1 ଏ ଇସ୍ରାଏଲ ଦର୍ଦାନ୍ ୱେଙ୍ଗ୍ନି ମାରି ଜିହୁଦାଦି ଏରୁଦାନ୍ ଜନମ୍ଆତି ଯାକୁବ କୁଟୁମ୍, ମିର୍ ଇୟା ମାଟା ୱେଣ୍ଡ୍ରୁ; ମିର୍ ସଦାପ୍ରବୁଦି ଦର୍ତାନ୍ ପାର୍ମାଣ୍ କିତିମାନିଦେର୍ ମାରି ଇସ୍ରାଏଲଦି ମାପୁରୁଦି ଦରୁ ପାଟା ପାର୍ଜିନା, ମାତର୍ ସତ୍ଦାନ୍ ମାରି ଦାର୍ମୁଦାନ୍ ସିଲେ । 2 ଇର୍ରିଙ୍ଗ୍ ୱାର୍ ନିଜେଦିଙ୍ଗ୍ ପବିତ୍ର ଗାଡ଼୍ତି ଲୋକୁ ଇଜି ତରାଇଆନାର୍ ମାରି ଇସ୍ରାଏଲଦି ମାପୁରୁଦି ମୁସୁକୁ ଆସା କିନାର୍; ୱାନି ଦର୍ ସଦାପ୍ରବୁ ।
3 ମାପ୍ ପୁର୍ବେ କାଡ଼ାଦି ମାଟା ପୁର୍ବେ କାଡ଼ାଦୁନେ ୱେର୍ତାମାନାପ୍ ; ହୁଁ, ଆକା ମା ମୋକମ୍ତାନ୍ନେ ସତାମାନାତ୍ ମାରି ଆକା ମାପ୍ ଇର୍ହାମାନାପ୍; ମାପ୍ ଆକା କିତାପ୍ ମାରି ଅଟାତ୍ ଆକାୱିଜୁ ଗଟାତାତ୍ । 4 ମିର୍ ମାନାଇଦେର୍, ନି କକ୍ଲା ଲୁହାଦି ନାଡ଼ା ମାରି ମି କାପାଲ୍ କଂସ୍ ୱାଜା ଇଜି ମାପ୍ ନେସ୍ତାପ୍ । 5 ଇୟାଉଣ୍ଡିଙ୍ଗ୍ ମାପ୍ ପୁର୍ବେକାଡ଼ାଦାନ୍ ମି ଉଣ୍ତିଙ୍ଗ୍ ଆକା ଇର୍ହାପ୍; ଆକା ଗଟାନି ଆଗ୍ଡ଼ି ମିଙ୍ଗିଁ ଇର୍ହାପ୍; ସିଲେତିଙ୍ଗ୍ ମିର୍ ଇଣ୍ଡ୍ରୁ, "ମା ଦେୟାମ୍ ଇକା କିତାମାନାତ୍, ମା ତିୟାର୍ଆତି ମାରି ତିୟାର୍କିତି ବମେଆଙ୍ଗା ଇକା ଇର୍ହାମାନାପ୍ ।" 6 ମିର୍ ୱେରିମାନିଦେର୍; ଇକାୱିଜୁ ସୁଡ଼ୁଦୁ ମାରି ମିର୍ ଗି ଆକା ତର୍ହିଦେର୍ ? ଇୟା ବେଡ଼ାଦାନ୍ ମାପ୍ ମିଙ୍ଗିଁ ପୁନି ବିସୟ୍, ଇର୍ରିଙ୍ଗ୍, ନି ସେଇବୁଦିଦି ମାର୍ଗିତିମାନି ବିସୟ୍ ତର୍ତାମାନା । 7 ଆୟାକା ୱିଜୁ ପୁର୍ବେ କାଡ଼ାଦାନ୍ ସିଲେ, ମାତର୍ ଇଲେଇ ତିଆର୍ ଆତାତ୍; ନେରାନ୍ ପୁର୍ବେ କାଡ଼ାଦୁ ମିର୍ ଆକା ୱେନ୍ଇତିଦେର୍; ସିଲେତିଙ୍ଗ୍ ସୁଡ଼ୁଦୁ, "ମାପ୍ ଆୟାକା ୱିଜୁ ନେସ୍ତାପ୍ ଇଜି ମିର୍ ଇଣ୍ତ୍ରୁ ।" 8 ସତ୍ତାନ୍, ମିରୁ ୱେନ୍ଇତିଦେର୍; ମିରୁ ନେସ୍ଇତିଦେର୍ ଆଗ୍ଡ଼ି ମି ଗିତଣିଙ୍ଗ୍ ରେଆୟ୍ଇ ଆଏଣ୍ତା ମାର୍ହାତ୍; ଇର୍ରିଙ୍ଗ୍ ମିର୍ ଜେ ନାଣ୍ଡ ତାଗ୍ଇପାଣି କିତିଦେର୍ ମାରି ପୋଟାଦାନ୍ନେ ଅଦାର୍ମୁଦିକାର୍ ଇଜି ୱେଙ୍ଗିତି ମାର୍ରିଦେର୍, ଇକା ମାପ୍ ନେସ୍ତାପ୍ । 9 ମାପ୍ ଏଣ୍ଡେସ୍ ମିଙ୍ଗିଁ ଆକ କିଏପ୍, ଇୟାଉଣ୍ଡିଙ୍ଗ୍ ମାପ୍ ନିଜେଦି ଦର୍ ଉଣ୍ତିଙ୍ଗ୍ ନିଜେଦି ରିସାଦାନ୍ ଉଣା କିତାମାନା ମାରି ନିଜେଦି ୱେଡ଼ିକା ଉଣ୍ତିଙ୍ଗ୍ ମି ଉଣ୍ତିଙ୍ଗ୍ ସାପିସ୍ କିଏନି । 10 ସୁଡ଼ୁଦୁ, ନାନୁ ମିଙ୍ଗିଁ ପବିତ୍ର କିତାମାନା, ମାତର୍ ୱେଣ୍ତି ୱାଜା ସିଲେ; ମାପ୍ ଦୁଃକ୍ତିୱାଜା ସିସୁକୁଣ୍ତୁତାନ୍ ମିଙ୍ଗିଁ ବାସେକିତା ମାନା । 11 ମାପ୍ ନିଜେଦି ଉଣ୍ତିଙ୍ଗ୍, କେବଲ ନିଜେଦି ଉଣ୍ତିଙ୍ଗ୍ ଆକା କିନାପ୍; ଇରିଙ୍ଗ୍ ମା ଦର୍ ଏନ୍ଦା ଅପବିତ୍ର କିତିକା ଆନାତ୍ ? ମାରି, ମାପ୍ ନିଜେଦି ଗୌରବ୍ ଆଇୱାନି ସିଦେଙ୍ଗ୍ ଆଏତ୍ ।
12 ଏ ଯାକୁବ, ଏ ମା ୱାତି ଇସ୍ରାଏଲ, ମା ବାକ୍ୟଦିଙ୍ଗ୍ ମୋନ୍ ସିଦୁ; ମାପ୍ ଆକାନ୍ ନେ; ନାନୁ ନେ ଆରାମ୍, ନାନୁ ନେ ସାରାସାରି ।
13 ମାରି, ନା କିୟୁ ପୃଥିବିଦି ମୁଲ୍କୁନାଦି ତିୟାର୍ କିତାମାନାନ୍ ମାରି ନା ଉଣି କିୟୁ ବାଦଡ଼୍ୱିଜୁ ତିୟାର୍ କିତାମାନାତ୍; ମାପ୍ ୱାନିଙ୍ଗ୍ କୁକୁତିଙ୍ଗା ୱାକ୍ ଉଣ୍ଡ୍ରେବାନୁ ନିନାର୍ ।
14 ମିର୍ ୱିଜେରେ ଉଣ୍ଡ୍ରେବାନୁ ଆଜି ୱେଣ୍ଡ୍ରୁ; ୱାରି ଲୋଇରାନ୍ ଏନ୍ ଇକା ୱିଜୁ ଇର୍ହାମାନାନ୍ ? ସଦାପ୍ରବୁ ୱାନିଙ୍ଗ୍ ଜିବନ୍ନୋଜିନାନ୍; ୱାନ୍ ବାବିଲ ମୁସୁକୁ ୱାନି ମାନତ୍ ପୁରା କିନାନ୍ ମାରି କଲ୍ଦିୟରି ମୁସୁକୁ ୱାନି କିୟୁ ମାନ୍ଜିନାତ୍ ।
15 ନାନୁନେ ବାକ୍ୟ ଇର୍ହାମାନା; ହୁଁ, ନାନୁ ୱାନିଙ୍ଗ୍ କୁକୁତା ମାନା; ନାନୁ ୱାନିଙ୍ଗ୍ ତାତାମାନା, ମାରି ୱାନ୍ ନିଜେଦି ସାରିଦୁ କିତିମାନି ପାଣି ପୁରା ଆନାତ୍ ।
16 ମିର୍ ମା ଲାକ୍ତୁ ୱାଜି ଇୟା ମାଟା ୱେଣ୍ଡ୍ରୁ; ନାନୁ ଆଗ୍ଡ଼ିରାନେ ମାରାକ୍ସି ଇନ୍ଏ; ଆକା ଆନି ବେଡ଼ାଦାନ୍ ନାନୁ ଆବେନୁ ମାନା; ମାରି, ଇଲେଇ ମାପୁରୁ, ନାଙ୍ଗି ମାରି ୱାନି ଆତ୍ମାଦିଙ୍ଗ୍ ପୋକ୍ତା ମାନାନ୍ ।
17 ପ୍ରବୁ ମି ମୁକ୍ତିଦାତା, ଇସ୍ରାଏଲତି ପବିତ୍ର ମାପୁରୁ, ଇୟା ମାଟା ଇନାନ୍; ନାନୁ ସଦାପ୍ରବୁ, ମି ମାପୁରୁ, ମିଙ୍ଗିଁ ନେଗି ସିକିୟା ସିନା, ମି ସନି ସାରିଦୁ ମିଙ୍ଗିଁ ବୁଲା କିଜି ଅନା । 18 ଆ, ମିର୍ ଜଦି ମା ମାଟାଦାନ୍ ମନ୍ ଦିୟାନ୍ ସିତିଙ୍ଗା ! ଆଦେଙ୍ଗ୍ ମି ସାନ୍ତି ଗାଡାଦି ୱାଜା ମାରି ମି ଦାର୍ମୁ ସାମ୍ଦୁର୍ତି ଲୋଡ଼ି ଏରୁ ୱାଜା ଆତାତ୍ମାନ୍ଦି; 19 ମି କୁଟୁମ୍ ବା ବାଲିଦି ୱାଜା ମାରି ମି ପୁଟ୍ତି କଡ଼ର୍ ଆଇଲିକ୍ ଆବେଣି ଦୁଡ଼ିଦି ୱାଜା ଆତାର୍ମାନ୍ଦି; ୱାନି ଦରୁ ମା ଆଗ୍ଡ଼ିରାନ୍ ନାମ୍ଏତ୍ ମାରିବା ନାସ୍ଟୁ ଆଏତାତ୍ମାନ୍ଦି । 20 ମିର୍ ବାବିଲତାନ୍ ସୋସି ସାଣ୍ଡ୍ରୁ, କଲ୍ଦିୟରି ମାଣାନ୍ ଉରୁକ୍ତୁ; ମିର୍ ପାଟାଦାନ୍ ପ୍ରସାର୍ କିଜି ୱେର୍ତୁ, ପୃଥିବିଦି ଇତି ସାନ୍ଦି ଇକା ୱେର୍ତୁ; ମିରୁ ଇଣ୍ଡ୍ରୁ, ସଦାପ୍ରବୁ ନିଜେଦି ଦାସ୍ ଜାକୁବଙ୍ଗ୍ ମୁକ୍ଡ଼ା କିତାମାନାନ୍ । 21 ମାରି, ୱାନ୍ ମରୁବୁମି ସିଜି ୱାରିଙ୍ଗ୍ ବୁଲା କିନି ୱାଲେ ୱାର୍ ଏର୍କି ଆଏତାର୍, ୱାନ୍ ୱାରି ଉଣ୍ତିଙ୍ଗ୍ କାଲୁଦାନ୍ ଏରୁ ସପ୍ତାନ୍, ମାରି ୱାନ୍ ପିଡ଼ିପି କାଲୁଦିଙ୍ଗ୍ ଗୁଣ୍ତୁଗୁଣ୍ତା ଡାକ୍ତାନ୍, ମାରି ଆବେଣାନ୍ ଏରୁ ସତେ । 22 ପ୍ରବୁ ଇଜିନାନ୍, "ତାଗ୍ଇ ଲୋକାଙ୍ଗ୍ ଇନି ସାନ୍ତି ସିଲେତ୍ ।"