ଇସ୍ୱର୍ ମା ଆବା
1 ଇ ଲାକେ ସାକିର୍ତି ର ଗାଜା ଦାଡ଼୍ ମାନାୟାର୍ ମା ଚାର୍ବେଣ୍ତାଂ ମୁକ୍ତାତାର୍ଣ୍ଣା । ଲାଗିଂ ୱାଡ, ଇମ୍ଣି ସବୁ ବିସ୍ରେ ମା ହାନାକା ବନ୍ଦ୍କିଦ୍ନାତା ଆରି ଇମ୍ଣି ପାପ୍ ସବୁ ମାଙ୍ଗେଙ୍ଗ୍ ଜେଲ୍ଜି ଆସ୍ତାତ୍ନା, ହେ ୱିଜ଼ୁ ପିସ୍ସି ଜିସୁଙ୍ଗ୍ ଇଟ୍କାଡ଼୍ କିଜ଼ି ସାସ୍ତାଂ ମା ହାନି ହାଜ଼ିତ ହନ୍ନାସ୍ । 2 ଇନେର୍ ଜପି ଆସେଙ୍ଗ୍ ଚିମ୍ରାଜ଼ି ପାର୍ତି ଚିନ୍ତା କିନାସ୍, ଜିସୁ କାଜିଂ ମା ହୁଡ଼୍ନାକା ବନ୍ଦ୍ କିନାସ୍, କ୍ରୁସ୍ନି ହାକି ବଗି କିତାନ୍, ଆରେ ଇସ୍ୱର୍ତି ଗାଦିନି ତିନା ବାଗାଙ୍ଗ୍ କୁଚ୍ଚାନ୍ନା ।
3 ଏପେଙ୍ଗ୍ ଇନେସ୍ ଜାର୍ ଜାର୍ ମାନ୍ତ ବିୱାହିଂ ଦୁକ୍ ପାୟା ଆୱାଦାଂ; ଇଦାଂ କାଜିଂ ଇନେନ୍ ପାପିର୍ତାଂ ଏଚେକ୍ ଇଣ୍ ବିରୁଦ୍ତ ନଙ୍ଗ୍ ଜାର୍ କୁଟୁମ୍ତିଂ ଚିନ୍ତା କିତାନ୍, ହେୱାନ୍ତି ବିସ୍ରେ ଚିନ୍ତା କିୟାଟ୍ ।