1 ସବୁ ବିସ୍ରେନି କାଡ଼୍ ମାନାତ୍ ଆରି ଆକାସ୍ ତାରେନ୍ ସବୁ ମାନ୍ତିନିୱାରି ସମୁ ମାନାତ୍; 2 ଜଲମ୍ଆନି ସମୁ ଆରି ହାନି ସମୁ; ରୁଜ଼୍ନି ସମୁ ଆରି ଇମ୍ଣାକା ରୁଜ଼୍ୟା ଆତାତ୍, ହେଦାଂ ଜେଲ୍ନି ସମୁ; 3 ଅହ୍ନି ସମୁ ଆରି ଉଜ୍ କିନି ସମୁ; ଡ୍ରିକ୍ନି ସମୁ ଆରି ରଚ୍ନି ସମୁ; 4 ଆଡ଼୍ବିନି ସମୁ ଆରି ଗ୍ଡାଇନି ସମୁ; ଦୁକ୍କିନି ସମୁ ଆରି ଏନ୍ଦ୍ନି ସମୁ, 5 କାଲ୍କୁ ଇଡ଼୍ନି ସମୁ ଆରି କାଲ୍କୁ ରୁଣ୍ଡାୟ୍ କିନି ସମୁ; ପମ୍ନି ସମୁ ଆରି ପମ୍ନିତ ରସ୍ ଆନି ସମୁ, ପିହିନି ସମୁ; 6 ଡେକ୍ନି ସମୁ ଆରି ଜାକ୍ନି ସମୁ; ଇଟ୍ନି ସମୁ ଆରି ତୁହିନି ସମୁ; 7 କେଚ୍ନି ସମୁ ଆରି ଡ଼ଚ୍ନି ସମୁ; ଚିମ୍ରାନି ସମୁ ଆରି କାତା ଇନି ସମୁ; 8 ଜିଉନନି ସମୁ ଆରି ଗିଣ୍କିନି ସମୁ; ଜୁଜ୍ନି ସମୁ ଆରି ସାନ୍ତିନି ସମୁ ମାନାତ୍ ।
9 କାମାୟ୍କିନି ମୁଣିକାତି ଜାର୍ କସ୍ଟତ ଇନା ଲାବ୍ ? 10 ପର୍ମେସ୍ୱର୍ ମାନାୟ୍ ମାଜ଼ିରିଂ ବିପ୍ତି ଆନି କାଜିଂ ଇମ୍ଣି କାମାୟ୍ ହିତାନ୍ନା, ହେଦାଂ ଆନ୍ ହୁଡ଼୍ତାଂନା । 11 ହେୱାନ୍ ସବୁ ବିସ୍ରେତିଂ ତା ସମୁତ ରଞ୍ଜି କିତାନ୍ନା; ପା ହେୱାର୍ତି ମାନ୍ତ ୱିସ୍ୱି କାଡ଼୍ ଇଡ଼୍ତାନ୍ନା; ଆତିସ୍ପା ପର୍ମେସ୍ୱର୍ ଆରମ୍ତାଂ ହାରିହାରା ପାତେକ୍ ଇମ୍ଣି କାମାୟ୍ କିତାନ୍ନା ମାନାୟ୍ ହେବେନି ଡ଼ୁକ୍ତିକାତା ଗାଟାଉର୍ । 12 ଆନ୍ ପୁନାଂ ଜେ, ହାନିପାତେକ୍ ୱାରି ଆରି ହାର୍କାମାୟ କିନି ବାଟା ହେୱାର୍ତି ଆରେ ଇନାକାପା ମଙ୍ଗଲ୍ ବିସ୍ରେ ଆକାୟ୍ । 13 ଆରେ, ଜାଣ୍କେ ମାନାୟ୍ ତିନ୍ଜି ଉଣ୍ଜି ଜାର୍ ସବୁ କସ୍ଟତ ଦୁକ୍ବଗ୍ କିନାନ୍, ଇଦାଂ ପର୍ମେସ୍ୱର୍ତି ଇନାମ୍ । 14 ଆନ୍ ପୁନାଙ୍ଗ୍ ଜେ, ପର୍ମେସ୍ୱର୍ ଇନାକା କିନାନ୍, ହେଦାଂ ୱିଜ଼୍ୱି କାଡ଼୍ପାତେକ୍; ହେଦାଂ ଗାଜା କିୟାଉତ୍ କି ଉଣା କିୟାଉତ୍; ଆରେ ମାନାୟାର୍ ପର୍ମେସ୍ୱର୍ତି ମୁମ୍ଦ ପାଣ୍ଡ୍ରାନିକାଜିଂ ହେୱାନ୍ ହେଦାଂ କିତାନ୍ନା । 15 ଇନାକା ମାନାତ୍, ହେଦାଂ ମାଚାତ୍; ଆରେ, ଇନାକା ଆନାତ୍, ହେଦାଂ ନେ ମାଚାତ୍; ଆରେ, ଇନାକା ହାଚାକା, ପର୍ମେସ୍ୱର୍ ହେଦାଂ ଆରେରଗ ଡେକ୍ନାନ୍ ।
16 ଆରେ ଆନ୍ ୱେଡ଼ା ତାରେନ୍ ବିଚାର୍ ବାହାତ ହୁଡ଼୍ତାଂ, ହେବେ ଦୁସ୍ଟ ମାନାତ୍, ଆରେ ଦରମ୍ ବାହାତ ହୁଡ଼୍ତାଂ, ହେବେ ପା ଦୁସ୍ଟ ମାନାତ୍ । 17 ଆନ୍ ମାନେ ମାନେ ଇଚାଙ୍ଗ୍, ପର୍ମେସ୍ୱର୍ ଦାର୍ମିରିଂ ଆରି ଦୁସ୍ଟରିଂ ବିଚାର୍ କିନାନ୍; ଇନାକିଦେଂକି ଜାଣ୍କେତି ସବୁ ବିସ୍ରେନି କାମାୟ୍ ଆରି ଜାଣ୍କେତି କାମାୟ୍ କାଜିଂ ସମୁ ମାନାତ୍ । 18 ଆନ୍ ମାନ୍ତ ଇଚାଙ୍ଗ୍, ପର୍ମେସ୍ୱର୍ ଇନେସ୍ ମାନାୟ୍-ମାଜ଼ିରିଂ ପରିକ୍ୟା କିନାନ୍ ଆରି ହେୱାର୍ନିଜେ ଜେ କେବଲ୍ ପସୁ ଲାକେ, ଇଦାଂ ଇନେସ୍ ହେୱାର୍ ହୁଡ଼୍ନାର୍, ଇଦାଂକାଜିଂ ହେୱାର୍ କାଜିଂ ଇଦାଂ ଆନାତା । 19 ଇନାକିଦେଂକି ମାନାୟ୍-ମାଜ଼଼ିର୍ କାଜିଂ ଇନାକା ଗିଟାନାତ୍, ପସୁ କାଜିଂ ହେଦାଂ ଗିଟାନାତ୍; ୱିଜ଼ାର୍ କାଜିଂ ପା ରଲାକେ ଗଟ୍ଣା ଗିଟାନାତ୍; ଇଦାଂ ଇନେସ୍କି ହାନାନ୍, ହେୱାନ୍ ହେଲାକେ ହାନାନ୍; ଆରେ, ୱିସାର୍ତି ଜିବୁନ୍ ଦୁକା ରଞ୍ଜାଙ୍ଗ୍; ଆରେ, ପସୁଙ୍ଗ୍ତାଂ ମାନାୟ୍ ଅଲପ୍ପା ସାକ୍ତି ଆକାୟ୍; ଇନାକିଦେଂକି ସବୁ ବେକାର୍ । 20 ୱିଜ଼ାକାର୍ ର ବାହାତ ହାନାର୍; ୱିଜ଼ାର୍ ଦୁଡ଼ିତାଂ ଉପ୍ଜାଣ୍ ଆରି ୱିଜ଼ାର୍ ଆରେରଗ ଦୁଡ଼ିତ ମେହାନାର୍ । 21 ମାନାୟ୍ତି ଜିବୁନ୍ ଜପିହାନାକା ଆରି ପସୁତି ଜିବୁନ୍ ପୁର୍ତି ତାରେନ୍ ଆନାତ୍ ଇଞ୍ଜି ଇନେର୍ ପୁନାର୍ ? 22 ଲାଗି ମାନାୟ୍ ହାର୍କାମାୟ୍ତ ୱାରି କିନି ବାଟା ଆରେ ତାଦିମୁଡ଼୍କେ ଆଦିକ୍ ମଙ୍ଗଲ୍ ହିଲୁତ୍ ଇଞ୍ଜି ଆନ୍ ହୁଡ଼୍ତାଂ; ଇନାକିଦେଂକି ଇଦାଂନେ ତାଦି ଆଦିକାର୍; ଆରେ, ତା ପାଚେ ଇନାକା ଗିଟାନାତ୍, ହେଦାଂ ହୁଡ଼୍ନି କାଜିଂ ଇନେନ୍ ହେୱାନିଂ ମାସ୍ତି ତାହିୱାଦେଂ ଆଡ୍ନାନ୍ ?