10 ୱିଜେରିଙ୍ଗ୍ ତିଆର୍କିତିକାନ୍ ମାରି ରକିୟାକିନିକାନ୍ ମାପୁରୁ ୱାନି ନାଣ୍ତ କଡ଼ରିଙ୍ଗ୍ ଜିସୁଦି ଗୌରବ୍ଦୁ ମିସା କିନି ଉଣ୍ତିଙ୍ଗ୍, ସାତି ମାଡ଼ାନ୍କୁ ଜିସୁଙ୍ଗୁଁ ପୁରାନେଗିକା କିଜି ଟିକ୍ ପାଣି କିତାମାନାନ୍ । ଇରିଙ୍ଗ୍ଁ ଜିସୁନେ ପରିତ୍ରାଣଦି ସାରିଦୁ ୱାରିଙ୍ଗ୍ ସାଲାକିଜି ଅନାନ୍ ।
11 ୱାନ୍ ଲୋକାଙ୍ଗ୍ ପାପ୍ତାନ୍ ପବିତ୍ର କିନାନ୍ । ମାରି, ଆମାକାର୍ ଜିସୁ ମାଡ଼ାନ୍ ପବିତ୍ର ଆନାର୍, ୱାର୍ ୱିଜେରେ ଅରେନ୍ ବୁବାଦି କଡ଼ର୍ । ଆୟାଉଣ୍ତିଙ୍ଗ୍ ଜିସୁ ୱାରିଙ୍ଗ୍ ତଡ଼ାନ୍ ନି ତାଙ୍ଗିଁ ଇଜି ଇନ୍ଡ୍ରେଙ୍ଗ୍ ସେମାର୍ ଆଏନ୍ ।