1 ମାପ୍ରୁ ନିତ୍ରେମାପ୍ରୁତି ଜିବୁନ୍ ନା ତାକେ ଜୁତିଲେ; ଇନେକିଦେଂକି ଅର୍କିତ୍ ମାନାୟାର୍ ଲାଗାଂ ନେକ୍ରିକାବୁର୍ ସୁଣାୟ୍ କିନି କାଜିଂ ନିତ୍ରେମାପ୍ରୁ ନାଙ୍ଗ୍ ଚିକାଣ୍ନେନ୍ଦାତାନ୍ନା; ହେୱାନ୍ ଡ୍ରିଂତିୱାସ୍କି ମାନାୟାର୍ତି ଜମି ଗାଚ୍ଚେଙ୍ଗ୍, ବନ୍ଦି ମାନାୟାର୍ତି କାଜିଂ ମୁକ୍ଡ଼ାନାକା ଆରି ବନ୍ଦିଦଣ୍ଡ୍ ମାନାୟାର୍ତି କାଜିଂ ବନ୍ଦିତାଂ ମୁକ୍ଡ଼ା ଆନାକା କାତା ସୁଣାୟ୍କିଦେଂ; 2 ନିତ୍ରେମାପ୍ରୁତି ଇଟ୍ୟାନି ବାର୍ହୁ ଆରି ମା ପର୍ମେସ୍ୱର୍ତି ପାଲ୍ଟା ଦିନ୍ ସୁଣାୟ୍କିଦେଂ; ଆଡ଼୍ବାନାକାର୍ ଦୁକ୍ତ ୱିଜ଼ାରିଂ ଦୁକ୍ସାରାୟ୍ କିଦେଂ; 3 ସିୟନ୍ନି ଆଡ଼୍ବାନାକା ମାନାୟାର୍ କାଜିଂ ବାଚି କିଦେଂ, ଇଚିସ୍, ନିସ୍ ପିସ୍ତି ଟପ୍ରି, ଦୁକ୍ ପିସ୍ତି ସୁକ୍ଲାଗ୍ଦି ଚିକାଣ୍, ବାକି ଜିବୁନ୍ନି ପିସ୍ତି ୱାରିନି ହେନ୍ଦ୍ରା ହିନି କାଜିଂ ହେୱାନ୍ ନାଙ୍ଗ୍ ପକ୍ତାତାନ୍ନା; ହେବେ ନିତ୍ରେମାପ୍ରୁ ଇନେସ୍ ଜାଜ୍ମାଲ୍ ଆନାନ୍, ଇଦାଂକାଜିଂ ହେୱାର୍ ଦାର୍ମିବାର୍ତି ମାର୍ ଆରି ତା ବାଡ଼୍ ଇଞ୍ଜି ଡାକ୍ପୁଟା ଆନାନ୍ । 4 ଆରେ, ହେୱାର୍ ପ୍ଡାନି ବୁଡାତି ବାହା ସବୁ ରଚ୍ନାର୍, ଆଗେ କାଡ଼୍ଦ ନସ୍ଟ ବାହା ସବୁ ନିକ୍ନାର୍, ଆରେ ହେୱାର୍ ବୁଡାତାକା ଆରି ହେନି ଆଣ୍ଡ୍ରାଂ ରିତିନିତି ନସ୍ଟ ଗାଡ଼୍ସବୁ ପୁନିକିଂ କିନାର୍ । 5 ଆରେ, ଜାଣାହିଲ୍ୱି ମାନାୟାର୍ ମିଦାଂ ମାନ୍ଦା ହାରାୟ୍କିନି କାଜିଂ ନିଲ୍ନାର୍ ଆରି ବିଦେସିନିକାର୍ ମିଦାଂ ତାସ୍ବାହାନି ଆରି ଅଙ୍ଗୁର୍ବାଡ଼୍ନି କାମ୍ଲିଆ ଆନାନ୍ । 6 ମତର୍ ଏପେଙ୍ଗ୍ ନିତ୍ରେମାପ୍ରୁତି ମାପ୍ରୁହେବାକିନାକାନ୍ ଇଞ୍ଜି ଡାକ୍ପୁଟା ଆନାଦେର୍; ମାନାୟାର୍ ମିଙ୍ଗେଙ୍ଗ୍ ମା ପର୍ମେସ୍ୱର୍ତି ଚାଲାୟ୍କିନାକାନ୍ ଇଞ୍ଜି କୁକ୍ତାନାର୍; ଏପେଙ୍ଗ୍ ବିନ୍ ବିଦେସିର୍ତି ଦାନ୍ ବଗ୍ କିନାଦେର୍ ଆରି ହେୱାର୍ତି ହଲ୍ନାକାତ ଏପେଙ୍ଗ୍ ଗରବ୍ କିନାଦେର୍ । 7 ଏପେଙ୍ଗ୍ ଲାଜ୍ ପିସ୍ତି ରି ଗୁଣ୍ ମାନି ପାୟାନାଦେର୍; ଆରେ, ଅପମାନ୍ନି ପିସ୍ତି ହେୱାର୍ ଜାର୍ ଜାର୍ ଆଦିକାର୍ତ ୱାରି କିନାର୍; ଇଦାଂ କାଜିଂ ହେୱାର୍ ଜାର୍ ଦେସ୍ତ ରି ଗୁଣ୍ ମାନି ପାୟାନାର୍; ହେୱାର୍ତି ୱିଜ଼୍ୱିକାଡ଼୍ ପାତେକ୍ ୱାରି ପାୟାଆନାର୍ । 8 ଇନେକିଦେଂକି ଆପ୍ ନିତ୍ରେମାପ୍ରୁ ନିୟାୟ୍ବିଚାର୍ ହାର୍ ହତ୍ନାତ୍, ଆପ୍ ଅଦାର୍ମିମେହା ଚରିକିନାକା ଗିଣ୍ କିନାପ୍; ଆରେ, ଆପ୍ ହାତ୍ପାନି ହେୱାରିଂ ପାତିପାଡ଼୍ ହିନାପ୍ ଆରି ହେୱାର୍ତି ଲାହାଂ ୱିଜ଼୍ୱିକାଡ଼୍ନି ର ନିୟମ୍ କିନାପ୍ । 9 ଆରେ, ହେୱାର୍ତି ଲାତ୍ରା ବିନ୍ ଦେସ୍ନିକାର୍ତି ବିତ୍ରେ ଆରି ହେୱାର୍ତି ମାଜ଼ିର୍ କୁଟୁମ୍ ବିତ୍ରେ ଡାକ୍ପୁଟା ଆନାର୍; ହେୱାର୍ ନିତ୍ରେମାପ୍ରୁତି ଆର୍ସିବାଦ୍ ପାୟାନାକା ଲାତ୍ରା ଇଞ୍ଜି ହେୱାରିଂ ହୁଡ଼୍ନି ମାନାୟାର୍ ୱିଜ଼ାର୍ ମାନିକିନାର୍ । 10 ଆନ୍ ନିତ୍ରେମାପ୍ରୁ ତାକେ ବେସି ୱାରି କିନାଙ୍ଗ୍; ନା ପାରାଣ୍ ନା ପର୍ମେସ୍ୱର୍ତାକେ ୱାରି ଆନାତ୍; ଇନେକିଦେଂକି ବିବାଦାଂଣେନ୍ ଇନେସ୍ ଉସ୍ପାନାକା ଜାର୍ତିଂ ଉସ୍ପାନାନ୍ କିନାନ୍ ଆରି ଗାଡ଼୍ ଇନେସ୍ ଜାର୍ ହନାତ ରଞ୍ଜ୍ନାତ୍ ଆରି ଜାର୍ତିଂ ତୁଜ୍ନାତ୍, ହେଲାକେ ହେୱାନ୍ ମୁକ୍ଡ଼ାନି ହେନ୍ଦ୍ରାତ ନାଙ୍ଗ୍ ଉସ୍ପିକିତାର୍ଣ୍ଣା ଆରି ଦାର୍ମିବାର୍ତି ରାଜାହେନ୍ଦ୍ରାତ ନାଙ୍ଗ୍ ଉସ୍ପି କିତ୍ତାର୍ଣ୍ଣା । 11 ଇନେକିଦେଂକି ବୁଇଁ ଇନେସ୍ ଜାର୍ ଗାଜା ଆଜ଼ି ହତ୍ନାତ୍ ଆରି ବାଡ଼୍ ଇନେସ୍ ଜାର୍ ବିତ୍ରେ ୱିତ୍ୟାନି ଜିନିସ୍ସବୁ ଗାଜାନାତ୍, ହେଲାକେ ମାପ୍ରୁ ନିତ୍ରେମାପ୍ରୁ ସବୁ ଦେସ୍ନିକାରିଂ ମେହାଜ଼ି ଦାର୍ମି ଆରି ସାର୍ଦା ବାଡା ଆନାତ୍ ।
Publicidade
Isaías 61
ମୁକ୍ଡ଼ାନି ହାର୍ ନେକ୍ରିକାବୁର୍
Veja também
Publicidade