1 ସୁଡ଼ୁଦୁ, ସଦାପ୍ରବୁ ଦୁନିଆଦିଙ୍ଗ୍ ୱାରିକା ମାରି ସୁନ୍ସାନ୍ କିତାମାନାନ୍, ମାରି ଆକା ମାର୍ସି ପୋକ୍ସି ଆବେଣି ଲୋକାଙ୍ଗ୍ ଇନିଙ୍ଗାଁ ଆନିଙ୍ଗାଁ କିତାମାନାନ୍ । 2 ଆବେନୁ ଏଣ୍ଡେସ୍ ଲୋକାଦି, ଆୟାୱାଜା ଜାଜକଦି; ଏଣ୍ଡେସ୍ୱାଜା ଦାସଦି, ଆୟାୱାଜା ୱାନି ମାଲିକ୍ଦି; ଏଣ୍ଡେସ୍ୱାଜା ସାକରାଣିଦି, ଆୟାୱାଜା ମାଲିକାଣିଦି; ଏଣ୍ଡେସ୍ କଣିକାର୍, ଆୟାୱାଜା ପୋର୍ନିକାର୍; ଏଣ୍ଡେସ୍ୱାଜା ପେରିଲୋକୁ, ଆୟାୱାଜା ୱିଜୁଲୋକୁ; ଏଣ୍ଡେସ୍ ନାଣ୍ତଲୋକ୍ ଉଦାର ସିନିକାର୍, ଆୟାୱାଜା ଉଦାର୍ ଅନିଲୋକା ଉଣ୍ତିଙ୍ଗ୍ ଗୋଟାନାତ୍ । 3 ଦୁନିଆ ୱିଜୁ ସୁନ୍ସାନ୍ ମାରି ୱିଜୁ ସିଲେଣ୍ଡା ଆନାତ୍; ଇର୍ରିଙ୍ଗ୍ ସଦାପ୍ରବୁ ଇୟା ମାଟା ଇର୍ହାମାନାନ୍ ।
4 ଦୁନିଆ ଆଡ଼୍ବାଜି ୱାର୍ତା ସଲ୍ସିନାତ୍, ଦୁନିଆ ସାକ୍ତି ଆରାକିଜି ୱାର୍ସିନାତ୍, ଦୁନିଆଦି ନିର୍ଇ ଲୋକୁ ଆକ ଆଜିନାର୍ । 5 ଦୁନିଆଦି ଲୋକା ପଦ୍ ଆଡ୍ଗି ଆତାମାନାତ୍, ଇର୍ରିଙ୍ଗ୍ ୱାର୍ ନିୟମ୍ୱିଜୁ ମାନାଏର୍, ବିଦି ଆଇକା କିତାମାନାର୍, ଏସ୍କାଙ୍ଗ୍ୱିଜ୍ଇ ନିୟମ୍ ରୁକୁତାମାନାର୍ । 6 ଇୟାଉଣ୍ଡିଙ୍ଗ୍ ଆନାଦୁରିଆଦାନ୍ ଦୁନିଆଦିଙ୍ଗ୍ ଦିରେ ଦିରେ ନାଷ୍ଟୁ କିଜିନାତ୍ ମାରି ଦୁନିଆଦି ଲୋକୁ ଦସି ଆତାମାନାର୍; ଆୟାଉଣ୍ତିଙ୍ଗ୍ ଦୁନିଆଦି ଲୋକୁ କାଡିତା ମାନାର୍ ମାରି ଉଣା ଲୋକୁ ଏଜିତା ମାନାର୍ । 7 ପୁନି ଅଙ୍ଗୁର୍ରସ୍ ୱାର୍ତା ସଲ୍ସିନାତ୍, ଅଙ୍ଗୁର୍ ତିୱା ୱାର୍ସି ସଲ୍ସିନାତ୍, ୱେଡ଼ିକାଦି ଲୋକୁ ୱିଜେରେ ଦୁଃକ୍ତାନ୍ ମାନାର୍ । 8 ମାରି, ବାଜାଦି ୱେଡ଼ିକା ବନ୍ଦ ଆତା ମାନାତ୍, ୱେଡ଼ିକାକିନି ଲୋକାଦି ଆଉଲି ୱିଜିତା ମାନାତ୍, ଟଇଲାଦି ୱେଡ଼ିକା ବନ୍ଦ ଆତା ମାନାତ୍ । 9 ଲୋକୁ ପାଟା ପାର୍ଜି ଅଙ୍ଗୁର୍ରସ୍ ଉଣୁଏର୍; ଉଣିୱାରିଙ୍ଗ୍ ଅଙ୍ଗୁର୍ରସ୍ କେଇନାତ୍ । 10 ସୁନ୍ସାନ୍ ଗାଡ଼୍ ରୁଙ୍ଗିତା ମାନାତ୍; ଏମେବା ଲୋକୁ ଏଣ୍ଡେସ୍ ଲୋଇ ସଣ୍ଡ୍ରେଙ୍ଗ୍ ଆଟ୍ଏର୍, ଇୟାଉଣ୍ଡିଙ୍ଗ୍ ୱିଜୁ ଇଲ୍କୁ ସେର୍ଲେଙ୍ଗ୍ ବନ୍ଦ୍ ଆତେମାନେ । 11 ଅଙ୍ଗୁର୍ରସ୍ ଉଣ୍ତିଙ୍ଗ୍ ରାସ୍ତାଦୁ ଆଉଲି ଆଜିନାର୍; ୱିଜୁ ରକୋମ୍ଦି ୱେଡ଼ିକା ସିକାଟିଦି ୱାଜା ଆତାମାନାତ୍, ୱେଡ଼ିକାଦି ମାଟା ଦେସ୍ତାନ୍ ଆକ ସୋର୍ହାମାନାତ୍ । 12 ଆୟା ଗାଡ଼୍ ଦ୍ୱଂସ ଆଜି ତେବାତା ମାନାତ୍ ମାରି ସେର୍ଲେଙ୍ଗ୍ ରୁଙ୍ଗୁଜି ନାସ୍ଟୁ ଆତେମାନେ । 13 ଇରିଙ୍ଗ୍ ଏଣ୍ଡେସ୍ ଜିତ ମାରାନ୍ତାନ୍ କୋଡ଼ି ସାଡ଼୍ନି ୱାଲେ ଆନାତ୍ ମାରି ଅଙ୍ଗୁର୍ କଇତି ୱେନ୍କା ଏଣ୍ଡେସ୍କି ଅଙ୍ଗୁର୍ କୋଡ଼ି ଉଣ୍ଡା କିଦେଙ୍ଗ୍ ଆନାତ୍, ଆୟାୱାଜା ଦୁନିଆଦି କୁଡ଼ାଦି ଲୋଇ ଗଟାନାତ୍ ।
14 ଇୟାକାର୍ ନାଣ୍ଡ୍ ଆଉଲି ଆନାର୍, ଇୟାକାର୍ ୱେଡ଼ିକା କିନାର୍; ସଦାପ୍ରବୁଦି ଦୟା ଉଣ୍ତିଙ୍ଗ୍ ୱାର୍ ୱେଡ଼ା ଆର୍ନି ତରିଟାନ୍ ପେରି ବଲୁ କିନାର୍ । 15 ଇୟାଉଣ୍ଡିଙ୍ଗ୍ ମିର୍ ୱେଡ଼ା ସନି ତରିଟି ଦେସ୍ତୁ ସଦାପ୍ରବୁଦି ୱେଡ଼ିକା କିନାର୍, ମାରି, ଇସ୍ରାଏଲଦି ମାପୁରୁ ସଦାପ୍ରବୁଦି ଦରୁଦି ଗୌରବ୍ କିଦୁ, ସାମ୍ଦୁରତି ନାଣିମିମାନି ବାଡିଆଙ୍ଗ୍ ୱେର୍ତୁ । 16 ଦାର୍ମୁଦି ଲୋକୁ ଗୌରବ୍ ପୋଇନାର୍, ଇୟା ପାଟା ମାପ୍ ଦୁନିଆଦି ଇତି ବାଟା ସାନ୍ଦିଦାନ୍ ୱେରାମାନାପ୍ ।
ମାତର୍ ନାନ୍ ଇର୍ହାମାନା, "ନାନ୍ ଉଣା ଆତାମାନା, ନାନ୍ ଉଣା ଆତାମାନା, ନାନ୍ ଦଣ୍ତ୍ ପୋଇନି ଲୋକୁ !" ବିସ୍ବାସ୍ ସିଲିକାର୍ ବାଣ୍ଡିସ୍ କିତାମାନାର୍; ହୁଁ, ବିସ୍ବାସ୍ ସିଲିକାର୍ ନାଣ୍ତ ବାଣ୍ଡିସ୍ କିତାମାନାର୍ । 17 ଏ ଦୁନିଆଦି ଲୋକୁ, ମି ଉଣ୍ତିଙ୍ଗ୍ ତିଲାନିକା, ଗାଡ଼ିଦି ମାରି ଉରି ତିୟାର୍ ମାନାତ୍ । 18 ମାରି, ଇୟାୱାଜା ଗଟାନାତ୍, ଏନ୍ ଜଦି ତିୟେଲ୍ଦି ଆଉଲିଦାନ୍ ଉରୁକ୍ନାନ୍, ୱାନ୍ ଗାଡ଼ିଦିଦୁ ଆର୍ନାନ୍; ଏନ୍ ଗାଡ଼ିଦିଦାନ୍ ନିଙ୍ଗ୍ଜି ୱାତିଙ୍ଗାଁ, ୱାନ୍ ଉରିଦୁ ଦାରା ସିନାନ୍; ଇରିଙ୍ଗ୍ ବାଦଡ଼୍ତି ସେର୍ଲେଙ୍ଗ୍ ରେତିକା ମାନାତ୍ ମାରି ଦୁନିଆଦି ବୁମିୱିଜୁ ଦୁଙ୍ଗିଁଜିନାତ୍ । 19 ଦୁନିଆ ସତ୍ନେ କଣ୍ତ୍ କଣ୍ତ୍ ଆଜିନାତ୍, ସତ୍ନେ ତରଲେ ଆଜିନାତ୍, ନାଣ୍ଡ କମ୍ପେ ଆଜିନାତ୍ । 20 ଦୁନିଆ ସୋସ୍ତି ଲୋକା ୱାଜା ଦୁଙ୍ଗ୍ନାତ୍ ମାରି ଗୁଡ଼ା ୱାଜା ଇନିଙ୍ଗା ଆନିଙ୍ଗାଁ ଦୁଙ୍ଗ୍ନାତ୍; ମାରି ୱାନି ପାପ୍ ୱାନି ମୁସୁକୁ ବଜୁ ଆନାତ୍, ଆବେଟ୍ ୱାନ୍ ମେଡ଼୍ନାନ୍, ମାରି ନିଙ୍ଗ୍ଦେଙ୍ଗ୍ ଆଟ୍ଏନ୍ ।
21 ମାରି, ଆୟା ନାଣ୍ତିଙ୍ଗ୍ ସଦାପ୍ରବୁ ମୁସ୍କୁପୁରୁତି ଲୋକାଙ୍ଗ୍ ସନ୍ୟରିଙ୍ଗ୍ ମାରି ପାତାଲ୍ଦୁ ପାତାଲ୍ଦି ରାଜାରିଙ୍ଗ୍ ଦଣ୍ତ୍ ସିନାନ୍ । 22 ଆବେନୁ ଏଣ୍ଡେସ୍ ଜଇଲ୍ତୁ ମାନିକାର୍ କୁଇଁକାଲ୍ଦୁ ଉଣ୍ଡ୍ରେବାନୁ ଉଣ୍ତାନାର୍, ଆୟାୱାଜା ୱାର୍ ଉଣ୍ଡ୍ରେବାନୁ ଆଜି ଜଇଲ୍ତି ଇଣ୍ଡ୍ର କେର୍ପାନାର୍, ମାରି, ନାଣ୍ଡ୍ ଦିନ୍ ୱେନ୍କା ୱାରି ବିସାର୍ କିଆଇଆନାତ୍ । 23 ନାସ୍ତିୱାଲେ ଲେଜୁ ଜାୟ୍ ସିଏତ୍ ମାରି ୱେଡ଼ା ତେର୍ୱେଲ୍ ଆଏତ୍; ଇରିଙ୍ଗ୍ ପେରିସାକ୍ତିଦି ସଦାପ୍ରବୁ ସିୟୋନ ଗରନ୍ତୁ, ମାରି ଜିରୁସାଲମତୁ ମାରି ୱାନି ପେରିଲୋକା ଆଗ୍ଡ଼ି ବପୁଦାନ୍ ସାସନ୍କିନାନ୍ ।