1 ଆମସଦି ମାରିନ୍ ଜିସାଇୟ, ଜିହୁଦା ମାରି ଜିରୁସାଲମ୍ ବିସୟ୍ତାନ୍ ଆମା ଦର୍ସନ ପଇତାନ୍, ଆବେଣି କାତା ।
2 ସାରାସାରି କାଡ଼ାଦୁ ଇୟାୱାଜା ଗଟାନାତ୍,
ପ୍ରବୁଦି ଇଲୁଦି ଗରନୁ,
ଗରକା ମୁସୁକୁରି ମାଡ଼ିଦୁ ତିୟାର୍ ଆନାତ୍
ମାରି ଇସ୍ରି ଗରକା ମାଣାନ୍ ତିଆର୍ ଆନାତ୍;
ମାରି, ୱିଜୁ କୁଟୁମ୍ଦି ଲୋକୁ ଏରୁ ୱାଜା ଆବେନୁ ୱାଙ୍ଗିଁଜି ୱାନାର୍ ।
3 ମାରି, ନାଣ୍ଡ କୁଟୁମ୍ ସଲପୁ ସଲପୁ ଇନାର୍,
"ମିରୁ ରାଦୁ, ମାପ୍ ପ୍ରବୁଦି ଗରନ୍ତିଙ୍ଗ୍,
ଯାକୁବଦି ମାପୁରୁଦି ଇଣ୍ଡ୍ରୋ ସଲ୍ସିନାପ୍;
ଆବେନୁ ୱାନ୍ ୱାନି ସାରି ବିସୟ୍ତାନ୍ ମାଙ୍ଗିଁ ସିକିୟା ସିନାନ୍ ମାରି ମାଡୁ ୱାନି ସାରିଦୁ ସନିକା ।"
ଇର୍ରିଙ୍ଗ୍ ସିୟନ୍ତାନ୍ ନିୟମ୍
ମାରି ଜିରୁସାଲମତାନ୍ ପ୍ରବୁଦି ବାକ୍ୟ ୱେଙ୍ଗିଁନାତ୍ ।
4 ମାରି, ୱାନ୍ ଦେସ୍ତି ଲୋକା ଲୋଇ ବିସାର୍ କିନାନ୍
ମାରି ନାଣ୍ଡ କୁଟୁମ୍ଦି ବିସୟ୍ତାନ୍ ତିର୍ କିନାନ୍; ଆବେନୁ ୱାର୍ ନିଜେଦି କାଣ୍ତା ରୁକୁସି ନାଙ୍ଗେଲ୍ଦି ପାଡ଼୍ କିନାନ୍
ମାରି ନିଜେ ନିଜେଦି ହିଟା ରୁକୁସି କଏର୍ ତିଆର୍ କିନାର୍;
ଉନ୍ଡ୍ରି ଦେସ୍ତି ଲୋକୁ ଆଇ ଦେସ୍ତି ଲୋକା ବିରୁଦ୍ତାନ୍ କାଣ୍ତା ନିକ୍ଏର୍,
ମାରିବା ୱାର୍ ମାରି ଜୁଦ୍ ଅଜାଏର୍ ।
5 ଏ ଯାକୁବ କୁଟୁମ୍, ରାଦୁ, ମାଡ଼ୁ ସଦାପ୍ରବୁଦି ଜାୟ୍ତୁ ସନାଟ୍ ।
6 ଇରିଙ୍ଗ୍ ମିର୍ ନିଜେଦି ଲୋକ୍ ଯାକୁବ କୁଟୁମ୍ଦିଙ୍ଗ୍ ଡ଼ିସ୍ତି ମାନିଦେର୍, ଏଣ୍ତେସ୍ ୱାର୍ ପୁର୍ବେ ଦେସ୍ତି ଲୋକା ବୁଲାସାଲାଦୁ ପୁରାବର୍ତି ମାରି ପଲେସ୍ଟିୟରି ଗୁଣିଆବିଦ୍ୟା ଆତାମାନାର୍, ମାରି, ୱାର୍ ଆଇ ଦେସ୍ତି ଲୋକା ୱାଲେ କିୟୁ ମିସା କିନାର୍ । 7 ୱାରି ଦେସ୍ ବା ୱେଣ୍ତି ମାରି ବାଙ୍ଗାରାମ୍ ଦାନ୍ ପୁରାବର୍ତି; ୱାରି ଧନ୍ ନାଣ୍ତ ମାର୍ହାତ୍; ମାରି, ୱାରି ଦେସ୍ ଗଡ଼େଙ୍ଗ୍ ପୁରାବର୍ତି ମାରି ୱାରି ରତ୍କୁ ବା ଇସାବ୍ ସିଲେତ୍ । 8 ୱାରି ଦେସ୍ ବା ବମେଙ୍ଗ୍ଣାନ୍ ପୁରାବର୍ତି; ୱାର୍ ନିଜେଦିୱାରି ଡ଼ାସ୍କେଣାନ୍ ତିୟାର୍ଆତି ନିଜେଦି କିୟୁଦାନ୍ ତିୟାର୍ କିତି ଜିନିସ୍ତିଙ୍ଗ୍ ମାଡ଼ିସ୍ କିନାର୍ ।
9 ଏସ ଲୋକୁ ସୁପ୍ଆଜି ଆଡିଗି ଆନାର୍ ମାରି ପେରି ଲୋକୁ ଆଡ୍ଗି ଆନାନ୍; ଇୟାଉଣ୍ଡିଙ୍ଗ୍ ୱାରିଙ୍ଗ୍ କେମା କିମାଟ୍ ।
10 ମିର୍ ସଦାପ୍ରବୁଦି ନାଣ୍ତ ସାକ୍ତିଦାନ୍ ମାରି ୱାନି ମହିମାଦି ଜାଇଦାନ୍, ପେରି କାଲୁଦି ସାରାଦୁ ଡ଼ୁଗୁଜି ବୁମିଦି ଲୋଇ ନିଜେଦିଙ୍ଗ୍ ମାର୍ଗୁଦୁ । 11 ଆୟା ନାଣ୍ତିଙ୍ଗ୍ ଲୋକ୍ଦି ମୁସୁକୁ ସୁଡ଼ୁନିକା ଆଡ୍ଗି ଆନାତ୍ ମାରି ଲୋକାରି ଆକାର୍ ଆଡିଗି ଆନାତ୍, ମାରି, କେବଲ ସଦାପ୍ରବୁ ଉନତ୍ ଆନାନ୍ । 12 ଇରିଙ୍ଗ୍ ଆକାର୍ଆନି ଲୋକୁ, ଗର୍ବ ମାରି ମୁସୁକୁଆତି ୱିଜୁ ଲୋକା ଲାକ୍ତୁ ୱିଜେରିଙ୍ଗ୍ପେରି ସଦାପ୍ରବୁଦି ଉଣ୍ତ୍ରି ଦିନ୍ ଇଗା ୱାନାତ୍, ଆବେନୁ ଆକା ଆଡିଗି ଆନାତ୍; 13 ଇରିଙ୍ଗ୍, ଆୟା ଦିନ୍ ଲିବାନୋନଦି ନିରିକା ମାରି ମୁସୁକୁଆତି ୱିଜୁ ଏରସ ମାରାନ୍ତି ବିରୁଦ୍ ମାରି ବାସନଦି ୱିଜୁ ଅଲନ୍ ମାରାନ୍ତି ବିରୁଦ୍; 14 ମାରି, ୱିଜୁ ନିରିଇପେରି ଗରକାଣି ବିରୁଦ୍ ମାରି ୱିଜୁ ମୁସୁକୁରି ଇସ୍ରିଗରକାଣି ବିରୁଦ୍; 15 ମାରି, ୱିଜୁ ପେରିନିରିଇ ମୁଣ୍ତାଦି ବିରୁଦ୍ ମାରି ୱିଜୁ ନାଣ୍ତଡାଟ୍ତି କାତିଦି ବିରୁଦ୍; 16 ତର୍ସିସ୍ଦି ୱିଜୁ ଜାହାଜ୍ଦି ବିରୁଦ୍ ମାରି ସୁନ୍ଦର୍ତି ୱିଜୁ କିୟୁଦାନ୍ ତିଆର୍କିନିୱାନି ବିରୁଦ୍ ଆନାତ୍ । 17 ମାରି, ଲୋକ୍ଦି ଗର୍ବ କିନିକା ଆଡିଗି ଆନାତ୍ ମାରି ଲୋକାଦି ଆକାର୍ ସିଲେଣ୍ଡା ଆନାତ୍; ମାରି ଆୟା ନାଣ୍ତିଙ୍ଗ୍ କେବଲ ସଦାପ୍ରବୁ ମୁସ୍କୁ ପେରାଇ ଆନାନ୍ । 18 ମାରି, ବମେଙ୍ଗ୍ ୱିଜୁ ୱିଜିନି ୱାଜା ସିଲେଣ୍ଡା ଆନେ ।
19 ମାରି, ଏସ୍ତିୱାଲେ ସଦାପ୍ରବୁ ଦୁନିଆଦିଙ୍ଗ୍ ନାଣ୍ତ ଦୁକ୍ତେଙ୍ଗ୍ ନିଙ୍ଗ୍ନାନ୍, ନାସ୍ତିୱାଲେ ଲୋକୁ ୱାନି ତିୟେଲ୍ଦାନ୍ ମାରି ମହିମାଦି ଜାଇଦାନ୍ ପେରିକାଲୁଦି ସାରା ମାରି ଦୁନିଆଦି ଗୁଟାଦୁ ଡ଼ୁଗୁନାର୍ । 20 ଲୋକୁ ନିଜେଦି କିୟୁଦାନ୍ ତିୟାର୍କିତି ୱେଣ୍ତିଦି ବମା ମାରି ବାଙ୍ଗାରାମ୍ଦି ବମେଆଙ୍ଗ୍ ଆୟା ନାଣ୍ତିଙ୍ଗ୍ ସୁସୁକି ମାରି ବାଦୁଡ଼ିଙ୍ଗା ଲାକ୍ତୁ ପକ୍ନା ସିନାର୍ । 21 ସଦାପ୍ରବୁ ଦୁନିଆଦିଙ୍ଗ୍ ନାଣ୍ତ ଦୁକୁନି ଉଣ୍ତିଙ୍ଗ୍ ନିଙ୍ଗିଁତାନ୍, ୱାନି ତିୟେଲ୍ଦାନ୍ ମାରି ୱାନି ମହିମାଦି ଜାଇଦାନ୍ ପେରିକାଲୁଦି ସାରା ମାରି ପେରିକାଲୁଦି ୱିଜୁ ବାଡ଼ିଦୁ ଡ଼ୁଗୁନି ଉଣ୍ତିଙ୍ଗ୍;
22 ମିର୍ ଲୋକା ଆସା ଦାନ୍ ତେବାମାଟ୍ ଲୋକ୍ଦି ନେଜ୍ନିକା ୱେୟୁଦୁ ମାନାତ୍; ଇରିଙ୍ଗ୍ ୱାନି ଇନି ପାଣି ସିଲେତ୍ ?