ଜିସୁ ବେସି ହେନିତିଂ ଉଜ୍ କିତାନ୍
38 ପାଚେ ଜିସୁ କୁଟୁମ୍ ଇଞ୍ଜ ନିଙ୍ଗ୍ଜି ସିମନାର୍ ଇଞ୍ଜ ହାଚାନ୍ । ସିମନ୍ ପଦାହିଙ୍ଗ୍ ବେସି ନମେର୍ ଆଜ଼ି ମାଚାତ୍, ଆରେ ହେୱାର୍ ତା ବିସ୍ରେ ହେୱାନିଂ ଗୱାରି କିତାର୍ । 39 ହେବେଣ୍ଡାଂ ହେୱାନ୍ ହେ ଲାଗାୟ୍ ନିଲ୍ଚି ନମେର୍ତିଂ ଦାକା ହିତାନ୍, ଆରି ହେଦେଲିଂ ନମେର୍ ପିସ୍ତାତ୍, ପାଚେ ହେଦେଲ୍ ହେ ସାଙ୍ଗେ ସାଙ୍ଗେ ନିଙ୍ଗ୍ଜି ହେୱାର୍ତି ହେବା କିଦେଙ୍ଗ୍ ଲାଗାତାତ୍ ।