1 ଆମାକାର୍ ଅଦାର୍ମୁ ନିୟମ୍ ତିୟାର୍ କିନାର୍ ମାରି ଆମା ରାସ୍ନିକାର୍ ସେଇମାଟା ରାସ୍ନାର୍, ୱାର୍ ଆନାଦୁରିଆଦି ଲୋକୁ ! 2 ୱାର୍ ରାଣ୍ଡି ଲୋକାଙ୍ଗ୍ ନିଜେଦି ଡଙ୍ଗାଁକିତି ଜିନିସ୍ ୱାଜା କିନି ଉଣ୍ତିଙ୍ଗ୍, ବୁବାସିଲି ଲୋକାଙ୍ଗ୍ ନିଜେଦି ସାକର୍ ୱାଜା କିନି ଉଣ୍ତିଙ୍ଗ୍, ସିଲିସାତି ଲୋକାଙ୍ଗ୍ ନ୍ୟାୟ୍ବିସାର୍ ଦାନ୍ ଡ଼େପ୍ନା ସିନାର୍ ମାରି ନା ଦୁଃକ୍ତି ଲୋକା ଅଦିକାର୍ ଡ଼ିବିସ୍ନା ଅନାର୍ । 3 ଆଦେଙ୍ଗ୍ ବାଦ୍ଲୁସିନି ଦିନ୍ତୁ ମାରି ଆକରାନ୍ ୱାନି ସାନି ସମୟତୁ ମିର୍ ଇନିକା କିନିଦେର୍ ? ସାହାଜ୍ୟ ଉଣ୍ତିଙ୍ଗ୍ ମିର୍ ଏ ଲାକ୍ତୁ ସନିଦେର୍ ? ମାରି ମି ଦନ୍ ସମ୍ପତି ଏମେବାନ୍ ଇଡ୍ନିଦେର୍ ? 4 ୱାର୍ କେବଲ ଜଇଲ୍ତୁ ମାନି ଲୋକା ପାଦାମ୍ ଆଡ୍ଗି ଆର୍ନାର୍ ମାରି ସାତି ଲୋକା ଆଡିଗି ଆର୍ନାର୍ । ଇୟାୱିଜୁ ଆତିଙ୍ଗ୍ ବା ୱାନି ରିସା ସାନ୍ତି ଆଏତ୍, ମାତର୍ ୱାନି କିୟୁ ଆଗ୍ଡ଼ିରି ୱାଜା ସାଗିତା ମାନାତ୍ ।
5 ପ୍ରବୁ ଆୟାୱାଜା ଇଜିନାନ୍, ଏ ଅସୁର ! ୱାନ୍ ମା ରିସାଦି ଦଣ୍ଡ ସିନିକାନ୍, ୱାନି କିୟୁଦୁ ମା ରିସାଦି ବାଡିଗା ମାନାତ୍ । 6 ନାନୁ ୱାନିଙ୍ଗ୍ ଉଣ୍ତ୍ରି ଅଦାର୍ମୁଦି ଜାତି ବିରୁଦ୍ତାନ୍ ନାଙ୍ଗିଁ ରିସା କିତିମାନି ଲୋକା ବିରୁଦ୍ତାନ୍ ପୋକ୍ତାଜିନା, ଏଣ୍ତେସ୍ ୱାର୍ ଡଙ୍ଗାଁ କିନାର୍, ମାରି ଡଙ୍ଗାଁ କିତି ଜିନିସ୍ ଡ଼ିବିସ୍ କିନା ଅନାର୍ ମାରି ୱାରିଙ୍ଗ୍ ଦୁୱାର୍ତି ଲାଦି ୱାଜା ମାଟ୍ନାର୍ ।
7 ମାରିବା ୱାନି ମୋନ୍ ଆୟାୱାଜା ସିଲେ, ମାରି ୱାନି ଜିବନ୍ ଆୟାୱାଜା ଏତ୍ କିଏତ୍; ମାତର୍ ସାପିସ୍ କିନି ଉଣ୍ତିଙ୍ଗ୍ ମାରି ଏସୋ କୁଡ଼ାଦିଙ୍ଗ୍ ଅଲଗା କିନି ଉଣ୍ତିଙ୍ଗ୍ ୱାନି ଜିବନ୍ ମାନାତ୍ । 8 ଇରିଙ୍ଗ୍ ୱାନ୍ ଇନାନ୍, ମା ସନ୍ୟରି ସେନାପତି ୱିଜେରେ ନ ରାଜା ଆଏର୍ ? 9 କଲ୍ନୋ ଗାଡ଼୍ କି କର୍କମିଶ୍ ଗାଡ଼୍ ୱାଜା ସିଲେତ୍ ? ହମାତ୍ ଗାଡ଼୍ କି ଅର୍ପଦ ଗାଡ଼୍ ୱାଜା ସିଲେତ୍ ? ସମରିୟା ଦମେସକଦି ୱାଜା ସିଲେ ? 10 ଆମା ବମେଙ୍ଗା ରାଜି ୱିଜୁ ତିୟାର୍ କିତି ବମେଙ୍ଗ୍ ୱିଜୁ, ଜିରୁସାଲମଦି ମାରି ସମରିୟାଦି ବମେଙ୍ଗା ମାଣାନ୍ ପେରିକାନ୍, ଆୟା ୱିଜୁ ରାଜି ମା ଅଦିକାର୍ଦୁ ମାନାତ୍; 11 ମାପ୍ ସମରିୟା ମାରି ୱାନି ବମେଙ୍ଗା ଉଣ୍ତିଙ୍ଗ୍ ଏଣ୍ତେସ୍ କିତା ମାନାପ୍, ଜିରୁସାଲମ ମାରି ଆବେଣି ବମେଙ୍ଗା ଉଣ୍ତିଙ୍ଗ୍ ଇନିକା ଆୟାୱାଜା କିଏପ୍ ?
12 ଇୟାଉଣ୍ତିଙ୍ଗ୍ ଇୟାୱାଜା ଗୋଟାନାତ୍ ଜେ, ମାପୁରୁ ସିୟୋନ ଗରନ୍ତୁ ମାରି ଜିରୁସାଲମତୁ ନିଜେଦି ୱିଜୁ ପାଣି ୱିସ୍ତି ୱେନ୍କା ମାପ୍ ଅସୁର ରାଜାଦି ଆକାର୍ଦି ପଲ୍ଦି ମାରି ୱାନି ମୁସୁକୁ ସୁଡ଼ୁନିକା ବଡ଼୍ପଣ୍ ବାଦ୍ଲୁ ପଲ୍ ସିନାପ୍ ।
13 ଇରିଙ୍ଗ୍ ୱାନ୍ ଇର୍ହାମାନାନ୍, ନାନ୍ ବୁଦ୍ଦିମାନ୍ ଆଦେଙ୍ଗ୍ ନିଜେଦି କିୟୁଦି ସାକ୍ତି ମାରି ନିଜେଦି ବୁଦିଦି ମାଣାନ୍ ଇକା କିତାମାନା; ମାରି, ନାନ୍ ଏସୋ କୁଡ଼ାଦି ସାନ୍ଦି ଆକୋ କିତାମାନା ମାରି ୱାରି ଉଣ୍ଡା କିତି ଦନ୍ ଡଙ୍ଗାଁ କିତାମାନା, ମାରି ନାନ୍ ନାଣ୍ତସାକ୍ତିଦି ଲୋକାୱାଜା ରାଜାଗାଦିଦୁ ବାସ୍ତିମାନି ଲୋକାଙ୍ଗ୍ ଆଡ୍ଗି ରେପ୍ସି ତାତାମାନା; 14 ମାରି, ନା କିୟୁ ନାଣ୍ତ କୁଡ଼ାଦି ଦନ୍ ପଟିଦି ଜାଲୁ ୱାଜା ପୋଇତା ମାନା ମାରି ଏନ୍ ଏଣ୍ଡେସ୍ କେୟ୍ନି ଗୁଡୁଙ୍ଗ୍ ଉଣ୍ଡା କିନାନ୍; ଆୟାୱାଜା ନାନ୍ ୱିଜୁ ଦେସ୍ତିଙ୍ଗ୍ ଉଣ୍ଡାକିତାମାନା; ମାରି, ରେକେଙ୍ଗ୍ ଦୁକ୍ତେଙ୍ଗ୍ ବା ୱେୟୁ ରେତେଙ୍ଗ୍ ମାରି ଚିଁ ଚିଁ ଆଉଲି କିଦେଙ୍ଗ୍ ଏନ୍ ସିଲେତାନ୍ ।
15 ପାଡ଼୍ସି ଇନିକା ତାନିମାଣାନ୍ କାତ୍ନି ଲୋକା ବିରୁଦ୍ତାନ୍ ଗର୍ବ କିନାତ୍ ? କରତ ଇନିକା କୋରତିୟାରି ବିରୁଦ୍ତାନ୍ ନିଜେଦିଙ୍ଗ୍ ପେରିକା କିନାତ୍ ? ଆମାକାର୍ ଦଣ୍ଡ ନିକ୍ନାର୍, ଦଣ୍ଡ ଇନିକା ୱାରିଙ୍ଗ୍ ଦୁକୁନାତ୍ ? ଆମାକା ୱେର୍ଗୁ ଆଏତ୍, ବାଡିଗା ଇନିକା ଦାନିଙ୍ଗ୍ ପେର୍ନାତ୍ ?
16 ଇୟାଉଣ୍ଡିଙ୍ଗ୍ ପ୍ରବୁ ପେରିସାକ୍ତି ସଦାପ୍ରବୁ ୱାନି ପେରିଲୋକା ଲୋଇ ରୋଗ୍ ପୋକ୍ନାନ୍ ମାରି ଆୟା ସିସୁ କାସ୍ନି ଆଡ୍ଗି ସିସୁ ୱାଜା କାସ୍ନାତ୍ 17 ମାରି, ଇସ୍ରାଏଲଦି ଜାୟ୍ ସିସୁଦି ୱାଜା ଆନାତ୍ ମାରି ୱାନି ଦାର୍ମୁ ସିସୁ ଡ଼ିବୁଦି ୱାଜା ଆନାତ୍, ମାରି ଆକା ୱେଜି ଉନ୍ଡ୍ରି ଦିନ୍ତୁ ୱାନି କାଟାକୋଡ଼ି ମାରି ସାମ୍ ମାରାକୁ ୱିଜୁ ନାସ୍ଟୁ ଆନାତ୍ । 18 ମାରି, ୱାନ୍ ୱାନି କିଟ୍କିଟା ବନୁ ମାରି ଉର୍ବର୍ କିଡ଼ିଇ ପୁରା ୱାଜା ନାସ୍ଟୁ ଆନାତ୍ ଆୟାୱାଜା ଅରେନ୍ ଲୋକ୍ତି ମେନ୍ଦଲ ୱିଜୁବା ନାସ୍ଟୁ ଆନାତ୍; ଆବେନୁ ଅରେନ୍ ସାକିସିଲି ଲୋକ୍ ଉଣା ଆନି ୱାଲେ ଏଣ୍ଡେସ୍ ନାଷ୍ଟୁଆନାର୍, ଆୟା ୱାଜା ଆନାତ୍ 19 ମାରି, ଆୟା ବନୁଦୁ ମାନି ମାରାକ୍ ମାରି ନିସୋ ଉଣା ଆନେ, ଅରେନ୍ କୋଡ଼ ଆକା ରାସ୍ତେଙ୍ଗ୍ ଆଟ୍ନାନ୍ ।
20 ମାରି, ଆୟା ନାଣ୍ତିଙ୍ଗ୍ ଇୟାୱାଜା ଗଟାନାତ୍ ଜେ, ଇସ୍ରାଏଲଦି ଏଜିତି ମାନି ଲୋକୁ ମାରି ଯାକୁବ କୁଟୁମ୍ଦି ରକିୟା ପୋଇତି ଲୋକୁ ନିଜେଦିୱାରି ଡାକାତିମାନି ଲୋକା ମୁସୁକୁ ମାରି ଆସା କିଏର୍; ମାତର ୱାର୍ ସତ୍ଦାନ୍ ଇସ୍ରାଏଲଦି ଦାର୍ମୁଦିୱାଜା ସଦାପ୍ରବୁଦି ମୁସୁକୁ ଆସା କିନାର୍ । 21 ତେବାତିମାନି ଲୋକୁ, ଯାକୁବଦି ପେରିସାକ୍ତି ମାପୁରୁଦି ଲାକ୍ତୁ ଡ଼େସି ୱାନାର୍ । 22 ଇରିଙ୍ଗ୍ ମି ଇସ୍ରାଏଲତି ଲୋକୁ ସାମ୍ଦୁରତି ବାଲି ୱାଜା ଆତିଙ୍ଗ୍ ବା ୱାରିଦି କେବଲ ତେବାତିମାନି ଲୋକୁ ଡ଼େସି ୱାନାର୍; ଦାର୍ମୁଦି ପୁରୁଏରୁ ୱାଜା କାସ୍ଟୁ ତିର୍ ଆତାମାନାତ୍ । 23 ଏଣ୍ତେସ୍ ପ୍ରବୁ, ପେରିସାକ୍ତିଦି ପ୍ରବୁ ୱିଜୁ ପୃଥିବିଦିଙ୍ଗ୍ ନାସ୍ଟୁ କିନାନ୍, ତିର୍ ଆତି ଲୋକାଙ୍ଗ୍ କାସ୍ଟୁ ସିନିକା, ଇକା ପୁରା କିନାନ୍ ।
24 ଇୟାଉଣ୍ଡିଙ୍ଗ୍ ପ୍ରବୁ ପେରିସାକ୍ତି ସଦାପ୍ରବୁ ଇଜିନାନ୍, ଏ ସିୟୋନଦି ଲୋକୁ ମା ଲୋକୁ, ଇର୍ରିଙ୍ଗ୍ବା ଅସୁର ମିସରତି ରିତି ଇସାବ୍ଦାନ୍ ମିଙ୍ଗିଁ ଦଣ୍ଡ ସିତିଙ୍ଗା ମାରି ମି ବିରୁଦ୍ତାନ୍ ନିଜେଦି ବାଡିଗା ନିକ୍ନାନ୍, ଇର୍ରିଙ୍ଗ୍ବା ଆୟା ବିସୟ୍ତାନ୍ ତିଲାମାଟ୍ । 25 ଇରିଙ୍ଗ୍ ଅଡ଼ପ୍ କାଡ଼ା ୱେନ୍କା ରିସା ମାରି ୱାରି ସାନିକା ନା ରିସା ପୁରା ଆନାତ୍ । 26 ମାରି, ନାନୁ ପେରିସାକ୍ତିଦି ସଦାପ୍ରବୁ, ଓରେବ ପିଡ଼ିପି କାଲୁଦୁ ମିଦିୟନଦି ୱାରିଙ୍ଗ୍ ଡାକ୍ତାମାର୍ହା, ଆୟାୱାଜା ୱାନି ବିରୁଦ୍ତାନ୍ ନିଜେଦି କୋରଡ଼ାଦାନ୍ ଡାକ୍ନାନ୍; ମାରି, ଏଣ୍ତେସ୍ ମିସରତି ଲୋକାଙ୍ଗ୍ ଦଣ୍ଡ ସିତା ମାର୍ହା ମାରି ଅସରିୟତି ଲୋକାଙ୍ଗ୍ ଆୟାୱାଜା କିନାନ୍ । 27 ମାରି, ଆୟା ନାଣ୍ତିଙ୍ଗ୍ ୱାନି ବୋଜୁ ମି ଗୁଜାମିଦାନ୍ ମାରି ୱାନି ପୁନ୍ଦି ମି ମେପିଦାନ୍ ଆକ କିଆଇ ଆନାତ୍, ମାରି ଆସିର୍ବାଦତି ଉଣ୍ତିଙ୍ଗ୍ ପୁନ୍ଦି ନାସ୍ଟୁ ଆନାତ୍ ।
28 ୱାନ୍ ଅୟାତଦୁ ୱାତାମାନାନ୍, ୱାନ୍ ମିଗ୍ରୋଣଦାନ୍ ସିଜି ସୋଲ୍ସିନାନ୍; ୱାନ୍ ମିକ୍ମସଦୁ ନିଜେଦି ଜିନିସ୍ ଇଡିଜିନାନ୍; 29 ୱାର୍ ଗାଟି ଜିଣାତା ସୋର୍ହାମାନାର୍; ୱାର୍ ଗେବାଦୁ ବାସା କିତାମାନାର୍; ରାମା କମ୍ପେଆଜିନାତ୍; ସାଉଲଦି ଗିବିୟା ଉରୁକୁତାମାନାତ୍ । 30 ଏ ଗଲ୍ଲିମଦି ଲୋକୁ, ମିରୁ ନିଜେଦି ୱେୟୁଦାନ୍ ନାଣ୍ଡ୍ ଆଉଲି ଆଦୁ, ଏ ଲୟିଶ୍, ୱେନ୍ଆ ଦୁଃକ୍ତି ଅନାଥୋତ୍ତି ଲୋକୁ ୱେର୍ରି, 31 ମଦମେନା ଉରୁକୁସିନାତ୍; ଗେବିମଦି ଲୋକୁ ଉରୁକୁନି ଉଣ୍ତିଙ୍ଗ୍ ଉଣ୍ତାଜିନାର୍ । 32 ୱାନ୍ ନେରୁ ନୋବଦୁ ମାନ୍ଜିନାନ୍; ୱାନ୍ ସିୟୋନ ରିପାଦି ଗରନୁ ଜିରୁସାଲମ ଗରନ୍ ଉଣ୍ତିଙ୍ଗ୍ କିୟୁ ଦୁକ୍ସିନାନ୍ ।
33 ସୁଡ଼ୁଦୁ, ପେରିସାକ୍ତିଦି ସଦାପ୍ରବୁ ଭୟଙ୍କାର୍ ରୁପ୍ତାନ୍ କୋମେଙ୍ଗ୍ ୱିଜୁ କାତ୍ନା ପୋକ୍ନାନ୍; ମାରି, ନିର୍ଇ ମାରାକ୍ ୱିଜୁ କାତାନେ ମାରି ପେରି ଲୋକାଙ୍ଗ୍ ଆଡ୍ଗି ଆର୍ପ୍ନାନ୍ । 34 ୱାନ୍ ଲୁୱାଦି ପାଡ଼୍ସି ଦାନ୍ କିଟ୍କିଟା ବନୁଦି ବାଡି ୱିଜୁ କାତ୍ନା ପୋକ୍ନାର୍, ମାରି ଅରେନ୍ ସାକ୍ତିଦିୱାନି ମାଣାନ୍ ଲିବାନୋନ ନାସ୍ଟୁ ଆନାନ୍ ।