1 ଏ ସିୟନ୍, ଜାଗ୍ରତ୍, ଜାଗ୍ରତ୍, ଜାର୍ ହାର୍କିଜ଼ି ଉସ୍ପା; ଏ ପୁଇପୁୟା ଗାଡ଼୍ ଜିରୁସାଲମ୍, ଏପ୍ ଜାର୍ ହଲ୍ନି ହେନ୍ଦ୍ରାସବୁ ଉସ୍ପାଟ୍; ଇନାକିଦେଂକି ଇ ସମୁତାଂ ମି ବିତ୍ରେତାଂ ସୁନତ୍ ଆୱାତାକାର୍ ଆରେ ରାଡ଼ା ମାନାୟା ଆରେ ୱାଉର୍ । 2 ଏପେଙ୍ଗ୍ ଜାର୍ ଗାଗାଡ଼୍ନି ଦୁଡ଼ି ଡ଼ାତାଟ୍; ଏ ଜିରୁସାଲମ୍, ନିଙ୍ଗା, ବାହାତ କୁଚା; ଆଗ ସିୟନ୍ନି ବନ୍ଦି ଗାଡ଼୍ଚେ, ନି ଗାଡେଲ୍ନି ହିକିଡିଂ ରିକ୍ଚି ତୁହିୟା । 3 ଇନାକିଦେଂକି ନିତ୍ରେମାପ୍ରୁ ଏ କାତା ଇନାନ୍, "ଏପେଙ୍ଗ୍ ଉପ୍କାତାଂ ପ୍ରୟାଜ଼଼ି ମାଚାଦେର୍, ଆରେ ଉପ୍କାତାଂ ମୁକ୍ଡ଼ାୟ୍ କିୟାନାଦେର୍ ।" 4 ଇନାକିଦେଂକି, ନିତ୍ରେମାପ୍ରୁ ଇ କାତା ଇନାନ୍, ମା ଲକୁ ପର୍ତୁମ୍ ବାହା କିନି କାଜିଂ ମିସର୍ତ ହାଚାର୍; ଆରେ, ଅସୁରିୟ ବିନାସୁନ୍ତ ହେୱାର୍ କାଜିଂ ବଲତ୍କାର୍ କିତାନ୍ । 5 ଇଲାକେ ନିତ୍ରେମାପ୍ରୁ ଇନାନ୍, "ମା ମାନାୟାର୍ ତ କାରଣ୍ହିଲ୍ୱାଦାଂ ହାନାରା, ଆପେଙ୍ଗ୍ ଇବେ ମାନ୍ଞ୍ଜି ଇନାକା କିନାପା ? ନିତ୍ରେମାପ୍ରୁ ଇନାନ୍, ହେୱାର୍ ଜପି ରାଜ୍କିନାକାର୍ ଗାର୍ଜାନ୍ କିନାରା ଆରି ମା ତର୍ ୱେଡ଼଼ାବୁଡି ତାଇନାତ୍ ନିନ୍ଦା ଆନାତା । 6 ଇଦାଂକାଜିଂ ମା ମାନାୟାର୍ ମା ତର୍ ପୁଞ୍ଜ୍ନାର୍; ଇଦାଂକାଜିଂ ହେୱାନ୍ କାତା ଇନାନ୍, ହେୱାନ୍ ଜେ ଆପ୍ ଆନାଙ୍ଗ୍, ଇଦାଂ ହେୱାର୍ ହେ ଦିନା ପୁଞ୍ଜ୍ନାର୍; ହୁଡ଼ାଟ୍, ହେୱାନ୍ ଆପ୍ ।" 7 ଇମ୍ଣି ଲକ୍ ନେକ୍ରିକାବୁର୍ ତାଇୱାନାନ୍, ଜେ ସାନ୍ତି ପ୍ରଚାର୍ କିନାନା, ଇନେନ୍ ମଙ୍ଗଲ୍ତ ନେକ୍ରିକାବୁର୍ ତାଇୱାନାନା, ଇନେନ୍ ମୁକ୍ଡ଼ାନାକା ପ୍ରଚାର୍ କିନାନା, ଇନେନ୍ ସିୟନ୍ତ "ଏନ୍ ପର୍ମେସ୍ୱର୍ ରାଜି କିଦ୍ନାନ୍" ଇଞ୍ଜି ଇଞ୍ଜ୍ନାନ୍, ତା କାଲ୍ ମାଡ଼ିନି ଜପି ଏଚେକ୍ ହଲ୍ନାତ୍ । 8 ଇ, ମି ଜାଗ୍ୱାଡ଼଼ାର୍ କାଟ୍, ହେୱାର୍ ଗାଜା କାଟ୍ କିନାରା, ହେୱାର୍ ରଞ୍ଜେମାଟ୍ କେର୍ନାରା; ଇନାକିଦେଂକି ନିତ୍ରେମାପ୍ରୁ ସିୟନ୍ତ ମାସ୍ଦି ୱାନିହିଂ ହେୱାର୍ ମୁମ୍ଦ ବେଟାବାଆତାର୍ । 9 ଏ ଜିରୁସାଲମ୍ନି ନାସ୍ ବାହାନି ୱିଜ଼଼ାଦେର୍, ଗାଜା ୱାରିନି ଗାର୍ଜେନ୍ କିୟାଟ୍, ରଞ୍ଜେମାଟ୍ କେରାଟ୍, ଇନାକିଦେଂକି ନିତ୍ରେମାପ୍ରୁ ଜାର୍ ମାନାୟାରିଂ ଦୁକ୍ସାରାୟ୍ କିତାନ୍ନା, ହେୱାନ୍ ଜିରୁସାଲମ୍ତିଂ ମୁକ୍ଡ଼ାୟ୍ କିତାନ୍ନା । 10 ନିତ୍ରେମାପ୍ରୁ ସବୁ ଦେସ୍ନିକାରିଂ କାଣ୍କୁତ ଜାର୍ ପୁଇପୁୟା ମାରା ଜେସି ହିତାନ୍ନା ଆରି ପୁର୍ତିନି ଆଗେନି ୱିଜ଼଼ାକାର୍ ମା ପର୍ମେସ୍ୱର୍ ମୁକ୍ଡ଼ାନାକା ହୁଡ଼୍ନାନ୍ । 11 ଏପେଙ୍ଗ୍ ହାଲାଟ୍, ହାଲାଟ୍, ହେ ବାହାତାଂ ହସି ହାଲାଟ୍, ଇନାକାପା ରାଡ଼ା ଦିନିସ୍ ଡୁମାଟ୍; ଏପେଙ୍ଗ୍ ତା ବିତ୍ରେତାଂ ହସି ହାଲାଟ୍; ଏ ନିତ୍ରେମାପ୍ରୁତି ଇଲ୍ନି ପାସ୍ପିସ୍ହିନାକାଦେର୍, ଏପେଙ୍ଗ୍ ସକଟ୍ ଆଡ । 12 ଇନାକିଦେଂକି ଏପେଙ୍ଗ୍ ତାନ୍ଦ୍ରାଜ଼଼ି ହସି ହାଲୁଦେର୍, କି ଏପେଙ୍ଗ୍ ହସି ହନ୍ଚି ହାଲୁଦେର୍; ଇନାକିଦେଂକି ନିତ୍ରେମାପ୍ରୁ ମି ଆଗେ ଆଗେ ହାନାନ୍ ଆରି ଇସ୍ରାଏଲ୍ନି ପର୍ମେସ୍ୱର୍ ମିଙ୍ଗେଙ୍ଗ୍ ପାଚ୍ବାଗାଂ ଆଦ୍ନାନ୍ ।
13 ହୁଡ଼ାଟ୍, ମା ଆଡ଼ିଏନ୍ ହାର୍ବିଚାର୍ନା କିଜ଼଼ି ବେବାର୍ କିନାର୍, ହେୱାନ୍ ଉନତ୍, ଗାଜା ଆଦିକାରି ପାୟାତାକା ଆରି ଜଜ୍ମାଲ୍ ଆନାନ୍ । 14 ମାନାୟ୍ ବାଟା ତା ରଚ୍ୟାତାକା ଆରି ମାନାୟ୍ ମାଜ଼ି ବାଦୁଲ୍ ତା ମୁମ୍ ଆଦିକ୍ ମାଜ଼଼ିର୍ ଆତିଲେ ଇନେସ୍କି ବେସିହେନି ତା ବିସ୍ରେ ଚାନ୍ୟା ଆଜ଼଼ିମାଚାର୍, 15 ହେ ଲାକେ ହେୱାନ୍ ବେସି ଦେସ୍ନିକାରିଂ ତିର୍ନାନ୍: ରାଜାର୍ ତା ମୁମ୍ଦ ଜାର୍ ଜାର୍ ୱେଇ ବନ୍ଦ୍ କିନାର୍; ଇନାକିଦେଂକି ଇନାକା ହେୱାରିଂ ଇନ୍ୟାଆୱାଦାଂ ମାଚାତ୍, ହେଦାଂ ହେୱାର୍ ହୁଡ଼୍ନାର୍ ଆରି ଇନାକା ହେୱାର୍ ୱେନ୍ୱାଦାଂ ମାଚାର୍, ହେଦାଂ ହେୱାର୍ ବୁଜାନାର୍ ।