10 ମା ଦୁନିଆଦି ବୁବାରି ଆଗ୍ଡ଼ି ଏମେକା ତାଗ୍ଇକା, ଆୟା ଇସାବ୍ତାନ୍ ମାଙ୍ଗିଁ ଉଣା ଦିନ୍ ଉଣ୍ତିଙ୍ଗ୍ ସାସନ୍ କିନାର୍; ମାତର୍ ମାଡୁ ଏଣ୍ତେସ୍ ୱାନି ପବିତ୍ରତାଦୁ ମିସାଦେଙ୍ଗ୍ ଆଟ୍ନିକା, ଇୟାଉଣ୍ତିଙ୍ଗ୍ ମାପୁରୁ ମା ନେଗି ଉଣ୍ତିଙ୍ଗ୍ ମାଙ୍ଗିଁ ସାସନ୍ କିନାନ୍ । 11 ସାସ୍ତି ପୋଇନି ୱାଲେ ମାଙ୍ଗିଁ ଆକା ଦୁଃକ୍ଅଡ଼୍ବିନିକା ମାନାତ୍, ମୁଡ଼ୁକେ ୱେଡ଼ିକାଦିକା ଆଏତ୍ । ମାତର୍ ସାସ୍ତିଦାନ୍ ଏମେୱାରି ଜିବନ୍ ସାନ୍ତି ଆନାତ୍, ୱାର୍ ୱେନ୍କା ସାନ୍ତିଦି ଦାର୍ମୁଦି ଜିବନ୍ ୱାଜା ପୁରସ୍କାର୍ ପୋଇନାର୍ ।