1 ହାର୍ କାଟ୍ତ ସୁଣାଇ କିୟାଟ୍, କାଟ୍ ହିରୁ କିମାଟ୍, ମରି ଲାକେ ଜାର୍ କାଟ୍ ନିକାଟ୍, ମା ମାନାୟାରିଂ ହେୱାର୍ତି ଅଦାର୍ମି ଆରି ଜାକୁବ୍ ଲାତ୍ରାତିଂ ହେୱାରିଂ ପାପ୍ ସବୁ ୱେଚାଟ୍ । 2 ଆତିସ୍ପା ହେୱାର୍ ସବୁଦିନା ମାଦାଂ ଡେକ୍ତାନାର୍ ଆରି ମା ହାଜ଼ି ବିସ୍ରେ ବଲ୍ମନ୍ଦ୍ ପୁନିକାଜିଂ ୱାରିୟାନାର୍; ଇମ୍ଣି କୁଟୁମ୍ନିକାର୍ ଦାର୍ମି କାମାୟ୍ କିନାର୍ ଆରି ଜାର୍ତି ପର୍ମେସ୍ୱର୍ତି କିଜ଼଼ିମାନି କାମାୟ୍ ପିହ୍ୱାତାର୍ଣ୍ଣା, ହେୱାର୍ ଲାକେ ହେୱାର୍ ଦାର୍ମି ବିଦି ବିସ୍ରେ ମାଙ୍ଗେଙ୍ଗ୍ ୱେନ୍ବାଆଦ୍ନାର୍ ଆରି ପର୍ମେସ୍ୱର୍ ଲାଗାଂ ୱାନିକାଜିଂ ସାରି ଆନାର୍ । 3 ହେୱାର୍ ଇନାର୍, "ଆପେଙ୍ଗ୍ ଇନାକିଦେଂ ଉପାସ୍ କିନାପା ଆରି ଏପ୍ ହୁଡ଼୍ଦେରା ?" ଆପେଙ୍ଗ୍ ଇନାକିଦେଂ ଜାର୍ ଜାର୍ ପାରାଣ୍ତିଂ କସ୍ଟ ହିନାସା ଆରି ଏପ୍ ମାନ୍ଦିଆନ୍ କିଉଦେରା ? ହୁଡ଼ାଟ୍, ଏପ୍ ଉପାସ୍ ନାଞ୍ଜିଙ୍ଗ୍ ଜାର୍ ସୁକ୍ ସେସ୍ଟା କିନାଦେରା ଆରି ବଲ୍ତ୍କାର୍ ସବୁ କସ୍ଟ କିନାଦେରା । 4 ହୁଡ଼ାଟ୍, ଏପେଙ୍ଗ୍ ଗଣ୍ଡ୍ଗଲ୍ ଆରି କିର କାଜିଂ, ଆରେ ବାନ୍ୟାନିକାର୍ ମୁଟି ହୁଦାଂ ଟ୍ରାକ୍ନି କାଜିଂ ଉପାସ୍ କିନାଦେରା; ମି କାଟ୍ ଜପିତାଂ ଇନେସ୍କି ୱେନ୍ୟାଆନାତ୍, ଇଲାକେ ଉପାସ୍ ନେଞ୍ଜେଙ୍ଗ୍ ଏପେଙ୍ଗ୍ କିଉଦେରା । 5 ଇ ଲାକେ ଉପାସ୍, ମାନାୟାର୍ ଜାର୍ ଜାର୍ତିଂ ଦୁକ୍ତ ହିନି କାଜିଂ ଇ ବାନି ଦିନା, ଆପ୍ ଇନାକା ବାଚି କିତାପ୍ନା ? ନାଡ଼ାମାର୍ ଲାକେ କାପ୍ଡ଼଼ା ଟଡ୍ତେଂ, ଆରେ ହିରୁହେନ୍ଦ୍ରା ଆରି ନିସ୍ ଜାର୍ ତାରେନ୍ ପାସ୍ତେଙ୍ଗ୍, ଇଦିଲିଂ ଏପ୍ ଉପାସ୍ ଆରି ନିତ୍ରେମାପ୍ରୁତି ଉଦେସ୍ତ କି ଇଟ୍ୟାନି ଦିନ୍ ଇଞ୍ଜି ଇନାଦେର୍ ? 6 ବାନ୍ୟନିକା ଲାକେ ଗାଟି ରିକ୍ନି କାଜିଂ, ଜୁୱାଣ୍ଡ୍ନି ଗାଟି ମୁକ୍ଡ଼ାୟ୍ କିନି କାଜିଂ ଆରି ବଜ୍ପିଣ୍ତି ମାନାୟାରିଂ ମୁକ୍ଡାୟ୍ କିଜ଼ି ପିହ୍ନାକା, ଆରେ ଜାଣ୍କେ ଜୁୱାଣ୍ଡ୍ ଡ୍ରିକ୍ନାକା, 7 ନାସ୍କି ମାନାୟ୍ତିଂ ମିଦାଂ କାଦି ପାସ୍ପେଦେଂ, ଆରି ପେଜ୍ୟାତି ଦୁକ୍ତି ମାନାୟ୍ତିଂ ଜାର୍ ଇଞ୍ଜ ତାହିୱାଦେଂ, ଏପେଙ୍ଗ୍ ନାଗ୍ଡ଼ାତିଂ ହୁଡ଼୍ତିସ୍, ତାଙ୍ଗେଙ୍ଗ୍ ହେନ୍ଦ୍ରା ଉସ୍ପିକିନାକା ଆରି ମି ନିଜାର୍ ଲାତ୍ରାନି ମାନାୟାର୍ତାଂ ଜାର୍ତିଂ ଡ଼ୁକ୍ନାକା, ଇ ବାନି ଉପାସ୍ ଆପ୍ ବାଚି କିଦ୍ୱାତାପ୍ନା ? 8 ଇଦାଂ କିତିସ୍, ୱେଡ଼଼ା ଲାକେ ମି ଅଜଡ଼୍ ପାୟାନାଦେର୍ ଆରି ମି ଉଜ୍ ବେଗି ଗାଜାଆନାତ୍; ଆରେ, ମି ଦାର୍ମି ମି ଆଗେ ଆନାତ୍; ନିତ୍ରେମାପ୍ରୁତି ସାକ୍ତି ମି ପାଚେ ୱାନାତ୍ । 9 ହେପାଦ୍ନା ଏପ୍ କୁକ୍ନାଦେର୍ ଆରି ନିତ୍ରେମାପ୍ରୁ ଉତର୍ ହିଦ୍ନାନ୍; ଏପ୍ ଆଡ଼ବିସ୍ କୁକ୍ନାଦେର୍, ଆରେ ହେୱାନ୍ ଇଞ୍ଜ୍ନାନ୍, "ଆପ୍ ୱାତାପ୍ନା ।" ଜଦି ଏପ୍ ଜାର୍ ବିତ୍ରେତାଂ ଜୁୱାଣ୍ଡ୍, ୱାଚ୍କା ଇଡ଼୍ତି ଆରି ଦର୍ମ୍ହିଲ୍ୱି ବଚନ୍ ଦେହା କିୟାଟ୍; 10 ଆରେ, ଜଦି ନାସ୍କିନିକାର୍ କାଜିଂ ମି ପାରାଣ୍ ଜାଲ୍ୟାନାତ୍ ଆରି ଏପେଙ୍ଗ୍ ଦୁକ୍ନି ପାରାଣ୍ତିଂ ପାଞ୍ଜି କିୟାଟ୍, ଲାଗିଂ ମାଜ୍ଗାତ ମି ଅଜଡ଼୍ ଉବ୍ଜାନାତ୍ ଆରି ମି ମାଜ୍ଗା ୱେଡ଼ାନି ହାମାନ୍ ଆନାତ୍; 11 ଆରେ, ନିତ୍ରେମାପ୍ରୁ ନିତ୍ରେ ମିଙ୍ଗେଙ୍ଗ୍ ହାଜ଼଼ି ଚଚ୍ଚି ଅଦ୍ନାନ୍ ଆରି ବାଲିବାଟାତ ମି ପାରାଣ୍ତିଂ ପାଞ୍ଜି କିଦ୍ନାନ୍ ଆରି ମି ପ୍ଡେକୁ ସବୁ ବପୁ କିଦ୍ନାନ୍; ତାପାଚେ ଏପେଙ୍ଗ୍ ଏସ୍ ତିର୍ତି ବାଡ଼୍ ଲାକେ ଆରି ଏସ୍ଅବାବ୍ ହିଲ୍ୱି ଜାରାଣ୍ ଲାକେ ଆନାଦେର୍ । 12 ଆରେ, ମି ଲାତ୍ରାନି ମାନାୟାର୍ ପ୍ଡାନି ଦୁଡ଼଼ିମାସ୍ତି ବାହାକାଂ ଆରେରଚ୍ନାର୍; ଏପ୍ ଆଗେ କାଡ଼୍ନି ଆଦେକ୍ କୁନାଦି ଜପି ଗାଚ୍ନାତ୍; ଆରେ; "ଡ୍ରିଂତି-କୁୱାଡ଼୍ ରଚ୍ନାକାର୍ ଆରି ଇଲ୍ କାଜିଂ ଆରେ ହାଜ଼଼ି ରଚ୍ନାକାର୍ ଇଞ୍ଜି ଡାକ୍ପୁଟା ଆନାତ୍ ।"
13 ଏପ୍ ଜଦି ଜମ୍ନି ବାର୍ତିଂ ଉଡ଼଼ାନିତାଂ, ମା ପୁଇପୁୟା ଦିନ୍ତ ଜାର୍ ଆହା ସେସ୍ଟାତାଂ ଜାର୍ ପାନା ପକାଟ୍; ଆରି, ଜମ୍ନିବାର୍ତିଂ ସୁକ୍ନିକା ଆରି ନିତ୍ରେମାପ୍ରୁନି ପୁଇପୁୟା ଦିନ୍ତିଂ ଜିଉନ୍ନନାକା ଇଞ୍ଜି ଇନାଟ୍; ଆରେ, ଜାର୍ କାମାୟ୍ କିୱାଦାଂ କି ଜାର୍ ଲାବ୍ଡ଼଼ିତାଂ ସେସ୍ଟା କିୱାଦାଂ ଇଚିସ୍ ଜାର୍ କାତା ଇନ୍ୱାଦାଂ ତାଂ ଜିଉନନାଦେର୍; 14 ଲାଗିଂ ଏପ୍ ନିତ୍ରେମାପ୍ରୁତାକେ ୱାରି କିନାଦେର୍; ଆରେ, ଆପ୍ ମିଙ୍ଗେଙ୍ଗ୍ ପୁର୍ତିନି ଜପ୍ଣାକାର୍ତାଂ କୁକ୍ତାନାପ୍; ଆରେ, ମି ଆବା ଜାକୁବତି ଆଦିକାର୍ ମିଙ୍ଗେଙ୍ଗ୍ ବଗି କିୟ୍ କିଦ୍ନାପ୍; ଇନାକିଦେଂକି ନିତ୍ରେମାପ୍ରୁତି ୱେଇ ଇଦାଂ ଇଞ୍ଚାନ୍ନା ।