18 ପକ୍ୟାତାକାର୍ତି କେଇ ହିତି ହୁଦାଂ ଜିବୁନ୍ ୱାନାକା ହୁଡ଼୍ଜି, ସିମନ୍ ହେୱାରିଂ ଟାକାଂ ହିଜ଼ି ଇଚାନ୍, 19 "ନାଙ୍ଗ୍ ପା ଇ ସାକ୍ତି ହିଦାଟ୍, ଇନେସ୍ ଆନ୍ ଇମ୍ଣାକାନ୍ ମାନାୟ୍ ତାରେନ୍ କେଇ ହିନାଙ୍ଗ୍, ହେୱାନ୍ ପୁଇପୁୟା ଜିବୁନ୍ ଗାଟାନାନ୍ ।"
20 ମାତର୍ ପିତର୍ ହେୱାନିଂ ଇଚାନ୍, ନି ଟାକାଂ "ନି ହୁଦାଂ କର୍ଚ ଆୟେକ୍, ଇନାକିଦେଂକି ନି ଟାକାଂ ହୁଦାଂ ଇସ୍ୱର୍ତି ଦାନ୍ କଡ଼୍ଦେଂ ବାବି କିତାୟ୍ । 21 ଇ ବିସ୍ରେ, ନି ବାଗ୍ ହିଲୁତ୍ କି ଆଦିକାର୍ ହିଲୁତ୍, ଇନାକିଦେଂକି ଇସ୍ୱର୍ତି ମୁମ୍ଦ ନି ମାନ୍ତ ହୁଦାର୍ ଆକାୟ୍ । 22 ଲାଗିଂ, ନି ଇ ବାଡ଼୍ପାଣ୍ତାଂ ମାନ୍ବାଦ୍ଲାୟ୍ କିଜ଼ି ମାପ୍ରୁତି ତାକେ ପାର୍ତାନା କିୟା, ଇନେସ୍ ଆତିସ୍ଚି ନି ମାନ୍ତ ହାନ୍ଦାୟ୍ କିନାକା କେମା ଆଦ୍ନାତ୍ । 23 ଇନାକିଦେଂକି ନି ଅଦାର୍ମି ବିସ୍ରେ ବାର୍ତି ଆଜ଼ି ପାପ୍ ତାକେ ଗାଚ୍ୟା ଆତାତ୍ନ୍ନା ଇଞ୍ଜି ଆନ୍ ହୁଡ଼୍ନାଙ୍ଗା ।"
24 ହେବେ ସିମନ୍ ଜହନ୍ ଆରି ପିତର୍ତିଂ ଇଚାନ୍, ଏନ୍ ଇନାକା ଇନାକା ଇଞ୍ଚାୟ୍, ହେବେତାଂ ଇମ୍ଣାକା ପା ବିସ୍ରେ ଇନେସ୍ ନା କାଜିଂ ପଡ଼ାମେତ୍, ଇଦାଂ କାଜିଂ "ଏପେଙ୍ଗ୍ ନା କାଜିଂ ମାପ୍ରୁତି ଲାଗେ ପାର୍ତାନା କିୟା ।"