1 ପ୍ରବୁ ଇୟା ମାଟା ଇଜିନାନ୍, "ମୁସ୍କୁପୁର୍ ନା ରାଜାଗାଦି ମାରି ଦୁନିଆ ନା ପାଦାମ୍ ମାଟ୍ନିକା; ମିର୍ ନା ଉଣ୍ତିଙ୍ଗ୍ ଆମାଜାକୁଦି ଇଲୁ ତିୟାର୍ କିନିଦେର୍ ? ମାରି ଆମା ବାଡ଼ି ନା ରୋମ୍ନି ବାଡି ଆନାତ୍ ? 2 ଇର୍ରିଙ୍ଗ୍ ମା କିୟୁ ଇକା ୱିଜୁ ତିୟାର୍ କିତାମାନାତ୍, ମାରି ଆୟା ଉଣ୍ତିଙ୍ଗ୍ ଇୟା ୱିଜୁ ତିୟାର୍ ଆତାତ୍," ଇକା ପ୍ରବୁ ଇଜିନାନ୍; "ମାତର୍ ଇୟା ଲୋକୁ ଉଣ୍ତିଙ୍ଗ୍, ଇର୍ରିଙ୍ଗ୍, ଆମା ଲୋକୁ ଦୁକ୍ତିକାନ୍ ମାରି ଏନ୍ ନା ବାକ୍ୟଦୁ ତିଲାନା ମାନାନ୍, ୱାନି ଉଣ୍ତିଙ୍ଗ୍ ନାନ୍ ସୁଡ଼ୁନା । 3 ଆମାକାନ୍ କଡିଦିଙ୍ଗ୍ ସାୟାମାର୍ଗା ଡାକ୍ନାନ୍, ୱାନ୍ ଲୋକ୍ତିଙ୍ଗ୍ ସାୟାମାର୍ଗା ଡାକ୍ନି ୱାଜା ଆନାନ୍; ଆମାକାନ୍ ମେଣ୍ଡାପିଲା କାତ୍ନାନ୍ ୱାନ୍ ନୁକୁଡ଼ି କକ୍ଲା କୟ୍ନି ଲୋକ୍ତି ୱାଜା ଆନାନ୍; ଆମାକାନ୍ ଦୁପ୍ଣି ଆଡ଼୍କାନାନ୍, ୱାନ୍ ଶୁକଦି ନେତେର୍ ସିତି ଲୋକୁଦି ୱାଜା ଆନାନ୍, ଆମାକାନ୍ କୁନ୍ଦୁରୁ କାସିସ୍ନାନ୍, ୱାନ୍ ଦେୟାମ୍ତିଙ୍ଗ୍ ପୁଜା କିନି ଲୋକୁଦି ୱାଜା ଆନାନ୍; ହୁଁ, ୱାର୍ ନିଜେଦି ସାରି ଆସ୍କିତା ମାନାର୍ ମାରି ୱାରି ଜିବନ୍ ନିଜେଦି କାଡ଼୍ନି ବିସୟ୍ତୁ ୱେଡ଼ିକା ଆନାତ୍; 4 ମାପ୍ ବା ୱାରି ତିଲାନି ବିସୟ୍ ଆସ୍ କିନା ମାରି ୱାରି ତିଲାନି ବିସୟ୍ ୱାରି ଉଣ୍ତିଙ୍ଗ୍ ଗଟାକିନାତ୍; ଇର୍ରିଙ୍ଗ୍ ନାନ୍ କୁକ୍ତି ୱାଲେ ଏନ୍ବା ଇନ୍ଏତାର୍; ମାପ୍ ମାଟା ଇର୍ହି ୱାଲେ ୱାର୍ ୱେନ୍ଏତାର୍; ମାତର ଆମାକା ମା ଆଗ୍ଡ଼ି ତାଗ୍ଇକା ଆକା ୱାର୍ କିତାର୍ ମାରି ଆବେନୁ ନା ୱେଡ଼ିକା ସିଲେତ୍, ଆକା ୱାର୍ ଆସ୍କିତାର୍ ।"
5 ସଦାପ୍ରବୁଦି ବାକ୍ୟଦାନ୍ ତିଲାଜିନିଦେର୍ ଜେ ମିର୍, ମିର୍ ୱାନି ବାକ୍ୟ ୱେଣ୍ଡ୍ରୁ; ମି ଏମେ ତଡ଼ାନ୍କୁ ମିଙ୍ଗିଁ କାଡ଼୍ନାର୍, ନା ଦରୁ ଉଣ୍ତିଙ୍ଗ୍ ମିଙ୍ଗିଁ ଆକ କିନାର୍, ୱାର୍ ଇର୍ହାମାନାର୍, ମାପ୍ ଏଣ୍ଡେସ୍ ମି ୱେଡ଼ିକା ସୁଡ଼ୁଦେଙ୍ଗ୍ ଆଟ୍ନାପ୍, ଇୟାଉଣ୍ଡିଙ୍ଗ୍ ପ୍ରବୁ ଗୌରବ୍ ପୋୟିନ୍; ମାତର୍ ୱାର୍ ସେମାର୍ ଆନାର୍ । 6 ୱେନ୍ଡ୍ରୁ, ଗାଡ଼୍ତାନ୍ ଆଉଲିଦି ବଲୁ, ମନ୍ଦିରିତାନ୍ ବଲୁ, ଜେ ନିଜେଦି ସାତ୍ରୁରିଙ୍ଗ୍ ଦଣ୍ତ୍ ସିନାନ୍, ଆୟା ପ୍ରବୁଦି ବଲୁ !
7 ନପିଦି ଆଗ୍ଡ଼ିନେ ୱାଦ୍ ଜନମ୍ କିତାତ୍; ଗାର୍ବୁଦିନପି ୱାନି ଆଗ୍ଡ଼ିନେ କଡ଼ ଜନମ୍ ଆତାନ୍ । 8 ଇୟାୱାଜା ମାଟା ଏନ୍ ୱେର୍ହାମାନାନ୍ ? ଇୟାୱାଜା ମାଟା ଏନ୍ ସୁଡ଼ୁତାମାନାନ୍ ? ଉନ୍ଡ୍ରେ ତରଟାନ୍ ଗି ଆମାବା ଦେସ୍ ଜନମ୍ ଆନାତ୍ ? ଇନି କୁଟୁମ୍ଦି ଲୋକ୍ କି ଅର୍ସେ ଜନମ୍ ସିୟୋନ ନପି ଆତିଦାପ୍ରେ, ୱାଦ୍ ନିଜେଦି କଡ଼୍ରିଙ୍ଗ୍ ଜନମ୍ କିତାତ୍ । 9 ସଦାପ୍ରବୁ ଇନାନ୍, "ମାପ୍ ଜନମ୍ କିନି ୱେଡ଼ା ତାସି ନ ଜନମ୍ କିବିସ୍କିଏ ?" ମି ମାପୁରୁ ଇଜିନାନ୍, "ଜନମ୍ କିବିସ୍ନା ଜେ ମାପ୍, ମାପ୍ ନ ଜନମ୍ କିନିକା ତେବା କିନା ?"
10 ଏ ଜିରୁସାଲମତିଙ୍ଗ୍ ଜିବନ୍ନୋନି ୱିଜେରେ,
ମିର୍ ତାନିୱାଲେ ୱେଡ଼ିକା କିଦୁ ମାରି ତାନି ଉଣ୍ତିଙ୍ଗ୍ ୱେଡ଼ିକା କିଦୁ;
ତାନି ବିସୟ୍ତାନ୍ ଆଡ଼୍ବାନି ୱିଜେରେ,
ମିର୍ ୱେଡ଼ିକା ଉଣ୍ତିଙ୍ଗ୍ ତାନିୱାଲେ ୱେଡ଼ିକା କିଦୁ;
11 ଆବେଟ୍ ମିର୍ ତାନି ସାନ୍ତିଦି ପାଲୁ ଉଣୁଜି ପାଜ୍ନାନ୍;
ମିରୁ ତାନି ଦନ୍ ପୋଇଜି ୱେଡ଼ିକା ଆନାନ୍ ।
12 ଇରିଙ୍ଗ୍ ପ୍ରବୁ ଇୟା ମାଟା ଇଜିନାନ୍, "ସୁଡ଼୍ଦୁ, ନାନ୍ ତାନି ତରିନ୍ ଗାଡା ୱାଜା ସାନ୍ତି ମାରି ବର୍ତିଆଜି ସନି ଏରୁ ୱାଜା ଆଇ ଦେସ୍ତି ଦନ୍ ସିନା, ମାରି ମିର୍ ଆବେଣି ପାଲୁ ଉଣିଦେର୍ ମାରି ମିର୍ ରେକାଦୁ ପିଣ୍ତାନିଦେର୍ ମାରି ମେଣ୍ତାଦୁ ଗାତାନିଦେର୍ । 13 ଏଣ୍ତେସ୍ ଅରେନ୍ୱାନିଙ୍ଗ୍ ୱାନି ଆଇସି ସାନ୍ତି ସିନାତ୍, ଆୟାୱାଜା ନାନ୍ ମିଙ୍ଗିଁ ସାନ୍ତି ସିନା ମାରି ମିର୍ ଜିରୁସାଲମତୁ ସାନ୍ତି ପୟ୍ନିଦେର୍" 14 ମାରି, ମିର୍ ଇକା ସୁଣିଦେର୍ ମାରି ମି ଜିବନ୍ ୱେଡ଼ିକା ଆନାତ୍, ମାରି ମି ପେଡ଼େନ୍ ପୁନା କାୟ୍ନି ଲାଟା ୱାଜା ଡାଟ୍ ଆନାତ୍; ମାରି, ପ୍ରବୁଦି କିୟୁ ୱାନି ଦାସରି ତରିନ୍ ଆନାତ୍ ମାରି ୱାନ୍ ନିଜେଦି ସାତ୍ରୁରି ବିରୁଦ୍ତାନ୍ ରିସା ଆନାତ୍ ।
15 ଇର୍ରିଙ୍ଗ୍ ସୁଡ଼ୁଦୁ, ନାଣ୍ଡ୍ ତାତିଦାନ୍ ନିଜେଦି ରିସା ମାରି କାସ୍ସିମାନି ସିସୁ ଦାନ୍ ନିଜେଦି ରିସା ସିନି ଉଣ୍ତିଙ୍ଗ୍ ପ୍ରବୁ ସିସୁଦି ୱାଲେ ୱାନାନ୍ ମାରି ୱାନି ରତ୍କୁ ୱିଜୁ ଗାଲିପିରୁ ୱାଜା ଆନାତ୍ । 16 ଇର୍ରିଙ୍ଗ୍ ସଦାପ୍ରବୁ ସିସୁ ଦାନ୍ ମାରି ନିଜେଦି କାଣ୍ତାଦାନ୍ ୱିଜୁ ଦୁନିଆଦି ଲୋକାଙ୍ଗ୍ ବିସାର୍ କିନାନ୍; ଆବେନୁ ସଦାପ୍ରବୁଦି ମାଣାନ୍ ସାତି ଲୋକୁ ନାଣ୍ଡ୍ ଆନାର୍ ।
17 ପ୍ରବୁ ଇଜିନାନ୍, "ଆମାକାର୍ ନିଜେଦିଙ୍ଗ୍ ଅରେନ୍ ଲୋକା ୱେନ୍କା ଡଡ଼ିଦୁ ସନି ଉଣ୍ତିଙ୍ଗ୍ ନିଜେଦିଙ୍ଗ୍ ପବିତ୍ର ମାରି ନେଗେନ୍ କିନାନ୍, ପାଣ୍ତ୍ରିଦି କାଣ୍ଡା ମାରି ଏଲ୍କା ତିନାର୍, ୱାର୍ ଅର୍ସେ ସାନାର୍ ।" 18 ଇର୍ରିଙ୍ଗ୍ ନାନ୍ ୱାରି ପାଣି ମାରି ଉପାୟ୍ୱିଜୁ ନେସ୍ନା; ୱିଜୁ ଦେସ୍ତିଙ୍ଗ୍ ମାରି ବାସାବାଦି ଲୋକାଙ୍ଗ୍ ନାନୁ ଉଣ୍ଡା କିନି ବେଡ଼ା ୱାଜିନାତ୍ ମାରି ୱାର୍ ୱାଜି ନା ଗୌରବ୍ ସୁଡ଼ୁନାର୍ । 19 ମାରି, ନାନ୍ ୱାରି ମାଣାନ୍ ଉନ୍ଡ୍ରି ସିନା ତିୟାର୍ କିନା ମାରି ୱାରି ମାଣାନ୍ ରକିୟା ପୋଇତି ଲୋକାଙ୍ଗ୍ ନାନ୍ ନାଣ୍ଡ୍ ଦେସ୍ତି ଲୋକା ଲାକ୍ତୁ, ତର୍ସିସ୍, ପୁଲ୍ ମାରି ଲୁଦ, ଆମାକାର୍ ଦନୁ ଆସ୍ତିକାର୍, ତୁବଲ, ମାରି ଜବନ, ୱିଜୁ ଆମା ସାମ୍ଦୁର୍ତୁ ମାନି ଦେସ୍କୁ ନା ନେଗି ବିସୟ୍ ଏସେଙ୍ଗ୍ ନେସ୍ଏର୍, ମାରି ନା ବିସୟ୍ ସୁଡ଼ୁଏର୍, ୱାରି ଲାକ୍ତୁ ପୋକ୍ନା ମାରି ୱାର୍ ନାଣ୍ଡ୍ ଦେସ୍ତି ଲୋକା ଲାକ୍ତୁ ନା ମାଟା ୱେର୍ନାର୍ । 20 ମାରି, ସଦାପ୍ରବୁ ଇଜିନାନ୍, "ଇସ୍ରାଏଲଦି ଲୋକୁ ଏଣ୍ତେସ୍ ନେଗି ସାଟିଦୁ ସଦାପ୍ରବୁଦି ଇଣ୍ଡ୍ର ଆରେଏ ତାନାର୍, ଆୟାୱାଜା ୱାର୍ ମି ତଡ଼ାନ୍ ୱିଜେରିଙ୍ଗ୍ ସଦାପ୍ରବୁଦି ଉଣ୍ତିଙ୍ଗ୍ ଆରେଏ ୱାଜା, ୱିଜୁ ଦେସ୍ତି ଲୋକାମାଣାନ୍ ୱାରିଙ୍ଗ୍ ଗଡ଼ା, ରତ୍ ମାରି ଉଟ୍, ଗଦ ମାରି ନାଣ୍ଡ ଉରୁକ୍ନି ଜାତୁଙ୍ଗାଁ ମୁସୁକୁ ନା ପବିତ୍ର ଗରନ୍ତୁ ଜିରୁସାଲମ୍ତୁ ତାନାର୍ ।" 21 "ମାରି, ନାନ୍ ୱାରି ମାଣାନ୍ ଜାଜକ ମାରି ଲେବିୟ ଆନି ଉଣ୍ତିଙ୍ଗ୍ ଲୋକାଙ୍ଗ୍ ଆସ୍ନାଟ୍," ଇକା ପ୍ରବୁ ଇଜିନାନ୍ ।
22 "ଇର୍ରିଙ୍ଗ୍ ନାନ୍ ଆମା ପୁନି ବାଦଡ଼୍ୱିଜୁ ମାରି ପୁନି ଦୁନିଆ ନା ବପୁଦାନ୍ ତିୟାର୍ କିନା, ଆକା ଏଣ୍ଡେସ୍ ନା ଆଗ୍ଡ଼ି ମାନ୍ଜିନାତ୍, ଆୟାୱାଜା ମି କୁଟୁମ୍ ମାରି ମି ଦରୁ ମାନାତ୍," ଇକା ପ୍ରବୁ ଇଜିନାନ୍ । 23 "ମାରି, ଉନ୍ଡ୍ରି ଆମାସ୍ଦାନ୍ ଆଇ ଆମାସ୍ ସାନ୍ଦି ମାରି ଉନ୍ଡ୍ରି ରୋମ୍ନି ନାଣ୍ତିରାନ୍ ଆଇ ରୋମ୍ନି ଦିନ୍ ସାନ୍ଦି ଦେସ୍ତି ସାନିକା ନା ଆଗ୍ଡ଼ି ମାଡ଼ିସ୍ କିନି ଉଣ୍ତିଙ୍ଗ୍ ୱାନାତ୍," ଇକା ପ୍ରବୁ ଇଜିନାନ୍ । 24 "ମାରି, ୱାର୍ ଆତ୍ରେ ସଲ୍ସି, ଆମାକାର୍ ନା ବିରୁଦ୍ତାନ୍ ସେଇକା କିତାମାନାର୍, ଆୟା ଲୋକା ମାଡ଼ା ସୁଡ଼ୁନାର୍; ଇର୍ରିଙ୍ଗ୍ ୱାରି ପିଡ଼ୁକୁ ସାଉଁ, ମାରିବା ୱାରି ସିସୁ ନାମ୍ଏତ୍; ମାରି, ୱାର୍ ୱିଜେରେ ଦୁନିଆଦୁ କାଡ଼୍ନିକା ଆନାର୍ ।"