9 ମତର୍ ଇନେର୍ ମାଜାନ୍ ଆଦେଙ୍ଗ୍ ଇଚା କିତାର୍, ହେୱାର୍ ପରିକ୍ୟାତ ଆରି ଡ଼ୁକାତ, ଆରେ କେତେକ୍ ବାନି ବାନ୍ୟାତ ଆରି ଲାସ୍ଆବୁଡ଼ୁ ଲାଲ୍ସାତାକେ ଆର୍ଣ୍ଣାର୍, ଇଦାଂ ୱିଜ଼ୁ ମାନାୟ୍ତିଂ ସବୁ ନାସ୍ ଆରି ବୁଡାନି ଲାକେ ହାମ୍ଦୁର୍ତ ମୁଚ୍ନାତ୍ । 10 ଇନେକିଦେଂକି ଦାନ୍ ଲବ୍ ୱିଜ଼ୁ ନସ୍ଟନି ଦଲ୍; ଇନେ ଇନେର୍ ହେବେ ଆହା ଆଜ଼ି ପାର୍ତି ପିସ୍ତି ହାଜ଼ି ବାଣାତାର୍ଣ୍ଣା, ଆରେ ବେସି ଦୁକ୍ତାଂ ଜାର୍ ଜାର୍ ମାନ୍ତିଂ ଦୁକ୍ କିତାର୍ଣ୍ଣା ।