1 ଦାର୍ମି ମାନାୟ୍ ନସ୍ଟ ଆନାନା ଆରି ହେ ବିସ୍ରେ ଇନେର୍ ଇଟ୍କାଡ଼୍ କିଉରା; ଆରେ, ଦାର୍ମିଲଗୁ ଅୟାନାରା, ଦାର୍ମିର୍ ଜେ ୱାନି ଉପ୍କାର୍ ଅୟା ଆନାରା, ଇଦାଂ ଇନେର୍ ଆଲ୍ଚାନା କିଉରା । 2 ହେୱାନ୍ ସୁସ୍ତାତାଂ ହଣାନ୍; ହୁଦାର୍ଚାଲାନାକାର୍ ଜାଣ୍କେ ଜାର୍ ଜାର୍ ଟାଟିତ ଜମ୍ନାର୍ । 3 ଏ ଚୁଟ୍କିଆର୍ ମାଜ଼ିର୍, ପାଦ୍ରାର୍ ଆରି ଦାରି ଲାତ୍ରା, ଏପେଙ୍ଗ୍ ଲାଗେ ୱାଡ । 4 ଏପେଙ୍ଗ୍ ଇନେରିଂ ଇଣ୍ କିନାଦେରା ? ଏପେଙ୍ଗ୍ ଇନେର୍ନିପ ୱେଇ ଜେସି ୱେନ୍ଦୁଲ୍ ହପ୍ନାଦେରା ? ଏପେଙ୍ଗ୍ କି ଅଦାର୍ମିନି ମାଜ଼ି ଆରି ସତ୍ହିଲ୍ୱି ଲାତ୍ରା ଆକାୟ୍ ? 5 ଏପେଙ୍ଗ୍ ଆଲନ୍ ମାର୍କୁ ବିତ୍ରେ, ୱିଜ଼ୁ ପାଲମ୍ବାର୍ତି ମାର୍ ତାରେନ୍ ମେହାତିଲାକେ ନାଣିତ ଜାର୍ତିଂ କି କେଦି କିଉଦେରା; ଏପେଙ୍ଗ୍ ବାର୍ବିନ୍ ଏସ୍କୁପ୍ଲିତ, ହେଚ୍ରାକାଲ୍ନି ପାଗ୍ରା ତାରେନ୍ ହିମ୍ଣାକାଂ କି ଅହ୍ୱାତାଦେର୍ଣ୍ଣା ? 6 ମାଡ଼଼ିନି ମିଣ୍ମିଣା କାଲ୍କୁସବୁ ବିତ୍ରେ ମି ବାଗ୍, ହେୱାଙ୍ଗ୍ ସବୁ ମି ଆଦିକାର୍; ଆରେ, ହେୱାଙ୍ଗ୍ ଉଦେସ୍ତ ଏପେଙ୍ଗ୍ ଉଣାକା ପୁଜା କିତାର୍ଣ୍ଣା, ପୁଜା ହିତାଦେର୍ଣ୍ଣା । ଇ ୱିଜ଼ୁ କାଜିଂ ଆପ୍ କି ସୁସ୍ତା ଆନାପ୍ ? 7 ଉଚା ଆରି ଉନ୍ନତି ମାଡ଼ି ଜପି ଏପେଙ୍ଗ୍ ଜାର୍ ଟାଟି ପାସ୍ତାଦେର୍ଣ୍ଣା; ହେ ବାହାତିଂ ପା ଏପ୍ ପୁଜା କିଦେଂ କାଜିଂ ହାନାଦେରା । 8 ଆରେ, କାପାଟ୍ ଆରି ମି କାପାଟ୍ ୱେଜ଼୍ଗୁ ପାଚେ ଏପେଙ୍ଗ୍ ମି ଏତ୍କିନି ମୁଣ୍ଡା ରଚ୍ଚାଦେର୍ଣ୍ଣା; ଇନେକିଦେଂକି ଏପେଙ୍ଗ୍ ମାଙ୍ଗ୍ ପିସ୍ତି ବିନ୍ନିକାର୍ କାଜିଂ ଜାର୍ତିଂ ଉସ୍ପାୱା କିଜ଼ି ଜପି ହାଚାଦେର୍ଣ୍ଣା; ଏପ୍ ଜାର୍ ଟାଟି ବାଡାୟ୍କିଜ଼ି ହେୱାର୍ ଲାହାଂ ନିୟମ୍ କିତାଦେର୍ଣ୍ଣା; ଏପ୍ ଇମେତାକେ ହେୱାର୍ତି ଟାଟି ହୁଡ଼୍ତାଦେର୍, ହେଦାଂ ମାନ୍ କିତାଦେର୍ଣ୍ଣା । 9 ଆରେ, ଏପ୍ ଚିକାଣ୍ ଅଜ଼ି ରାଜା ଲାଗାଂ ହାଚାଦେର୍ଣ୍ଣା ଆରି ଜାର୍ ବାସ୍ନା ଜିନିସ୍ ବାଡାୟ୍ କିତାଦେର୍ଣ୍ଣା, ଆରେ ଏପ୍ ଦେହା ଦେସ୍ତ ଜାର୍ ଦୁତ୍କୁ ପକ୍ତାଦେର୍ଣ୍ଣା ଆରି ପାତାଲ୍ ପାତେକ୍ ଜାର୍ତିଂ ତାରେନ୍ ଅପ୍ମାନ୍ କିତାଦେର୍ଣ୍ଣା । 10 ଏପ୍ ଜାର୍ ହାଜ଼ିନି ଲାମା କାଜିଂ ୱାସ୍ତିମାଚାଦେର୍, ଆତିସ୍ପା ଆରେ ବାର୍ସି ଆକାୟ୍ ଇଞ୍ଜି ଇଞ୍ଜ୍ୱାତାଦେର୍; ମି ବପୁ ଚାତୁର୍ ଆତାସ୍ ଇଞ୍ଜି ଅହ୍ୟା ଆତାସ୍, ଇଦାଂ କାଜିଂ ଏପ୍ ୱାହ୍ୱାତାଦେର୍ । 11 ଆରେ, ଇନେର୍ କାଜିଂ ଏପ୍ ଏଲେଙ୍ଗ୍ ପାଣ୍ଡ୍ରାଆନାକା କସ୍ଟ ଆରି ପାଣ୍ଡ୍ରାତାଦେର୍ଣ୍ଣା ଜେ, ଏପ୍ ମିଚ୍ ଇନାଦେରା ଆରି ମାଂ ଏତ୍ କିଦ୍ୱାତାଦେର୍, ନଲେ ଜାର୍ ମାନ୍ ହେବେ ହିୱାତାଦେର୍ଣ୍ଣା ? ଆପ୍ କି ଲାମାକାଡ଼୍ ଚିମ୍ରା ମାନ୍ୱାତାପ୍ନା, ଲାଗିଂ ଏପ୍ କି ମାଂ ପାଣ୍ଡ୍ରା ଆଦୁଦେରା ? 12 ଆପ୍ ମି ଦାର୍ମି ହପ୍ନାପ୍; ଆରେ, ମି କାମାୟ୍ ସବୁ ମି ଉପ୍କାର୍ ଆଉତ୍ । 13 ଏପ୍ ଇମ୍ଣାକାରିଂ ରୁଣ୍ଡାୟ୍ କିତାଦେର୍ଣ୍ଣା, ଏପ୍ ଆଡ଼୍ବିନି ୱାଡ଼ାଲିଂ ହେୱାରିଂ ଉଦାର୍ କିୟାଟ୍; ମତର୍ ଡ଼ୁଇ ହେୱାରିଂ ଉପ୍ଚି ଅନାତ୍, ର ନେଞ୍ଜ୍ନାକା ହେ ୱିଜ଼ାରିଂ ଉପ୍ଚି ଅନାତ୍; ମାତର୍ ଇମ୍ଣି ମାନାୟ୍ ମାଙ୍ଗ୍ ଏତୁ କିଦ୍ନାର୍, ହେୱାନ୍ ଦେସ୍ ଆଦିକାର୍ କିନାନ୍ ଆରି ମା ପୁଇପୁୟା ମାଡ଼ିନି ଆଦିକାରି ଆନାନ୍ ।
14 ଆରେ, ହେୱାନ୍ ଇନାନ୍, "ଏପେଙ୍ଗ୍ ଉଚା କିୟାଟ୍, ଉଚା କିୟାଟ୍, ହାଜ଼ି ରଚାଟ୍, ମା ଲକୁରିଂ ହାଜ଼ିତାଂ ବାଦା ଦେହା କିୟାଟ୍ ।" 15 "ଇନେକିଦେଂକି ଇନେନ୍ ୱିଜ଼୍ୱି କାଡ଼୍ନିକାନ୍, ଇନେର୍ ତର୍ ପୁଇପୁୟା, ହେୱାନ୍ ଉଚା ଆରି ଉନ୍ନତି ଆଣ୍ଡ୍ରେନ୍ ଇ କାତା ଇନାନ୍; ଆପ୍ ଜପି ଆରି ପୁଇପୁୟା ବାହାତ ବାହା କିନାସ୍, ପା ହୁଦାର୍ ମାନାୟାର୍ ଜିବୁନ୍ତିଂ ଜିପ୍ନାସ୍ ଆରି ଡ୍ରିଂତିମାନ୍ ମାନାୟାର୍ତି ୱାସ୍କିତିଂ ଜିପ୍ନି କାଜିଂ ଆପ୍ ଡ୍ରିଂତାକା ଆରି ହୁଦାର୍ମାନ୍ ମାନାୟାର୍ତି ଲାହାଂ ବାହା କିନାସ୍ । 16 ଇନେକିଦେଂକି ଆପ୍ ନିତ୍ରେ ବିରଦ୍ କିଉସ୍, କିବା ତାଇନାତ୍ ରିସା ଆଉସ୍; କିତିସ୍, ଜିବୁନ୍ ଆରି ଆସେଙ୍ଗ୍ ରଚ୍ଚି ପାରାଣିଂ ସବୁ ମା ମୁମ୍ଦ ଦୁର୍ବଲ୍ ଆନିକ୍ । 17 ଆପ୍ ତାଙ୍ଗେଙ୍ଗ୍ ଲବି ଲାକେ ଅପ୍ରାଦ୍ କାଜିଂ ରିସାଜ଼ି ତାଙ୍ଗେଙ୍ଗ୍ ଗାଉ କିତାପ୍, ଆପ୍ ଜାର୍ ମୁମ୍ ଡ଼ୁକ୍ଚି ରିସା ଆତାପ୍, ହେବେ ହେୱାନ୍ ମାନିକିୱାଦାଂ ଜାର୍ ମାନ୍ନି ହାଜ଼ିତ ତାଙ୍ଗ୍ତାନ୍ ।" 18 ଆପ୍ ତା ହାନାକା ହୁଡ଼୍ତାପ୍ନା ଆରି ତାଙ୍ଗ୍ ଉଜ୍ କିନାସ୍; ପା ଆପ୍ ତାଙ୍ଗ୍ ହାଜ଼ି ଚଚ୍ନାସ୍, ଆରେ ତାଙ୍ଗେଙ୍ଗ୍ ଆରି ତା ଆଡ୍ବାନାକାରିଂ ମାନାୟାରିଂ ଆରେରଗ ଦୁକ୍ସାରାୟ୍ କିନାସ୍ । 19 ଆପ୍ ୱେଇନିଅଟି ପାଡ଼୍ ଉବ୍ଜାୟ୍ କିନାଙ୍ଗ୍; ନିତ୍ରେମାପ୍ରୁ ଇନାନ୍, ଦେହା ଆରି ଲାଗେନି ମାନାୟାର୍ କାଜିଂ ସୁସ୍ତା, ସୁସ୍ତା ଆଏତ୍ ଆରି ଆପ୍ ହେୱାରିଂ ଉଜ୍ କିନାସ୍ । 20 ମତର୍ ବାନ୍ୟାର୍ ଲଡ଼ିନି ହାମ୍ଦୁର୍ ଲାକେ, ଇନେକିଦେଂକି ତାଦି ତିର୍ ଆଦେଙ୍ଗ୍ ଆଡୁତ୍, ଆରେ ହେବେନି ଏଜୁଙ୍ଗ୍ତାଂ ବାଲି ଆରି ଲାଦି ନିଙ୍ଗ୍ନାତ୍ । 21 ମା ପର୍ମେସ୍ୱର୍ ଇନାନ୍, ବାନ୍ୟାର୍ତି ଇନାକାପା ସୁସ୍ତା ଆକାୟ୍ ।