ସାସନ୍କିନିୱାରି ଉଣ୍ତିଙ୍ଗ୍ ପାଣି
1 ସାସନ୍କିନିୱାରିଙ୍ଗ୍ଁ ମାନାନିକା ୱିଜେରି ପାଣି, ଇରିଙ୍ଗ୍ଁ ମାପୁରୁଦି ସାରି ଡ଼ିସ୍ତିଙ୍ଗ୍ ଏନ୍ ସାସନ୍ ଅଦିକାର୍ ପୟ୍ଏନ୍ । ଅଦିକାର୍ତୁ ମାନି ସାସନ୍କିନିକାର୍ ମାପୁରୁଦି ମାଣାନ୍ ବାସେଆତାମାନାର୍ । 2 ଆଦେଙ୍ଗ୍ଁ ଏନ୍ ଅଦିକାର୍ ପୟ୍ତି ସାସନ୍କିନିୱାରିଙ୍ଗ୍ଁ ବିରୁଦ୍ କିନାନ୍, ୱାନ୍ ମାପୁରୁଦି ମାଣାନ୍ ଆତିମାନି ନିୟମ୍ତି ବିରୁଦ୍କିନାନ୍ । ଏନ୍ ଇକା କିନାନ୍, ୱାନ୍ ବିଚାର୍ତି ଆଗ୍ଡ଼ି ନିନାନ୍ । 3 ଏମେକାର୍ ନେଗିପାଣି କିନାର୍, ୱାରି ସାସନ୍କିନିୱାରିଙ୍ଗ୍ଁ ତିଲାନି ଉଣ୍ତିଙ୍ଗ୍ଁ ଇନି ମାଟା ସିଲେତ୍ ତିଲାନି ମାଟା ତାଗ୍ଇପାଣିକିନିୱାରିଙ୍ଗ୍ଁ । ସାସନ୍କିନିୱାନି ଉଣ୍ତିଙ୍ଗ୍ଁ ତିଲାଇକା ମି ବଦା ନୋ ? ଆତିଙ୍ଗ୍ଁ ସତ୍ପାଣି କିଦୁ, ୱାନ୍ ମି ପ୍ରସଂସା କିନାନ୍ । 4 ମି ନେଗିକା କିନି ଉଣ୍ତିଙ୍ଗ୍ଁ ୱାନ୍ ମାପୁରୁଦି ମାଣାନ୍ ବାସେଆତାମାନାନ୍ । ମାତର୍ ମିର୍ ଜଦି ତାଗ୍ଇପାଣି କିଜିମାନିଦେର୍, ଆର୍ତିଙ୍ଗ୍ଁ ସାସନ୍କିନିୱାନିଙ୍ଗ୍ଁ ତିଲାଦୁ, ଇରିଙ୍ଗ୍ଁ ମି ଦଣ୍ତ୍ ସିନି ଉଣ୍ତିଙ୍ଗ୍ଁ ସତ୍ତାନ୍ ୱାନି ଅଦିକାର୍ ମାନାତ୍ । ୱାନ୍ ମାପୁରୁଦି ମାଣାନ୍ ବାସେଆତି ସେବାକିନିକାନ୍ । ତାଗ୍ଇପାଣିକିନିୱାରିଙ୍ଗ୍ଁ ସାସ୍ତି ସିନି ଉଣ୍ତିଙ୍ଗ୍ଁ ୱାନ୍ ମାପୁରୁଦି ଆଦେସ୍ ମାନାନାନ୍ । 5 ଆଦେଙ୍ଗ୍ଁ ମିର୍ ସାସନ୍କିନିୱାରିଙ୍ଗ୍ଁ ମାନାନିକା ମାନାତ୍ କେବଲ ମାପୁରୁଦି ଦଣ୍ତ୍ ତିଲେଇତାନ୍ ସିଲେ, ମାତର୍ ନିଜେଦି ବୁଦିଦି ନାସ୍ଟୁଦାନ୍ ରକିୟା ପୟ୍ଦେଙ୍ଗ୍ଁ ଇଜି ।
6 ୧୩:୬ ମାତିଉ ୨୨:୨୧; ମାର୍କ ୧୨:୧୭; ଲୁକ ୨୦:୨୫. ଇୟାଉଣ୍ତିଙ୍ଗ୍ ମିର୍ ସିସୁଟୁ ବା ସିଜିମାନ୍ଡ୍ରୁ, ଇରିଙ୍ଗ୍ଁ ସାସନ୍କିନିକାର୍ ଆଦେସ୍ ମାନାନିୱାଲେ ମାପୁରୁଦି ସେବା କିନାର୍ । 7 ଆଦେଙ୍ଗ୍ ୱାର୍ ଆମାକା ପୟ୍ନିକା ମାନାତ୍, ୱାନିଙ୍ଗ୍ ଆକା ସିଦୁ । ନିଜେଦିକା ମାରି ସିସୁଟୁ ମିଦି ଆମାକା ସିନିକା ମାନାତ୍, ଆକା ସିଦୁ ମାରି ୱାରିଙ୍ଗ୍ ୱେଡ଼ିକା ନି ସନ୍ମାନ୍ତାନ୍ ମାନାଦୁ ।