1 ହାତି ୱିଜ଼ା ଗାନ୍ଦାନି କେଉଟ୍ ବାସ୍ନାନି ଚିକାଣ୍ ବାନ୍ୟାଗାନ୍ଦା କିନାତ୍; ହେଲାକେ ଅଲପ୍ ମୁର୍କିୟାନି ଗିୟାନ୍ ଆରି ଗାଜା ପାଣ୍ତ ଆଦିକ୍ ବଜ୍ । 2 ଗିଆନିତି ମାନ୍ ତା ତିନିବାଗାଂ; ମତର୍ ମୁର୍କିୟାତି ମାନ୍ ତା ଡେବ୍ରିବଗାଂ ମାନ୍ଗାନାତ୍ । 3 ଆରେ, ମୁର୍କିୟା ହାଜ଼ିତ ହାନି ୱେଡ଼ାଲିଂ ତା ବୁଦି ଅବାବ୍ ଚଞ୍ଜ୍ନାତ୍, ଆରେ ହେୱାନ୍ ୱିଜ଼ାରିଂ ଇନାନ୍ ଜେ, ହେୱାନ୍ ମୁର୍କିୟା । 4 ନି ଜପି ସାସନ୍କାର୍ୟା ମାନ୍ତ ବିରୁଦ୍ନି ବାବ୍ନା ଉବ୍ଜାତିସ୍, ଜାର୍ ବାହା ପିହ୍ମାଟ୍; ଇନାକିଦେଂକି ତଲ୍ୟା ମାନିକିନାକା ହୁଦାଂ ବେସି ପାପ୍ କେମା ଆନାତ୍ । 5 ଆନ୍ ୱେଡ଼ା ତାରେନ୍ ର ବାନ୍ୟା ବିସ୍ରେ ହୁଡ଼୍ତାଂନା, ହେଦାଂ ସାସନ୍କାର୍ୟାତାଂ ଉପ୍ଜାତି ବୁଲ୍କାନାକା ଲାକେ ଚଞ୍ଜ୍ୟାନାତ୍; 6 ମୁରୁକ୍ ବେସି ଉଚ୍ ପାଦ୍ତ ରଚ୍ୟାନାତ୍, ଆରେ ମାଜାନ୍ ତାରେନ୍ନି ବାହାତ କୁଚ୍ନାନ୍ । 7 ଆନ୍ ଆଡ଼୍ୟାରିଂ ଗଡ଼ା ଜପି ଆରି ମୁଣିକାରିଂ ଆଡ଼ିଏନ୍ ଲାକେ ପାନାତାଂ ତାଂନାକା ହୁଡ଼୍ତାଂନା । 8 ଇନେନ୍ କ୍ଡଇ କାର୍ନାନ୍, ହେୱାନ୍ ହେବେନେ ଆର୍ଣ୍ଣାନ୍ ଆରି ଇମ୍ଣି ମାନାୟ୍ ପୁଚି ଡ୍ରିକ୍ନାନ୍, ହେୱାନିଂ ରାଚ୍ ଡନାତ୍ । 9 ଇମ୍ଣାକାନ୍ କାଲ୍ କାର୍ଣ୍ଣାନ୍, ହେୱାନ୍ ତାଲାହାଂ ମାଡ୍ତିନାନ୍; ଆରେ, ଇନେର୍ ୱେଜ଼୍ଗୁ ପାଡ଼ାକିନାନ୍, ହେୱାନ୍ ତାଲାହାଂ ଗାୱ୍ ଆନାନ୍ । 10 ଲୱା ବତ୍ଡ଼ ଆତିସ୍ ଏଚେକାଡ଼୍ଦ ଇନେନ୍ ତା ଦାରା କଲି କିୱିତିସ୍, ତେବେ ତାପାଚେ ଆଦିକ୍ ବାପୁ କିଦେଂ ଆନାତ୍; ମତର୍ କିନାକାଦ୍ଲିଂ ଚଚ୍ନି କାଜିଂ ଗିୟାନ୍ ହାର୍ଦାକା । 11 ରାଚ୍ ମନ୍ତରତୁବ୍ନି ଆଗେ ଡତିସ୍ ଡିସାରିତି ଇନାକା ପା ଆଦିକାର୍ ଆକାୟ୍ । 12 ଗିଆନିତି ୱେଇଦାଂ ବଚନ୍ ଉପ୍କାର୍ନିକା ମତର୍ ମୁର୍କିୟାତି ଜାର୍ ୱେଇଅଟି ହେୱାନିଂ ଗୁହ୍ନାତ୍ । 13 ହେୱାନ୍ତି ୱେଇନି ବଚନ୍ ହାଂନାକା ଅଗିଆନ୍ନିକା ଆନାତ୍ ଆରି ତା କାତାନି ହାରିହାରା ଦୁକ୍ନି ପାଗ୍ଲାନିକା ଆନାତ୍ । 14 ମୁର୍କିୟା ବେସି କାତା ଇନାନ୍; ଆତିସ୍ପା ଇନାକା ଆନାତ୍, ମାନାୟ୍ ପୁନୁନ୍; ଆରେ, ତା ପାଚେ ଇନାକା ଗିଟାନାତ୍, ଇନେର୍ ହେୱାନିଂ ୱେଚ୍ଚେଙ୍ଗ୍ ଆଡ୍ନାର୍ ? 15 ସବୁ ମୁର୍କିୟାତି କସ୍ଟ ହେୱାନିଂ ୱାଡ଼଼ାକ୍ ହିନାତ୍; ଇନାକିଦେଂକି ଇନେସ୍ ଗାଡ଼୍ଦ ହାଞ୍ଜେଙ୍ଗ୍ ଆନାତ୍, ହେଦାଂ ହେୱାନ୍ ପୁନୁନ୍ । 16 ର ଦେସ୍, ମି ରାଜା ଏଚେକାଡ଼୍ଦ କାଡ଼୍ଦେ ଆନାନ୍ ଆରି ମି ମୁଣିକାର୍ ଏଚେକାଡ଼୍ଦ ନାଡ଼ିହିଂ ତିନାର୍, ତେବେ ଏପ୍ ଦୁକ୍ନି ଲଗୁ । 17 ର ଦେସ୍, ରାଜା ମାଜ଼ି ଏଚେକାଡ଼୍ଦ ମି ରାଜା ଆତିସ୍ ଆରି ମି ମୁଣିକାର୍ ଏଚେକାଡ଼୍ଦ ହଚ୍ନି କାଜିଂ ଆକାୟ୍, ମତର୍ ବାପୁ କାଜିଂ ସମାନ୍ କାଡ଼୍ଦ ତିନାର୍, ତେବେ ହେୱାନ୍ ଦନ୍ୟ । 18 ଆଡ଼୍ସାୟ୍ତାଂ ଚାଉଣି କୁଚ୍ଚି ହାନାତ୍, ଆରେ କେଇନି ହିତ୍ଡ଼ିତାଂ ଇଲ୍ନି ଏସ୍ ହନିକ୍ । 19 ଗ୍ଡାଇନି କାଜିଂ ତିନାକା ଜାଲ୍ଦି ଆନାତ୍, ଆରେ ଅଙ୍ଗୁର୍ରାସ୍ ଜିବୁନ୍ତିଂ ୱାରି କିନାତ୍; ଡାବୁଙ୍ଗ୍ ସବୁ କାମାୟ୍ତ ୱାନାତ୍ । 20 ରାଜାଙ୍ଗ୍ ସାଇପ୍ ହିମାଟ୍, ଆକାୟ୍ ମାନେ ମାନେ ପା ହିମାଟ୍ ଆରେ, ମାଜାନ୍ତିଂ ଜାର୍ ହୁଞ୍ଜ୍ନି ଇଞ୍ଜ ପା ସାଇପ୍ ହିମାଟ୍; ଇନାକିଦେଂକି ୱାରିନିକା ପଟି ହେ କାଟ୍ ଅଜ଼ି ହାନାତ୍ ଆରି ମାରାତାଂ ହେଦେଲ୍ କାତା ୱେଚ୍ଚାନାତ୍ ।
Publicidade
Publicidade