1 ଦମେସକ ଉଣ୍ତିଙ୍ଗ୍ ବାବବାଣି ମାଟା । ସୁଡ଼ୁଦୁ, ଦମେସକ ମାରି ଗାଡ଼୍ ଆଏଣ୍ଡା ନାସ୍ଟୁ ଆତାମାନାତ୍, ଆକା ଗଡା ଆଜି ନିନାତ୍ । 2 ଅରୋୟଦି ଗାଡ଼୍କୁ ୱିଜୁ ପେରାଇଆତା ମାନାତ୍; ଆୟା ୱିଜୁ ଜାତୁଙ୍ଗ୍ ମାନ୍ଦା ଉଣ୍ତିଙ୍ଗ୍ ଆନାତ୍, ୱାକ୍ ଆବେନୁ ଗୁରୁନେ, ମାରି ଏନ୍ ୱାନିକାଙ୍ଗ୍ ସାରାକିଦେଙ୍ଗ୍ ଏନ୍ ସିଲେନ୍ । 3 ମାରିବା, ଇପ୍ରୟିମଦାନ୍ ଗଡା ମାରି ଦମେସକଦାନ୍ ରାଜି ମାରି ଅରାମଦୁ ଏଜିତିକା ମାରାଗ୍ନାତ୍; ସଦାପ୍ରବୁ ଇଜିନାନ୍, "ଆୟାୱିଜୁ ଇସ୍ରାଏଲ ଲୋକାଦି ଗୌରବ୍ ୱାଜା ଆନାତ୍ ।"
4 ମାରି, "ଆୟା ଦିନ୍ତୁ ଜାକୁବଦି ଗୌରବ୍ ଉଣା କିଆନାତ୍ ମାରି ୱାନି ମେନ୍ଦଲତି ସାକ୍ତି ଜିରାନାତ୍; 5 ମାରି, ଏଣ୍ଡେସ୍କି ପାସି କୋୟ୍ନି ଲୋକୁ କିଡ଼ିଇଦି ପାସି ଉଣ୍ଡା କିନିୱାଲେ ମାରି ୱାନି କିୟୁ ସେରେନ୍ କୋୟ୍ନି ୱାଲେ, ମାରିବା ଏଣ୍ଡେସ୍କି ଏନ୍ ରପାୟିମ ବୁମିଦୁ ଆଡ୍ଗି ଆର୍ଜି ମୁଜିତି ମାନି ସେରେନ୍ ପେର୍ନି ୱାଲେ ଏଣ୍ତେସ୍ ଆନାତ୍, ଆୟାୱାଜା ଆନାତ୍ । 6 ମାରିବା ଜିତ ମାରାନ୍ତି ପଲ୍ ସାଡ଼୍ଜି ଅତିୱେନ୍କା ଏଣ୍ଡେସ୍କି ଦାନି ନିର୍ଇ କୋମେଙ୍ଗା ରୁଣ୍ତି ମୁଣ୍ତ୍ରି ଗୋଟା ପଲ୍ ମାରି ପଲ୍ ଆସ୍ନି ମାରାନ୍ତି ଆତ୍ରେଦି କୋମେଙ୍ଗା ସାର୍ ପାସ୍ ଗୋଟା ପଲ୍ ମାନ୍ଜିନାତ୍," ଆୟାୱାଜା ୱାନିଦି ଏଜ୍ନା ମାନ୍ଜିନାତ୍, ଇକା ସଦାପ୍ରବୁ ଇସ୍ରାଏଲଦି ମାପୁରୁ ଇଜିନାନ୍ ।
7 ଆୟା ନାଣ୍ତିଙ୍ଗ୍ ଲୋକୁ ନିଜେଦି ତିଆର୍କିତି ମାପୁରୁଦି ଉଣ୍ତିଙ୍ଗ୍ ସୁଡ଼ୁନାନ୍ ମାରି ୱାନି କାଣୁକୁ ଇସ୍ରାଏଲଦି ପବିତ୍ର ମାପୁରୁଦି ଉଣ୍ତିଙ୍ଗ୍ ସୁଡ଼ୁନାନ୍ । 8 ମାରି, ୱାନ୍ ନିଜେଦି କିୟୁଦାନ୍ ତିୟାର୍କିତି ଜଜ୍ଞବେଦି ତରିନ୍ ସୁଡ଼ୁଏନ୍, ମାରିବା ନିଜେଦି କିୟୁଦାନ୍ ତିୟାର୍ କିତି ଆଶେରା ବମା ମାରି ୱେଡ଼ା ବମେଙ୍ଗାବା ଉଣ୍ତିଙ୍ଗ୍ ସୁଡ଼ୁମାଟ୍ । 9 ଆୟା ଦିନ୍ତୁ ୱାନି ଡାଟ୍ ଗାଡ଼୍ୱିଜୁ ଇସ୍ରାଏଲ ଲୋକାଦି ତିୟେଲ୍ଦାନ୍ ବନୁ ମାରି ଗରତି ମୁସୁକୁରି ସାଦ୍ରାମ୍ ବାଡି ଡ଼ିସ୍ତି ୱାଜା ଆନାତ୍ ମାରି ଦେସ୍ ଚିନ୍ବିନ୍ ଆନାତ୍ । 10 ଇର୍ରିଙ୍ଗ୍ ମିର୍ ନିଜେଦି ରକିୟାଦି ମାପୁରୁଦିଙ୍ଗ୍ ବାଣାତିମାନିଦେର୍ ମାରି ନିଜେଦି ସାକ୍ତି ୱାଜା ପିଡ଼ିପିକାଳୁ ବିସୟ୍ଦାନ୍ ମୋନ୍ ସିଏଜିନିଦେର୍; ଇୟାଉଣ୍ଡିଙ୍ଗ୍ ମିର୍ ନେଗି ନେଗି ପାଡ଼ାମାରାକ୍ ଉର୍ସିନିଦେର୍ ମାରି ଆଇଦେସ୍ତି କଲମ୍ ମାରାନ୍ତି ୱାଲେ ବାସା କିଜିନିଦେର୍; 11 ମିର୍ ଉର୍ନି ନାଣ୍ଡିଙ୍ଗ୍ ଆୟା ସାରିବେଡ଼େତି କୋଟି ସୋସ୍ନିଦେର୍ ମାରି ସାଲ୍ଦିକା ମିର୍ ନିଜେଦି ପାଡ଼ାଦିଙ୍ଗ୍ ଜାତୁନ୍ କିଜିନିଦେର୍; ମାତର୍ ଦୁଃକ୍ ମାରି କାସ୍ଟୁଦି ଉଣ୍ତିଙ୍ଗ୍ ଆଡ଼୍ବାନି ୱେଡ଼ାଦୁ ପଲ୍ ନାସ୍ଟୁ ଆନାତ୍ ।
12 ଆବାୟା ! ନାଣ୍ଡ୍ କୁଟୁମ୍ଦି ଆଉଲି, ୱାର୍ ସାମ୍ଦୁରତି ଆଉଲି ୱାଜା ଆଉଲି ଆଜିନାର୍; ନାଣ୍ଡ୍ ଦେସ୍ତି ଲୋକୁ ମାଟ୍ସି ୱାଜିନାର୍, ୱାର୍ ନାଣ୍ଡ୍ ପିରିଜି ମାଟ୍ସି ୱାଜିନାର୍ ! 13 ନାଣ୍ଡ ଦେସ୍ତିଲୋକୁ, ନାଣ୍ଡ୍ ଏରୁ ମାଟ୍ସି ୱାତି ୱାଜା ମାଟ୍ସି ୱାଜିନାର୍; ମାତର୍ ୱାନ୍ ୱାରିଙ୍ଗ୍ ଆଦ୍ରିସ୍ କିନାନ୍, ଆବେଟ୍ ୱାର୍ ଆକ ସୋନାର୍ ମାରି ଗାଲି ଆଗ୍ଡ଼ି ଗରତି ପଟୁ ୱାଜା ମାରି ନାଣ୍ଡ୍ ଗାଲି ୱାତିଙ୍ଗାଁ ଇମିନି ଦୁଡ଼ି ୱାଜା ପେରାଇ ଆନାର୍ । 14 ସୁଡ଼ୁଦୁ, ମିଲିମିଲିକା ମାରି ସାଲ୍ଦି ଆନି ଆଗ୍ଡ଼ି ୱାର୍ ମାରି ତେବାଏର୍ । ମା ଦନ୍ ଡଙ୍ଗାକିତି ୱାରି ବାଟା ମାରି ମା ଡଙ୍ଗାକିତିୱାରି ବାଟା ଇକା ।