1 ମା କାବୁର୍ ଇନେର୍ ପାର୍ତି କିତାର୍ନା ? ଆରି ନିତ୍ରେମାପ୍ରୁତି କେଇ ଇନେର୍ ମାରା ଇନେର୍ ଲାଗାଂ ହପ୍ୟାଆନାତା ? 2 ଇନାକିଦେଂକି ହେୱାନ୍ ତା କାଣ୍ଗାତ ପାଡ଼ା ଲାକେ ଆରି ୱାଚ୍ଚି ବୁଇଁତାଂ ଉବ୍ଜାତି ମାର୍ ଲାକେ ଗାଜାତାର୍; ତା ମୁମ୍ କି ହଲ୍ନାକା ଆକାୟ୍; ଆରେ, ତାଙ୍ଗେଙ୍ଗ୍ ହୁଡ଼ାଟ୍, ଆସେଙ୍ଗ୍ ଜେ ୱାରି କିନାସ୍, ତାଦି ଇଲାକେ ହଲ୍ନାକା ହିଲୁତ୍ । 3 ହେୱାନ୍ ପୁଚାକାନ୍ ଆରି ମାନାୟାର୍ ପିସ୍ତିହିୱିତି; ଦୁକ୍ତ ଜାଣା ଲକ୍ ଆରେ ଦୁକ୍ତାକାଜାଣାଚିନା, ଆରି, ମାନାୟାର୍ ଇନେର୍ତାଂ ମୁମ୍ ଡାବାୟ୍ କିନାନ୍, ଇଲାକେ ଲକ୍ ଲାକେ ହେୱାନ୍ ବୁଦିହିଲ୍ୱାକାର୍ ଆତାର୍, ଆରେ ଆପେଙ୍ଗ୍ ହେୱାନିଂ ମାନ୍ୟ କିୱାତାସ୍ । 4 ନିଚୟ୍ ହେୱାନ୍ ମାଦାଂ କସ୍ଟସବୁ ଆସ୍ତାପ୍ନା ଆରି ମାଦାଂ ନନାକା ସବୁ ପିଣ୍ତାନ୍ନା ଆପେଙ୍ଗ୍ ତାଙ୍ଗେଙ୍ଗ୍ ନାଦାର୍ ଆରି ପର୍ମେସ୍ୱର୍ତି କାଜିଂ ମାଡ଼୍ ଆରି ଦୁକ୍ନିକାନ୍ ଇଞ୍ଜି ଇଚାପ୍ । 5 ମାତର୍ ହେୱାନ୍ ମା ଅଦାର୍ମି କାଜିଂ ଗାୱଦାୱ ଆତାନ୍ ଆରି ମା ଅପ୍ରାଦ୍ କାଜିଂ କୁଟ୍କୁଟା ଆତାର୍; ମା ସାନ୍ତିନିକାର୍ ସାସ୍ତି ତା ଜପି ଆର୍ତାତ୍ ଆରି ତା ମାଟ୍ତ ଆପେଙ୍ଗ୍ ଉଜ୍ ଆତାପ୍ । 6 ଆପେଙ୍ଗ୍ ୱିଜ଼଼ାପ୍ ମେଣ୍ଡାଂ ଲାକେ ବିନ୍ହାଜ଼଼ି ନିପ ହାଚାପ୍ନା; ଆପେଙ୍ଗ୍ ଜାଣ୍କେ ଜାର୍ ଜାର୍ ହାଜ଼଼ିନିପ ମାସ୍ତାପ୍ନା; ଆରେ, ନିତ୍ରେମାପ୍ରୁ ମା ୱିଜ଼଼ାର୍ତି ଅପ୍ରାଦ୍ ତା ଜପି ଡାଡ଼ାୟ୍ କିତାନ୍ନା । 7 ହେୱାନ୍ ବାନ୍ୟାହାଜ଼଼ି ପାୟାତାର୍, ଆତିସ୍ପା ହେୱାର୍ ଜାର୍ତିଂ ହୁଦାର୍ କିଜ଼ି ଜାର୍ ମୁମ୍ ଜେୱାତାନ୍; ଅହ୍ନି ବାହାତ ଅସିହାନି ମେଣ୍ଡାହିମ୍ଣା ଲାକେ, ମେଣ୍ଡାବୁରାଙ୍ଗ୍ ଆହିକିନାକାର୍ ମୁମ୍ଦ ଚିମ୍ରାଜ଼଼ି ମାନି ମେଣ୍ଡା ଲାକେ ଆଜ଼଼ି ହେୱାନ୍ ଜାର୍ ୱେଇ ଜେୱାତାନ୍ । 8 ହେୱାନ୍ ବାନ୍ୟାହାଜ଼଼ି ଆରି ବିଚାର୍ କାଜିଂ ଦେହା କିୟାତାନ୍; ଆରେ, ହେୱାନ୍ ଜେ ଜିତି ମାନାୟାର୍ ଦେସ୍ତାଂ ଚିନ୍କିୟାୱାତାନ୍, ଇଦାଂ ତା ସମୁନି ଲକୁନି ବିତ୍ରେ ଇନେର୍ ବାବିକିତାନ୍ ? ମା ମାନାୟାର୍ ପାପ୍ କାଜିଂ ହେୱାନ୍ ମାଟ୍କିୟାତାନ୍ । 9 ଆରେ, ହେୱାନ୍ ଇନାକାପା ବଲକ୍ତାର୍ କିୱିତିସ୍ ଆଁ ତା ମୁମ୍ଦ ଇନାକାପା ଚାଲାକି ହିଲ୍ୱିତିସ୍ ପା ଆଁ ମାନାୟାର୍ ବାନ୍ୟା ଲଗୁନି ଲାହାଂ ତା ଦୁଗେର୍ କିତାର୍ ଆରି ହାକିତ ହେୱାନ୍ ମାଜାନ୍ତି ହାଙ୍ଗ୍ ଆତାନ୍ । 10 ଆତିସ୍ପା ତା କୁଟ୍କୁଟା କିଦେଂ ନିତ୍ରେମାପ୍ରୁ ମାନ୍କିୱାତାନ୍; ହେୱାନ୍ ତାଙ୍ଗେଙ୍ଗ୍ ଦୁକ୍ କିତାର୍ନା; ଏପ୍ ତା ପାରାଣ୍ତିଂ ପାପ୍ତାକେ ପୁଜା କିତାଦେର୍, ହେୱାନ୍ ଜାର୍ ଲାତ୍ରା ହୁଡ଼୍ନାର୍, ହେୱାନ୍ କାଡ଼୍ କାଡ଼୍ ପାତେକ୍ ଆନାନ୍ ଆରି ତା କେଇଦ ନିତ୍ରେମାପ୍ରୁତି ଇଚା ପୁରା ଆନାତ୍ । 11 ହେୱାନ୍ ଜାର୍ ଜିବୁନ୍ନନି ପାଡ଼୍ ହୁଡ଼୍ଜି ସାରିଆନାନ୍; ମା ଦାର୍ମିନି ଆଡ଼ିଏନ୍ ଜାର୍ତି ଗିଆନ୍ କାଜିଂ ବେସିହେନିତିଂ ଦାର୍ମି କିନାନ୍ ଆରି ହେୱାନ୍ ହେୱାର୍ତି ଅପ୍ରାଦ୍ କିନାନ୍ । 12 ଇଦାଂକାଜିଂ ଆପ୍ ଗାଜାକାର୍ ବିତ୍ରେ ତାଙ୍ଗେଙ୍ଗ୍ ବାଗ୍ ହିନାସ୍ ଆରି ହେୱାର୍ ସାସ୍ନିକାର୍ ଲାହାଙ୍ଗ୍ ଚର୍କିଜ଼଼ି ଅନାନ୍; ଇନାକିଦେଂକି ହେୱାନ୍ ହାକି ମୁମ୍ଦ ଜାର୍ ଜିବୁନ୍ ୱାକ୍ତାନ୍; ଆରି ଅଦାର୍ମିହିଲ୍ୱାକାର୍ ଲାହାଙ୍ଗ୍ ଗାଣାକିୟାତାର୍; ଆତିସ୍ପା ହେୱାନ୍ ବେସିହେନିତି ପାପ୍ ବଜ୍ ପିଣ୍ତାର୍ ଆରି ଦରମ୍ହିଲ୍ୱାକାର୍ କାଜିଂ ପାର୍ତାନା କିତାନ୍ ।
Publicidade
Publicidade