ଜିସୁଦି ବିରଦ୍ତାନ୍ ଉପାୟ୍କିତାର୍
1 ଇୟାୱିଜୁ ସିକିୟା ସିତି ୱିସ୍ତି ୱେନ୍କା ଜିସୁ ସିସୁରିଙ୍ଗ୍ ଇର୍ହାନ୍, 2 "ମିର୍ ନେସ୍ନିଦେର୍, ନିସ୍ତାର୍ ପଣ୍ତୟ୍ ଆଦେଙ୍ଗ୍ ମାରି ରିନେନ୍ ମାନାତ୍ । ନାସ୍ତିୱାଲେ ମନୁସ୍ୟପୁତ୍ର କ୍ରୁସଦୁ ସାନି ଉଣ୍ତିଙ୍ଗ୍ ସପ୍ରେଆନାନ୍ ।"
3 ଆୟା ସମୟ୍ତୁ ପେରି ଜାଜକର୍ ମାରି ଆଇ ଜିହୁଦି ନେତାର୍ ୱିଜେରିଙ୍ଗ୍ପେରି ଜାଜକ କୟାପାଦି ଇଲୁ ଦୁଆର୍ତୁ ଉନ୍ଡ୍ରେମାନୁ ଉଣ୍ତାତାର୍ । 4 ଜିସୁଙ୍ଗୁଁ ସାଲାକିଦାନ୍ ଆସ୍ସି ଡାକ୍ତେଙ୍ଗ୍ଁ ଇଜି ଉପାୟ୍ କିତାର୍ । 5 ମାତର୍ ୱାର୍ ଇର୍ହାର୍, "ଇୟା ପାଣି ମାପ୍ ପଣ୍ତୟ୍ ବେଡ଼ାଦୁ କିନିକା ନେଗେତ୍ସିଲେ । ନାସ୍ତିୱାଲେ ଲୋକୁ ଜାଟିଜଗଡ଼ାକିନାର୍ ।"
ବେତ୍ନିୟାଦୁ ଜିସୁ ଅବିସେକ୍ ଆତାନ୍
6 ଅର୍ଲେନ୍ ଜିସୁ ବେତନିୟାଦୁ ଆଗ୍ଡ଼ିରାନ୍ କୁସ୍ଟରୋଗ୍ ବଗାତିମାର୍ଇ ସିମୋନ୍କା ଇଲୁଦୁ ମାର୍ହାନ୍ । 7 ୨୬:୭ ଲୁକ ୭:୩୭,୩୮.ସିମୋନକା ଇଲୁଦୁ ଜିସୁ ଉନ୍ଣ୍ତେଙ୍ଗ୍ ବାସ୍ତି ମାରିଇୱାଲେ ଅରେତ୍ ଆଇମା ଉନ୍ଡ୍ରି ସାଟିଦୁ ନାଣ୍ତଦାରାଦି ବାସ୍ନା ନିୟୁ ବର୍ତି କିଜି ତାସି ୱାନି ତାଲା ମୁସ୍କୁ ୱାକ୍ତାତ୍ । 8 ସିସୁର୍ ଇକା ସୁଡ଼ୁଜି ରିସା ଆତାର୍ । ୱାର୍ ତାନିଙ୍ଗ୍ ଇର୍ହାର୍, "ନିସ ନାସ୍ଟୁକିତି ଏନ୍ଦା ?" 9 "ଇୟା ବାସ୍ନା ନିୟୁ ନାଣ୍ତ ଡାବୁଙ୍ଗାଁ ପର୍ଦେଙ୍ଗ୍ ଆତାତ୍ମାନ୍ଦି ମାରି ଆୟା ଡାବୁଙ୍ଗୁଁ କାକୁର୍ତି ଲୋକାଙ୍ଗ୍ ସିଦେଙ୍ଗ୍ ଆତାତ୍ ମାନ୍ଦି ।"
10 ୱାର୍ ଇନିକା ୱେର୍ସିନାର୍, ଜିସୁ ନେସ୍ତେଙ୍ଗ୍ ଆଟ୍ତାନ୍ନୋ ଇର୍ହାନ୍, "ଆୟା ଆଇମାଦିଙ୍ଗ୍ ଏନ୍ଦା ବାଦାକିଜିନିଦେର୍ ? ନା ଉଣ୍ତିଙ୍ଗ୍ ୱାଦ୍ ଉନ୍ଡ୍ରି ନେଗି ନି ସୁନ୍ଦର୍ ପାଣି କିତାମାନାତ୍ । 11 କାକୁର୍ତି ଲୋକାଙ୍ଗ୍ ମିୱାଲେ ୱିଜୁଦିନ୍ ପଇନିଦେର୍, ମାତର୍ ନାଙ୍ଗିଁ ୱିଜୁଦିନ୍ ପୟ୍ଇଦେର୍ । 12 ୱାଦ୍ ନା ମେନ୍ଦଲ୍ତୁ ଇୟା ବାସ୍ନା ନିୟୁ ୱାକ୍ସି ସିଜି ନା ମୁସ୍ନି ଉଣ୍ତିଙ୍ଗ୍ ତିଆର୍ କିତି ୱାଜା କିତାମାନାତ୍ ।" 13 ନାନ୍ ମିଙ୍ଗିଁ ସତ୍ ୱେର୍ସିନା, ସାରା ଦୁନିଆଦି ଆମା ବାଡିଦୁ ଇୟା ନେଗିକାବୁର୍ ୱେର୍ନାର୍, ଇୟା ଆଇମା ଆମାକା କିତାମାନାତ୍, ତାନିଙ୍ଗ୍ ଏତ୍କିଜି ଆକାବା ପ୍ରଚାର୍ କିନାର୍ ।
ଜିସୁଙ୍ଗୁଁ ଆସିସ୍ କିଦେଙ୍ଗ୍ ଜିହୁଦା ରାଜିଆତାନ୍
14 ନାସ୍ତିୱାଲେ ବାରଲୋକ୍ ସିସୁରି ଲୋଇରାନ୍ ଇସ୍କାରିୟୋତିୟ ଯିହୁଦା ଦର୍ତି ଅରେନ୍ ସିସୁ ପେରି ଜାଜକରି ଲାକ୍ତୁ ସୋର୍ର୍ହାନ୍ନୋ ୱେନ୍ବାତାନ୍, 15 "ଜିସୁଙ୍ଗୁଁ ଆସିସ୍କିତି ସିତିଙ୍ଗ୍ ନାଙ୍ଗିଁ ଇନିକା ସିନିଦେର୍ ?" ୱାର୍ ୱାନିଙ୍ଗ୍ ତିରିସ୍ଗୋଟା ୱେଣ୍ତିଅଦ୍ଲିଙ୍ଗ୍ ଲେକିସ୍ତାସିତାର୍ । 16 ଆୟାନାଣ୍ତିରାନ୍ ଜିସୁଙ୍ଗୁଁ ୱାରି କିୟୁଦୁ ଆସିସ୍କିନି ଉଣ୍ତିଙ୍ଗ୍ ଜିହୁଦା ସାରି ପୟ୍ତାନ୍ ।
ସିସୁରି ୱାଲେ ଜିସୁ ନିସ୍ତାର୍ ପଣ୍ତୟ୍ ବଜିକିତାନ୍
17 "କମିର୍ସିଲି ରୁଟି" ପଣ୍ତୟ୍ତି ଆଗ୍ଡ଼ିରି ନାଣ୍ତିଙ୍ଗ୍ ସିସୁର୍ ଜିସୁଦି ଲାକ୍ତୁ ୱାତାରୋ ୱେନ୍ବାତାର୍, "ମାପ୍ ଏମେମାନୁ ନି ଉଣ୍ତିଙ୍ଗ୍ ନିସ୍ତାର୍ ପଣ୍ତୟ୍ତି ବଜି ତିଆର୍କିନାପ୍ ?"
18 ଜିସୁ ୱେର୍ତାନ୍, "ଗାଡ଼୍ତୁ ସୋଲ୍ସ ଆୟା ପେରି ଲୋକ୍ତିଙ୍ଗ୍ ଇନିଦେର୍, ‘ଗୁରୁ ଇଜିନାନ୍,’ ନା ଦିନ୍ ଲାକ୍ତୁ ଆଜି ୱାଜିନାତ୍ । ୱାନି ସିସୁରି ୱାଲେ ମି ଇନ୍ଡ୍ର ୱାନ୍ ନିସ୍ତାର୍ ପଣ୍ତୟ୍ କିନାନ୍ ।"
19 ଜିସୁ ୱେର୍ତି ଇସାବ୍ତାନ୍ ସିସୁର୍ ନିସ୍ତାର୍ ପଣ୍ତୟ୍ତି ବଜି ତିଆର୍ କିତାର୍ ।
20 ୱେନ୍କା ମିଲ୍ମିଲିକା ଆତାତ୍ଆକା ଜିସୁ ନି ବାରଲୋକ୍ ସିସୁର୍ ଉନ୍ଣ୍ତେଙ୍ଗ୍ ବାସ୍ତାର୍ । 21 ଉଣୁଜିମାରିଇୱାଲେ ଜିସୁ ଇର୍ହାନ୍, "ନାନ୍ ମିଙ୍ଗିଁ ସତ୍ ଇଜିନା, ମି ଲୋଇରାନ୍ ଅରେନ୍ ନାଙ୍ଗିଁ ସାତ୍ରୁରି କିୟୁଦୁ ସର୍ପେ କିନାନ୍ ।"
22 ସିସୁର୍ ନାଣ୍ତ ଦୁଃକ୍ ଆଜି ଅରେନ୍ ୱେନ୍କା ମାରି ଅରେନ୍ ଜିସୁଙ୍ଗୁଁ ୱେନ୍ବାତାର୍, "ପ୍ରବୁ, ନାନ୍ ଆକାନ୍ ନୋ ?"
23 ଜିସୁ ଇର୍ହାନ୍, "ଏନ୍ ନା ୱାଲେ ଡୁବାଇତୁ ରୁଟି ମୁଡ଼ୁକୁନାନ୍, ୱାନ୍ ନାଙ୍ଗିଁ ସାତ୍ରୁରି କିୟୁଦୁ ସର୍ପେକିନାନ୍ । 24 ସାସ୍ତ୍ରଦୁ ରାସାତିମାନି ୱାଜା ମନୁସ୍ୟପୁତ୍ର ସାନିଦଣ୍ତବଗାନାନ୍, ମାତର୍ ମନୁସ୍ୟପୁତ୍ରଙ୍ଗ୍ ଏନ୍ ଆସିସ୍ କିନାସିନାନ୍, ୱାନି ଦଣ୍ଡ୍ ଏସ ବୟ୍ଙ୍କାର୍ ! ଏସ୍କାଙ୍ଗ୍ ଜନମ୍ ଆଇତିମାରିଙ୍ଗ୍ ୱାନି ଉଣ୍ତିଙ୍ଗ୍ ନେଗେନ୍ ଆତାତ୍ମାନ୍ଦି ।"
25 ଆମା ଜିହୁଦା ୱାନିଙ୍ଗ୍ ସାତ୍ରୁରି କିୟୁଦୁ ସର୍ପେକିତାନ୍, ୱାନ୍ ଇର୍ହାନ୍, ଗୁରୁ, ୱାନ୍ ଇନିକା ନାନ୍ ?
ଜିସୁ ୱାନିଙ୍ଗ୍ ଇର୍ହାନ୍, "ନିନ୍ ଆକା ଇଜିନି ।"
ପ୍ରବୁବୋଜ
26 ୱାର୍ ଉଣି ବେଡ଼ାଦୁ ଜିସୁ ଉନ୍ଡ୍ରି ରୁଟି ତାତାନ୍ନୋ ମାପୁରୁଙ୍ଗୁଁ ଦନ୍ୟବାଦ୍ ସିତାନ୍ ମାରି ଆକା ରୁକୁସି ସିସୁରିଙ୍ଗ୍ ସିଜି ଇର୍ହାନ୍, ଅସି ତିନ୍ଣ୍ତ୍ରୁ; "ଇକା ନା ମେନ୍ଧଲ୍ ।"
27 ତାନେୱେନ୍କା ୱାନ୍ ଉଣି ଡୁବାଇ ଅତାନ୍ନୋ ମାପୁରୁଙ୍ଗୁଁ ଦନ୍ୟବାଦ୍ ସିତାନ୍ ମାରି ଆକା ସିସୁରିଙ୍ଗ୍ ସିଜି ଇର୍ହାନ୍, ମିର୍ ୱିଜିଦେର୍ ଇବେଟ୍ତାନ୍ ଉଣ୍ତୁ । ୱାନ୍ ଇର୍ହାନ୍; 28 ଇକା ନା ନେତେର୍ । ଲୋକା ପାପ୍ କେମା ଉଣ୍ତିଙ୍ଗ୍ ନାନ୍ ନା ଆମା ନେତେର୍ ୱାକ୍ସ ସିଦେଙ୍ଗ୍ ସଲ୍ସିନା, ଆମାକା ମାପୁରୁଦି ପୁନି ନିୟମ୍ତିଙ୍ଗ୍ ସିଲ୍ଡାକ୍ନାତ୍ ।