26 ଜିସୁ ୱାରିଙ୍ଗ୍ ଇର୍ହାନ୍, "ଏନ୍ଦା ମିର୍ ନିସ ତିଲାଜିନିଦେର୍ ?" ମିର୍ ଇନିକା ନିସ ଅଡ଼ପ୍ ବିସ୍ବାସିର୍ ? "ତାନିୱେନ୍କା ୱାନ୍ ନିଙ୍ଗ୍ଜି ଗାଲି ନି ଉଲକାଏର୍ତିଙ୍ଗ୍ ତିର୍ ଆଦେଙ୍ଗ୍ ଇଜି ଆଦେସ୍ ସିତାନ୍ ।" ଦାପେ ଦାପେ ୱିଜୁ ତିର୍ ଆତାସର୍ହାତ୍ । 27 ଆବେଟ୍ ୱିଜେରେ କାବା ଆତାର୍ । ୱାର୍ ନିଜେ ନିଜେମାନୁ ୱାର୍ଗି ସତାର୍, "ଇକାନ୍ ଏଣ୍ତେସ୍ ନାନି ଲୋକୁ ? ଗାଲି ନି ଉଲ୍କା ବା ୱାନି ଆଦେସ୍ ମାନାଜିନେ ।"
Publicidade