1 ଆଇ ଦେସ୍ତି ଲୋକୁ ଏଣ୍ଡେସ୍ ମି ଆଗ୍ଡ଼ି ତିରିଗ୍ନାର୍, ଇୟାଉଣ୍ଡିଙ୍ଗ୍ ମି ସାତ୍ରୁରିଙ୍ଗ୍ ମି ଦରୁ ନେସ୍ପିସ୍ କିନି ଉଣ୍ତିଙ୍ଗ୍, 2 ସିସୁ ଜାଟି କାସିସ୍ନି ୱାଜା, ସିସୁଦାନ୍ ଏରୁ ଡ଼ାକ୍ପିସ୍ନି ୱାଜା ଜଦି ନିନ୍ ବାଦଡ଼୍ୱିଜୁ ଦୁକୁସି ରେସି ୱାତିଙ୍ଗାଁ ମାରି ଗରକୁ ନି ଆଗ୍ଡ଼ି ତିର୍ଗିତେ ମାନ୍ଦି ! 3 ଏସ୍ତିୱାଲେ ନିନ୍ ମା ଆସାଦାନ୍ ପେରି କାବାଆନି ପାଣି କିତି, ନାସ୍ତିୱାଲେ ନିନ୍ ରେସି ୱାତି, ଗରକୁ ନି ଆଗ୍ଡ଼ି ତିର୍ଗିତେ । 4 ଇର୍ରିଙ୍ଗ୍ ଆମାକାନ୍ ନିଜେଦି କାପ୍କିନି ଲୋକା ତରଟାନ୍ ପାଣି ୱିଜୁ କିନାନ୍, ଲୋକୁ ଆଗ୍ଡ଼ିରି କାଡ଼ାଦାନ୍ ନି ମାଣାନ୍ ଆଇ ମାପୁରୁଦି ବିସୟ୍ ୱେନ୍ଏର୍, ମାରିବା ଗିତଣି ୱେନ୍ଏତ୍, ମାରି କାଣାଗା ସୁଡ଼ୁଏତ୍ । 5 ଆମା ଲୋକୁ ୱେଡ଼ିକାଦାନ୍ ଦାର୍ମୁ କିନାନ୍, ଆମାକାର୍ ନି ସାରିଦୁ ନିଙ୍ଗିଁ ଏତ୍ କିନାର୍, ନିନ୍ ୱାରି ୱାଲେ ବେଟ୍ ଆନି; ସୁଡ଼ୁଆ, ନିନ୍ ରିସାଦାନ୍ ମାର୍ହି ମାରି ମାପ୍ ପାପ୍ କିତାପ୍; ମାପ୍ ନାଣ୍ଡ୍ କାଡ଼ା ସାନ୍ଦି ଆବେନୁ ମାନାପ୍, ମାପ୍ ଇନିକା ରକିୟା ପଇନାପ୍ ? 6 ଇର୍ରିଙ୍ଗ୍ ମାପ୍ ୱିଜେରେ ପାପ୍ ଲୋକା ୱାଜା ଆତାମାନାପ୍ ମାରି ମା ଦାର୍ମୁପାଣିୱିଜୁ ତାଗ୍ଇ ଆଙ୍ଗିଁ ୱାଜା ମାରି ମାପ୍ ୱିଜେରେ ଆକୁ ୱାଜା ଜିରାଜିନାପ୍; ମାରି, ମା ପାପ୍ ୱିଜୁ ଗାଲି ୱାଜା ମାଙ୍ଗିଁ ଇପ୍ସି ଅନାତ୍ । 7 ମାରି, ଆମାକାନ୍ ନି ଦର୍ତାନ୍ ପାର୍ତନା କିନାନ୍, ଆମାକାନ୍ ନିଙ୍ଗିଁ ଆସ୍ନି ଉଣ୍ତିଙ୍ଗ୍ ନିଜେଦିଙ୍ଗ୍ ଦାନ୍ଦା ଆନାନ୍, ଇୟାୱାଜା ଏନ୍ ସିଲେନ୍; ଇରିଙ୍ଗ୍ ନିନ୍ ମା ମାଣାନ୍ ନିଜେଦି ମକମ୍ ମାରାକ୍ତିମାନି ମାରି ମା ପାପ୍ତି ମାଣାନ୍ ମାଙ୍ଗିଁ ଡ଼ିସ୍ତିମାନି ।
8 ମାତର୍ ଇଲେଇ ଏ ପ୍ରବୁ, ନିନ୍ ମା ବୁବା; ମାପ୍ ସିକ୍ଲା, ନିନ୍ ମା କୁମାର୍ଏନ୍; ମାରି, ମାପ୍ ୱିଜେରେ ନି କିୟୁଦାନ୍ ତିଆର୍ଆତି ଲକୁ । 9 ଏ ପ୍ରବୁ, ନାଣ୍ଡ ରିସା ଆମା, ମାରି ୱିଜୁଦିନ୍ ମା ପାପ୍ ମନ୍ତୁ ଇଡ୍ମା; ମାପ୍ ମାଡ଼ିସ୍ କିଜିନାପ୍, ସୁଡ଼ୁଆ ମା ତରନ୍, ମାପ୍ ୱିଜେରେ ନି ଲୋକୁ । 10 ନି ପବିତ୍ର ଗାଡ଼୍କୁୱିଜୁ ବାଟାବାଇଲୁ ଆତାମାନାତ୍, ସିୟୋନ ବାଟାବାଇଲୁ ଆତାମାନାତ୍, ଜିରୁସାଲମ ନାସ୍ଟୁ ବାଡି ଆତାମାନାତ୍ । 11 ମା ଡକ୍ରାଦାଦାର୍ ଆମା ବାଡିଦୁ ନି ପାର୍ତନା କିତାର୍, ମା ଆୟା ପବିତ୍ର ମାରି ସୁନ୍ଦରତି ଇଲୁ ସିସୁଦୁ ୱେତା ମାନାତ୍ ମାରି ମା ମନ୍ତି ଏତ୍କିନି ବାଡିଙ୍ଗ୍ ୱିଜୁ ଦ୍ୱଂସ୍ ଆତେମାନେ । 12 ଏ ପ୍ରବୁ, ଇକାୱିଜୁ ଆତିଙ୍ଗ୍ ବା ନିନ୍ ଜେ ନିଜେଦିଙ୍ଗ୍ ତେବାକିଜି ଇଡ୍ନି ? ନିନ୍ ଗି ଆଲେଜି ମାନ୍ଜି ମାଙ୍ଗିଁ ନାଣ୍ଡ କାସ୍ଟୁ ସିନି ?