍ ସୁବିଦା ଆନାର୍; ମୁରୁଲିକଡ଼ର୍ ପେରିଲୋକା ବିରୁଦ୍ଦାନ୍ ମାରି ଇନିକାନେସ୍ଇ ଲୋକୁ ୱେଙ୍ଗିଁତି ଲୋକା ବିରୁଦ୍ତାନ୍ ଗର୍ବ କିନାର୍ ।
6 ଏନ୍ ଏନ୍ ନିଜେ ତଡ଼ାନ୍ତିଙ୍ଗ୍ ୱାନି ବୁବାସିରି ଇଣ୍ଡ୍ର ଆସ୍ସି ଇନାର୍, ମି ଆଙ୍ଗିଁ ମାନାତ୍, ମିରୁ ମା ସାସନ୍ କିନିକିନ୍ଦା ଆଆ, ମାରି ଇୟା ଇନିଙ୍ଗାଁଆନିଙ୍ଗାଁ ଆତି ରାଜି ନି କିୟୁଦୁ ଅଆ;
7 ୱାନ୍ ଆୟା ନାଣ୍ତିଙ୍ଗ୍ ନିଜେଦି ମାଟା ନିକିସି ଇନାନ୍, "ନାନୁ ସାହାଜ୍ୟକିନିକାନ୍ ଆଏ; ଇରିଙ୍ଗ୍ ନା ଇଣ୍ତ୍ର କାଦି କି ଆଙ୍ଗିଁପାସିଆ ସିଲେତ୍; ମିର୍ ନାଙ୍ଗି ଲୋକା ସାସନ୍ କିନିକାନ୍ କିମାଟ୍ ।"
8 ଏନ୍ଦାଇରିଙ୍ଗ୍ ଜିରୁସାଲମ ନାସ୍ଟୁ ମାରି ଜିହୁଦା ମୁଜିତାମାନାତ୍; ଇରିଙ୍ଗ୍ ସଦାପ୍ରବୁଦି ସୁଣି କାଣ୍ଗାଦିଙ୍ଗ୍ ରିସା କିନି ଉଣ୍ତିଙ୍ଗ୍ ୱାରି ୱେତଲ୍ ମାରି ପାଣି ୱାନି ବିରୁଦ୍ ଆନାତ୍ । 9 ୱାରି ମୋକମ୍ଦି ଇସାବ୍ଦାନ୍ ୱାରି ଲାକ୍ତୁ ସାକ୍ଷ୍ୟ ସିନାତ୍; ମାରି, ୱାର୍ ସଦୋମଦି ନ୍ୟାୟ୍ ନିଜେଦି ପାପ୍ ୱେର୍ସି ଆଡ଼େକ୍ଏର୍ । ୱାରି ଜିବନ୍ତି ସେଇକା ଆନାତ୍ ! ଇର୍ରିଙ୍ଗ୍ ୱାର୍ ନିଜେଦି ପାପ୍ ନିଜେ କିତାମାନାର୍ ।
10 ମିର୍ ଦାର୍ମୁଦି ଲୋକା ବିସୟ୍ତାନ୍ ଇଣ୍ତ୍ରୁ ଜେ, ୱାନିଙ୍ଗ୍ ନେଗିକା ଆନାତ୍, ଏନ୍ଦାଇର୍ରିଙ୍ଗ୍ ୱାର୍ ନିଜେ ନିଜେଦି ପାଣିଦି ପଲ୍ ପୋଇନାର୍ । 11 ସେଇ ଲୋକୁଦି ସେଇକା ଆନାତ୍ ! ୱାନି ତାଗ୍ଇକା ଆନାତ୍; ଇରିଙ୍ଗ୍ ୱାନି କିତି ପାଣିଦି ପଲ୍ ୱାନିଙ୍ଗ୍ ସିଆଇଆନାତ୍ ।
12 ନା ଲୋକା ବିସୟ୍ ସୁଡ଼ୁତିଙ୍ଗା, କୋଡ଼ର୍ ନା ଲୋକାରି ଆଦ୍ରିସ୍କିନିକାର୍ ମାରି ଆଇମେକ୍ ୱାରି ମୁସୁକୁ ସାସନ୍ କିନେ । ଏ ନା ଲୋକୁ, ମି ସାରି ତରପ୍ନି ଲୋକୁ ମିଙ୍ଗିଁ ବାଣାକିନାର୍ ମାରି ମି ବୁଲାନି ସାରି ନାଷ୍ଟୁ କିନାର୍ । 13 ସଦାପ୍ରବୁ ବିସାର୍ କିଦେଙ୍ଗ୍ ନିଲ୍ଜିନାନ୍, ମାରି ୱିଜୁ କୁଟୁମ୍ଦି ଲୋକାଙ୍ଗ୍ ନିୟାୟ୍ କିଦେଙ୍ଗ୍ ନିଲ୍ଜିନାନ୍ । 14 ସଦାପ୍ରବୁ ନିଜେଦି ଲୋକାରି ପେରିଲୋକା ୱାଲେ ମାରି ନେତାରି ୱାଲେ ବିସାର୍ କିନି ବାଡିଦୁ ତେବାନାନ୍; ମିର୍ ନେ ଅଙ୍ଗୁର୍ କିଡ଼ିଇଦିଙ୍ଗ୍ ଡଙ୍ଗାଁ କିତିମାନିଦେର୍; ସିଲିସାତି ୱାରିମାଣୁକୁ ଡଙ୍ଗାଁକିତିମାନି ଜିନିସ୍ ମି ଇଲ୍କାଙ୍ଗ୍ ମାନାତ୍; 15 ମିରୁ ଯେ ମା ଲୋକାଙ୍ଗ୍ ମାଟ୍ତି ପକ୍ସିନିଦେର୍ ମାରି ସିଲିସାତିୱାରି ମୋକମ୍ ରାସ୍ସି ମାନିଦେର୍, ଇୟା ଉଣ୍ତିଙ୍ଗ୍ ମି ଆସା ଇନିକା ? ପ୍ରବୁ, ବାହିନିରି ସଦାପ୍ରବୁ ଇୟା ମାଟା ଇନାନ୍ ।
16 ମାରିବା ସଦାପ୍ରବୁ ଇର୍ହାନ୍, ସିୟୋନଦି ରିପାଆଇଲିକ୍ କାଡ଼ିନିକେଙ୍ଗ୍ ମାରି ନିଜେ ନିଜେଦି କକ୍ଲା ସାକ୍ସି ମାରି ଇନିଙ୍ଗାଆନିଙ୍ଗା ଆଜି ବୁଲାନେ, ବୁଲାଜି ସଲ୍ପୁ ସଲ୍ପୁ ଦାନ୍ଦା ପାଦାମ୍ତି ପାଟିଙ୍ଗ୍ ରୁଣୁଜୁଣୁ ଆଉଲି କିନେ; 17 ଇୟା ଉଣ୍ତିଙ୍ଗ୍ ସିୟୋନଦି ରିପାଆଇଲିକା ତାଲେକାଙ୍ଗ୍ ଟାଙ୍ଗୁରୁ କିନାନ୍ ମାରି ସଦାପ୍ରବୁ ୱାନିକା ।
18 ଆୟା ଦିନ୍ତୁ ମାପୁରୁ ୱାନିକା ଗର୍ବ ୱାଜା କାଲ୍କାଙ୍ଗ୍ ଆରାନି ପାଟିଙ୍ଗ୍, ତାଲାଦୁ ଆରାନି ସାଜୁ, କକ୍ଲାଦୁ ଆରାନି ପୁସେଙ୍ଗ୍; 19 ଗିତଣିଙ୍ଗା ଆରାନି ଲୁଲି, ଗାଜୁ, ପିଡ଼ିଗାନି ସୁନି; 20 ତାଲାଗୁଡା, ପାଦାମ୍ତୁ ଆରାନି ଗାଗଡ଼ା, ଜୁକିଦୁ ତରାନିବେଲୁଟୁ, ନିୟୁ ଇଡ୍ନି ବାଡି ବିଧ୍; 21 ଡ଼ାସ୍କାଦୁ ଆରାନି ୱେତରି, ମୁଜିଦୁ ଆରାନି ନାଥ; 22 ପଣ୍ଡୟ୍ଦୁ ଆରାନିୱାତି, ପେଡ଼ିଦି ବେଡ଼ାଦୁ ପିଡ଼୍ଗିନି ୱାତି, ତୁୱାଲ୍, ଡାବୁଙ୍ଗ୍ ଇଡିନ୍ ବେସ୍ଣି; 23 ଦାର୍ପାଣ୍, ଇସ୍ରି ଆଙ୍ଗିଁ, ରୁମାଲ୍, ଅଡ଼ନି କୁତ୍ନା ପୋକ୍ନାନ୍ ।
24 ଆବେଟ୍ ନେଗିବାସ୍ନାଦି ନିୟୁ ବାଦ୍ଲୁ ସେଇକାପୁଦି ପୁଜ, ଜୁକିଦୁ ତରାନିବେଲୁଟୁ ବାଦ୍ଲୁ ନାସୁ, ସୁନ୍ଦର୍ କୁକୁଟି ବାଦଲୁ ଟାଙ୍ଗିରି କୁକୁଟି ମାରି ପିଡ଼୍ଗିନି ୱାତି ବାଦ୍ଲୁ ବାସ୍ତା ପଟୁକା; ସୁନ୍ଦରତି ବାଦ୍ଲୁ ୱେତିସିନା ଆନାତ୍ ।
25 ମି ମେମାର୍ଙ୍ଗୁ କାଣ୍ତାଦାନ୍ ମାରି ମି ସାକ୍ତିଦିକାର୍ ଜୁଦ୍ଧତୁ ମୁଜାନାର୍ । 26 ସିୟୋନଦି ଗାଡ଼୍ଦି ସେର୍ଲା ୱିଜୁ ଦୁଃକ୍, ଆଡ଼ାବାନାର୍ ମାରି ୱାଦ୍ ନିରାସ୍ ଆଜି ବୁମିଦୁ ବାସ୍ନାତ୍ ।