14 ଇକା ଜଦି ସତ୍ ଆନାମାନାତ୍, ଆର୍ତିଙ୍ଗ୍ କ୍ରିସ୍ତଦି ନେତେର୍ ମାରି ଏସ ନାଣ୍ତ ପାଣି ସିନିକା ଆଏତ୍ ? ୱିଜୁଦିନ୍ତି ଆତ୍ମାଦି ସାକାଦାନ୍ ୱାନ୍ ନିଜେଦିଙ୍ଗ୍ ମାପୁରୁଦି ଉଦେସ୍ତାନ୍ ଉନ୍ଡ୍ରି ଦସ୍ସିଲି ପୁଜା ୱାଜା ସିତାମାନାନ୍ । ୱାନି ଆୟା ନେତେର୍ ଦାନ୍ ତାଗ୍ଇ ରିତିନିତି ପାଣିଦାନ୍ ନେଗେନ୍ ଆଜି ମା ବୁଦି ଟିକ୍ଆନାତ୍ ମାରି ମାପ୍ ଜିବନ୍ମାନି ମାପୁରୁଦି ଟିକ୍ ସେବା କିଦେଙ୍ଗ୍ ସୁଜୋଗ୍ ପୋୟ୍ନାପ୍ ।
15 ଇୟାଉଣ୍ତିଙ୍ଗ୍ କ୍ରିସ୍ତ ନେ ପୁନି ନିୟମ୍ ତିଆର୍ କିତାମାନାନ୍, ଏଣ୍ତେସ୍କି ଏମେକାର୍ ମାପୁରୁଦି ମାଡ଼ାନ୍ କୁକାୟ୍ଆତାମାନାର୍, ୱାର୍ ମାପୁରୁ ପାର୍ମାଣ୍ କିତିମାନି ଏସ୍କାଙ୍ଗ୍ୱିଜିଇ ଆସିର୍ବାଦ୍ ପୋଇନାର୍ । ପାର୍ତୁମ୍ ନିୟମ ପାଣିକିଜିମାନି ବେଡ଼ାଦୁ, ଲୋକୁ ଏମେ ୱିଜୁ ପାପ୍ ଦୋସ୍ କିତାମାର୍ହାର୍, କେବଲ କ୍ରିସ୍ତଦି ସାତିମାଡ଼ାନ୍ ୱାର୍ ଆବେଟ୍କୁ ମୁକ୍ଡ଼ାନିକା ପୋଇନାର୍ ।