1 ଆନ୍ ଇସବୁ ବିସ୍ରେ ମାନ୍ଦିଆନ୍ କିଜ଼ି ହୁଡ଼୍ତାଂ; ଦାର୍ମି ଆରି ଗିଆନି, ଆରେ ହେୱାର୍ତି କାମାୟ୍ ପର୍ମେସ୍ୱର୍ତି କେଇମାନାତ୍; ଇଦାଂ ଜିଉନନାକା କି ଗିଣ୍ନିକା, ହେଦାଂ ମାନାୟ୍ ପୁନୁନ୍; ସବୁ ହେୱାର୍ତି ମୁମ୍ଦ ମାନ୍ଗାନାତ୍ । 2 ସବୁ ବିସ୍ରେ ୱିସାକାର୍ କାଜିଂ ହମାନ୍ ଗିଟାନାତ୍; ଦାର୍ମି ଆରି ଦୁସ୍ଟ, ହାର୍ଦାକାର୍, ଆରେ ସକଟ୍ ଆରି ବିଟାଡ଼୍; ପୁଜାକିନାକାର୍ ଆରି ପୁଜାକିୱାକାର୍, ୱିଜ଼ାକାର୍ କାଜିଂ ର ଗଟ୍ଣା ଆନାତ୍; ହାର୍ଦାକାର୍ ଇନେସ୍, ପାପ୍ୟା ହେ ଏଲେଙ୍ଗ୍; ଆରେ, ପାର୍ମାଣ୍କିନାକାନ୍ ଇନେସ୍, ପାର୍ମାଣ୍ ପାଣ୍ଡ୍ରାନାକାନ୍ ହେଲାକେ । 3 ୱେଡ଼ା ତାରେନ୍ ଏଚେକ୍ କାମାୟ୍ କିୟାନାତ୍, ହେ ବିତ୍ରେ ଦୁକ୍ନି ବିସ୍ରେ ଇଦାଂ ଜେ, ୱିଜ଼ାକାର୍ କାଜିଂ ହମାନ୍ ଗଟ୍ଣା ଆନାତ୍; ଆରେ ପା ମାନାୟ୍ ମାଜ଼ିର୍ତି ମାନ୍ ଦୁସ୍ଟତ ବାର୍ତି ଆରି ଜିଜ଼ିମାନି ପାତେକ୍ ହେୱାର୍ତି ମାନ୍ ପାଗ୍ଲା ମାନାତ୍, ଆରେ ତା ପାଚେ ହେୱାର୍ ହାତାକାର୍ ଲାଗାୟ୍ ହାନାର୍ । 4 ଇନାକିଦେଂକି ଇମ୍ଣି ମାନାୟ୍ ଜିତି ଲଗାର୍ ବିତ୍ରେ ମେହାତାର୍ନା, ହେୱାନ୍ତି ବାର୍ସି ମାନ୍ଗାନାତ୍; ଇନେକିଦେଂକି ହାତି ସିୟଁ ବାଟା ଜିତି ନିକୁଡ଼୍ ହାର୍ । 5 ଜିତି ମାନାୟ୍ ହାନାର୍ ଇଞ୍ଜି ପୁନାର୍; ମତର୍ ହାତି ମାନାୟ୍ ମୁଡ଼େ ପୁନୁର୍, କିବା ହେୱାର୍ ଆରେ ଇନାକାପା ପାଡ଼୍ ପାୟାଉର୍; ଇନାକିଦେଂକି ହେୱାର୍ତି ବିସ୍ରେ ଏତୁ ବାଣାନାର୍ । 6 ଇନେସ୍ ହେୱାର୍ତି ଜିଉନନାକା, ହେଲାକେ ହେୱାର୍ତି ଗିଣ୍ ଆରି ଡାରା ନସ୍ଟ ଆନାତ୍; କି ୱେଡ଼ା ତାରେନ୍ ଇନାକା କିଆନାତ୍, ହେବେନି ୱିଜ଼୍ୱି କାଡ଼୍ ହେୱାର୍ତି ଇନାକାପା ବାଗ୍ ମାନ୍ଗୁତ୍ । 7 ଏପ୍ ମି ହାଜ଼ିତ ହାଲାଟ୍, ୱାରିତାଂ ଜାର୍ କାଦି ତିନାଟ୍ ଆରି ହାର୍ମାନ୍ତ ଜାର୍ ଅଙ୍ଗୁର୍ରାସ୍ ଉଣାଟ୍ ଇନାକିଦେଂକି ପର୍ମେସ୍ୱର୍ ମି କାମାୟ୍ କିଦେଂ ଆଡ୍ତାନେ । 8 ମି ହେନ୍ଦ୍ରା ନିତ୍ରେ ଡ଼ିଞ୍ଜି ମାନେତ୍ ଆରି ମି କାପ୍ଡ଼ାତ ଚିକାଣ୍ନି ଅବାବ୍ ଆମେତ୍ । 9 ୱେଡ଼ା ତାରେନ୍ ହେୱାନ୍ ମିଂ ବେକାର୍ନି ଆଇଁସ୍ ଇଚେକ୍ ଦିନ୍ ହିତ୍ତାନ୍ନା, ମିଦାଂ ହେ ଆହାର୍ ଆଇଁସ୍ନି ସବୁ ଦିନ୍ ଜାର୍ ୱାରିନି କଗ୍ଲେ ଲାହାଂ ୱାରିତାଂ ବାହା କିୟାଟ୍; ଇନାକିଦେଂକି ଜିବୁନ୍ମାନି ବିତ୍ରେ ଆରି ୱେଡ଼ା ତାରେନ୍ ଏପ୍ ଇମ୍ଣି କାମାୟ୍ କିନାଦେରା, ହେ କସ୍ଟ ବିତ୍ରେ ଇଦାଂ ନେ ମି ବାଗ୍ । 10 ମି କେଇ ଇମ୍ଣାକାପା କାମାୟ୍ କିଦେଂ ଗାଟାନାତ୍, ହେଦାଂ ଜାର୍ ସାକ୍ତିତ କିୟାଟ୍; ଇନାକିଦେଂକି ଏପ୍ ଇମ୍ଣି ବାହାତ ହାନାଦେର୍, ହେ ଦୁଗେର୍ତ ଇମ୍ଣାକାପା କାମାୟ୍, କି ହାନ୍ଦାୟ୍କିନାକା, କି ବିଦ୍ୟା, କି ଗିଆନ୍ ହିଲୁତ୍ । 11 ଆନ୍ ମାସ୍ଦି ୱେଡ଼ା ତାରେନ୍ ହୁଡ଼୍ତାଂ ଜେ, ହନ୍ଚିହାନି-ଜିଣାନାକାର୍, କି ବିରର୍ ଜିଣାନାକା, କି ଗିଆନିର୍ତି କାଦି, କି ବୁଦିଆର୍ତି ଦନ୍, କି ପଣ୍ଡିତାର୍ତି ଉପ୍କାର୍ ଗାଟାଆଉତ୍, ମତର୍ ୱିଜ଼ାକାର୍ କାଜିଂ ସମୁ ଆରି ହଟାତ୍ ଗଟ୍ଣା ଗିଟାନାତ୍ । 12 ଇନାକିଦେଂକି ମାନାୟ୍ ପା ଜାର୍ ହାନାକା ସମୁ ପୁନୁନ୍; ଇନେସ୍ କି ମିନ୍କୁ ଜାଲ୍ତ ଆର୍ନିକ୍ ଆରି ଇନେସ୍ ପଟିଂ ଡ଼ୁକାତ ଆହ୍ୟାନିକ୍, ହେଲାକେ ମାନାୟାର୍-ହିମ୍ଣାଂ ହଟାତ୍ତ୍ରେ ଏକାୱାତି ଆପଦ୍ତ ସମୁତ ଦାରାପଡ଼ାନାର୍ ।
13 ଆନ୍ ପା ୱେଡ଼ା ତାରେନ୍ ଇ ବାନି ଗିୟାନ୍ ହୁଡ଼୍ତାଂନା, ଆରେ ହେଦାଂ ନା କାଣ୍କୁତ ଗାଜା ଇଞ୍ଜି ମାନେ ଆତାତ୍; 14 ଅଲପ୍ ଲଗୁମାନି ର ହାରୁ ଗାଡ୍ ମାଚାତ୍; ଆରେ, ର ଗାଜା ରାଜା ତା ବିରୁଦ୍ତ ୱାଜ଼ି ହେଦାଂ ବେଡ଼ି କିତାନ୍ ଆରି ତା ବିରୁଦ୍ତ ଗାଜା ଗାଜା ମାଚାଙ୍ଗ୍ ରସ୍ତାନ୍ । 15 ଏଲେଙ୍ଗ୍ ସମୁତ ତା ବିତ୍ରେ ରୱାନ୍ ଅର୍କିତ୍ ଗିୟାନ୍ ଲଗୁ ଚଞ୍ଜ୍ୟାତାନ୍, ଆରେ ହେୱାନ୍ ଜାର୍ ଗିଆନ୍ ହୁଦାଂ ଗାଡ଼୍ ରକ୍ୟା କିତାନ୍; ଆତିସ୍ପା ହେ ଅର୍କିତ୍ ମାନାୟ୍ତିଂ ଏତ୍ କିୱାତାର୍ । 16 ତେବେ ଆନ୍ ଇଚାଙ୍ଗ୍, ବାଡ଼୍କାସ୍ତାଂ ଗିୟାନ୍ ହାର୍; ଆତିସ୍ପା ଅର୍କିତ୍ ଲଗୁତି ଗିଆନ୍ ପଲ୍ୟାନାତ୍ ଆରି ହେୱାନ୍ତି ବଚନ୍ ୱେନୁର୍ । 17 ମୁର୍କିୟାର୍ ବିତ୍ରେ ସାସନ୍କାର୍ୟାତି କିକିରାଡିଂତାଂ ବାଟା ସାସ୍ତିତ ଇନାକା ଗିଆନିତି ବଚନ୍ ଆଦିକ୍ ୱେନ୍ୟାନାର୍ । 18 ଜୁଜ୍ଅସ୍ତର୍ ବାଟା ଗିୟାନ୍ ହାର୍; ମତର୍ ରୱାନ୍ ପାପ୍ୟା ଲଗାଂ ବେସି ମଙ୍ଗଲ୍ ନସ୍ଟ କିନାତ୍ ।