1 ମାରି, ସଦାପ୍ରବୁ ନାଙ୍ଗିଁ ଇର୍ହାନ୍, "ନିନ୍ ଉନ୍ଡ୍ରି ପେରି ରାସ୍ନି ପାଟା ଅସି ପେରି ନେସ୍ନି ଅଇକର୍ଦାନ୍ ଆୟା ମୁସୁକୁ ଇୟା ମାଟା ରାସ୍ଆ, ମହେର ଶାଲଲହାଶ୍ ବସ୍ ଡଙ୍ଗାଁକିତିକା ଦାପ୍ରେ ୱାଜିନାତ୍, ଡଙ୍ଗାଁ କିତି ଜିନିସ୍ ଦାପ୍ରେ ବୁଲାଜିନାତ୍ । 2 ମାରି, ନାନ୍ ପ୍ରାମାଣାମ୍ଦି ଉଣ୍ତିଙ୍ଗ୍ ଊରୀୟ ଜାଜକ ମାରି ଜିବୋରିଖୀୟଦି ମାରିନ୍ ଜିକରିୟଦିଙ୍ଗ୍ ନିଜେଦି ବିସ୍ବାସ୍ତି ସାକି କିନା ।"
3 ଇୟାୱେନ୍କା ନାନ୍ ବବିସତ୍ ମାଟା ୱେର୍ନି ତାନି ୱାଲେ ଇଲୁ ଆସ୍ତିଙ୍ଗ୍, ୱାଦ୍ ଗାର୍ବୁଦୁ ତେବାଜି ଅରେନ୍ କୋଡ଼ ଜନମ୍ କିତାତ୍ । ଆର୍ତିଙ୍ଗ୍ ସଦାପ୍ରବୁ ନାଙ୍ଗି ଇର୍ହାନ୍, "ୱାନି ଦରୁ ମହେର ଶାଲଲହାଶ୍ ବସ୍ ଇଡ୍ଦୁ । 4 ଇରିଙ୍ଗ୍ କୋଡ଼ ନା ବୁବା ମାରି ନା ୟାୟା ଇଜି କୁକୁନି ଉଣ୍ତିଙ୍ଗ୍ ବୁଦି ପୋଇନି ଆଗ୍ଡ଼ି ଦମେସକଦି ଧନ ମାରି ସମରିୟାଦି ଡଙ୍ଗାକିତି ଅସୁର ରାଜାଦି ଆଗ୍ଡ଼ି ଆଗ୍ଡ଼ି ପିଣ୍ତାଇ ଆଜି ଅଆୟ୍ ଆନାତ୍ ।"
5 ଇୟାୱେନ୍କା ସଦାପ୍ରବୁ ନାଙ୍ଗି ମାରିଡ଼େସି ଇର୍ହାନ୍, 6 "ଇୟା ଲୋକୁ ସିଲୋହଦି ଦିରେ ଦିରେ ସୋଲ୍ସିମାନି ଏରୁ ଡ଼ିସ୍ସି ରତ୍ସିନ ମାରି ରମଲିୟଦି ମାରିନ୍ତି ଲାକ୍ତୁ ୱେଡ଼ିକା କିଜିନାର୍; 7 ଇୟାଉଣ୍ଡିଙ୍ଗ୍ ସୁଡ଼ୁଦୁ, ପ୍ରବୁ ଇଲେଇ ପରାତ୍ ଗାଡାଦି ନାଣ୍ଡ୍, ଇସାବ୍ସିଲି ଏରୁ ୱାଜା ଅସୁରଦି ରାଜାଦିଙ୍ଗ୍ ମାରି ୱାନି ୱିଜୁ ସାକ୍ତିଦିଙ୍ଗ୍ ୱାରି ମୁସୁକୁ ତାସିନାନ୍; ଆବେଟ୍ ୱାନ୍ ନିଜେଦି ୱିଜୁ ଏରୁ ମୁସୁକୁ ନିଙ୍ଗିଁଜି ନିଜେଦି ବାନ୍ଦୁ ମୁସୁକୁ ସିଜି ବୁଲାଜି ସନାନ୍; 8 ମାରି, ଏରୁ ନାଣ୍ଡ୍ ୱାଜା ଆଗ୍ଡ଼ି ପିରିଜି ଜିହୁଦା ସାନ୍ଦି ସନାତ୍; ୱାନ୍ ଉସ୍ଡ଼ାଜି ନିଙ୍ଗ୍ଜି ୱିଜୁ ତରିନ୍ ଆନେ; ଆୟା ଏରୁ କକ୍ଲା ସାନ୍ଦି ନିଙ୍ଗ୍ନାତ୍; ମାରି, ଏ ଇମ୍ମାନୁୟେଲ, ୱାନି ରେକା ସାକ୍ନି ମାଣାନ୍ ମି ଦେସ୍ତି ରକିୟା କିନାନ୍ ।"
9 ଏ କୁଟୁମ୍ ୱିଜୁ, ମିର୍ ଆଉଲି ଆତିଙ୍ଗ୍, ବା ମିର୍ ନାସ୍ଟୁ ଆନିଦେର୍; ମାରି, ଏ ଆକ ଦେସ୍ତି ଲୋକୁ ୱିଜେରେ, ମିର୍ ୱେଣ୍ଡ୍ରୁ; ମିର୍ ବେଲୁଟୁ ଆଟୁୱା ତରାତିଙ୍ଗ୍, ବା ନାଷ୍ଟୁ ଆନିଦେର୍ । 10 ମିର୍ ଉଣ୍ତ୍ରେମାନୁ ଆଜି ଉପାୟ୍ କିଦୁ, ଆକା ବା ଆଏଣ୍ତ୍ ଆନାତ୍; ମାଟା ଇଣ୍ତ୍ରୁ, ଆକା ବା ତିର୍ ଆଏତ୍; ଏଣ୍ତେସ୍ ମାପୁରୁ ମା ୱାଲେ ମାନାନ୍ ।
11 ଇରିଙ୍ଗ୍ ସଦାପ୍ରବୁ ଡାଟ୍ତି କିୟୁଦୁ ଆସ୍ସି ନାଙ୍ଗିଁ ଇୟାୱାଜା ଇର୍ହାନ୍ ମାରି ନାନ୍ ଏଣ୍ଡେସ୍ ଇୟା ଲୋକା ସାରିଦୁ ବୁଲାଏ, ଇୟାଉଣ୍ଡିଙ୍ଗ୍ ନାଙ୍ଗିଁ ଆଦେସ୍ ସିଜି ଇର୍ହାନ୍, 12 ଇୟା ଲୋକୁ ଆମା ୱିଜୁ ବିସୟ୍ଦିଙ୍ଗ୍ ଉପାୟ୍ ଇଜି ଇନାର୍; ମିର୍ ଆୟା ୱିଜୁଦିଙ୍ଗ୍ ଉପାୟ୍ ଇଜି ଇନ୍ଇ; ମାରିବା ୱାରି ତିଲାନି ବିସୟ୍ଦିଙ୍ଗ୍ ମିର୍ ତିଲାମାଟ୍, ମାରି ଆୟା ବିସୟ୍ତାନ୍ ମିସାମାଟ୍ । 13 ପେରିସାକ୍ତିଦି ପ୍ରବୁଙ୍ଗୁ ନେ ମିର୍ ପବିତ୍ର ୱାଜା ମାନାନିଦେର୍, ମାରି, ୱାନ୍ ମି ତିଲାନି ବାଡ଼ି ଆପିନ୍ ମାରି ୱାନ୍ ମି ତିଲାନିକାନ୍ ଆପିନ୍ । 14 ଆବେନୁ ୱାନ୍ ଆୟା ପବିତ୍ର ରମ୍ନି ୱାଜା ଆନାନ୍, ମାତର୍ ଇସ୍ରାଏଲଦି ରୁଣ୍ତି କୁଟୁମ୍ ଉଣ୍ତିଙ୍ଗ୍ ଏର୍ପିସିସାନି କାଲୁ ମାରି ବାଦାଦି ପିଡ଼ିପି ଆନାତ୍, ଜିରୁସାଲମତି ଲୋକା ଉଣ୍ତିଙ୍ଗ୍ ଉରି ୱାଜା ଆନାର୍ । 15 ମାରି, ନାଣ୍ଡ୍ ଲୋକୁ ତାକାନାର୍ ମାରି ନାସ୍ଟୁ ଆନାର୍ ମାରି ଉରିଦୁ ସେର୍ଜି ଦାରାସିନାର୍ ।
16 ମିର୍ ଇୟା ପ୍ରାମାଣାମ୍ଦି ବାକ୍ୟ ତର୍ତୁ, ନା ସିସୁରି ଲୋଇ ନିୟମ୍ଦି ଟାପ୍ କିଆ । 17 ମାରି, ଆମାକାନ୍ ଯାକୁବ-କୁଟୁମ୍ଦି ମାଣାନ୍ ନିଜେଦି ମୋକମ୍ ପାଡ଼ାକ୍ନାନ୍, ନାନ୍ ଆୟା ସଦାପ୍ରବୁଦିଙ୍ଗ୍ କାପ୍କିନା ମାରି ୱାନି ଉଣ୍ତିଙ୍ଗ୍ ବେସ୍ସି ମାନା । 18 ସୁଡ଼ୁଦୁ, ନାନ୍ ମାରି ସଦାପ୍ରବୁଦି ମାଣାନ୍ ନାଙ୍ଗିଁ ସିତି କଡ଼ରିଙ୍ଗ୍ ସିୟୋନ ଗରନ୍ତୁ ବାସାନିକାର୍ ପେରିସାକ୍ତି ସଦାପ୍ରବୁଦି ମାଣାନ୍ ଇସ୍ରାଏଲତୁ ସିନା ମାରି କାବା ଆନି ସିନା ୱାଜା ଆନାତ୍ ।
19 ମାରି, ଏସ୍ତିୱାଲେ ୱାର୍ ମିଙ୍ଗିଁ ଇନାର୍, ଆମା ଦିସାରି ମାରି ଗୁଣିଆର୍ ଗୁଣୁ ଗୁଣୁ ମାରି ପୁସ୍ ପୁସ୍ କିଜି ଇନାର୍, ୱାରିଙ୍ଗ୍ ରେବାଦୁ; ମିର୍ ଇଣ୍ଡ୍ରୁ ଲୋକୁ ଇନିକା ନିଜେଦି ମାପୁରୁଙ୍ଗୁଁ ରେବାଏର୍ ନୋ ? ୱାର୍ ଇନିକା ଜିବନ୍ମାନିୱାରି ତରିଟାନ୍ ସାତି ୱାରିଙ୍ଗ୍ ରେବାନାର୍ ?
20 ନିୟମ୍ ମାରି ପାର୍ମାଣ୍ ବାକ୍ୟଦୁ ପୋଇଦୁ । ଜଦି ୱାର୍ ଇୟା ବାକ୍ୟଦି ଇସାବ୍ଦାନ୍ ମାଟା ଇନ୍ଏର୍, ଆଦେଙ୍ଗ୍ ସତ୍ନେ ୱାରି ଉଣ୍ତିଙ୍ଗ୍ ଜାୟ୍ ସିଲେତ୍ ।
21 ମାରି, ୱାର୍ ନାଣ୍ଡ କାସ୍ଟୁ ମାରି ବାଙ୍ଗାଁ ଆଜି ଦେସ୍ତାନ୍ ସିଜି ବୁଲାନାର୍, ମାରି ବାଙ୍ଗାଁ ଆତିଙ୍ଗାଁ, ୱାର୍ ରିସା ଆଜି ନିଜେଦି ରାଜାଦି ମାଣାନ୍ ମାରି ନିଜେଦି ମାପୁରୁଦି ମାଣାନ୍ ଆନାଦୁରିଆ ସିଜି ମୁସ୍କୁ ତରିନ୍ ନିଜେ ନିଜେଦି ମୋକମ୍ କିନାର୍; 22 ମାରି, ୱାର୍ ବୁମିଦୁ ସୁଡ଼ୁନାର୍, ମାରି ସୁଡ଼ୁଦୁ, କାସ୍ଟୁ ମାରି ସିକାଟି, ସୋନି ଉଣ୍ତିଙ୍ଗ୍ ସିକାଟି; ମାରି, ୱାର୍ ସିର୍ ସିକାଟିଦିଙ୍ଗ୍ ସାମ୍ନା କିନାର୍ ।