1 ଇସ୍ରାଏଲ୍ତି ଇପ୍ରୟିମଦି ସସ୍ତି ଲୋକାଙ୍ଗ୍ ମାରି ଅଙ୍ଗୁର୍ରସ୍ଦାନ୍ ଆରାତିମାନି ଲୋକା ଗାର୍ବୁଦି ସିନା ମୁକୁଟ୍, ନାଣ୍ତ ପଲ୍ ଆସ୍ନି ତାଲାଦୁ ମାନି ୱାନି ସୁନ୍ଦର୍ ମୁକୁଟ୍ ଆରାତିମାନି ୱାଜା ୱାର୍ସି ୱାଜିନି ପୁଙ୍ଗୁଁ, ଏ ଦଣ୍ତ୍ ପୋଇନି ଲୋକୁ ! 2 ସୁଡ଼ୁଦୁ, ପ୍ରବୁଦି ଅରେନ୍ ସାକ୍ତି ମାରି ସାହାସ୍ଦି ଲୋକୁ ମାନାନ୍; ୱାନ୍ ଆନ୍ଡ୍ରାଗା କାଲୁଦି ପିରୁ ୱାଜା ୱାନାନ୍, ପିରୁଦି ୱାଜା, ନାଣ୍ତ ଗାଲିପିରୁଦି ନାଣ୍ତ ଏରୁ ୱାଜା, ମାରି ନିଜେଦି କିୟୁଦାନ୍ ଦେସ୍ତୁ ବର୍ତି କିନାନ୍ । 3 ଇପ୍ରୟିମଦି ସସ୍ତି ଲୋକା ଗର୍ବଦି ମୁକୁଟ୍ ପାଦାମ୍ ଆଡ୍ଗି ମାଟ୍ସି ସିଆନାତ୍; 4 ମାରି, ପାଣ୍ତିତିମାନି ଆୟା ଗରକା ମୁସୁକୁ ମାନି ୱାନି ସୁନ୍ଦର୍ତି ସାଜୁ ଆରାତିମାନିକା ୱାର୍ସି ୱାଜିନି ପୁଙ୍ଗୁଁ ଡୁଣ୍ତି, ତେର୍ନି କାଡ଼ା ଆଗ୍ଡ଼ିନେ ପାଣ୍ତିତି ତଗା ପଲ୍ ୱାଜା ଆନାତ୍; ଆମାକା ଏନ୍ ସୁଡ଼ୁତି ଦାପ୍ରେ ତିର୍ କିନାନ୍ ମାରି କିୟୁଦୁ ଆସ୍ତି ଦାପ୍ରେନେ ଡ଼ିଙ୍ଗିଁନାତ୍ ।
5 ଆୟା ନାଣ୍ତିଙ୍ଗ୍ ପେରିସାକ୍ତିଦି ସଦାପ୍ରବୁ ନିଜେଦି ଲୋକୁ ବାକି ତେବାତିମାନି ଉଣ୍ତିଙ୍ଗ୍ ସୁନ୍ଦର୍ତି ମୁକୁଟ୍ ମାରି ଗୌରବ୍ଦି ଜାୟ୍ତି ୱାଜା ଆନାତ୍; 6 ମାରି, ବିସାର୍ କିନି ଉଣ୍ତିଙ୍ଗ୍ ବାସ୍ତି ମାନି ଲୋକା ଉଣ୍ତିଙ୍ଗ୍ ବିସାର୍କିନି ଆତ୍ମା ମାରି ଆମାକାର୍ ଗାଡ଼୍ତି ସେର୍ଲାଦାନ୍ ଜୁଦ୍ କିନିକା ଡ଼େପ୍ସି ପେର୍ନାର୍, ୱାରି ଉଣ୍ତିଙ୍ଗ୍ ସାକ୍ତି ୱାଜା ଆନାନ୍ ।
7 ମାତର୍ ଇୟାକାର୍ ନେ ଅଙ୍ଗୁର୍ରସ୍ଦୁ ବାୟା ଆତାମାନାର୍ ମାରି କାଡ଼ୁଦାନ୍ ଆଇ ସାରିଦୁ ସୋର୍ହାମାନାର୍; ଜାଜକ ମାରି ବବିସତ୍ ବକ୍ତା କାଡ଼ୁଦାନ୍ ବାୟା ଆତାମାନାନ୍, ଅଙ୍ଗୁର୍ ରସ୍ ୱାରିଙ୍ଗ୍ ନାସ୍ଟୁ କିତାମାନାତ୍, କାଡ଼ୁଦାନ୍ ୱାର୍ ଆଇ ସାରିଦୁ ସୋର୍ହାମାନାର୍; ୱାର୍ ତରାଇଆନି ମାଣାନ୍ ବାୟା ଆନାର୍, ବିସାର୍ତୁ ତାକାନାର୍ । 8 ଇର୍ରିଙ୍ଗ୍, ଟେବୁଲ୍ ୱିଜୁ କାକାତିକା, ଆମାକାବା ନେଗି ବାଡି ସିଲେତ୍ ।
9 ୱାନ୍ ଆମାୱାନିଙ୍ଗ୍ ସିକିୟା ସିନାନ୍ ? ୱାନ୍ ଆମାଲୋକାଙ୍ଗ୍ ସୁସୁମାଚାର୍ ବୁଜାକିନାନ୍ ? କି ପାଲୁ ଡ଼ିସ୍ତିମାନି ଲୋକାଙ୍ଗ୍ ମାରି ପାଲୁଡ଼ିସ୍ଇ ଇସ୍ରି କଡ଼ପିଲାରିଙ୍ଗ୍ ? 10 ଇରିଙ୍ଗ୍, ଇକା ବିଦି ମୁସୁକୁ ବିଦି, ବିଦି ମୁସୁକୁ ବିଦି; ଧାଡ଼ି ମୁସୁକୁ ଧାଡ଼ି, ଧାଡ଼ି ମୁସୁକୁ ଧାଡ଼ି; ଇବେନୁ ଉଣା, ଆବେନୁ ଉଣା ।
11 କି, ମାତର୍ ୱାନ୍ ଆଇଦେସ୍ତି ୱେୟୁ ମାରି ଆଇ ବାସାଦାନ୍ ଇୟା ଲୋକାଙ୍ଗ୍ ମାଟା ୱାର୍ଗିନାନ୍; 12 ୱାନ୍ ୱାରିଙ୍ଗ୍ ଇର୍ହାନ୍, "ଇୟା ରମ୍ନିକା, ମିର୍ ୱାନ୍ଦିତି ଲୋକାଙ୍ଗ୍ ରମିସ୍ କିଆ, ମାରି, ଇକା ତୋ ଆରାମ୍," ମାତର୍ ୱାର୍ ୱେଣ୍ଡ୍ରେଙ୍ଗ୍ ରାଜି ଆଏତାର୍ । 13 ଇୟାୱାଜା ୱାର୍ ଏଣ୍ଡେସ୍ ସୋଲ୍ସି ୱେନ୍କା ଆର୍ଜି ନାଷ୍ଟୁ ଆନାର୍, ଉରିଦୁ ସେର୍ଜି ଦାରା ପଡ଼ାନାର୍, ଇୟାଉଣ୍ଡିଙ୍ଗ୍ ୱାରିଙ୍ଗ୍ ସଦାପ୍ରବୁଦି ବାକ୍ୟ ବିଦି ମୁସୁକୁ ବିଦି, ବିଦି ମୁସୁକୁ ବିଦି; ଦାଡ଼ି ମୁସୁକୁ ଦାଡ଼ି, ଦାଡ଼ି ମୁସୁକୁ ଦାଡ଼ି; ଇବେ ଉଣା ଆବେ ଉଣା ଆନାତ୍ ।
14 ଇୟାଉଣ୍ଡିଙ୍ଗ୍ ଜିରୁସାଲମଦି ଲୋକାଙ୍ଗ୍ ସାସନ୍କିଜି ନିନ୍ଦାକିନିକାର୍, ମିର୍ ପ୍ରବୁଦି ବାକ୍ୟ ୱେଣ୍ଡ୍ରୁ; 15 ମିର୍ ଇର୍ହିମାନିଦେର୍, "ମାପ୍ ସାନି ୱାଲେ ନିୟମ୍ କିତାମାନାପ୍ ମାରି ପାତାଲ୍ତି ୱାଲେ ମା ରାଜିନାମା ଆକୁ ଆତା ମାନାତ୍; ଇୟାଉଣ୍ଡିଙ୍ଗ୍ ପିରୁଗାଲିଦି ୱାଜା ଡାକ୍ନିକା କରଡା ଇଗା ୱାନିୱାଲେ ଆକା ମା ଲାକ୍ତୁ ରେଏଣ୍ତ୍ ଆନାତ୍; ଇରିଙ୍ଗ୍ ମାପ୍ ମିସ୍ଦିଙ୍ଗ୍ ନିଜେଦି ତେବାନି ବାଡି କିତାମାନାପ୍ ମାରି ସତ୍ ସିଲି ଆଡ୍ଗି ମାପ୍ ନିଜେଦିଙ୍ଗ୍ ଆଡ଼୍କ୍ତାମାନାପ୍," 16 ଇୟାଉଣ୍ଡିଙ୍ଗ୍ ସଦାପ୍ରବୁ ଇୟା ମାଟା ଇନାନ୍, "ସୁଡୁଦୁ, ମାପ୍ ମୁଲ୍କୁନାଦି ଉଣ୍ତିଙ୍ଗ୍ ସିୟୋନଦୁ ଉନ୍ଡ୍ରି କାଲୁ, ପରିକାଦୁ ଜିଣାତି କାଲୁ, ଡାଟ୍ ମୁଲ୍ତି କୁନାଦି ୱାଜା ନାଣ୍ତଦାରାଦି କନାଦି କାଲୁ କିତାମାନାପ୍; ଏନ୍ ବିସ୍ବାସ୍ କିନାନ୍, ୱାନ୍ ସେମାର୍ ଆଏନ୍ । 17 ମାରି, ମାପ୍ ନିୟାଇ ବିସାର୍ତିଙ୍ଗ୍ ଇସାବ୍ କିନି ନାସୁ ମାରି ଦାର୍ମୁଦିଙ୍ଗ୍ ଉଲୁମ୍ କିନାପ୍," ମାରି, ଆନ୍ଡ୍ରାଗା ପିରୁଦି ମିସ୍ତି ତେବାନି ବାଡିଦିଙ୍ଗ୍ ସାପିସ୍ କିନାତ୍ ମାରି ଏରୁଦୁ ମାନିକେଙ୍ଗ୍ ବାଡିଦୁ ମୁଡ଼ୁକୁନିକା । 18 ମାରି, ସାନି ୱାଲେ ମିର୍ କିତିମାନି ନିୟମ୍ ଆକ କିୟାଇ ଆନାତ୍ ମାରି ପାତାଲ୍ଦି ୱାଲେ ମି ରାଜିମାନା ଆକୁ ତିର୍ ମାନ୍ଏତ୍; ଗାଲିପିରୁ ୱାଜା କର୍ଡା ଇଗା ୱାନିୱାଲେ ମିର୍ ଆୟାମାଣାନ୍ ମୁଜାଜି ସନିଦେର୍ । 19 ଆକା ଏସଦେବେଙ୍ଗ୍ ୱାନାତ୍, ନାସ ଦେବେଙ୍ଗ୍ ମିଙ୍ଗିଁ କାସ୍ଟୁ ୱାନାତ୍; ଇରିଙ୍ଗ୍ ସାଲ୍ଦିନେ ସାଲ୍ଦି, ୱେଡ଼େ ମାରି ନାଡ଼ା ଆକା ଇଗା ୱାନାତ୍; ମାରି ଇୟା ଜାଗ୍ରାତାଦି କାବୁର୍ ବୁଜାଦେଙ୍ଗ୍ ଆଟ୍ତିଙ୍ଗ୍ କେବଲ କିଲିବିଲି ତିଏଲ୍ ୱାନାତ୍ । 20 ଇରିଙ୍ଗ୍, ନିଜେଦିଙ୍ଗ୍ ସାକ୍ନି ଉଣ୍ତିଙ୍ଗ୍ ଲୋକାଦି ପାର୍ନିକା ଇସ୍ରିକା ମାରି ନିଜେଦିଙ୍ଗ୍ ପିଡ଼ିଗ୍ନି ଉଣ୍ତିଙ୍ଗ୍ ସାଦର ଇସ୍ରିକା । 21 ଏଣ୍ତେସ୍ଗି ସଦାପ୍ରବୁ, ଏଣ୍ତେସ୍ ପରାସିମ ଗରନ୍ତୁ, ଆୟାୱାଜା ନିଙ୍ଗ୍ନାର୍, ଏଣ୍ତେସ୍ ଗିବିୟୋନ୍ଦି ଆଡ୍ଗିରି ବୁମିଦୁ, ଆୟାୱାଜା ୱାନ୍ ରିସା ଆନାନ୍; ଆବେନୁ ୱାନ୍ ନିଜେଦି ପାଣି, ନିଜେଦି କାବାଆନି ପାଣି ପୁରା କିନାନ୍ ମାରି ନିଜେଦି ବେପାର୍ ମାରି ୱାନି ଆଇଦେସ୍ତି ବେପାର୍ ପୁରା କିନାନ୍ ।
22 ଇୟାଉଣ୍ଡିଙ୍ଗ୍ ଇଲେଇ ମିରୁ ନିନ୍ଦା ଆମାଟ୍, ୱେନ୍କା ମାରି ମି ଉରି ଆଟ୍ୱା ଆନାତ୍; ଇରିଙ୍ଗ୍ ମାପୁରୁ, ପେରିସାକ୍ତିଦି ସଦାପ୍ରବୁଦି ମାଣାନ୍ ମାପ୍ ୱିଜୁ ଦୁନିଆ ମୁସୁକୁ ୱାନି ନାସ୍ଟୁଦି ମାଟା ୱେର୍ହାମାନାପ୍ ।
23 ମିର୍ ଗିତଣି ସିଜି ମା ମାଟା ୱେଣ୍ଡ୍ରୁ; ମୋନ୍ସିଜି ମା ବାକ୍ୟ ୱେଣ୍ଡ୍ରୁ । 24 ସାସ୍ପାଣିକିନିକାନ୍ ୱିତୁ ୱିତ୍ନି ଉଣ୍ତିଙ୍ଗ୍ ଇନିକା ଦିନାମି ସେରୁ ପୁଟ୍ସି ଡ଼ୁନାନ୍ ? ୱାନ୍ ଇନିକା ସାର୍କୁ କିଜି ନିଜେଦି ବୁମିଦୁ ବେଟେଙ୍ଗ୍ ପାଟ୍ନାନ୍ ? 25 ୱାନ୍ ଇନିକା ବୁମି ନେଗେନ୍ତାନ୍ ସାମାନ୍ କିଜି ରସ୍ତି ୱେନ୍କା କାର୍ନି ଜିରା ୱିତ୍ଏନ୍ ମାରି ଜିରା ୱିତ୍ଏନ୍ ମାରି ଦାଡ଼ି ଦାଡ଼ି କିଜି ଗଦ୍ମୁ, ନାଣିମି ନାଣିମି ବାଡିଦୁ କାକିଜନା ମାରି କିଡ଼ିଇଦି ପାଡ଼ିଦୁ ଇନିକା ଜନା ଉର୍ଏନ୍ ? 26 ଇର୍ରିଙ୍ଗ୍, ୱାନି ମାପୁରୁ ୱାନିଙ୍ଗ୍ ଟିକ୍ ୱେର୍ନାନ୍ ମାରି ୱାନ୍ ୱାନିଙ୍ଗ୍ ଅଜା କିନାନ୍ । 27 ଏଣ୍ତେସ୍ଗି କାର୍ନି ଜିରା ଆମାବା ଦାରାଦି ସାଜୁଦାନ୍ କାତାଏତ୍, ମାରିବା ଜିରା ମୁସୁକୁ ମାଟିସ୍ କିନି ସାଜୁ ବୁଲାକିଏର୍; ମାତର୍ କାର୍ନି ଜିରା ବାଡିଗାଦାନ୍ ମାରି ଜିରା କଣାଦାନ୍ କୋତ୍ନାର୍ । 28 ରୁଟିଦି ପାସି ଗୁଣ୍ଡା କିୟାଇଆନାତ୍; ଇର୍ରିଙ୍ଗ୍ ୱାନ୍ ୱିଜୁଦିନ୍ ଆକା ମାଟିସ୍ କିଆଇ ଆଏତ୍; ମାରିବା ଆୟାତାନି ସଗଡ଼ ସକା ମାରି ୱାନି ଗଡ଼େଙ୍ଗ୍ ଆକା ୱିତ୍ନେ ପୋକ୍ନେ, ମାରିବା ୱାନ୍ ଆକା ଗୁଣ୍ଡା କିଏନ୍ । 29 ଇକା ନେ ପେରିସାକ୍ତିଦି ପ୍ରବୁଦି ମାଣାନ୍ ଆନାତ୍, ୱାନ୍ ଉପାୟ୍ କିନି ମାଟାଦୁ କାବାପାଣିକିନିକାନ୍ ମାରି ଗ୍ୟାନ୍ଦୁ ପେରିକାନ୍ ।