1 ଇମ୍ଣାକାର୍ ଅଦାର୍ମି ବିଦି ରଚ୍ନାର୍ ଆରି ଇମ୍ଣି ଲେକିକିନାକାର୍ ବାନ୍ୟାହାଜ଼଼ି କାତା ଲେକିକିନାର୍, ହେୱାର୍ ଦୁକ୍ନି ଲଗୁ! 2 ହେୱାର୍ ରାଣ୍ଡିକାଂ ଜାର୍ତି ଚରିକିତି ଜିନିସ୍ ଲାକେ କିନି କାଜିଂ, ଆବାହିଲ୍ୱାକାରିଂ ଜାର୍ତି କାଜିଂ କଟ୍ରା ଲାକେ କିଦେଂ, ହିଲ୍ୱାକାରିଂ ନିୟାୟ୍ ବିଚାର୍ତାଂ ମାହ୍ନାର୍ ଆରି ନା ଦୁକି ଲଗାଂ ଆଦିକାର୍ ଅନାର୍ । 3 ଲାଗିଂ ପାତିପାଡ଼୍ ହିନି ନାଜିଂ ଆରି ଦେହାତାଂ ୱାନି ନାସ୍ ସମୁତ ଏପେଙ୍ଗ୍ ଇନାକା କିନାଦେର୍ ? ଉପ୍କାର୍ କାଜିଂ ଏପେଙ୍ଗ୍ ଇନେର୍ ଲାଗାଂ ହାନାଦେର୍ ? ଆରି ମି ସାକ୍ତି ଇମେତାକେ ଇଟ୍ନାଦେର୍ ? 4 ହେୱାର୍ କେବଲ୍ ବନ୍ଦି ମାନାୟାର୍ତି ପାନା ତାରେନ୍ ଆନାର୍ ଆରି ହାତାକାର୍ ତାରେନ୍ ଡାଣ୍ଡାହାଣାମାଗ୍ନାର୍ । ଇ ସବୁ ଆତିସ୍ ନେ ହେୱାନ୍ତି ରିସା ଉଣା ଆଉତ୍, ମତର୍ ହେୱାନ୍ତି କେଇ ଆଗେ ଲାକେ ମେଙ୍ଗ୍ତାତ୍ନା ।
5 ହାଏ ଆସୁର୍, ହେୱାନ୍ ମା ରିସାଲାକେ ଦାଣ୍ଡ୍ ତା କେଇଦ ମା ରିସାବାର୍ତି ବେଡ୍ଗା ମାନାତ୍ । 6 ଆପ୍ ତାଙ୍ଗେଙ୍ଗ୍ ଚରିକିତି ଜିନିସ୍ ଆରି କଟ୍ରା ଅସି ହାନି କାଜିଂ ଆରି ମାନାୟାରିଂ ହାଜ଼ିନି ଚିକ୍ଲା ତଗ୍ଜି ୱିସ୍ତି ଲାକେ କିନି ଲାକେ ଦରମ୍ହିଲ୍ୱି କୁଟୁମ୍ ଆରି ରିସାନିକାର୍ ମାନାୟାର୍ତି ବିରୁଦ୍ତ ବଲ୍ ହିନାସ୍ । 7 ଆତିସ୍ପା ତା ୱିଜ଼ୁ ହେଲାକେ ଆକାୟ୍, କି ତା ୱାସ୍କି ହେଲାକେ ବାବି କିଉତ୍; ମତର୍ ନାସ୍ କିଦେଂ ଆରି ବେସି କୁଟୁମ୍ତିଂ ନସ୍ଟ କିଦେଂ ତା ୱାସ୍କିତ ମାନାତ୍ । 8 ଇନେକିଦେଂକି ହେୱାନ୍ ଇନାନ୍, ମା ମେଲ୍ୟା ଆଦିକାରିର୍ ୱିଜ଼ାର୍ କି ରାଜାର୍ ଆକାୟ୍ ? 9 କଲ୍ନ କି କର୍କମିସ୍ନି ଲାକେ ଆକାୟ୍ ? ହମାତ୍ କି ଅର୍ପଦର୍ ଲାକେ ଆକାୟ୍ ? ସମରିୟା କି ଦାମାସ୍କସ୍ ଲାକେ ଆକାୟ୍ ? 10 ଇମ୍ଣି ପୁତ୍ଡ଼ାଂ ରାଜି ସବୁନି କାର୍ତି ପୁତ୍ଡ଼ାଂସବୁ, ଜିରୁସାଲମ୍ନି ଆରି ସମରିୟାନି ପୁତ୍ଡ଼ାଂ ବାଟା ମୁଡ଼୍, ହେ ସବୁ ରାଜି ମା କେଇଦ ଆତାତ୍ନା; 11 ଆପ୍ ସମରିୟା ଆରି ତା ପୁତ୍ଡ଼ାଂ କାଜିଂ ଇନେସ୍ କିତାପ୍ନା, ଜିରୁସାଲମ୍ ଆରି ତା ପୁତ୍ଡ଼ାଂ କାଜିଂ ଇନାକା ହେଲାକେ କିଉସ୍ ? 12 ଇଦାଂ କାଜିଂ ଏଲେଙ୍ଗ୍ ଗିଟାନାତ୍ ଜେ, ମାପ୍ରୁ ସିୟନ୍ ମାଡ଼ିତ ଆରି ଜିରୁସାଲମ୍ତ ଜାର୍ତି ସବୁ କାମାୟ୍ କିତି ପାଚେ ଆପ୍ ଆସୁର୍ ରାଜାତି ଆକାର୍ନି ମାନ୍ବାର୍ତି ପାଡ଼୍ନି ଆରି ତା ଜପି ହୁଡ଼଼ୁଜି ଆଡାନିତ ଡାଣ୍ଡ୍ ହିନାସ୍ । 13 ଇନେକିଦେଂକି ହେୱାନ୍ ଇନାନା, ଆନ୍ ବୁଦିକାରିୟା ଆତିଲେ ଜାର୍ କେଇନି ବପୁ ଆରି ଜାର୍ ଗିୟାନ୍ ହୁକେ ଇଦାଂ କିତାନ୍ନା; ଆରେ, ଆନ୍ ବାରବାନି କୁଟୁମ୍ ହାନ୍ଦି ଦେହା କିତାଙ୍ଗ୍ନା ଆରି ହେୱାର୍ତି ଆର୍ଜାତି ଦାନ୍ ୱିସ୍ତାଂନା, ଆରେ ଆନ୍ ସାକ୍ତିକାଟି ମାନାୟ୍ ଲାକେ ଗାଦିତକୁଚ୍ଚି ମାନାୟାରିଂ ତାରେନ୍ ଜୁତ୍ତି ତାତାଂନା; 14 ଆରେ, ନା କେଇ ବାରବିନି କୁଟୁମ୍ନି ଦନ୍ ପଟି ଗୁଡା ଲାକେ ପାୟା ଆତାଂନା ଇନେର୍ ଇନେସ୍ ଗୁଡାତାଂ ରଣ୍ଡାଂ ରୁଣ୍ଡାୟ୍ କିଜ଼଼ି ମାନାତ୍, ଆରେ, କେଲ୍କୁ ଲେପ୍ତେଂ କି ଟଡି ଜେତେଙ୍ଗ୍ ନଲେ ଚିଙ୍ଗ୍ ଚିଙ୍ଗ୍ତ ସବଦ୍ କିଦେଂ ଇନେର୍ ହିଲାତାତ୍ । 15 କୁଡ଼େଲ୍ ଇନାକା ତାପାଚେ କାଣାକିନାକାନ୍ ବିରୁଦ୍ତ ଗରବ୍ କିନାନ୍ ? କରତ୍ ଇନାକା କର୍ତିୟାର୍ କୁଟୁମ୍ତ ଜାର୍ତିଂ ମୁଡ଼୍ କିନାନ୍ ? ଇମ୍ଣାକାର୍ ଦଣ୍ଡ୍ ନିକ୍ନାର୍, ଦଣ୍ଡ୍ ଇନାକା ହେୱାରିଂ ଲେପ୍ନାତ୍ ? ଇନେନ୍ ୱେଜ଼୍ଗୁ ଆକାୟ୍, ବେଡ୍ଗା ଇନାକା ହେଦେଲିଂ ନିକ୍ନାତ୍ ? 16 ଇଦାଂକାଜିଂ ନିତ୍ରେମାପ୍ରୁ ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ତା ଗାଜା ମାନାୟାର୍ ବିତ୍ରେ ରଗ୍ ପକ୍ନାନ୍ ଆରି ତା ସାକ୍ତିନି ତାରେନ୍ ନାଣି କାଡି କିଜ଼ି ଲାକେ କାଡିକିନାନ୍ । 17 ୱିଜ଼଼େତିଂସାକ୍ତିକାଟି ପୁଇପୁୟା ନିତ୍ରେମାପ୍ରୁ ନଂ ହେ ମାର୍କୁ ସବୁ ନସ୍ଟ କିନାନ୍ ହେଦାଂର ଦିନ୍ତ ନାଣି ଲାକେ ଆନାତ୍, ଆରେ ହେଦାଂ କାଡ଼୍ଜି ର ନାଜିଂ ତା ଲେକାଜାମୁ ଆରି ୱାଡ଼ି ମାର୍ସବୁ ୱିହ୍ନାତ୍ । 18 ହେୱାନ୍ତି ରାନ୍ ଆରି ଉସାସ୍ ବୁଇଁ ଗାଜା ଜାଜ୍ମାଲ୍ତିଂ ପୁରା ନାସ୍ କିୟାନାତ୍ ହେ ଲାକେ ଇନେସ୍ ରୱାନ୍ ରଗ୍ୟା ମତର୍ ପୁରା ନସ୍ଟ ଆଜ଼଼ି ହାନାନ୍, ହେଲାକେ ଆନାତ୍ । 19 ଆରେ, ତା ରାନ୍ନି ବାକି ମାର୍କୁ ଏଚେକ୍ ଅଲପ୍ ଆନିକ୍ ଜେ, ର କାଡ଼୍ଦେ ହେଦାଂ ଲେକିକିଦେଂ ଆଡ୍ନାନ୍ ।
20 ଆରେ, ହେ ନାଜିଂ ଏଲେଙ୍ଗ୍ ଗିଟାନାତ୍ ଜେ, ଇସ୍ରାଏଲ୍ନି ବାକି ଆରି ଜାକୁବ୍ ଲାତ୍ରାନି ରକ୍ୟାପାୟାତି ମାନାୟାର୍ ଜାର୍ତି ଅହ୍ନାକାନ୍ ଜପି ଆରେ ବାର୍ସି କିଉର୍; ମତର୍ ହେୱାର୍ ହାତ୍ପା ବାବ୍ରେ ଇସ୍ରାଏଲ୍ନି ଦାର୍ମି ଲାକେ ନିତ୍ରେମାପ୍ରୁତି ଜପି ବାର୍ସି କିନାର୍ । 21 ବାକି, ଇଚିସ୍, ଜାକୁବ୍ତି ବାକିଲଗୁ ପା ସାକ୍ତିକାଟି ପର୍ମେସ୍ୱର୍ ଲାଗାଂ ମାସ୍ଦି ୱାନାର୍ । 22 ଇନେକିଦେଂକି ଏପ୍ ଇସ୍ରାଏଲ୍ ଲକୁ ହାମ୍ଦୁର୍ନି ବାଲି ଲାକେ ଆତିସ୍ ପା ହେୱାର୍ତି କେବଲ୍ ବାକି ମାସ୍ଦି ୱାନାର୍; ଦାର୍ମିନିକାର୍ ପୁର୍ ଲାକେ ବୁଡାନାର୍ ଇଦାଂ ତିର୍ ଆତାତ୍ନା । 23 ଇନେକିଦେଂକି ମାପ୍ରୁ, ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ସବୁ ପୁର୍ତିତ ବୁଡାୟ୍କିନାକା, ତିର୍କିତି ବୁଡାୟ୍କିନାକା, ସିଦ୍ କିନାନ୍ ।
24 ଇଦାଂ କାଜିଂ ମାପ୍ରୁ, ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ଇନାନ୍, ଏ ସିୟନ୍ନିକାଦେର୍ ମା ମାନାୟାର୍, ଜଦି ଆସୁର୍ ମିସର୍ନି ରିତି ଇସାବ୍ରେ ମିଙ୍ଗ୍ ଦଣ୍ଡ୍ଗାୱ କିତିସ୍ ଆରି ଏନ୍ ପଲ୍ଟା ଜାର୍ ବେଡ୍ଗା ପେସ୍ନାନ୍, ଆତିସ୍ପା ତା ବିସ୍ରେ ପାଣ୍ଡ୍ରା ଆମାଟ୍ । 25 ଇନେକିଦେଂକି ବେସିଉଣା ଦିନ୍ ପାଚେ ରିସା ଆରି ହେୱାର୍ତି ବୁଡାନିତ ମାଦାଂ ରିସା ପୁରା ଆନାତ୍ । 26 ଆରେ, ଆନ୍ ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ, ଇନେସ୍ ଆନ୍ ଓରେବ୍ କାଲ୍ଦ ମିଦିୟନରିଂ ଅସ୍ତି ୱେଡ଼଼ାଲିଂ ଇନେସ୍ କିଜ଼ି ମାଚାର୍, ହେ ଲାକେ ତା ବିରୁଦ୍ତ ଜାର୍ କର୍ଡାତ ଟ୍ରାକ୍ନାଂ; ଇନେସ୍ ଆନ୍ ମିସର୍ୟରିଂ ଡାଣ୍ଡ୍ ହିଜ଼଼ି ମାଚାଙ୍ଗ୍ ହେଲାକେ ଅସୁରିୟରିଂ ଡାଣ୍ଡ୍ ହିଜ଼଼ି ମାଚାଙ୍ଗ୍ । 27 ଆରେ, ହେ ନାଜିଂ ତା ବଜ୍ ନି ନିପିତାଂ ଆରି ତା ଜୁୱାଣ୍ଡ୍ ନି ଗାଡେଲ୍ତାଂ ଦେହାକିୟାନାତ୍, ଆରେ, ଚିକାଣ୍କାସ୍ନି କାଜିଂ ଜୁୱାଣ୍ଡ୍ ନସ୍ଟ ଆନାତ୍ ।
28 ହେୱାନ୍ ଅୟାତ୍ତ ୱାତାନ୍ନା, ହେୱାନ୍ ମିଗ୍ରାଣ ପା ହିଜ଼ି ହାଚାନ୍ନା; ହେୱାନ୍ ମିକ୍ମସତ ଜାର୍ ଜିନିସ୍ ସବୁ ଇଟ୍ତାନ୍ନା; 29 ହେୱାର୍ ଗାଟ୍ ନାସି ହାଚାର୍ନା; ହେୱାର୍ ଗେବାତ ବାହା କିତାର୍ଣ୍ଣା; ରାମା କଂପା ଆନାତା; ସାଉଲ୍ତି ଗିବିୟା ହନ୍ଚି ହାଚାର୍ନା । 30 ଆଗ ଗଲ୍ଲିମନି ଏ ଲକୁ, ଏପ୍ ଜାର୍ କାଟ୍ତାଂ ଗାଜା କାଟ୍ କିୟାଟ୍, ଏ ଲୟିସ୍, ମାନ୍ଦିୟାନ୍ କିଜ଼଼ି ୱେନା, ଆଁ ଦୁକ୍ନିକାୟ୍ ଅନାତତ୍, 31 ମଦମେନା ପାଲାରି ଆତାନ୍ନା; ଗେବିମନିକାର୍ ହନ୍ନି କାଜିଂ ରବେ ରୁଣ୍ଡା ଆନାରା । 32 ହେଦେଲ୍ ହେ ନାଞ୍ଜିଙ୍ଗ୍ ନବତ ଟେବାତାନ୍; ହେୱାନ୍ ସିୟନ୍ ଗାଡ଼୍ଚେନି ମାଡ଼ି ଜିରୁସାଲମ୍ ରେଟିଂ କାଜିଂ କେଇ ଲେପ୍ନାନା । 33 ହୁଡ଼ାଟ୍, ମାପ୍ରୁ, ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ବଇଁକାର୍ ରୁପ୍ତାଂ କେନ୍ଦାସବୁ କାତ୍ନାନ୍; ଆରେ, ଉଚ୍ ରଚ୍ୟାତିସବୁ କାତ୍ୟାନାତ୍ ଆରି ଉନ୍ତିସବୁ ତାରେନ୍ କିୟାନାତ୍ । 34 ହେୱାନ୍ ଲୱା ଟାଙ୍ଗିଆ ହୁକେ ରାନ୍ତିନି ମେହାଆତି ବାହା ସବୁ କାତ୍ନାର୍, ଆରେ ର ଗାଜା ସାକ୍ତିକାଟାକାନ୍ ହୁକେ ଲିବାନନ୍ ଗୁର୍ନାଜି ହାନାତ୍ ।