ବିସ୍ବାସ୍ ନି ଅବିସ୍ବାସ୍ ସାକର୍
45 "ଏନ୍ ଆର୍ତିଙ୍ଗ୍ ବିସ୍ବାସ୍ ନି ବୁଦିଦି ସାକର୍ ? ଆମାୱାରି ମୁସ୍କୁ ମାଲିକ୍ ଆଇ ସାକର୍କାଙ୍ଗ୍ ଟିକ୍ ବେଡ଼ାଦୁ କାଦି ସିନି ବଜୁ ସିନାମାନାନ୍ । 46 ମାଲିକ୍ ଆଇଦେସ୍ତାନ୍ ଡ଼େସିୱାନିୱାଲେ ଆୟା ସାକର୍ ଜଦି ବିସ୍ବାସ୍ତାନ୍ ୱାନି ପାଣି ଟିକ୍ କିଜିମାନାନ୍, ସୁଡ଼୍ଜି ୱାନ୍ ଏସ ୱେଡ଼ିକା ଆନାନ୍, ୱାନ୍ ଦନ୍ୟ ! 47 ନାନ୍ ମିଙ୍ଗିଁ ସତ୍ ଇଜିନା, ମାଲିକ୍ ନିଜେଦି ୱିଜୁ ସମ୍ପତିଦି ଦାଇତ୍, ସିନି ଉଣ୍ତିଙ୍ଗ୍ ଆୟାୱାଜା ସାକର୍ତିଙ୍ଗ୍ ଆସ୍ କିନାନ୍ । 48 ମାତର୍ ଆୟା ତାଗ୍ଇ ସାକର୍ ଜଦି ଅବିସ୍ବାସ୍ କିଜି ମାଲିକ୍ ୱାନିକା ୱେଡ଼ା ଆନାତ୍ ଇଜି ଅଡ଼୍ବିନାନ୍ ମାରି 49 ତଡ଼୍ ସାକର୍କାଙ୍ଗ୍ ଡାକ୍ତେଙ୍ଗ୍ଆସ୍ସି, ମାରି ମଦୁଆରି ୱାଲେ ଉନ୍ଣ୍ତେଙ୍ଗ୍ ତିନ୍ଡ୍ରେଙ୍ଗ୍ ବାସ୍ନାନ୍ । 50 ସାକର୍ କାପ୍କିଇୱାଲେ ବେଡ଼ାଦୁ ଦାପ୍ରେ ଅର୍ଲେନ୍ ଏସ୍ତିୱାଲେ ମାଲିକ୍ ଡ଼େସି ୱାନାନ୍, ଆୟା ନାଣ୍ଡିଙ୍ଗ୍ ମାରି ୱେଡ଼ା ସାକର୍ ନେସ୍ଏନ୍ । 51 ମାଲିକ୍ ୱାନିଙ୍ଗ୍ କୟ୍ଜି ମକା ମକା କିଜି କପଟିରିୱାଲେ ୱାନି ବାଗ୍ ଟିକ୍ କିନାନ୍, ଆବେନ୍ ଆଡ଼୍ବାନିକା ନି ପାଲୁକୁ କାତ୍ରେକିନାନ୍ ।