1 ଏପ୍ ଏସ୍ ଜପି ଜାର୍ ତିନାକା ତୁହିୟାଟ୍, ଇନାକିଦେଂକି ବେସି ଦିନ୍ ପାଚେ ହେଦାଂ ଗାଟାନାଦେର୍ । 2 ସାତ୍ ଜାଣ୍ତିଂ, ନଲେ ଆଟ୍ ଜାଣ୍ତିଂ ବାଗ୍ ପାସ୍ପାଟ୍; ଇନାକିଦେଂକି ପୁର୍ତିତ ଇନାକା ବିପଦ୍ ଗିଟାନାତ୍, ହେଦାଂ ଏପ୍ ପୁନୁଦେର୍ । 3 ବାଦାଡ଼୍ତ ବାର୍ହା ବାର୍ତି ଆତିସ୍ ପୁର୍ତିତ ହେଦାଂ ୱାକ୍ୟାନାତ୍; ଆରେ, ମାର୍ ଜଦି ଏଚେକାଡ଼୍ଦ ତିନାବାଗାଂ କି ଡେବ୍ରିବାଗାଂ ନିପ ଗୁର୍ନାତ୍, ତେବେ ଇମ୍ଣି ବାହାତ ଗୁର୍ନାତ୍, ହେ ବାହାତ ମାନ୍ଗାନାତ୍ । 4 ଇମ୍ଣି ମାନାୟ୍ ଦୁକାତିଂ ହୁଡ଼୍ନାନ୍, ହେୱାନ୍ ୱିତୁନ୍ ଆରି ଇମ୍ଣି ମାନାୟ୍ ବାଦାଡ଼୍ତିଂ ହୁଡ଼୍ନାନ୍, ହେୱାନ୍ ତ୍ରେଜ଼ୁନ୍ । 5 ଏପ୍ ଇନେସ୍ ଡ଼ୁଇ ହାନାକା, କିବା ଏସ୍ପିସ୍ତି ପଟନି ପ୍ଡେନ୍ ଇନେସ୍ ବାଡାନାତ୍, ହେଦାଂ ପୁନୁଦେର୍, ହେଲାକେ ସବୁକିତାକାନ୍ ପର୍ମେସ୍ୱର୍ତି କାମାୟ୍ ପା ପୁନୁଦେର୍ । 6 ଏପ୍ ନାଡ଼ିହିଂ ବିୟାନ୍ ୱିତ୍ନାଦେର୍ ଆରି ମ୍ଡିକାହାରେସ୍ ମି କେଇ ଟେବାୟ୍ କିମାଟ୍; ଇନାକିଦେଂକି ଇଦାଂ କି ହେଦାଂ ପୁରା ଆନାତ୍, କିବା ହାରି ହାମାନ୍ ହାରାନାତ୍, ଇଦାଂ ଏପ୍ ପୁନୁଦେର୍ । 7 ହାତ୍ପାରଚେ ଅଜଡ଼୍ ସୁକ୍ନିକା, ଆରେ କାଣ୍ଗାତାଂ ୱେଡ଼ା ହୁଡ଼୍ନାକା ସାରିନିକା । 8 ଆଁ, ଏଚେକାଡ଼୍ଦ ମାନାୟ୍ ବେସି ବାର୍ହୁ ଜିନାନ୍, ତେବେ ହେସବୁତ ହେୱାନ୍ ୱାରି କିଏନ୍; ମତର୍ ମାଜ୍ଗାନି ଦିନ୍ସବୁ ହେୱାନ୍ ମାନ୍ତ ଇଟେନ୍, ଇନାକିଦେଂକି ହେ ଦିନ୍ସବୁ ବେସି ଆନାତ୍ । ଇନା ଇନାକା ଗିଟାନାତ୍, ସବୁ ବେକାର୍ ।
9 ଏ ବେଣ୍ଡ୍ୟା ଲଗୁ, ଏପ୍ ଜାର୍ ଦାଙ୍ଗ୍ଡ଼ାୱେଡ଼ାଲିଂ ୱାରି କିୟାଟ୍ ଆରି ଜୁବା ୱେଡ଼ାଲିଂ ମି ମାନ୍ ମିଂ ସାରି କିଏତ୍, ଆରେ ଜାର୍ ମାନ୍ନି ହାନିତ ଆରି ଜାର୍ କାଣ୍ଗାନି ହୁଡ଼୍ନିତ ତାଂଗାଟ୍; ମତର୍ ପର୍ମେସ୍ୱର୍ ଇ ସବୁ ବିସ୍ରେ ଆସ୍ତି ମିଂ ବିଚାର୍ଣ୍ଣାତ ତାହିୱାଦ୍ନାନ୍, ଇଦାଂ ଏପ୍ ପୁନାଟ୍ । 10 ଇଦାଂକାଜିଂ ଜାର୍ ମାନ୍ତିନି ରିସାତିଂ ଦେହା କିୟାଟ୍; ଜାର୍ ଗାଗାଡ୍ନି ଦୁକ୍ ଦେହା କିୟାଟ୍; ଇନାକିଦେଂକି ବେଣ୍ଡ୍ୟା ଆରି ଜିବୁନ୍ନି ହାର୍ଦାକା ବେକାର୍ ।