51 ଆୟା ବେଡ଼ାଦୁ ମନ୍ଦିର୍ତୁ ଦୁଙ୍ଗୁଁଜିମାନି ପାର୍ଦା ମୁସ୍କୁରାନ୍ ଆଡ୍ଗି ସାନ୍ଦି ରୁଣ୍ତି ମକେଙ୍ଗ୍ ଆଜି କିଜିତାତ୍ । ବୁମିକମ୍ପ ଆତାତ୍, ପିଡ଼ିପିଙ୍ଗ୍ୱିଜୁ ପାଡିତେସର୍ଏ 52 ମାରି ଏସ ମୁସ୍ତିଗୁଟେଙ୍ଗ୍ ରେଆୟ୍ଆତେ, ମାରି ଗାଦି ମାପୁରୁଦି ସାତି ଲୋକୁ ମେନ୍ଧଲ୍ତାନ୍ ମାରିଡ଼େସିଜିବନ୍ ଆତାର୍ । 53 ଇୟାକାର୍ ମୁସ୍ତିଗୁଟେଣ୍କୁ ନିଙ୍ଗିଁଜି ୱାତାର୍ ମାରି ଜିସୁଦି ମାରିଡ଼େସିନିଙ୍ଗିଁନି ୱେନ୍କା ଇୟାୱାରିଙ୍ଗ୍ ପବିତ୍ର ଗାଡ଼୍ ଜିରୁସାଲମ୍ତୁ ସନିକା ଗାଦିଲୋକ୍ ସୁଡ଼ୁତାର୍ ।
54 ଜିସୁଙ୍ଗୁଁ କାପ୍କିଦେଙ୍ଗ୍ ତେବାତିମାନି ସେନାପତି ମାରି ସନ୍ୟର୍ ବୁମିକମ୍ପ ନି ଆଇଆଇ ଗଟ୍ନେଙ୍ଗ୍ ସୁଡ଼ୁଜି ତିଲାତା ସର୍ର୍ହାର୍, ୱାର୍ ଇର୍ହାର୍, "ସତ୍ନେ, ଇୟାକାନ୍ ମାପୁରୁଦି ମାରିନ୍ ମାର୍ହାନ୍ ।"