1 ରାଜା ନବୂଖଦ୍ନିତ୍ସରତି ସାଟେ ମୁରା ଉଚା ମାରି ସଅ ମୁରା ଅସାର୍ ଉନ୍ଡ୍ରି ବାଙ୍ଗାରାମ୍ତି ବମା ତିଆର୍ କିତାନ୍; ବାବିଲ ରାଜିଦି ଦୁରା ଦର୍ତି ବାଟାଦୁ ୱାନ୍ ଆକା ତିଆର୍ କିତାନ୍ । 2 ଆବେଟ୍ ରାଜା ନବୂଖଦ୍ନିତ୍ସର ଆୟା ଆମା ବମା ତିଆର୍ କିତାମାର୍ହାନ୍, ଆକା ପ୍ରତିସ୍ଟା କିଦେଙ୍ଗ୍ ୱାନି ଉଣ୍ତିଙ୍ଗ୍ ରାଜାରିଙ୍ଗ୍, ନାଇରିଙ୍ଗ୍, ରାଜାଦିପାଣିକିନି ଲୋକାଙ୍ଗ୍ ମାରି ଦେସ୍ତିଅଦିକାରି ଲୋକାଙ୍ଗ୍, ବିସାର୍କିନି ଲୋକାଙ୍ଗ୍, ଡାବୁଙ୍ଗ୍ଇଡ୍ନି ଲୋକାଙ୍ଗ୍, ନିୟମ୍ କିନିଲୋକାଙ୍ଗ୍, ପାଣିକିନିଲୋକାଙ୍ଗ୍ ମାରି ଆଇ ରାଜିଦି ୱିଜୁ ସାସନ୍କିନି ଲୋକାଙ୍ଗ୍ ଉନ୍ଡ୍ରେମାନୁ କିନି ଉଣ୍ତିଙ୍ଗ୍ ରାଜା ନବୂଖଦ୍ନିତ୍ସର ଲୋକାଙ୍ଗ୍ କାବୁର୍ ପୋକ୍ତାନ୍ । 3 ଆବେଟ୍ ରାଜାବାବୁରିଙ୍ଗ୍, ନାଇରିଙ୍ଗ୍, ରାଜାଦି ପାଣିକିନି ଲୋକାଙ୍ଗ୍ ମାରି ଦେସ୍ତିଅଦିକାରି ଲୋକାଙ୍ଗ୍, ବିସାର୍କିନି ଲୋକାଙ୍ଗ୍, ଡାବୁଙ୍ଗ୍ଇଡ୍ନି ଲୋକାଙ୍ଗ୍, ନିୟମ୍ କିନିଲୋକାଙ୍ଗ୍, ବୁଦି କାର୍ପିନି ଲୋକାଙ୍ଗ୍ ମାରି ଆଇ ରାଜିଦି ୱିଜୁ ସାସନ୍କିନି ଲୋକାଙ୍ଗ୍ ରାଜା ନବୂଖଦ୍ନିତ୍ସରତି ତିଆର୍ କିତି ବମାଦିଙ୍ଗ୍ ପ୍ରତିସ୍ଟା କିଦେଙ୍ଗ୍ ଇଜି ଉଣ୍ତାତାର୍, ମାରି, ୱାର୍, ରାଜା ନବୂଖଦ୍ନିତ୍ସରତି ତିଆର୍ କିତି ବମାଦି ଆଗ୍ଡ଼ି ନିଲ୍ତାର୍ । 4 ଆବେନୁ ବାରିକ୍ ନାଣ୍ତ ଆଉଲିଦାନ୍ ଇର୍ହାନ୍, "ଏ ଲୋକୁବାକୁ, କୁଟୁମ୍ଦିକିଦେର୍ ମାରି ୱିଜୁ ବାସାଦି ଲୋକୁ, ମିଙ୍ଗିଁ ଇୟା ଆଦେସ୍ ସିଆୟ୍ ଆଜିନାତ୍, 5 ଆମା ୱେଡ଼ାଦୁ ମିର୍ କମୁ ଆଉଲି, ପିରୋଡ଼ି, ଟୋଇଲା, ଡାପୁବାଜା ମାରି ମୋରି, ମୋରଦଲ୍ ମାରି ୱିଜୁ ରୋକମ୍ଦି ବାଜା ଆଉଲି ୱେନିଦେର୍, ନାସ୍ତିୱାଲେ ମିର୍ ରାଜା ନବୂଖଦ୍ନିତ୍ସର ତିଆର୍ କିତି ବାଙ୍ଗାରାମ୍ ବମାଦି ଆଗ୍ଡ଼ି ପାଡ଼୍ଗିଜି ମାଡ଼ିସ୍ କିନିଦେର୍ । 6 ମାରି, ଏମେ ଲୋକୁ ମୋକମ୍ ପାଡ଼୍କ୍ସି ମାଡ଼ିସ୍ କିଏନ୍, ୱାନ୍ ଆୟା ବେଡ଼ାଦୁ କାସ୍ନି ସିସୁଦୁ ପୋକାନାନ୍ ।" 7 ଇୟାଉଣ୍ଡିଙ୍ଗ୍ ଏସ୍ତିୱାଲେ ୱିଜୁ ଲୋକୁ କମୁ, ପିରଡ଼ି, ଟୋଇଲା, ବାଜା ମାରି ୱିଜୁ ରୋକମ୍ତି ବାଜା ୱେର୍ହାର୍, ନାସ୍ତିୱାଲେ ୱିଜୁ ଲୋକୁ, କୁଟୁମ୍ଦି ଲୋକୁ ମାରି ୱିଜୁ ବାସାଦି ଲୋକୁ ରାଜା ନବୂଖଦ୍ନିତ୍ସରତି ତିଆର୍ କିତି ବମାଦିଙ୍ଗ୍ ମୋକମ୍ ପାଡ଼୍କ୍ସି ମାଡ଼ିସ୍କିତାର୍ ।
8 ଇୟାଉଣ୍ଡିଙ୍ଗ୍ ଆୟା ୱେଡ଼ାଦୁ ଏସୋ କଲ୍ଦିୟ ଲୋକୁ ଲାକ୍ତୁ ୱାଜି ଜିହୁଦିୟ ଲୋକା ବିରୁଦ୍ତାନ୍ ନିନ୍ଦା ତାତାର୍ । 9 ୱାର୍ ନବୂଖଦ୍ନିତ୍ସର ରାଜେଙ୍ଗ୍ ଇର୍ହାର୍, "ଏ ରାଜା, ୱିଜୁ ଦିନ୍ ଜିଜ ମାନ୍ଆ । 10 ଏ ରାଜା, ନିନ୍ ଇର୍ହିମାନି ଜେ, ଏନ୍ବା ଆପିନ୍ କମୁ, ପିରଡ଼ି, ଟୋଇଲା, ବାଜା ମାରି ୱିଜୁ ରୋକମ୍ତି ବାଜା ଆଉଲି ୱେରିଙ୍ଗା, ୱାନ୍ ପାଡ଼୍ଗିଜି ବାଙ୍ଗାରାମ୍ ବମାଦିଙ୍ଗ୍ ମାଡ଼ିସ୍ କିନାନ୍; 11 ମାରି, ଆମା ଲୋକୁ ପାଡ଼୍ଗିଜି ମାଡ଼ିସ୍ କିଏନ୍, ୱାନ୍ ସିସୁକାସ୍ନି ଗୁଟାଦୁ ଆର୍ନାନ୍; 12 ଇବେନୁ ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋ ଦର୍ତି ଏସୋ ଜିହୁଦି ଲୋକୁ ମାନାର୍; ୱାରିଙ୍ଗ୍ ନିନୁ ବାବିଲ ରାଜିଦି ରାଜାପାଣିଦୁ ଇଟ୍ତିମାନି; ଏ ରାଜା, ଆୟା ଲୋକୁ ନିଙ୍ଗିଁ ମାନାଏର୍; ୱାର୍ ନି ଦିୟାମ୍କାଙ୍ଗ୍ ସେବା କିଏର୍ ମାରି ନିନ୍ ତିଆର୍ କିତି ବାଙ୍ଗାରାମ୍ଦି ବମାଦିଙ୍ଗ୍ ମାଡ଼ିସ୍ କିଏର୍ ।"
13 ଆବେଟ୍ ରାଜା ନବୂଖଦ୍ନିତ୍ସର ନାଣ୍ଡ ରିସାଦାନ୍ ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋତିଙ୍ଗ୍ ତାନି ଉଣ୍ତିଙ୍ଗ୍ ଆଦେସ୍ ସିତାନ୍ । ଆବେଟ୍ ଲୋକୁ ୱାରିଙ୍ଗ୍ ରାଜାଦି ଲାକ୍ତୁ ତାତାର୍ । 14 ନବୂଖଦ୍ନିତ୍ସର ୱାରିଙ୍ଗ୍ ଇର୍ହାନ୍, ଏ ପାଣି କିନିକିଦେର୍, "ଏ ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋ, ମିର୍ ନୋ ମାନାଏଜି ନା ଦିୟାମ୍କାଙ୍ଗ୍ ସେବାକିଇଦେର୍, ଇର୍ରିଙ୍ଗା ନାନ୍ ତିଆର୍ କିତି ବାଙ୍ଗାରାମ୍ତି ବମାଦିଙ୍ଗ୍ ମାଡ଼ିସ୍ କିଇଦେର୍ ? 15 ଇଲେଇ କମୁ, ପିରଡ଼ି, ଟୋଇଲା, ବାଜା ମାରି ୱିଜୁ ରକମ୍ଦି ବାଜା ଆଉଲି ୱେରିଙ୍ଗା, ମିର୍ ଜଦି ନାନ୍ ତିଆର୍ କିତି ବମାଦିଙ୍ଗ୍ ମୋକମ୍ ପାଡ଼୍କ୍ସି ମାଡ଼ିସ୍ କିଦେଙ୍ଗ୍ ତିଆର୍ ଆଦୁ, ଆଦେଙ୍ଗ୍ ନେଗେଣ୍ଡ୍; ମାତର ଜଦି ମିର୍ ମାଡ଼ିସ୍ କିଇଦେର୍, ଆଦେଙ୍ଗ୍ ଆୟା ବେଡ଼ାଦୁ ମିର୍ ସିସୁକାସ୍ନି ଗୁଟାଦୁ ପକାନିଦେର୍; ମାରି, ଇୟାୱାଜା ଏମେ ଦିୟାମ୍ ମାନାତ୍ ଜେ ମିଙ୍ଗିଁ ନା କିୟୁଦାନ୍ ରକିୟା କିନାତ୍ ?"
16 ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋ ରାଜାଦିଙ୍ଗ୍ ଇର୍ହାର୍, "ଏ ନବୂଖଦ୍ନିତ୍ସର, ଇୟା ବିସୟ୍ତାନ୍ ନିଙ୍ଗିଁ ମାଟା ସିଦେଙ୍ଗ୍ ମା ଲାକ୍ତୁ ଇନିକା ସିଲେତ୍ । 17 ଜଦି ଇୟାୱାଜା ଆନାତ୍, ଆଦେଙ୍ଗ୍ ମାପୁ ଆମାୱାନିଙ୍ଗ୍ ସେବାକିଜିନାପ୍, ମା ଆୟା ମାପୁରୁ ମାଙ୍ଗିଁ ସିସୁକାସ୍ନି ଗୁଟାଦାନ୍ ରକ୍ୟା କିଦେଙ୍ଗ୍ ଆଟ୍ନାନ୍; ମାରି ଏ ରାଜା ୱାନ୍ ନି କିୟୁଦାନ୍ ମାଙ୍ଗିଁ ରକିୟା କିନାନ୍ । 18 ମାତର ଜଦି କିଏନ୍, ଆଦେଙ୍ଗ୍ ଏ ରାଜା, ମାପ୍ ଜେ ନି ଦିୟାମ୍କାଙ୍ଗ୍ ସେବା କିଏପ୍, ବା ନିନ୍ ତିଆର୍ କିତି ବାଙ୍ଗାରାମ୍ ବମାଦିଙ୍ଗ୍ ମାଡ଼ିସ୍ କିଏପ୍, ଇକା ନିନ୍ ନେସ୍ଆ ।"
19 ଆବେଟ୍ ନବୂଖଦ୍ନିତ୍ସର ନାଣ୍ଡ ରିସା ଆତାନ୍ ମାରି ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋଦି ମୁସ୍କୁ ୱାନି ମୋକମ୍ ରିସାଦାନ୍ ନେତେର୍ ଆତାତ୍ । ଇୟାଉଣ୍ଡିଙ୍ଗ୍ ଅଡ଼ୋପ୍ କାସ୍ନି ସିସୁ ମାଣାନ୍ ସାତ୍ ଗୁଣ ନାଣ୍ଡ କାସିସ୍ତେଙ୍ଗ୍ ୱାନ୍ ଆଦେସ୍ ସିତାନ୍ । 20 ମାରି, ୱାନ୍ ନିଜେଦି ସୌନ୍ୟରି ମାଣାନ୍ ଏସୋ ସାକ୍ତିଦି ଲୋକାଙ୍ଗ୍ ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋଦିଙ୍ଗ୍ ତର୍ସି ସିସୁକାସ୍ନି ଗୁଟାଦୁ ପକ୍ନି ଉଣ୍ତିଙ୍ଗ୍ ଆଦେସ୍ ସିତାନ୍ । 21 ଆବେଟ୍ ଆୟା ଲୋକୁ ନିଜେ ନିଜେ ଲାଲ୍ସି ଆଙ୍ଗିଁ, ଆଙ୍ଗିଁଙ୍ଗ୍, ପାଗଡ଼ି, ମାରି ଆଇ ଆଇ ଆଙ୍ଗିସୋକେଙ୍ଗା ୱାଲେ ତରାଇ ଆଜି ସିସୁ କାସ୍ନି ଗୁଟାଦୁ ପକାତାର୍ । 22 ରାଜାଦି ଆଦେସ୍ ନାଣ୍ଡ ଆଟ୍ୱା ମାରି ସିସୁକାସ୍ନି ଗୁଟା ନାଣ୍ଡ କାସ୍ସି ମାର୍ହାତ୍, ଇୟାଉଣ୍ଡିଙ୍ଗ୍ ଆମା ଲୋକୁ ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋଦିଙ୍ଗ୍ ପେର୍ଜି ଆସ୍ତାମାର୍ହାର୍, ୱାର୍ ସିସୁଦାନ୍ ୱେତା ସାତାର୍ । 23 ମାରି ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋ, ଇୟା ମୁଣ୍ଡ୍ରି ଲୋକୁ ତରାଜି ସିସୁକାସ୍ନି ଗୁଟାଦୁ ଲୋଇ ଆର୍ତାର୍ ।
24 ଆବେଟ୍ ରାଜା ନବୂଖଦ୍ନିତ୍ସର କାବା ଆଜି ଦାପ୍ରେ ନିଙ୍ଗିଁତାନ୍ । ୱାନ୍ ନିଜେଦି ମନ୍ତ୍ରିରିଙ୍ଗ୍ ଇର୍ହାନ୍, "ମାପୁ ଜେ ମୁଣ୍ଡ୍ରି ଲୋକାଙ୍ଗ୍ ତର୍ସି ସିସୁଦୁ ପୋକ୍ଏଟ୍ ମାର୍ହାଟ୍ ନୋ ?" ୱାର୍ ରାଜେଙ୍ଗ୍ ଡ଼େସି ଇର୍ହାର୍, "ସତ୍ଦି ରାଜା ମାପୁ କିତାପ୍ ।"
25 ରାଜା ଇର୍ହାନ୍, "ସୁଡ଼ୁଦୁ, ନାନୁ ସିସୁ ଲୋଇ ନାଲ୍ଏର୍ ବୁଲାନିକା ସୁଡ଼ୁଜିନା" ମାରି ୱାରିଙ୍ଗ୍ ଇନିକାବା ନାସ୍ଟୁ ଆଏତ୍; ମାରି, "ନାଲ୍ଗି ଲୋକ୍ତି ମୁର୍ତି ମାପୁରୁଦି ମାରିନ୍ ୱାଜା ।"
26 ନାସ୍ତିୱାଲେ ନବୂଖଦ୍ନିତ୍ସର ସିସୁକାସ୍ନି ଗୁଟାଦି ସେର୍ଲାଦି ଲାକ୍ତୁ ସୋଲ୍ସି ଇର୍ହାନ୍, "ଏ ମୁସ୍କୁପୁର୍ତି ମାପୁରୁଦି ଦାସ୍, ଶଦ୍ରକ୍, ମୈଶକ୍, ମାରି ଅବେଦ୍ନଗୋ, ମିର୍ ଆତ୍ରେ ସୋସି ଇବେନୁ ରାଦୁ ।" ଆବେନୁ ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋ ସିସୁଦାନ୍ ସୋସି ୱାତାର୍ । 27 ମାରି, ରାଜାବାବୁର୍, ନାଇର୍, ରାଜାଦିପାଣିକିନି ଲୋକୁ ମାରି ଦେସ୍ତିଅଦିକାରି ଲୋକୁ, ଉଣ୍ଡ୍ରେବାନୁ ଆଜି ଆୟା ମୁଣ୍ଡ୍ରି ଲୋକାଙ୍ଗ୍ ସୁଡ଼ୁତାର୍ ଜେ, ସିସୁ ୱାରି ମେନ୍ଦଲ ମୁସୁକୁ ଇନିକାବା ଆଏତ୍, ବା ୱାରି ତାଲାଦି କୁକୁଟିବା ୱେଏତ୍, ବା ୱାରି ବକାଦୁ ମାର୍ହି ଆଙ୍ଗିଁ ଇନିକା ଆଏତ୍, ବା ୱାରି ମେନ୍ଦଲତୁ ସିସୁଦି ବାସ୍ନାବା ସିଲେତ୍ । 28 ନବୂଖଦ୍ନିତ୍ସର ଇର୍ହାନ୍, "ଶଦ୍ରକ୍, ମୈଶକ୍ ମାରି ଅବେଦ୍ନଗୋତି ମାପୁରୁ ଦନ୍ୟ, ଏନ୍ଦାଇର୍ରିଙ୍ଗା ୱାନ୍ ୱାନି ଦୁତ୍କାଙ୍ଗ୍ ପୋକ୍ତାନ୍ ମାରି ୱାନି ଏମେ ଦାସର ୱାନି ଲାକ୍ତୁ ବିସ୍ବାସ୍ କିତାର୍ ମାରି ନିଜେଦି ମାପୁରୁଦିଙ୍ଗ୍ ଡ଼ିସ୍ତିଙ୍ଗ୍ ଏଣ୍ଡେସ୍କି ଆଇ ଏମେ ଦିୟାମ୍କାଙ୍ଗ୍ ସେବା ବା ମାଡ଼ିସ୍ କିଏର୍, ଇୟାଉଣ୍ଡିଙ୍ଗ୍ ରାଜାଦି ମାଟା ଆସ୍ଏଣ୍ଡା ଆଜି ନିଜେ ନିଜେ ମେନ୍ଦଲ ସର୍ପେ କିତାର୍, ୱାନ୍ ୱାରିଙ୍ଗ୍ ରକିୟା କିତାନ୍ ।"
29 "ଇୟାଉଣ୍ଡିଙ୍ଗ୍ ନାନୁ ଇୟା ଆଦେସ୍ ସିଜିନା ଜେ, ଏମେ ୱିଜୁ କୁଟୁମ୍, ଦେସ୍ତି ଲୋକୁ ମାରି ଆଇ ଆଇ ବାସାଦି ଲୋକୁ, ଶଦ୍ରକ୍, ମୈଶକ୍, ମାରି ଅବେଦ୍ନଗୋତି ମାପୁରୁଦି ବିରୁଦ୍ତାନ୍ ଏମେବା ତାଗିଇ ମାଟା ଇନାର୍, ୱାର୍ ମୁକା ମୁକା ଆଜି କୟାନାର୍ ମାରି ୱାରି ଇଲ୍କୁ ଗାତାମ୍ ଗାଦି ଆନାତ୍; ଇର୍ରିଙ୍ଗ୍ ଇୟାୱାଜା ରକିୟା କିଦେଙ୍ଗ୍ ସାକ୍ତି ମାରି ଏମେ ଦିୟାମ୍ ସିଲେତ୍ ।"
30 ଆବେଟ୍ ରାଜା ଶଦ୍ରକ୍, ମୈଶକ୍, ମାରି ଅବେଦ୍ନଗୋଦିଙ୍ଗ୍ ବାବିଲ ରାଜିଦୁ ସେବା କିଦେଙ୍ଗ୍ ପେରି ପଦ୍ ସିତାନ୍ ।