1 ଏ ଏସ୍କୁପ୍ଲିଂ, ନା କାତା ୱେନାଟ୍; ଏ ଦେହାନି କୁଟୁମ୍ ୱିଜ଼଼ାଦେର୍, ମାନ୍ଦିୟାନ୍ କିୟାଟ୍; ଆନ୍ ଏସ୍ପିସ୍ତି ୱେଡ଼଼ାତାଂ ନିତ୍ରେମାପ୍ରୁ ନାଂ କୁକ୍ତାତାନ୍ନା; ଆନ୍ ଆୟାତି ପଟତାଂ ଜଲମ୍ ଆନି ସମୁତାଂ ହେୱାନ୍ ନା ତର୍ ଲେକିକିତାନ୍ନା; 2 ଆରେ, ହେୱାନ୍ ନା ୱେଇ ଦାରାକାଟି କାଣ୍ଡା ଲାକେ କିତାନ୍ନା, ଜାର୍ କେଇନି ହିତ୍ଡ଼ିତ ହେୱାନ୍ ନାଙ୍ଗ୍ ଡ଼ୁକ୍ତାତାନ୍ନା ଆରି ହେୱାନ୍ ନାଙ୍ଗ୍ ଟିଣ୍ତି ଆମ୍ ଲାକେ କିଜ଼଼ି ଜାର୍ ଦେର୍ନାଡ଼ାତ ପ୍ଡାକ୍ଚି ଇଡ଼୍ଦାତାନ୍ନା; 3 ଆରେ, ହେୱାନ୍ ନାଙ୍ଗ୍ ଇନ୍ଚାନ୍, "ଏନ୍ ନା ଆଡ଼ିଏନ୍; ଏନ୍ ଇସ୍ରାଏଲ୍, ନି କାଜିଂ ଆପ୍ ପାଣ୍ମାନାକା ଆନାସ୍ ।" 4 ମତର୍ ଆନ୍ ଇଚାଙ୍ଗ୍, ଆନ୍ ପଲ୍ୟା କସ୍ଟ କିତାଂନା, ଆନ୍ ଅରତ୍ହିଲ୍ୱାକାଂ ଆରି ଅହାର୍ତ ନା ସାକ୍ତି ନସ୍ଟ କିତାଙ୍ଗ୍ନା; ଆତିସ୍ପା ହାତେନେ ନା ବିଚାର୍ ନିତ୍ରେମାପ୍ରୁତି ଲାଗାଂ ଆରି ନା କାମାୟ୍ନି ପାଡ଼୍ ନା ପର୍ମେସ୍ୱର୍ ତାକେ ମାନାତ୍ । 5 ଆରେ, ନାଙ୍ଗ୍ ତା ଲାଗାଂ ହେବାକାରିୟା ଆନି କାଜିଂ ଆରି ଜାକୁବ୍ତି ତା ଲଗାଂ ତାହିୱାନି କାଜିଂ ଆରି ଇସ୍ରାଏଲ୍ ତା ତାକେ ମେହାଣ୍ ଆନି କାଜିଂ ଇନେନ୍ ନାଂ ଗରବ୍ତାଂ ରଚ୍ଚାତାନ୍, ହେ ନିତ୍ରେମାପ୍ରୁ ନଙ୍ଗ୍ ଇଞ୍ଜ୍ନାନ୍; ଇନାକିଦେଂକି ଆନ୍ ନିତ୍ରେମାପ୍ରୁତି କାଣ୍କୁତ ୱାରିନିକାନ୍ ଆନାନ୍ ଆରି ନା ପର୍ମେସ୍ୱର୍ ନା ବାଡ଼୍କାସ୍ ଲାକେ ଆତାନ୍ନା; 6 ଲାଗିଂ ହେୱାନ୍ ଇନାନ୍, "ଏପ୍ ଜେ ଜାକୁବ୍ତି କୁଟୁମ୍ତିଂ ନିକ୍ନି କାଜିଂ ଆରି ଇସ୍ରାଏଲ୍ତି ଇଟ୍ୟାତି ମାନାୟାରିଂ ଆରେରଗ ତାହିୱାନି କାଜିଂ ମା ହେବାକାରିୟା ଆନାନ୍, ଇଦାଂ ଏଚେକ୍ ହିରୁ ବିସ୍ରେ; ଏନ୍ ପୁର୍ତିନି ହାନ୍ଦି ପାତେକ୍ ଇନେସ୍କି ମା କିତି ମୁକ୍ଡ଼ାନାକା ଲାକେ ଆନାତ୍, ଇଦାଂକାଜିଂ ଆପ୍ ମିଙ୍ଗେଙ୍ଗ୍ ବିନ୍ ଦେସ୍ନିକାରିଂ ଅଜଡ଼୍ ଲାକେ ପା କିନାପ୍ ।" 7 ଇନେରିଂ ମାନାୟ୍ ମାନିକିଉର୍, ଇନେରିଂ ଦେସ୍ନିକାର୍ ଗିଣ୍ କିନାର୍, ଇନେନ୍ ସାସନ୍କାରିୟାନି ଆଡ଼ିଏନ୍, ତାଙ୍ଗେଙ୍ଗ୍ ଇସ୍ରାଏଲ୍ନି ମୁକ୍ଡ଼ାୟ୍କାରିୟା ଆରି ତା ଦାର୍ମିନି ନିତ୍ରେମାପ୍ରୁ ଇ କାତା ଇନାନ୍, "ପାର୍ତିନିକିଂ ଆରି ଇସ୍ରାଏଲ୍ନି ଦାର୍ମି ଲାକେ ଇମ୍ଣି ନିତ୍ରେମାପ୍ରୁ ମିଙ୍ଗେଙ୍ଗ୍ ବାଚି କିତାନ୍ନା, ହେୱାନ୍ତି କାଜିଂ ରାଜାର୍ ମିଙ୍ଗେଙ୍ଗ୍ ହୁଡ଼୍ଦିତିସ୍ ନିଙ୍ଗ୍ନାର୍; ଆଦିକାରିର୍ ମିଙ୍ଗେଙ୍ଗ୍ ଜୱାର୍ କିଦ୍ନାର୍ ।"
8 ନିତ୍ରେମାପ୍ରୁ ଇ କାତା ଇନାର୍, "ଆପ୍ ବିଚାର୍ ସମୁତ ମିଙ୍ଗେଙ୍ଗ୍ ଉତର୍ ହିଦ୍ନାପା ଆରି ମୁକ୍ଡ଼ାୟ୍କିଦ୍ନି ଦିନ୍ ଆପ୍ ମିଦାଂ ସାଇଜ କିତ୍ତାପ୍ନା; ଆରେ, ଆପ୍ ମିଙ୍ଗେଙ୍ଗ୍ ରାକ୍ୟା କିଦ୍ନାପ୍ ଆରି ଦେସ୍ନି ଉର୍ନିତି ସାରି କାଜିଂ, ମାନାୟାରିଂ ହେୱାର୍ତି ବୁଡାନିତ ଆଦିକାର୍ତି ବଗି କିନାକା କାଜିଂ ଆପ୍ ମିଙ୍ଗେଙ୍ଗ୍ ମାନାୟାର୍ ନିୟମ୍ ଲାକେ ବାଚି କିତାପ୍ନା; 9 ଏପ୍ ବନ୍ଦିନିକାରିଂ ହସି ହାଲାଟ୍ ଇଞ୍ଜି, ମାଜ୍ଗାନି ମାନାୟାରିଂ ଜାର୍ତିଂ ଚଚ୍ଚାଟ୍ ଇଞ୍ଜି ଇଞ୍ଜ୍ନାପ୍ । ହେୱାର୍ ହାଜ଼଼ିତ ହାରାନାର୍ ଆରି ମାର୍ହିଲ୍ୱି ପାନ୍ତିବାହାସବୁ ହେୱାର୍ତି ହାରାନି ବାହା ଆନାତ୍ । 10 ହେୱାର୍ ନାସ୍କି କି ଏସ୍କି ଆଉର୍; କି ୱେଡ଼ାନି କାରା ହେୱାରିଂ କାଟି କିଉତ୍; ଇନାକିଦେଂକି ଇନେନ୍ ହେୱାରିଂ ଦୟା କିନାନ୍, ହେୱାନ୍ ହେୱାରିଂ ଚାଲାୟ୍କିନାନ୍, ଏଜ଼ୁଙ୍ଗ୍ ହନି ଲାଗେ ହିଜ଼଼ି ହେୱାନ୍ ହେୱାରିଂ ଅସିହାନାନ୍ । 11 ଆରେ, ଆପ୍ ଜାର୍ତି ମାଡ଼ିକାଂ ର ହାଜ଼଼ି କିନାପ୍ ଆରି ମା ଅହାର୍ହାଜ଼଼ି ସବୁ ଉଚ୍ କିୟାନାତ୍ । 12 ହୁଡ଼ାଟ୍, ଇୱାର୍ ଦେହତାଂ ୱାନାର୍; ଆରେ ହୁଡ଼ାଟ୍, ଇୱାର୍ ଦିଗ ଆରି ୱେଡ଼ାହାନି ଦିଗ୍ତିଂ ୱାନାର୍; ଆରେ, ଇୱାର୍ ସିନିମ୍ ଦେସ୍ତାଂ ୱାନାର୍ । 13 ଏ ଆକାସିଂ, କେରାଟ୍; ଏ ପୁର୍ତି, ସାର୍ଦା ଆ; ଏ କୁପ୍ଲିଂ, ଗାଜା କାଟ୍ତାଂ କେରାଟ୍; ଇନାକିଦେଂକି ନିତ୍ରେମାପ୍ରୁ ଜାର୍ ମାନାୟାରିଂ ଦୁକ୍ସାରାୟ୍ କିତାନ୍ନା ଆରି ଜାର୍ତିଂ ଦୁକ୍ନି ମାନାୟାରିଂ ଦୟା କିନାନ୍ । 14 ମତର୍ ସିୟନ୍ ଇଚାନ୍, ନିତ୍ରେମାପ୍ରୁ ନାଙ୍ଗ୍ ପିସ୍ତାତାନ୍ନା, ମାପ୍ରୁ ନାଙ୍ଗ୍ ବାଣା ଆତାନ୍ନା ।" 15 କଗ୍ଲେକ୍ ତା ଗରବ୍ ତାକେନି ମେହିରିଂ ୱାରି କିୱାଦାଂ କି ଜାର୍ ମାୟ୍ଉଟ୍ନି ହିମ୍ଣାତିଂ ବାଣା ଆନିକ୍ ? ଆଁ, ଇୱାର୍ ବାଣାଦେଂ ଆଡ୍ନାର୍, ଆତିସ୍ପା ଆପ୍ ମିଙ୍ଗେଙ୍ଗ୍ ବାଣା ଆଦୁପ୍ । 16 ହୁଡ଼ା, ଆପ୍ ଜାର୍ ପାଟାକେଇ ମି ଜାର୍ବାନା ଲେକିକିତାପ୍ନା; ମି ଡାଣ୍ଡ୍କାତି ସବୁ ମା ମୁମ୍ଦ ମାନାତ୍ । 17 ମି ହିମ୍ଣାଂ ଚାଣ୍ଡେଲ୍ ୱାନାରା, ମି ବୁଡାୟ୍କିଦ୍ନାକାର୍ ଆରି ଇମ୍ଣାକାର୍ ମିଙ୍ଗେଙ୍ଗ୍ ଚିନ୍ବିନ୍ କିଦ୍ନାର୍, ହେୱାର୍ ମି ତାକେଣ୍ଡାଂ ହସି ହାନାର୍ । 18 ଏପ୍ କାଣ୍କୁ ଜେସି ଚାରିବେଣ୍ତାଂ ହୁଡ଼ାଟ୍; ଇ ୱିଜ଼଼ାର୍ ରବେରୁଣ୍ଡା ଆଜ଼ି ମି ଲାଗାଂ ୱାନାରା । ନିତ୍ରେମାପ୍ରୁ ଇନାନ୍, "ଆପ୍ ଜିସି ମାନି ଇସାପ୍ରେ ଏପ୍ ଉସ୍ପାନାକା ହେନ୍ଦ୍ରା ଲାକେ ଇ ୱିଜ଼଼ାରିଂ ପରି କିନାଦେର୍, ବିବାଆତି ଗାଡ଼୍ଚେ ଲାକେ ମ୍ଡେଗାଂ ଗାଚ୍ୟାନି ହେନ୍ଦ୍ରା ହେୱାରିଂ ପାର୍ତି କିନାଦେର୍ । 19 ଇନାକିଦେଂକି ନିଚୟ୍ ନଙ୍ଗ୍ ଏପେଙ୍ଗ୍, ମି ଚିନ୍ବିନ୍ ଆରି ୱାରାକା ବାହା ସବୁ ଆରି ମିଦାଂ ନସ୍ଟ ଦେସ୍, ବାହାକିତାର୍ କାଜିଂ ହିରୁ ଆନାତ୍ ଆରି ମିଙ୍ଗେଙ୍ଗ୍ ଗୁସ୍ତାନାକାର୍ ଦେହା ମାନ୍ଗାନାର୍ । 20 ମି ଚରିଆତି ହିମ୍ଣାଙ୍ଗ୍ ଆରେରଗ ମି କିତୁଲ୍ଲାଗାୟ୍ ଇଞ୍ଜ୍ନାର୍, ନା କାଜିଂ ଇ ବାହା ବେସି ହାରୁ; ନାଂ ବାହା ହିଦାଟ୍, ଆନ୍ ବାହା କିନାଙ୍ଗ୍ । 21 ହେପଦ୍ନା ଏପ୍ ମାନ୍ତ ମାନ୍ତ ଇନାଦେର୍, ନା ହିମ୍ଣାଙ୍ଗ୍ ଚର୍କିଜ଼଼ିଅୟା ଆତାର୍ନା, ଆନ୍ ରୱାଙ୍ଗ୍ନେ, ପେଜ୍ୟା ଆଜ଼଼ି ଇନି ହାଇନି ବୁଲାଆନାଙ୍ଗା, ନା ଇ ୱିଜ଼଼ାରିଂ ଇନେର୍ ଜଲମ୍ ହିତାନ୍ନା ? ଆରେ ଇୱାରିଂ ଇନେନ୍ ପହପାଲି କିତାନ୍ନା ? ହୁଡ଼ାଟ୍, ଆନ୍ ରୱାଙ୍ଗ୍ନେ ମାଚାଙ୍ଗ୍; ଇୱାର୍ ଇମେତାକେ ମାଚାର୍ ?" 22 ମାପ୍ରୁ, ନିତ୍ରେମାପ୍ରୁ ଇ କାତା ଇନାନ୍, ହୁଡ଼ାଟ୍, ଆପ୍ ବିନ୍ ଦେସ୍ନିକାର୍ କାଜିଂ ଜାର୍ କେଇ ନିକ୍ନାପ୍ ଆରି ଗସ୍ଟିନିକାର୍ କାଜିଂ ଜାର୍ ପତ୍କା ପେଜ୍ନାପ୍; ତାପାଚେ ହେୱାର୍ ମି ମାଜ଼଼ିରିଂ ୱାକ୍ତ ତାହିୱାନାର୍ ଆରି ମି ଗାଚ୍କୁ ହେୱାର୍ତି ନିପିତ ପିଣ୍ଡିୟାନିକ୍ । 23 ଆରେ, ରାଜାର୍ ମି ପାଲିକିଦ୍ନି ଆବା ଆରି ହେୱନ୍ତି ରାଣିକ୍ ମି ପାଲିକିନିକିଂ ତାଡ଼ି ଆନିକ୍; ହେୱେକ୍ ବୁଇଁତ ମୁମ୍ କିଜ଼ି ନିଙ୍ଗେଙ୍ଗ୍ ଜୱାର୍ କିଦ୍ନିକ୍ ଆରି ମି ପାନାନି ଦୁଡ଼ି ୱେଣ୍ଡ୍ନିକ୍; ତାପାଚେ ଆପ୍ ଜେ ନିତ୍ରେମାପ୍ରୁ ଆରି ମାଙ୍ଗ୍ କାତ୍ନାକାର୍ ଜେ ଲାଜା ଆଉର୍, ଇଦାଂ ଏପ୍ ପୁନାଦେର୍ । 24 ବିରର୍ତାଂ କି କ୍ଡିସ୍ତି ଚରି କିୟାନାତ୍, କି ନ୍ୟାୟ୍ତ ବନ୍ଦିଆତି ମାନାୟାର୍ କି ମୁକ୍ଡ଼ାଇ କିନାର୍ ? 25 ମତର୍ ନିତ୍ରେମାପ୍ରୁ ଇ କାତା ଇନାନ୍, "ବିରର୍ନି ବନ୍ଦିମାନି ମାନାୟାର୍ ଆଁ ଚରିକିଆତି ଆନାର୍ ଆରି ବାଡ଼୍କାସ୍ ଲକୁନି ଚର୍କିତି ଦିନିସ୍ ମୁକ୍ଡ଼ାୟ୍ କିୟାନାତ୍; ଇନାକିଦେଂକି ମି ବେରୁନିକାର୍ ଲାହାଙ୍ଗ୍ ଆପ୍ ବେରୁ କିନାପ୍ ଆରି ମି ମାଜ଼଼ିରିଂ ଆପ୍ ରାକ୍ୟା କିନାପ୍ । 26 ଆରେ, ଆପ୍ ମି ବୁଡାୟ୍କିନାକାର୍ ହେୱାର୍ତି ନିଜର୍ତି ଜେଇ ଚିଚ୍ପାନାପ୍ ଆରି ହୱାଦ୍ ଅଙ୍ଗୁର୍ରାସ୍ତ ହଚ୍ନାକା ଲାକେ ହେୱାର୍ ଜାର୍ ନେତେର୍ତ ହଚ୍ନାର୍; ତାପାଚେ ଆପ୍ ଜେ ନିତ୍ରେମାପ୍ରୁ, ମି ରାକ୍ୟାକାରିୟା ଆରି ମି ମୁକ୍ଡ଼ାୟ୍କାରିୟା, ଜାକୁବ୍ନି ବାପୁକାରିୟା, ଇଦାଂ ସବୁ ପାରାଣିଂ ପୁନିକ୍ ।"