ଡ଼େସିନିଙ୍ଗିଁନି ବିସୟ୍ତାନ୍ ପ୍ରସ୍ନ
23 ୨୨:୨୩ ପ୍ରେରିତ ୨୩:୮. ଆୟାନାଣ୍ତିଙ୍ଗ୍ ସାଦୁକି ଦଲତୀ ଏସ ଲୋକୁ ଜିସୁଦି ଲାକ୍ତୁ ୱାତାର୍ । ସାଦୁକିର୍ ବିସ୍ବାସ୍କିଜି ମାର୍ହାର୍ ଜେ, ମାରିଡ଼େସିନିଙ୍ଗିଁନିକା ସିଲେତ୍ । 24 ୱାର୍ ଜିସୁଙ୍ଗୁଁ ୱେନ୍ବାତାର୍, "ଏ ଗୁରୁ, ମୋସା ଇର୍ହାମାନାନ୍, ଜଦି ଅରେନ୍ ଲୋକୁ କଡ଼କକ୍ରା ଆଏଣ୍ତା ସାନାସନାନ୍, ଆର୍ତିଙ୍ଗ୍ ୱାନି ତଡ଼ାନ୍ ୱାନି ଆଡ଼୍ସିଙ୍ଗ୍ ପେଡ଼ି ଆନାନ୍ ମାରି ୱାରି କଡ଼ର୍ ଆୟା ସାତି ଲୋକ୍ତି କଡ଼ର୍ ଇଜି ସିନାଆନାର୍ । 25 ୱେନ୍ଡ୍ରୁ, ମା ଲୋଇ ସାତ୍ଲୋକ୍ ତଡ଼ାନ୍କୁ ମାର୍ହାର୍ । ପେରି ତଡ଼ାନ୍ କଡ଼କକ୍ରା ଆଏଣ୍ତା ସାତା ସର୍ହାନ୍ ଆକା ୱାନି ୱେନ୍କାରି ତଡ଼ାନ୍ ତଡ଼ାନ୍ତି ଆଡ଼୍ସିଙ୍ଗ୍ ପେଡ଼ିଆତାନ୍ । 26 ମାତର୍ ଇୟାୱାନି ୱେନ୍କାରିକାନ୍, ମଜାୟ୍ଏନ୍ ମାରି ସାରାସାରି ସାତ୍ଲୋକ୍ ସାନ୍ଦି ଆୟାୱାଜା ଗଟାତାତ୍ । 27 ସାରାସାରିୱେନ୍କା ଆୟା ଆଇମା ସାତା ସୋର୍ର୍ହାତ୍ । 28 ଆମା ନାଣ୍ତିଙ୍ଗ୍ ସାତି ଲୋକୁ ମାରିଡ଼େସିନିଙ୍ଗିଁନାର୍, ଇୟା ଆଇମା ଏ ଆଇମା ଇଜି ସିନାଆନାତ୍ ? ୱିଜେର୍ତ ତାନିଙ୍ଗ୍ ପେଡ଼ି ଆତାମାର୍ହାର୍ ।"
29 ଜିସୁ ୱାରିଙ୍ଗ୍ ଇର୍ହାନ୍, "ମିର୍ ଏସ ବାୟାର୍ ! ଦାର୍ମୁସାସ୍ତ୍ର ନି ମାପୁରୁଦି ସାକ୍ତି ନେସ୍ଇଦେର୍ । 30 ମାରିଡ଼େସିନିଙ୍ଗିଁନି ୱେନ୍କା ସାତି ଲୋକୁ ୱିଜେରେ ମୁସ୍କୁପୁର୍ତି ଦୁତ୍କା ୱାଜା ତେବାନାର୍ । ୱାର୍ ପେଡ଼ିଆଏର୍ କି ପେଡ଼ି କିଏର୍ । 31 ସାତି ଲୋକୁ ମାରିଡ଼େସିନିଙ୍ଗିଁନି ବିସୟ୍ତାନ୍ ମାପୁରୁ ଆମାକା ୱେର୍ତାମାନାନ୍, ମିର୍ ଇନିକା ସାସ୍ତ୍ରଦୁ ଏସ୍କାଙ୍ଗ୍ ପଡ଼ାଇଦେର୍ ? 32 ମାପୁରୁ ଇର୍ଆମାନାନ୍, ମାପ୍ ଅବ୍ରାହାମ, ଇସ୍ହାକ୍ ମାରି ଜାକୁବଦି ମାପୁରୁ ।"
"ୱାନ୍ ଜିବନ୍ମାନିୱାରି ମାପୁରୁ ସାତିୱାରି ମାପୁରୁ ଆଏନ୍ ।"
33 ଲୋକୁ ଜିସୁଦି ସିକିୟା ୱେନ୍ଞ୍ଜି କାବାଆତାର୍ ।