1 ଉସିୟ ରାଜା ସାନି ବାର୍ସୁଦୁ ନାନ୍ ମାପୁରୁଦି ଉନ୍ଡ୍ରି ଉଛା ମାରି ନେଗି ସିଂହାସନତୁ ବାସ୍ତିମାନିକା ସୁଡ଼ୁତା, ୱାନି ରାଜାଆଙ୍ଗିଦି ବାଡ଼ି ମନ୍ଦିର୍ତିଙ୍ଗ୍ ପୁରାବର୍ତି କିତାତ୍ । 2 ୱାନି ଲାକ୍ତୁ ସରାଫଗଣ ଦୁତ୍କୁ ନିରେଏ; ୱାନି ୱିଜେକାଦି ସଅ ସଅ ଗଟା ରେକେଙ୍ଗ୍ ମାର୍ହେ; ୱିଜେକେ ରୁଣ୍ଡି ତରିନ୍ ନିଜେ ନିଜେଦି ମୋକମ୍ ପିଡ଼ିକ୍ତେ, ମାରିଉଣ୍ଡ୍ରି ତରିନ୍ ପାଦାମ୍କୁ ପିଡ଼ିକ୍ତେ ମାରି ରୁଣ୍ଡି ରେକେଆଙ୍ଗ୍ ଇମିତେ । 3 ମାରି, ୱାର୍ ନିଜେ ନିଜେଦି ମାଣାନ୍ କୁକ୍ସି ଇର୍ହାର୍, "ସାକ୍ତିମାନ୍ ସଦାପ୍ରବୁ ପବିତ୍ର, ପବିତ୍ର, ପବିତ୍ର; ସାରା ଦୁନିଆ ୱାନି ମହିମାଦାନ୍ ପୁରାଆତା ମାନାତ୍ ।"
4 ନାସ୍ତିୱାଲେ ୱେର୍ନିୱାରି ମାଟାଦାନ୍ ସେର୍ଲା ଆଗ୍ଡ଼ିରି ବାଡ଼ିଦି ମୁଲ୍କୁନାଦି ଦୁଙ୍ଗିଁତାତ୍ ମାରି ମନ୍ଦିର୍ ଗୋଇଦାନ୍ ପୁରା ବର୍ତି ଆତାତ୍ ।
5 ଆଦେଙ୍ଗ୍ ନାନ୍ ଇର୍ହା, "ଆବାୟା ଆବାୟା ! ନାନ୍ ସାତା; ଇର୍ରିଙ୍ଗ୍ ନାନ୍ ତାଗ୍ଇ ପାପ୍ କିତି ଲୋକୁ ମାରି ନାନ୍ ପାପି ଲୋକାଦି କୁଟୁମ୍ଦୁ ବାସା କିତାମାନା; ଇର୍ରିଙ୍ଗ୍ବା ନା କାଣୁକୁ ପେରିସାକ୍ତି ସଦାପ୍ରବୁ ରାଜାଦିଙ୍ଗ୍ ସୁଡ଼ୁତାମାନା !"
6 ଇୟାୱେନ୍କା ଆୟା ସରାଫଗଣ ଲୋଇରାନ୍ ଅରେନ୍ ନା ଲାକ୍ତୁ ଇମ୍ଜି ୱାତାତ୍, ତାନି କିୟୁଦୁ କାଣ୍ଡେକେ ସିସୁକାସ୍ସିମାର୍ହି ଡ଼ିବୁ ମାର୍ହାତ୍, ୱାଦ୍ ଜଜ୍ଞବେଦିଦାନ୍ ସିମୁଟା ଦାନ୍ ଆକା ଅତାମାର୍ହାତ୍; 7 ମାରି, ୱାଦ୍ ଆୟାମାଣାନ୍ ନା ମକୋମ୍ ସୁଡ଼ୁଜି ଇର୍ହାନ୍, "ସୁଡ଼ୁଆ, ଇକା ନି ୱେୟୁ ମୁଟୁସି; ଆଦେଙ୍ଗ୍ ମି ପାପ୍ ଆକ ଆତାତ୍ ମାରି ନି ପାପ୍ କେମା ଆତାତ୍ ।"
8 ଇୟାୱେନ୍କା "ନାନ୍ ଏଙ୍ଗ୍ ପୋକ୍ନା ? ମାରି ଏନ୍ ମା ଉଣ୍ତିଙ୍ଗ୍ ସୋନାନ୍ ?" ମାପୁରୁଦି ଇୟା ମାଟା ନାନ୍ ୱେର୍ହା । ଆଦେଙ୍ଗ୍ ନାନ୍ ଇର୍ହା, "ନାନ୍ ମାନା; ନାଙ୍ଗି ପୋକ୍ଆ ।"
9 ଆବେନୁ ୱାନ୍ ଇର୍ହାନ୍, "ସାଙ୍ଗ୍ଆ ମାରି ଇୟା କୁଟୁମ୍ଦିଙ୍ଗ୍ ଇନ୍ଆ, ମିର୍ ୱେନ୍ଜିନିଦେର୍ ସତ୍, ମାତର ବୁଜାଏଜିନିଦେର୍ ମାରି ସୁଡ଼ୁଜିନିଦେର୍ ସତ୍, ମାତର୍ ନେସେଏଜିନିଦେର୍ । 10 ଇୟା ଲୋକୁ ନିଜେ ନିଜେଦି କାଣାଗାଦାନ୍ ସୁଡ଼ୁଜି ମାରି ଗିତଣିଦାନ୍ ୱେନ୍ଜି ମାରି ମୋନ୍ତାନ୍ ବୁଜାଜି ମୋନ୍ ଡ଼େପ୍ସି ଏଣ୍ଡେସ୍ ନେଗେଣ୍ଡ୍ ଆଏର୍, ଇୟାଉଣ୍ଡିଙ୍ଗ୍ ମିର୍ ୱାରି ମୋନ୍ତିଙ୍ଗ୍ ଆଟ୍ୱା କିଆ ମାରି ୱାରି ଗିତଣିଙ୍ଗ୍ ବୋଇରା କିଆ ମାରି ୱାରି କାଣୁକୁ ବନ୍ଦ କିଆ ।"
11 ଆଦେଙ୍ଗ୍ ନାନ୍ ୱେନ୍ବାତା, "ଏ ପ୍ରବୁ, ଏସୋ କାଡ଼ା ସାନ୍ଦି ?" ଆବେନୁ ୱାନ୍ ୱେର୍ତାନ୍, ଆମାସାନ୍ଦି ଗାଡ଼୍ୱିଜୁ ସିମିରା ଆଏତ୍ ମାରି ଇଲ୍କୁୱିଜୁ ଲୋକୁ ସିଲିକା ଆଜି ସିମିରା ଆଏତ୍ ମାରି ବୁମି ୱିଜୁ ନାସ୍ଟୁ ଆଏତ୍, 12 ମାରି, ସଦାପ୍ରବୁ ଲୋକାଙ୍ଗ୍ ନାଣ୍ଡ୍ ଆକ କିଏନ୍ ମାରି ଦେସ୍ ଲୋଇ ଡ଼ିସ୍ତିମାନି ବାଡି ନାଣ୍ତ ଆଉ, ଆୟାସାନ୍ଦି । 13 ମାରି, ଜଦି ଆବେନୁ ଦସ୍ବାଗାତାନ୍ ଉଡ୍ରେବାଗ୍ ମାନାତ୍, ମାରିବା ଆକା ମାରିଡ଼େସି ନାସ୍ଟୁ ଆନାତ୍; ଏଲା ମାରି ଅଲନ୍ ମାରାନ୍ କାତ୍ତିଙ୍ଗା ବା ଏଣ୍ଡେସ୍କି ଦାନି ମଦଲ୍ ମାନ୍ଜିନାତ୍; ଆୟାୱାଜା ଆୟା ପବିତ୍ର କୁଟୁମ୍ ଇୟା କୁଡ଼ାଦି ମଦଲ୍ ୱାଜା ଆନାର୍ ।