1 ଆମସ୍ ମାଜ଼ି ଜିସାଇତି ଦର୍ସନ, ହେୱାନ୍ ଜିହୁଦା ରାଜାର୍ ଉସିୟ, ଜତମ୍, ଆହସ୍ ଆରି ହିଜିକିୟନି ରାଜ୍କିନି ସମୁତ ଜିହୁଦା ଆରି ଜିରୁସାଲମ୍ ବିସ୍ରେ ଇ ଦର୍ସନ୍ ପାୟାତାର୍ ।
2 ଏ ଆକାସ୍ମଣ୍ଡଲ୍, ୱେନାଟ୍, ଏ ପୁର୍ତି, ୱେନାଟ୍, ଇନେକିଦେଂକି ନିତ୍ରେମାପ୍ରୁ ଇଚାନ୍ନା; "ଆପ୍ ମାଜ଼ିରିଂ ପାତିପାଡ଼୍ ଆରି ପହାପାଲି କିନାପା, ମାତର୍ ହେୱାର୍ ମା ବିରୁଦ୍ କିନାରା । 3 କଡି ଜାର୍ ହାଉକର୍ତିଂ ପୁନାତ୍ ଆରି ଗଦ ଜାର୍ ହାଉକାର୍ତି ଆରି କୁଣ୍ଡ୍ତିଂ ପୁନାତ୍; ମତର୍ ଇସ୍ରାଏଲ୍ ପୁନୁତ୍, ମା ଲକୁ ବାବି କିଉର୍ ।" 4 ଏ ପାପି କୁଟୁମ୍, ଅ ଦାର୍ମିତ ପାପ୍ତମାନି ଲକୁ, ପାପ୍ୟାର୍ ଲାତ୍ରା, ବୁଡାୟ୍କିନି ମାଜ଼ିର୍ । ହେୱାର୍ ନିତ୍ରେମାପ୍ରୁଙ୍ଗ୍ ପିସ୍ତାର୍ଣ୍ଣା, ହେୱାର୍ ଇସ୍ରାଏଲ୍ନି ଦାରୁମ୍ତିଂ ମାନିକିୱାତାର୍ଣ୍ଣା, ହେୱାର୍ ମୁମ୍ମାରି କିଜ଼ି ଲେଉଟାଜ଼ି ହାଚାର୍ । 5 ଏପେଙ୍ଗ୍ ବେସି ବେସି ବିରୁଦ୍ କିନି କାଜିଂ ଇନେକିଦେଂ ଆରେ ଅହ୍ୟାୟା ଆନାଦେର୍ ? କାପ୍ଡ଼ା ଗାଅ ଆରି ସବୁ ୱାସ୍କି ନାଦାର୍ ଆତାନ୍ନା । 6 ପାନାନି ତାରେନ୍ତାଂ କାପ୍ଡ଼ା ପାତେକ୍ ମୁଡ୍କେ ଉଜ୍ ଆକାୟ୍; କେବଲ୍ ଗାଉ, ଚିନ୍ ଆରି କୁଲ୍ତି ଗାଉ; ହେସବୁ ନୁଜ଼଼ି କି ଗାଚ୍ୱାତାକା, ନଲେ ଚିକାଣ୍ ହୁକେ କୱାଣ୍ କିୟାୱାତାତ୍ନା । 7 ମି ଦେସ୍ ନାସ୍ବାହା; ମି ଗାଡ୍ସବୁ ନାଣିତ କାଡ୍ନାତ୍; ମିଦାଂ ବୁଇଁ ବିଦେସିୟାର୍ ମି ମେହାଣ୍ତ ଗୁହ୍ନାର୍ ହେଦାଂ ବିଦେସିୟାର୍ ହୁକେ ନସ୍ଟ ଆନି ଲାକେ ନାସ୍ବାହା ଆତାତ୍ନ୍ନା । 8 ଆରେ, ସିୟନ୍ନି ଗାଡ଼୍ଚେ ଅଙ୍ଗୁର୍ବାଡ଼୍ନି କୁଡ଼ିଆ, ଡ଼ିଲାବାଡ଼୍ନି ବାହା, ବନ୍ଦ୍କିତି ଗାଡ଼୍ ଲାକେ ଆତାତ୍ନ୍ନା । 9 ମେଲ୍ୟାର୍ତାଂ ଗାଜାକାନ୍ ନିତ୍ରେମାପ୍ରୁ ମା କାଜିଂ ବେସି କମ୍ ଲକୁ ବାକି ଇଟ୍ୱାଦାଂ ମାଚାର୍, ଆପେଙ୍ଗ୍ ସଦମ୍ନି ଲାକେ ଆତାପ୍ମା, ଆପେଙ୍ଗ୍ ହମରାନି ଲାକେ ଆତାପ୍ମା । 10 ଏ ସଦମନି ସାସନ୍କାରିୟାକାଦେର୍, ନିତ୍ରେମାପ୍ରୁତି ବଚନ୍ ୱେନାଟ୍, ଏ ହମରାନି ମାନାୟାର୍, ଏପେଙ୍ଗ୍ ମା ପରମେସ୍ୱର୍ତି ବିଦିତ କିତୁଲ୍ ହିଜ଼଼ି ୱେନାଟ୍ । 11 ନିତ୍ରେମାପ୍ରୁ ଇନାନ୍, "ଆପ୍ ଉଦେସ୍ତ ମି ବେସି ଜିବୁନ୍ହିନାକା ସବୁ ଇନାକା ?" "ଆପ୍ ମେଣ୍ଡାକାଂ କାଟ୍ ପୁଜା ଆରି ଦୁମା ସଣ୍ଡ୍କୁକାଂ କ୍ଡୱାତ ବାର୍ତି ଆତାପ୍ନା; ଆରେ, ବାଚା, ମେଣ୍ଡାହିମ୍ଣା କି ମେଣ୍ଡା କି ଅଡାହିମ୍ଣାକାଂ ନେତେର୍ତ ମା ସାରି ଆକାୟ୍ । 12 ଏପେଙ୍ଗ୍ ମା ମୁମ୍ଦ ଏକାୱାତି ୱାଡ଼ାଙ୍ଗ୍ ମା ହାକ୍ଡ଼ିତ ପାନା ତାରେନ୍ ରେତିକିଦେଂ ଇନେର୍ ମିଙ୍ଗ୍ତାଂ ମାନ୍ କିଦ୍ନାରା ? 13 ଅହାର୍ ଆକାତ୍ ଆରେ ତାଇୱାମାଟ୍; ଦୁପ୍ନିକତ୍ନାକା ମାଙ୍ଗ୍ ଗିଣ୍; ମି ଉୱାଁସ୍ ଆରି ଜମ୍ନିବାର୍, ସବାନି ସୁଣାୟ୍କିନାକା ଇ ଅଦର୍ମ ଆରି ଗାଜା ସବା ଆପ୍ ୱେଞ୍ଜେଙ୍ଗ୍ ଆଡୁପା । 14 ଆପ୍ ପାରାଣ୍ ମିଦାଂ ଉୱାଁସ୍ ଆରି ସମାନ୍ ପାର୍ବୁ ସବୁ ଗିଣ୍ କିନାପ୍; ହେସବୁ ମା କାଜିଂ କସ୍ଟନିକା; ଆପ୍ ଇ ସବୁ ଇଞ୍ଜେଙ୍ଗ୍ ୱାହ୍ନାପା । 15 ଆରେ, ଏପେଙ୍ଗ୍ ଜାର୍ତି କେଇ ଲାମାୟ୍ କିନି ୱେଡ଼ାଂ ଆପ୍ ମିଙ୍ଗ୍ତାଂ ଜାର୍ତି କାଣ୍କୁ ଡାବାୟ୍ କିନାକା; ଆରେ, ଏପେଙ୍ଗ୍ ବେସି ପାର୍ତାନା କିନି ୱେଡ଼ାଂ ଆପେଙ୍ଗ୍ ୱେନୁପ୍ । ମି କେଇ ନେତେର୍ତ ବାର୍ତି । 16 ଏପେଙ୍ଗ୍ ଜାର୍ତିଂ ନୁଜ୍ଆ ଆଡ, ଜାରିତିଂ ସକଟ୍ କିୟାଟ୍; ମା କାଣ୍କୁତାଂ ଜାର୍ତି କାମାୟ୍ନି ବାନ୍ୟା ଦେହା କିୟାଟ୍; ବାନ୍ୟାକାମାୟ୍ କିଦେଂ ବାନ୍ଦ୍ ଆଡୁ; 17 ହାର୍ କାମାୟ୍ କିଦେଂ ହିକାଆଡ; ନ୍ୟାୟ୍ ବିଚାର୍ ସେସ୍ଟା କିୟାଟ୍, ହିଲାକାରିଂ ଉପ୍କାର୍ କିୟାଟ୍, ଆୟା ଆବାହିଲ୍ୱାକାରିଂ ନିୟାୟ୍ ବିଚାର୍ କିୟାଟ୍, ରାଣ୍ଡିକାଂ ପାକ୍ୟାତ କାତାବାର୍ତା କିୟାଟ୍ ।" 18 ନିତ୍ରେମାପ୍ରୁ ଇନାନ୍, ୱାଡ, ଆସେଙ୍ଗ୍ ଉଲ୍ଟା ପାଲ୍ଟା ଇନାସ୍; ମିଦାଂ ପାପ୍ସବୁ ହେନ୍ଦର୍ବାନି ଲାକେ ଆତିସ୍ ପା ଲେକର୍ ଲାକେ ଡ଼ିଞ୍ଜ୍ନାକା ଆନାତ୍; ହେସବୁ ନେତେର୍ ବାନି ଗେରୁ ଆତିସ୍ପା ମେଣ୍ଡା ବୁରା ଲାକେ ଆନାତ୍ । 19 ଜଦି ଏପେଙ୍ଗ୍ ମାନିକିନାକାଦେର୍ ଆରି ବଲ୍ମାନିକିନାକାଦେର୍ ଆନାଦେର୍, ଲାଗିଂ ଦେସ୍ନି ହାର୍ଦି ପାଡ଼୍ ବଗି କିନାଦେର୍ । 20 ମତର୍ ଜଦି ଏପେଙ୍ଗ୍ ମାନିକିୱାକାଦେର୍ ଆରି ବିରୁଦ୍କିନାକାଦେର୍ ଆନାଦେର୍, ଲାଗିଂ କାଣ୍ଡା ଅହ୍ୟାନାଦେର୍; ଇନେକିଦେଂକି ନିତ୍ରେମାପ୍ରୁତି ୱେଇ ଇଦାଂ ଇନାତା ।
21 ପାର୍ତିନି ଗାଡ଼୍ ଇନେସ୍ ଦାରି ଆତାତ୍ନ୍ନା! ହେୱାନ୍ ନିୟାୟ୍ ବିଚାର୍ତ ବାର୍ତି କିତାନ୍ । ଦରମ୍ ହେଦାଂ ବିତ୍ରେ ବାହା କିତାତ୍, ମତର୍ ନଂ ଅହ୍ନାକାର୍ ମାନାର୍ । 22 ମି ରୁପା ପ୍ରାଲ୍ ଆତାତ୍ନା, ମି ଅଙ୍ଗୁର୍ରାସ୍ ଏଜ଼ୁଙ୍ଗ୍ ମେହାତାତ୍ନା । 23 ମି ଆଦିକାରିର୍ ବିରୁଦ୍ ଆରି ଚର୍କୁକାଂ ସାଙ୍ଗ୍; ୱିଜ଼ାର୍ ଲାଞ୍ଚ୍ ଆହା ୱାରିୟାନାର୍ ଆରି ବାନ୍ୟାକାମାୟ୍କିନାର୍ ପାଚେ ଗୁଚାନାର୍; ହେୱାର୍ ଆୟା ଆବାହିଲ୍ୱାକାର୍ ବିଚାର୍ କିଉର୍, ନଲେ ରାଣ୍ଡିତି ଗୱାରି ହେୱାର୍ ଲାଗାଂ ୱାଉତ୍ । 24 ଇଦାଂ କାଜିଂ ମାପ୍ରୁ, ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ, ଇସ୍ରାଏଲ୍ନି ବାଡ଼୍କାସ୍ କାଟାକାନ୍ ଇନାନ୍, ଆଃ, ଆପ୍ ଜାର୍ ବିନ୍ପାକ୍ୟାନିକାର୍ ବିସ୍ରେ ସୁକ୍ ପାୟାଦେଂ ଆରି ଆପ୍ ଜାର୍ ସାତ୍ରୁରିଂ ବାଦୁଲ୍ ଅନାଙ୍ଗ୍; 25 ଆରେ, ଆପ୍ ମି ନିପ ଜାର୍ କେଇ ଲାମାୟ୍ କିଜ଼ି ମିଦାଂ ପ୍ରାଲ୍ ପୁରା ଲାକେ ନିର୍ମଲ୍ କିଦ୍ନାପ୍ ଆରି ମିଦାଂ ରଗ୍ସବୁ ଉନ୍ଦି ଅନାପ୍; 26 ଆରେ, ଆପ୍ ଆଗେନି କାଡ଼୍ ଲାକେ ମି ବିଚାର୍ ହାଉକାର୍ତିଂ ଆରି ଆଗେନି ସମୁ ଲକେ ମି ମତ୍ରିରିଂ ଆରେ ରଚ୍ନାସ୍; ତାପାଚେ ଏପେଙ୍ଗ୍ ଦରମ୍ ଆରି ପାର୍ତି କିନି ଗାଡ଼୍ ଇଞ୍ଜି ଡାକ୍ପୁଟା ଆନାଦେର୍ । 27 ସିୟନ୍ ନିୟାୟ୍ ବିଚାର୍ ହୁକେ ଆରି ତା ମାସ୍ଦି ୱାନି ମାନାୟାର୍ ଦାର୍ମି ହୁକେ ମୁକ୍ଡ଼ା ଆନାର୍ । 28 ମତର୍ ବାନ୍ୟାୟାର୍ ଆରି ପାପ୍ୟାର୍ ରବେ ନାସ୍ ଆନାର୍ ଆରି ଇମ୍ଣାକାର୍ ନିତ୍ରେମାପ୍ରୁଙ୍ଗ୍ ପିହ୍ନାର୍, ହେୱାର୍ତି ହାକି ଆନାତ୍ । 29 ଇନେକିଦେଂକି ହେୱାର୍ ମି ବାଚାତି ଆଲନ୍ ମାର୍ ବିସ୍ରେ ଲାଜୁ ଆନାର୍, ଆରେ, ଏପେଙ୍ଗ୍ ଜାର୍ତି ବାଚିକିତି ବାଡ଼୍ନି ବିସ୍ରେ ମାନ୍ବାଙ୍ଗା ଆନାତ୍ । 30 ଇନେକିଦେଂକି ଏପେଙ୍ଗ୍ ୱାଚ୍ଚିଆକି ଆଲନ୍ ମାର୍ ଆରି ଏଜ଼଼ୁଙ୍ଗ୍ ବାଡ଼୍ ଲାକେ ଆନାଦେର୍ । 31 ଆରେ, ବପୁ ମାନାୟ୍ ୱାଚ୍ଚି ପିରି ଲାକେ ଆରି ତା କାମାୟ୍ ନାଣି ଲାକେ ଆନାତ୍; ହେ ରିଣ୍ଡି ରବେ ଆହ୍ନାତ୍ ଆରି ଇନେର୍ ପାଗୁର୍ ।