ଇଟ୍କାଡ଼୍ ବାହାତ ହନ୍ନାସ୍
12 ଆନ୍ ଜେ ନଙ୍ଗ୍ ହେ ୱିଜ଼ୁ ପାୟା ଆତାଙ୍ଗ୍ନା କି ବାର୍ତି ଲାବ୍ କିତାଂନ୍ନା, ହେଦାଂ ଆକାୟ୍, ମାତର୍ ଆନ୍ କ୍ରିସ୍ଟ ଜିସୁତି ହୁକେ କୁକ୍ୟାଜ଼ିମାଚିଲେ ହନ୍ତେଙ୍ଗ୍ ଲାଗାତାଂନା । ନିଜେ କ୍ରିସ୍ଟ ନାଂ ଆସ୍ତି ତାସି ଇବେ ବାଚି କିତ୍ତାନ୍ନା । 13 ଏ ଟଣ୍ଡାର୍, ଆରି ତଣ୍ଦେକ୍ ଆନ୍ ଇପାତେକ୍ ଏକାୱାତାଂନା । ମାତର୍ ର କାମାୟ୍ତ ଆନ୍ମାନ୍ ଦିଆନ୍ କିତାଙ୍ଗ୍ନା; ପାଚେ ପିସ୍ତି ୱାଜ଼ିମାନି ବିସ୍ରେକାଂ ବାଣାଜ଼ି, ମୁମ୍ଦ ମାନି ବିସ୍ରେକାଂ ଗାଟାଦେଂ ଜିବୁନ୍ଲାଗାୟ୍ କିଜ଼ି ସେସ୍ଟା କିନାଙ୍ଗା । 14 ପାଚେନି ବିସ୍ରେ ୱିଜ଼ୁ ମାନ୍ତାଂ ପିସ୍ତି ମୁମ୍ଦ ମାନି ବିସ୍ରେକାଂ କାଜିଂ ଇଡ଼୍ଜି କ୍ରିସ୍ଟ ଜିସୁତି ତାକେ ଇସ୍ୱର୍ତି ସାର୍ଗେନି କୁକ୍ୟାତି ପାଡ଼୍ ପାୟାନି କାଜିଂ ଜିବୁନ୍ଲାଗାୟ୍ କିଜ଼ି ଏକିନି ବାହାତ ହନ୍ନାଙ୍ଗା ।
15 ମା ବିତ୍ରେ ଇମ୍ଣାକାର୍ ଆତ୍ମିକ୍ ବାବ୍ରେ ହେୱାରିଂ ଏଲେଙ୍ଗ୍, ମାନ୍ବାବ୍ନା ମାନାକା ମାନାତ୍ । ଜଦି ମି ବିତ୍ରେତାଂ ଇନେର୍ତି ବିନେ ମାନ୍ ବାବ୍ନା ମାଚିସ୍, ଇସ୍ୱର୍ ମିଙ୍ଗେଙ୍ଗ୍ ସବୁ କାତା ହାର୍ କିଜ଼ି ୱେଚ୍ଚାନାନ୍ ।