ମିନ୍କୁ ଆସ୍ନି ଜାଡ଼ିଦି କାତା
47 ମାରି, ମୁସ୍କୁପୁର୍ ଉଣ୍ତ୍ରି ମିନ୍କୁ ଆସ୍ନି ଜାଡ଼ିଦି ୱାଜା । ମିନ୍କୁ ଆସ୍ନିକାର୍ ଗାଡାଦୁ ଜାଡ଼ି ପକ୍ସି ରକମ୍ ରକମ୍ ଜାତିଦି ମିନ୍କୁ ଆସ୍ନାର୍ । 48 ଜାଡ଼ି ପୁରୁନ୍ଆତିଙ୍ଗ୍ ଲୋକୁ ଗାଡା ପାଡ଼ି ରେଲ୍ଜି ତାତାର, ମାରି ବାସ୍ସି ନେଗି ନେଗି ମିନ୍କୁ ଆସ୍କିଜି ସାଟ୍ନାଦୁ ଇଡ୍ନାର୍ ମାରି ତାଗ୍ଇ ମିନ୍କୁ ପକ୍ନାର୍ । 49 ଜୁଗ୍ ୱିଜ୍ନି ୱାଲେ ଇୟାୱାଜା ଆନାତ୍ । ଦୁତ୍କୁ ସହସିୱାଜି ଦାର୍ମୁଦିଲୋକା ମାଣ୍କୁ ତାଗ୍ଇ ଲୋକାଙ୍ଗ୍ ୱେର୍ଏକିନେ । 50 ମାରି ୱାରିଙ୍ଗ୍ ସିସୁ କାସ୍ନିମାନୁ ପକ୍ନାର୍; ଆବେ ଆଡ଼୍ବାନାର୍ ମାରି ପାଲ୍କୁ କାତ୍ରେକିନାର୍ ।