1 ଏ ନିତ୍ରେମାପ୍ରୁ, ଏନେଙ୍ଗ୍ ନା ପର୍ମେସ୍ୱର୍; ଆନ୍ ନିଦାଂ ଜାଜ୍ମାଲ୍ କିନାଙ୍ଗ୍, ଆନ୍ ନି ତର୍ଦାଂ କେର୍ନାଂ; ଇନାକିଦେଂକି ଏନ୍ କାବାନିକାମାୟ୍, ଇଚିସ୍, ପ୍ଡାନି କାଡ଼୍ନି ଜଜନା ସବୁ ଦାର୍ମିତ ଆରି ହାତ୍ପାତ ସାଦନ୍ କିତାୟ୍ନା । 2 ଇନେସ୍କି ଏନ୍ ଗାଡ଼୍ଦିଂ କାଚ୍ରାଗାଦା, ଡାଣ୍ଡ୍କାତି ବେଡ଼ିକିତି ଗାଡ଼୍ଦିଂ କାତି କିତାୟ୍ନା; ବିନ୍ଦେସ୍ୟାର୍ ରାଜ୍ କିନାକାରିଂ ବୁଡାୟ୍ କିତାୟ୍ନା; ହେଦାଂ ଆରେ ଇନାୱାଡ଼ାଂ ପା ରଚ୍ୟା ଆଉତ୍ । 3 ଇଦାଂକାଜିଂ ବାଡ଼୍କାସ୍ ମାନାୟ୍ ନି ଜାଜ୍ମାଲ୍ କିଦ୍ନାର୍ ଆରି ବୟଙ୍କାର୍ କୁଟୁମ୍ନିକାରିଂ ଗାଡ଼୍ ନିଂ ପାଣ୍ଡ୍ରୁ ଆଦ୍ନାର୍ । 4 ଇନାକିଦେଂ ଅର୍କିତ୍ତି ଡାଟ୍ ଆହ୍ର, ଦୁକ୍ ସମୁ ୱେଡ଼଼ାଲିଂ ରାକ୍ୟାକାର୍ୟା, ଇନେକିଦେଂକି ଦୟାହିଲ୍ୱି ମାନାୟ୍ ନେଞ୍ଜ୍ନାକା ଆତି ଡାଟ୍ ମାନାୟାର୍ତି ନେଞ୍ଜେନାକା ବେସି ଡାଣ୍ଡ୍କାତି ଲାଗାଆନି ଦୁକାବାର୍ହା ଲାକେ ଡାଣ୍ତ୍କାତିତ ଲାଗାଆନି ୱେଡାଲିଂ ଡୁଇବାର୍ହା ଆହ୍ର ଟେବାୟ୍ କିନାକା ଆତାତ୍ନା । 5 ଇନେସ୍ ଏପ୍ ୱାଚ୍ଚି ଦେସ୍ନି କେଦ୍ନି ଲାକେ ଆତାଦେର୍ଣ୍ଣା, ଆରି ୱାଚ୍ଚି ଦେସ୍ ବୁଇଁନି କେଦ୍ନାକାୟ୍ ହେଲାକେ ଇଚୁକ୍ ଆନାତ୍ ହେ ଲାକେ ବାଡ଼୍କାସ୍ କେର୍କଣ୍ନି କାଟ୍ତ କେର୍କଣ୍ ବନ୍ଦ୍କିଆ ଆତାତ୍ନା ।
6 ଆରେ, ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ଇ ମାଡ଼ିତ ବାରବିନ୍ କୁଟୁମ୍ କାଜିଂ ହାର୍ଦି ହାର୍ଦି କାଦିନି ର ବଜି, ପ୍ଡାନି ଅଙ୍ଗୁର୍ ରାସ୍, କ୍ଡୱାବାର୍ତି ହାର୍ଦି କାଦି, ହାର୍ଦି ପ୍ଡାନି ଅଙ୍ଗୁର୍ରାସ୍ ର ବଜି ଜାଲ୍ଦି କିନାନ୍ । 7 ଆରେ, ସବୁ କୁଟୁମ୍ନି ଜପି ଇମ୍ଣିଅଡ଼୍ଣି ଆର୍ତାତ୍ନା ଆରି । 8 ହେୱାନ୍ ହାକିତିଂ ୱିସ୍ୱିକାଡ଼୍ କାଜିଂ ଚିଚାତ୍ନା ଆରି ନିତ୍ରେମାପ୍ରୁ, ୱିଜ଼଼ାର୍ ମୁମ୍ନି କାଣେଲ୍ ନେନ୍ଦ୍ନାନ୍ ଆରେ ସବୁ ନିପ୍ଣି ପୁର୍ତିତାଂ ଜାର୍ ମାନାୟ୍ର୍ତି ଗିଣ୍ ଦେହା କିନାର୍; ଇନାକିଦେଂକି ନିତ୍ରେମାପ୍ରୁ ଇ କାତା ଇନ୍ଚାନ୍ନା । 9 ଆରେ, ହେ ଦିନା ଇ କାତା ଇନ୍ୟାନାତ୍, "ହୁଡ଼ାଟ୍, ଇୱାନ୍ ମା ପର୍ମେସ୍ୱର୍; ଆସେଙ୍ଗ୍ ତାଙ୍ଗେଙ୍ଗ୍ କାନାପା ଆରି ହେୱାନ୍ ମାଙ୍ଗ୍ ଉଦାର୍ କିଦ୍ନାନ୍; ଇ ନିତ୍ରେମାପ୍ରୁ ଆନାନ୍; ଆପେଙ୍ଗ୍ ତାଙ୍ଗ୍ କାନାପା, ଆପେଙ୍ଗ୍ ତା କିତି ମୁକ୍ଡ଼ାୟ୍କିନାକାତ ୱାରି ସାର୍ଦା କିନାପ୍ ।"
10 ଇନାକିଦେଂକି ସିୟନ୍ ମାଡ଼ିତ ନିତ୍ରେମାପ୍ରୁତି କେଇ ମାନ୍ଗାନାତ୍, ଆରେ ଇନେସ୍କି ପିରି ଡ଼ାପିଗାଦିତ ଏଜ଼ୁକାଂ ପାନା ତାରେନ୍ ତୁହିୟାନାତ୍, ହେ ଲାକେ ମୟାବ ହେ ବାହାତ ତୁହିୟାନାତ୍ । 11 ଆରେ, କେଡ଼଼ାନି ଲଗୁ ଇନେସ୍କି କେଡ଼଼ାନି କାଜିଂ କେଇ ଲାମାୟ୍ କିନାନ୍, ହେ ଲାକେ ମୟାବ ଲକୁ ହେବେ ପା ତା କେଇ ଲାମାୟ୍ କିନାନ୍; ମାତର୍ କେଇ ହିୱାଦାଂ ହାତୁର୍ ହୁକେ ହେୱାନ୍ ଗରବ୍ କାଜିଂ ନିତ୍ରେମାପ୍ରୁ ନସ୍ଟ କିନାନ୍ । 12 ଆରେ, ହେୱାନ୍ ମି ପାନ୍ତି ଡାଣ୍ଡ୍କାତି ଦେହାନି କାତିତିଂ ରାଜ୍ କିଜ଼ି ତାରେନ୍ କିତାର୍ନା ଆରି ହେଦାଂ ଡ୍ରିକ୍ଚି ଦୁଡ଼ିତ ମେହାୟ୍ କିତାନ୍ନା ।