1 ଇନେକିଦେଂକି ନିତ୍ରେମାପ୍ରୁ ଜାକୁବ୍ କାଜିଂ ଦୟା କିନାନ୍, ଆରେ, ଇସ୍ରାଏଲ୍ତିଂ ଆରେରଗ ବାଚି କିନାନ୍ ଆରି ହେୱାରିଂ ଦେସ୍ତ ଆରେରଗ ରଚ୍ନାନ୍, ହେବେ ବିଦେସ୍ନି ଲକୁ ହେୱାର୍ ଲାହାଂ ମେହାନାର୍, ହେୱାର୍ ଜାକୁବ୍ ଲାତ୍ରା କାଜିଂ ଜାଲ୍ୟାତାର୍ । 2 ଆରେ, ସବୁକୁଟୁମ୍ନି ମାନାୟାର୍ ହେୱାରିଂ ଅଜ଼ି ହେୱାରିଂ ଜାର୍ ବାହାତ ପକ୍ନାନ୍; ଆରେ, ଇସ୍ରାଏଲ୍ ଲାତ୍ରା ନିତ୍ରେମାପ୍ରୁତି ଦେସ୍ତ ହେୱାରିଂ ଆଡ଼ିଆ ଆଡ଼ିୟାଣିକ୍ ଲାକେ ଆଦିକାର୍ କିନାନ୍; ଆରେ, ହେୱାର୍ ଇମ୍ଣାକାର୍ତାଂ ବନ୍ଦି ଆଜ଼ି ମାଚାର୍, ହେୱାରିଂ ବନ୍ଦି କିଜ଼ି ଅନାର୍ ଆରି ହେୱାର୍ ଜାର୍ ଅତ୍ୟାଚାରିର୍ ଜପି ରାଜ୍ କିନାର୍ ।
3 ଆରେ, ଇମ୍ଣି ନାଜିଂ ନିତ୍ରେମାପ୍ରୁ ମିଙ୍ଗେଙ୍ଗ୍ ମି ଦୁକ୍ ଆରି କସ୍ଟତାଂ ଆରି ଇମ୍ଣି କସ୍ଟ ଆଡ଼ିଏନ୍ତାଂ ମିଙ୍ଗେଙ୍ଗ୍ ଆଡ଼ିୟା କାମାୟ୍ କିଦେଂ ଆତାତ୍, ହେବେତାଂ ଜମ୍ନାକା ହିନାନ୍, 4 ହେ ନାଜିଂ ଏପେଙ୍ଗ୍ ବାବିଲ୍ ରାଜା ବିରୁଦ୍ତ ହାର୍ଦିହିକ୍ୟା ଇ ଉତର୍ମୁଡ଼୍ କାତା ଇଞ୍ଜି ଇନାଦେର୍, ଇଚିସ୍, ଅତ୍ୟାଚାରିର୍ ଇନେସ୍ ୱିସ୍ତାତ୍ନା, ହନା ଗାଡ଼୍ ଇନେସ୍ ୱିସ୍ତାତ୍ନା । 5 ଇମ୍ଣାକାର୍ କପ୍ତାଂ ବାରବିନି କୁଟୁମ୍ ବିରୁତ୍ତ ଗାଉ କିତାର୍ ଆରି ବାରବିନି ଦେସ୍ନି ମାନାୟାରିଂ ରିସାତାଂ ସାସନ୍ କିଜ଼ି ପିହ୍ୱାଦାଂ ଲାକେ କସ୍ଟ କିତାର୍, 6 ନିତ୍ରେମାପ୍ରୁ ହେ ବାନ୍ୟାରିଂ ବେଡ୍ଗା ଆରି ସାସନ୍କାରିୟାରିଂ ରାଜା ବେଡ୍ଗା ଡ୍ରିକ୍ତାର୍ଣ୍ଣା । 7 ସବୁ ପୁର୍ତି ସାନ୍ତି ଆରି ସୁସ୍ତା ଆତାତ୍ନା; ହେୱାର୍ ୱାରିତାଂ କେର୍ନାରା । 8 ଆଁ, ଦେବଦାରୁ ଆରି ଲିବାନନ୍ନି ଏରସ୍ ମାର୍ସବୁ ମି ବିସ୍ରେ ୱାରି କିଜ଼ି ଇନିକ୍, ଏପେଙ୍ଗ୍ ଦୁଡ଼ିମେହାତି ତାକେଣ୍ତାଂ ଇମ୍ଣି ରାସ୍ନାକାନ୍ ମା ବିରୁତ୍ତ ୱାଉର୍ । 9 ଏନ୍ ୱାନି ସମୁତ ମି ଲାହାଂ ମେହାନି କାଜିଂ ତାରେନ୍ ପାତାଲ୍ତ ତର୍ହର୍ଆନାତ୍; ହେଦାଂ ମି କାଜିଂ ହାତାକାରିଂ, ପୁର୍ତିନି ମୁଡ଼୍ଦାକାରିଂ ନେ ହିନାତ୍; ହେଦାଂ କୁଟୁମ୍ରିଂସବୁ ରାଜାରିଂ ହେୱାର୍ତି ଗାଦିତାଂ ନିକ୍ତାନା । 10 ହେୱାର୍ ୱିଜ଼ାର୍ ଉତର୍ହିଜ଼଼ି ମିଙ୍ଗେଙ୍ଗ୍ ଇଞ୍ଜ୍ନାର୍, ଏପେଙ୍ଗ୍ ପା ଇନାକା ମା ଲାହାଙ୍ଗ୍ ସମାନ୍ ଆତାଦେର୍ ? 11 ମି ହଲ୍ନାକା ଆରି ମି ନେବଲ ବାଜାନି କାଟ୍ ପାତାଲ୍ ପାତେକ୍ ଜୁତାତ୍ନା; ପ୍ଡିକୁ ମି ପାସ୍ତି ତାରେନ୍ ଆରେ କେଚ୍ୱା ଡାବାତିକ୍ନା । 12 ଏ ଲୁସିପର୍, ଅଜଡ଼୍ ତାରାନି ମାଜ଼ି, ଏନେଙ୍ଗ୍ ଇନେସ୍ ସାର୍ଗେତାଂ ଆର୍ତାୟ୍ନା; କୁଟୁମ୍ଇରିଂ ଏନେଙ୍ଗ୍ ଜେ ହାଇ କିଜ଼ି ମାଚାୟ୍, ଏନେଙ୍ଗ୍ ଇନେସ୍ ବୁଇଁତ ତୁହ୍ୟା ଆତାୟ୍ । 13 ଆରେ, ଏନେଙ୍ଗ୍ ମାନେ ମାନେ ଇଞ୍ଜି ମାଚାୟ୍, ଆପେଙ୍ଗ୍ ସାର୍ଗେତ ଦୁମ୍ନାପ୍, ଆପେଙ୍ଗ୍ ପର୍ମେସ୍ୱର୍ତି ହୁକାଂ ଜପି ଜାର୍ ଗାଦି ରଚ୍ନାସ୍; ଆସେଙ୍ଗ୍ ତାରେନ୍ ଦିଗ୍ନି ବାଲିବାଟାମାନି ପୁଇପୁୟା ହାନିୱାନି ମାଡ଼ିତ ରବେ ଆନାପ୍; 14 ଆପେଙ୍ଗ୍ ବାଦାଡ଼୍ନି ଜପ୍ଣିବାହାତ ଜପି ଦୁମ୍ନାସ୍; ଆସେଙ୍ଗ୍ ୱିଜ଼ାର୍ତାଂ ସାକ୍ତି ଲାକେ ଆନାସ୍ । 15 ମତର୍ ଏପେଙ୍ଗ୍ ପାତାଲ୍ତ, କ୍ଡଇନି ଟିପ୍ ହାନ୍ଦିତ ତୁହିୟାନାୟ୍ । 16 ଇମ୍ଣାକାର୍ ମିଙ୍ଗ୍ ହୁଡ଼୍ଦାନାର୍, ହେୱାର୍ ହାର୍କିଜ଼଼ି ଲାକେ ଇଟ୍କାଡ଼୍ କିଜ଼ି ମି ବିସ୍ରେ ବେଣ୍ କିଜ଼ି ଇଞ୍ଜ୍ନାର୍, ଇନେନ୍ ପୁର୍ତିତିଂ କଂପାୟ୍ କିନାନ୍, ଇନେନ୍ ରାଜିତିଂ ତର୍ହର୍ କିତାନ୍; 17 ଇନେନ୍ ଜଗତ୍ତିଂ ବାଲିବାଟା ଲାକେ କିନାନ୍ ଆରି ହେବେନି ଗାଡ଼୍କୁସବୁ ବୁଡ଼଼ାୟ୍କିତାନ୍; ଇନେନ୍ ଜାର୍ ବନ୍ଦିନିକାରିଂ ହେୱାର୍ ଇଞ୍ଜ ହାଞ୍ଜେଙ୍ଗ୍ ପିହ୍ୱାତାନ୍, ହେୱାନ୍ କି ଇ ମାନାୟ୍ ? 18 କୁଟୁମ୍ କାରିଂ ରାଜାର୍, ହେୱାର୍ତି ୱିଜ଼ାର୍, ଗାଜା ଜାଜ୍ମାଲ୍ତ ଜାର୍ ଜାର୍ ଇଞ୍ଜ ହୁଞ୍ଜ୍ନାରା । 19 ମାତର୍ ଏପେଙ୍ଗ୍ ଗିଣ୍ନି କେନ୍ଦା ଲାକେ ଆତାଦେର୍ଣ୍ଣା, କାଣ୍ଡାତହାନାକା ଆରି ଗରବ୍ନି ଅହାର୍ ବିତ୍ରେ ତୁଇତି ହାତି ମାନାୟ୍ ହୁକେ ଡାବାୟ୍କିୟା ଆଜ଼ି, ଜାର୍ ଦୁଗେର୍ତାଂ ଦେହା ମୁଚ୍ୟାତାୟ୍ନା; ଏନେଙ୍ଗ୍ ପାନାତ ତଗ୍ୟାତି ମାଡ଼ା ଲାକେ ଆତାୟ୍ନା । 20 ଏନେଙ୍ଗ୍ ହେୱାର୍ ଲାହାଂ ଦୁଗେର୍ କିୟା ଆଉୟ୍, ଇନେକିଦେଂକି ଏପ୍ ଜାର୍ ଦେସ୍ ଡ୍ରିକ୍ତାୟ୍ନା, ଏନେଙ୍ଗ୍ ଜାର୍ ମାନାୟାରିଂ ଅସ୍ତାୟ୍ନା, ବାନ୍ୟାକାମାୟ୍କିନାକାରିଂ ଲାତ୍ରାନି ତର୍ ଇନାୱେଡ଼଼ାଂ ପା ୱେନ୍ୟା ଆଉତ୍ । 21 ତା ମାଜ଼ିର୍ ନିଙ୍ଗ୍ଜି ଇନେସ୍ ପୁର୍ତି ଆଦିକାର୍ କିଉର୍ ଆରି ଜଗତ୍ତିଂ ଗାଡ଼୍ତ ବାର୍ତି କିଉର୍, ଇଦାଂ କାଜିଂ ଏପେଙ୍ଗ୍ ହେୱାର୍ତି ଆକର୍ଦାଦିର୍ତି ପାପ୍ କାଜିଂ ହେୱାର୍ କାଜିଂ ଟୁଣିବାହା ରଚାଟ୍ ।
22 ଆରେ, ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ଇନାନ୍, "ଆସେଙ୍ଗ୍ ହେୱାର୍ ବିରୁଦ୍ତ ନିଙ୍ଗ୍ନାସ୍," ନିତ୍ରେମାପ୍ରୁ ଇନାନ୍, "ଆସେଙ୍ଗ୍ ବାବିଲ୍ତାଂ ତର୍ ଆରି ବାକି ମାଜ଼ି ଆରି ନାତି, ଅସ୍ସି ତୁହିନାସ୍," 23 ଆରେ, ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ଇନାନ୍, "ଆପ୍ ହେ ଗାଡ଼୍ତିଂ ହଇ ହୁଣା ଆଦିକାର୍ ଆରି ଏଜ଼ୁଙ୍ଗ୍ କିନାସ୍ ଆରି ଆପ୍ ବୁଡାୟ୍କିନି ୱେଡ଼଼ାଙ୍ଗ୍ ହିପସ୍ ହୁକେ ତାଙ୍ଗ୍ ହିପ୍ନାସ୍ ।"
24 ମେଲ୍ୟାର୍ଆଦିକାରି ନିତ୍ରେମାପ୍ରୁ ପାର୍ମାଣ୍ କିଜ଼ି ଇଚାନ୍ନା, "ଆସେଙ୍ଗ୍ ଇନାକା ବାବିକିତାସ୍ନା, ହାତ୍ପା ହେଦାଂ ଗିଟାନାତ୍ ଆରି ଆସେଙ୍ଗ୍ ଇନେସ୍ ଗାଣ୍ଜୁ କିନାସା, ହେଲାକେ ତିର୍ ଆନାତ୍; 25 ଆପ୍ ଜାର୍ ଦେସ୍ତ ଅସୁରିୟତିଂ ଡ୍ରିକ୍ନାସ୍ ଆରି ଜାର୍ ମାଡ଼ି ଜପି ତାଙ୍ଗ୍ ପାନା ତାରେନ୍ ୱିହ୍ନାସ୍; ଲାଗିଂ ମାନାୟାର୍ତାଂ ତା ଜୁୱାଣ୍ଡ୍ ଆରି ହେୱାର୍ତି ନିପିତାଂ ତା ବଜ୍ ଦେହା ଆନାତ୍ ।" 26 ସବୁ ପୁର୍ତି ବିସ୍ରେ ଇ ଗାଣ୍ଜୁ ତିର୍ ଆତାତ୍ନା ଆରି ଇ କେଇ ସବୁ କୁଟୁମ୍ ଜପି ଲେମ୍ତାତ୍ନା । 27 ଇନେକିଦେଂକି ମେଲ୍ୟାର୍ଆଦିକାରିର୍ ନିତ୍ରେମାପ୍ରୁ ଗାଣ୍ଜୁ କିତାନ୍ନା, ଆରେ ହେଦାଂ ଇନେର୍ ବିନେ କିନାନ୍ ? ଆରି ତା କେଇ ଲାମା ଆତାତ୍ନା, ଆରେ ଇନେର୍ ହେଦାଂ ଲେଉଟାୟ୍ କିନାର୍ ?
28 ଇମ୍ଣି ବାର୍ହୁ ଆହସ୍ ରାଜାତି ହାକି ଆତାତ୍, ହେ ବାର୍ହୁନି ଇ ବେଣ୍ବାକ୍ଣାୟ୍କିନାକା । 29 ଏ ପାଲେସ୍ଟିୟ, ଇମ୍ଣି ଦାଣ୍ଡ୍ ମିଙ୍ଗେଙ୍ଗ୍ ଅସ୍ତାତାତ୍, ହେଦାଂ ଡ୍ରିଙ୍ଗ୍ତାତ୍ନା ଇଞ୍ଜି ଏପେଙ୍ଗ୍ ୱିଜ଼ାଦେର୍ ୱାରି କିମାଟ୍; ଇନେକିଦେଂକି ରାଚ୍ନି ଦଲ୍ତାଂ କାଲାଟ୍ରାଚ୍ ଉବ୍ଜା ଆନାତ୍ ଆରି ଇଦାଂତି ପାଡ଼ ରଞ୍ଜାଙ୍ଗ୍ ବିସ୍ନିକା ଆରି ନାଣିବାର୍ତି ଉମ୍ନି ରାଚ୍ ଆନାତ୍ । 30 ଆରେ, ହିଲାକାର୍ତି ପର୍ତୁମ୍ ଉବ୍ଜାତି ମାଜ଼ି ତିନାନ୍ ଆରି ହିଲାକାର୍ ପାଣ୍ଡ୍ରାୱାଦାଂ ହୁଞ୍ଜ୍ନାର୍; ଆରେ, ଆପ୍ କାତାର୍ ହୁକେ ମି ପଲେସ୍ଟିୟ ମାନାୟାର୍ ମୁଡ଼୍ ନସ୍ଟ କିଦ୍ନାପ୍ ଆରି ମି ବାକିମାନାକାର୍ ଅହ୍ୟାନାର୍ । 31 ଏ ଗାଡ଼୍ ଦୁୱେର୍, ଚେରା ଆଡ; ଏ ଗାଡ଼୍, ଆଡ଼୍ବାଟ୍; ଏ ପାଲେସ୍ଟିୟ, ମି ସବୁ ରୁକ୍ତାତ୍ନା; ଇନେକିଦେଂକି ଦିଗ ଦିଗ୍ତାଂ କଦା ୱାନାତା ଆରି ଇନେର୍ ଜାର୍ ସମାନ୍ ସମୁତ ଦେହା ନିଲ୍ମେର୍ । 32 ଆରେ, ଇ କୁଟୁମ୍ନି କାବୁର୍ କାର୍ୟା ଇନା ଉତର୍ ହିୟାନାତ୍ ? ଇଦାଂ ଜେ, ନିତ୍ରେମାପ୍ରୁ ସିୟନ୍ନି କୁନାଦି ରଚ୍ଚାନ୍ନା ଆରି ତା ବିତ୍ରେ ତା ଦୁକ୍ନିକାର୍ ମାନାୟାର୍ ଆହ୍ର ଆନାର୍ ।